Categories: ଖେଳ

ପୂଜାରୀଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର,୧୮।୧୨(ସ୍ପୋଟର୍‌ସ ବ୍ୟୁରୋ): ବଲାଙ୍ଗୀର ଡିଷ୍ଟ୍ରିକ୍ଟ ଆଥଲେଟିକ ଆସୋସିଏଶନ ତଥା ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ସଦସ୍ୟ ହରିନାରାୟଣ ପୂଜାରୀଙ୍କୁ ଏକ ଗୁରୁ ଦାୟିତ୍ୱ ମିଳିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟୁର, ଫିକ୍ସଚର ଓ ଟେକ୍‌ନିକାଲ କମିଟିରେ ତାଙ୍କୁ ସାମିଲ କରାଯାଇଛି। ସେ ଏହି ୫ ଜଣିଆ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏ ନେଇ ଶନିବାର ବିସିସିଆଇ ଘୋଷଣା କରିଛି।
କୋଲକାତାରେ ଚଳିତ ମାସରେ ଅନୁଷ୍ଠିତ ବିସିସିଆଇ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ବିଭିନ୍ନ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସିନିୟର ଟୁର୍ନାମେଣ୍ଟ କମିଟି, ଅମ୍ପାୟର୍ସ କମିଟି ସମେତ ବିଭିନ୍ନ କମିଟି ଗଠନ କରାଯାଇଛି। ପୂଜାରୀ ଏହି ଗୁରତ୍ୱପୂର୍ଣ୍ଣ କମିଟିକୁ ମନୋନୀତ ହେବା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ। ପୂଜାରୀ ଏଥିପାଇଁ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଓ ଓସିଏ ଓ ବିସିସିଆଇର ବିଭିନ୍ନ ପଦାଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଆଗକୁ ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଓସିଏ କର୍ମକର୍ତ୍ତାମାନେ ଯୋଗ ଦେବେ ବୋଲି ଆଶା କରାଯାଉଛି।

Share