Posted inଖେଳ

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ: ସୂର୍ଯ୍ୟ, ରାଜୀବ, ଆଶୁତୋଷ, ଦୀନେଶଙ୍କ ଶତକ; ସୁଦୀପ, ସୁବାଶିଷଙ୍କୁ ୫ ଉଇକେଟ

ଭୁବନେଶ୍ୱର,୨୪।୧(ସ୍ପୋର୍ଟ୍ସ ବ୍ୟୁରୋ): ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବିଭିନ୍ନ ଗ୍ରାଉଣ୍ଡରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ଗୁଡିକରେ ଗଜପତି, ଭଦ୍ରକ, ଜଗତ୍‌ସିଂହପୁର, ବାଲେଶ୍ୱର, କୋରାପୁଟ, ଭୁବନେଶ୍ୱର – ବି ବିଜୟ ହାସଲ କରିଛନ୍ତି। ଶନିବାର ୬ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଭଦ୍ରକର ସୂର୍ଯ୍ୟ ମହାପାତ୍ର ୧୦୦ ରନ, ବାଲେଶ୍ୱରର ରାଜୀବ ଏଏଲ୍‌ ସାହୁ ୧୧୦ ରନ ଓ ଆଶୁତୋଷ ମାରାଣ୍ଡି ୧୦୮ ରନ, କଳାହାଣ୍ଡିର ଦୀନେଶ କୁମାର ୧୬୮ ରନର ଶତକୀୟ ପାଳି ଖେଳିଥିବା ବେଳେ ଗଜପତିର ବ୍ରେନ୍‌ ସିଂ ୫୩ ରନ ଓ କୋରାପୁଟର ଅର୍ଶଦା କିରନ ୮୫ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି କନ୍ଧମାଳର ସୁବାଶିଷ ପାଲୋ ଓ ଜଗତସିଂହପୁର ସୁଦୀପ ସ୍ବାଇଁ ୫ ଉଇକେଟ ସଫଳତା ପାଇଛନ୍ତି।
ଭୁବନେଶ୍ୱର ୮ ଉଇକେଟରେ ବିଜୟୀ
କଟକର ନିମ୍‌ପୁର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ ଭୁବନେଶ୍ୱର-ବି ୮ ଉଇକେଟରେ ବରଗଡ଼କୁ ପରାସ୍ତ କରିଛି। ଟସ୍‌ ଜିତି ବରଗଡ଼ ପ୍ରଥମେ ବ୍ୟାଟିଂ କରି ୪୪.୫ ଓଭରରେ ୯୭ ରନକରି ଅଲଆଉଟ ହୋଇଥିଲା। ଦଳ ତରଫରୁ ସ୍ବରାଜ ନାଗ ୧୯, ସୌରଭ କୁମାର ସାହୁ ୧୭ ରନ ସଂଗ୍ରହ କରିଥିଲେ। ବୋଲିଂରେ ଭୁବନେଶ୍ୱର ତରଫରୁ ବିକାଶ ନାଏକ ଓ ସୁଶିଲ ବାରିକ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଭୁବନେଶ୍ୱର ୨୧.୪ ଓଭରରେ ୨ ଉଇକେଟ ହରାଇ ୧୦୧ ରନ କରି ବିଜୟୀ ହୋଇଛି। ଦଳ ତରଫରୁ ସାରାଂଶ କୁମାର ଅପରାଜିତ ୪୮, ଅନ୍ବେଶ ତ୍ରିପାଠୀ ୨୩ ରନ ସଂଗ୍ରହ କରିଥିଲେ। ବୋଲିଂରେ ବରଗଡ଼ ତରଫରୁ ବେଦାନ୍ତ ସାହୁ ଓ ପ୍ରଶାନ୍ତ ପାଇଁକରା ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
କୋରାପୁଟ୍‌ ୨ ଉଇକେଟ ଜିତିଲା
ରେଭେନଶା ଗ୍ରାଉଣ୍ଡ-୨ରେ କୋରାପୁଟ ୨ ଉଇକେଟରେ କଳାହାଣ୍ଡିକୁ ପରାସ୍ତ କରିଛି। ଟସ୍‌ ଜିତି କଳାହାଣ୍ଡି ପ୍ରଥମେ ବ୍ୟାଟିଂ କରି ୩୪.୪ ଓଭରରେ ୨୦୫ ରନ କରି ଅଲଆଉଟ୍‌ ହୋଇଥିଲା। ଦଳ ତରଫରୁ ଦୀନେଶ କୁମାର ମାଝି ୧୪୪ଟି ବଲ ଖେଳି ୧୬୮ ରନର ବୃହତ୍‌ ଶତକୀୟ ପାଳି ଖେଳିଥିଲେ। ବୋଲିଂରେ କୋରାପୁଟ୍‌ର ଆଦିତ୍ୟ ଶତପଥୀ ଓ ନିରଞ୍ଜନ ଗୌଡ଼ ୩ଟି ଲେଖାଏ, ଗୌରୀ ଏସ୍‌ ଦାଶ ୨ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ କୋରାପୁଟ୍‌ ୪୫.୫ ଓଭରରେ ୮ ଉଇକେଟ ହରାଇ ୨୦୯ ରନକରି ବିଜୟୀ ହୋଇଛି। ଦଳ ପକ୍ଷରୁ ଅର୍ଶଦା କିରନ ୮୩ ବଲରୁ ୮୫ ରନ, ଶୁଭମ୍‌ ସିଂ ୪୨ ରନ ସଂଗ୍ରହ କରିଥିଲେ। ବୋଲିଂରେ କଳାହାଣ୍ଡି ପକ୍ଷରୁ ଅଭିଷେକ ଗହୀର ଓ ଉମେଶ ସରାଫ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ବାଲେଶ୍ୱରର ବୃହତ୍‌ ବିଜୟ
କଟକର ବୋଷ ଗ୍ରାଉଣ୍ଡରେ ବାଲେଶ୍ୱର ୧୧୧ ରନ୍‌ରେ ପୁରୀକୁ ହରାଇଛି। ଟସ୍‌ ଜିତି ବାଲେଶ୍ୱର ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୭ ଉଇକେଟ ହରାଇ ୩୩୩ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ରାଜୀବ ଏଏଲ୍‌ ସାହୁ ୮୦ ବଲରୁ ୧୧୦, ଆଶୁତୋଷ ମାରାଣ୍ଡି ୧୦୮ ରନର ଶତକୀୟ ପାଳି ଖେଳିଥିଲେ। ପୁରୀର ପବିତ୍ର ବିଶୋୟୀ ୪ ଓ ସ୍ମୃତି ପି. ସ୍ବାଇଁ ୨ ଉଇକେଟ ନେଇଥିଲେ। ଜବାବରେ ପୁରୀ ୪୩.୧ ଓଭରରେ ୨୨୨ ରନକରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ଦଳ ତରଫରୁ ନିଶାନ୍ତ ନାୟକ ୪୨ ଓ ନିଶାନ ଦାସ ୪୧ ରନ ସଂଗ୍ରହ କରିଥିଲେ। ବୋଲିଂରେ ବାଲେଶ୍ୱର ତରଫରୁ ଶୁଭ ବାରିକ ଓ ରାଜୀବ ଏଲ୍‌. ସାହୁ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ଜଗତ୍‌ସିଂହପୁର ୧୦୩ ରନରେ ବିଜୟୀ
ଡ୍ରିମ୍ସ ଗ୍ରାଉଣ୍ଡରେ ଜଗତ୍‌ସିଂହପୁର ୧୦୩ ରନରେ କନ୍ଧମାଳକୁ ହରାଇଛି। ଟସ ହାରି ଜଗତ୍‌ସିଂହପୁର ପ୍ରଥମେ ବ୍ୟାଟିଂ କରି ୩୬.୩ ଓଭରରେ ୧୪୭ ରନ କରି ଅଲଆଉଟ ହୋଇଥିଲା। ବୋଲିଂରେ କନ୍ଧମାଳର ଶୁଭାଶିଷ ପାଲୋ ସର୍ବାଧିକ ୫, ଦିବ୍ୟ ସାହୁ ୩ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ କନ୍ଧମାଳ ୧୪.୩ ଓଭରରେ ୪୪ ରନ କରି ଅଲଆଉଟ ହୋଇ ପରାସ୍ତ ହୋଇଛି। ଜଗତ୍‌ସିଂପୁରର ସୁଦୀପ ସ୍ବାଇଁ ୫ ଓ ସନ୍ନ୍ୟାସୀ ପଟ୍ଟନାୟକ ୩ ଉଇକେଟ ନେଇଥିଲେ।
ଯାଜପୁରକୁ ହରାଇଲା ଭଦ୍ରକ
ରେଭେନ୍ସା ଗ୍ରାଉଣ୍ଡ-୧ରେ ଯାଜପୁରକୁ ଭଦ୍ରକ ୫ ଉଇକେଟରେ ପରାସ୍ତ କରିଛି। ଟସ୍‌ ହାରି ଯାଜପୁର ପ୍ରଥମେ ବ୍ୟାଟିଂ କରି ୪୪.୨ ଓଭରରେ ୧୭୧ ରନକରି ଅଲଆଉଟ ହୋଇଥିଲା। ଦଳ ତରଫରୁ ମହମ୍ମଦ ସୋହେଲ ୭୯ ରନ କରିଥିଲେ। ବୋଲିଂରେ ଭଦ୍ରକର ମୀର କାଫିରୁଦ୍ଧିନ ୩ ଓ ଆଶୁତୋଷ ସାମ ୨ ଉଇକେଟ ନେଇଥିଲେ। ଜବାବରେ ଭଦ୍ରକ ୪୪.୫ ଓଭରରେ ୫ ଉଇକେଟ ହରାଇ ୧୭୬ ରନ କରି ବିଜୟୀ ହୋଇଥିଲା। ଦଳର ସୂର୍ଯ୍ୟ ମହାପାତ୍ର ୧୦୦ ରନର ଶତକୀୟ ପାଳି ଖେଳିଥିଲେ। ବୋଲିଂରେ ଯାଜପୁରର ଶୁଭମ ୨ ଉଇକେଟ ନେଇଥିଲେ।
ଗଜପତି ୫୪ ରନରେ ବିଜୟୀ
ବିଡାନାସୀ ଗ୍ରାଉଣ୍ଡରେ ଗଜପତି ୫୪ ରନରେ ନବରଙ୍ଗପୁରକୁ ହରାଇଛି। ଟସ୍‌ ଜିତି ଗଜପତି ପ୍ରଥମେ ବ୍ୟାଟିଂ କରି ୪୦ ଓଭରରେ ୧୯୮ ରନକରି ଅଲଆଉଟ ହୋଇଥିଲା। ଦଳ ତରଫରୁ ବ୍ରେନ୍‌ ସିଂ ୫୩, କଡ଼ଗଲା ଚାଣ୍ଡୁ ୪୮ ରନ ସଂଗ୍ରହ କରିଥିଲେ। ନବରଙ୍ଗପୁରର ଦୀନେଶ ଶ୍ରୀବାସ୍ତବ ଓ ଦିଲୀପ ବିଶୋଇ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ନବରଙ୍ଗପୁର ୩୧.୩ ଓଭରରେ ୧୪୪ ରନକରି ଆଲଆଉଟ ହୋଇଥିଲା। ଦଳର ଜି. ଆର୍ଯ୍ୟନ ୪୩ ଓ ଗୋପବନ୍ଧୁ ସମ୍ରାଟ ୨୪ ରନ ସଂଗ୍ରହ କରିଥିଲେ। ବୋଲିଂରେ ଗଜପତିର ବ୍ରେନ ୪ ଓ ପ୍ରୀତମ ପ୍ରଧାନ ୩ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri