Posted inଖେଳ

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ : ଭୁବନେଶ୍ୱର ‘ବି’ ୧୮୧ ରନରେ ବିଜୟୀ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ଅନୁଷ୍ଠିତ ମ୍ୟାଚରେ ଯାଜପୁର, ଭଦ୍ରକ, ପୁରୀ, ବରଗଡ଼, ଭୁବନେଶ୍ୱର ଓ ବାଲେଶ୍ୱର ଦଳ ବିଜୟ ହାସଲ କରିଛନ୍ତି।


ରେଭେନ୍‌ଶା ଗ୍ରାଉଣ୍ଡ-୨ରେ ଅନୁଷ୍ଠିତ ମ୍ୟାଚରେ ଯାଜପୁର ୧୭୭ ରନରେ ନବରଙ୍ଗପୁରକୁ ହରାଇ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଯାଜପୁର ୪୮ ଓଭରରେ ୨୮୦ ରନରେ ଅଲ୍‌ଆଉଟ ହୋଇଥିଲା। ଶତକ ହାସଲକାରୀ ମହମ୍ମଦ ସୋହେଲ (୧୨୪ ରନ, ୧୨୭ ବଲ, ୧୩ ଚୌକା, ୧ ଛକା) ଟପ୍‌ ସ୍କୋରର ହୋଇଥିବାବେଳେ ସୟଦ ୩୧ ରନ କରିଥିଲେ। ଅତିରିକ୍ତ ଭାବେ ପ୍ରତିପକ୍ଷ ବୋଲର ୩୯ ରନ ବ୍ୟୟ କରିଥିଲେ। ସେମାନଙ୍କ ମଧ୍ୟରୁ ଅମୃତ ମହାପାତ୍ର ୪ଟି ଏବଂ ଦୀନେଶ ଶ୍ରୀବାତ୍ସବ ୩ଟି ଉଇକେଟ ନେଇଥିଲେ। ୨୮୧ ରନ ବିଜୟ ଲକ୍ଷ୍ୟରେ ନବରଙ୍ଗପୁର ୨୩.୩ ଓଭରରେ ୧୦୩ ରନକରି ଅଲଆଉଟ ହୋଇଯାଇଥିଲା। ଦୀନେଶ ସର୍ବାଧିକ ୨୫ ରନ କରିଥିଲେ। ବିଜୟୀ ଦଳର ବୋଲରଙ୍କ ମଧ୍ୟରେ ସୁନୀଲ ବେହେରା ୩୭ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିବାବେଳେ ବିଭୂତି ଚମତ୍କାର ବୋଲିଂ କରି ୫ ଓଭରରେ ୨ ମେଡେନ ନେଇ ମାତ୍ର ୧୨ ରନ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ। ନିମପୁର ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ ଭଦ୍ରକ ୭ ଉଇକେଟରେ ଗଜପତିକୁ ହରାଇ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଗଜପତି ୪୩ ଓଭରରେ ୧୩୬ ରନକରି ଅଲଆଉଟ ହୋଇଥିଲା। ଆଲୋକ ମହାପାତ୍ର ୩୫ ରନ କରିଥିବାବେଳେ ବିପକ୍ଷ ଦଳର ବୋଲରମାନେ ସର୍ବାଧିକ ୩୬ ରନ ଅତିରିକ୍ତଭାବେ ବ୍ୟୟ କରିଥିଲେ। ମୀର କାଫିରୁଦ୍ଦିନ ୩ଟି ଓ କୁମାର କେ. ସାହୁ ୨ଟି ଉଇକେଟ ନେଇଥିଲେ। ୧୩୭ ରନ ବିଜୟ ଲକ୍ଷ୍ୟକୁ ଭଦ୍ରକ ୨୩ ଓଭରରେ ମାତ୍ର ୩ ଉଇକେଟ ହରାଇ ହାସଲ କରି ନେଇଥିଲା। ଅଧିନାୟକ ସୂର୍ଯ୍ୟ ମହାପାତ୍ର ୫୬(୪୯ ବଲ, ୭ ଚୌକା, ୧ ଛକା) ରନ କରି ଆଉଟ ହୋଇଥିବାବେଳେ ଆକାଶ ମହାପାତ୍ର ୫୩ ରନରେ ଅପରାଜିତ ରହିଥିଲେ। ରେଭେନ୍‌ଶା-୧ ଗ୍ରାଉଣ୍ଡରେ ପୁରୀ ୭୪ ରନରେ କନ୍ଧମାଳକୁ ହରାଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପୁରୀ ୪୪.୫ ଓଭରରେ ୨୦୬ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ନିଶାନ୍ତ ନାୟକ ସର୍ବାଧିକ ୫୨(୫୨ ବଲ, ୯ ଚୌକା), ପ୍ରୀତିଶ ଜେନା ୩୫ ଓ ରାଜେଶ ବେହେରା ୩୧ ରନ କରିଥିଲେ। ବିପକ୍ଷ ବୋଲର ଅତିରିକ୍ତ ୩୯ ରନ ବ୍ୟୟ କରିଥିଲେ। ତେବେ ଯୋସେଫ ବେହେରା ୪ଟି ଏବଂ ଶୁଭାଶିଷ ପାଲୋ ୩ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ଜବାବରେ କନ୍ଧମାଳ ୪୭.୨ ଓଭରରେ ମାତ୍ର ୧୩୨ ରନରେ ଅଲଆଉଟ ହୋଇ ଯାଇଥିଲା। ବିକାଶ ଗଣ୍ଡ ସର୍ବାଧିକ ୩୯ ରନ କରିଥିଲେ। ବିପକ୍ଷ ଦଳର ଅଭୟ ପଟ୍ଟନାୟକ ଓ ସୁମିତ ସାହୁ ୩ଟି ଲେଖାଏ ଏବଂ ନିଶାନ ଦାସ ୨ଟି ଉଇକେଟ ନେଇଥିଲେ।
ଡ୍ରିମ୍ସ ଗ୍ରାଉଣ୍ଡରେ ଆୟୋଜିତ ମ୍ୟାଚରେ ବରଗଡ଼ ୮ ଉଇକେଟରେ କଳାହାଣ୍ଡିକୁ ହରାଇଛି। କଳାହାଣ୍ଡି ଇନିଂସ ୩୩.୧ ଓଭରରେ ମାତ୍ର ୯୧ ରନରେ ସୀମିତ ରହିଥିଲା। ଦୀନେଶ କୁମାର ମାଝି ସର୍ବାଧିକ ୩୮ ରନ କରିଥିଲେ। ବିପକ୍ଷ ବୋଲରଙ୍କ ମଧ୍ୟରେ ହରଜିତ ସିଂ ୫ ଉଇକେଟ ସଫଳତା ପାଇଥିବାବେଳେ ରାକେଶ କିଶନ ଓ ଅଭିଷେକ ମହାରଣା ୨ଟି ଲେଖାଏ ଉଇକେଟ ପାଇଥିଲେ। ଜବାବରେ ବରଗଡ଼ ୧୬.୩ ଓଭରରେ ମାତ୍ର ୨ ଉଇକେଟ ହରାଇ ୯୪ ରନ ସଂଗ୍ରହ କରି ନେଇଥିଲା। ଅଧିନାୟକ ଆର୍ଯ୍ୟମନ ମିଶ୍ର ୪୯ ବଲ୍‌ରୁ ୯ ଚୌକା ସହାୟତାରେ ୫୮ ରନରେ ଅପରାଜିତ ରହି ଦଳକୁ ସହଜ ବିଜୟ ଦେଇଥିଲେ। ବିଓଏସ୍‌ଇ ପଡ଼ିଆରେ ଭୁବନେଶ୍ୱର-ବି ୧୮୧ ରନରେ କୋରାପୁଟକୁ ହରାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭୁବନେଶ୍ୱର ଦଳ ୫୦ ଓଭରରେ ୮ ଉଇକେଟ ହରାଇ ୨୫୬ ରନ କରିଥିଲା। ପଙ୍କଜ ସାହୁ ସର୍ବାଧିକ ୬୦ ଓ ଅନିଶ ରାଉତ ୪୭ ରନ କରିଥିଲେ। ପ୍ରତିପକ୍ଷ ଦଳର ନିରଞ୍ଜନ ଗୌଡ଼, ଓ୍ବାଇ.ଯୁବରାଜ ଓ ଆରାସାଦା କିରନ ୨ଟି ଲେଖାଏ ଉଇକେଟ ନେଇଥିଲେ। ୨୫୭ ରନ ବିଜୟ ଲକ୍ଷ୍ୟରେ କୋରାପୁଟ ୨୫ ଓଭରରେ ୭୫ ରନ କରି ଅଲ୍‌ଆଉଟ ହୋଇ ଯାଇଥିଲା। ବିଜୟୀ ଦଳର ବୋଲରଙ୍କ ମଧ୍ୟରେ ସୁଶୀଲ ବାରିକ ୪ଟି, ବିକାଶ ନାୟକ ୩ଟି ଓ ଦେବାଶିଷ ନାୟକ ଗୋଟିଏ ଉଇକେଟ ନେଇଥିଲେ। ବିଡ଼ାନାସୀ ଗ୍ରାଉଣ୍ଡରେ ବାଲେଶ୍ୱର ୬ ଉଇକେଟରେ ଜଗତ୍‌ସିଂହପୁରକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜଗତ୍‌ସିଂହପୁର ୨୮.୩ ଓଭରରେ ୧୩୨ ରନକରି ଅଲଆଉଟ ହୋଇଥିଲା। ଅଧିନାୟକ ଓଁକାର ମହାନ୍ତି ୨୮ ରନ କରିଥିବାବେଳେ ପ୍ରତିପକ୍ଷ ବୋଲର ସର୍ବାଧିକ ୩୦ ରନ ଅତିରିକ୍ତ ଭାବେ ବ୍ୟୟ କରିଥିଲେ। ରାଜୀବ ସାହୁ ଓ ଶୁଭ ବାରିକ ୪ଟି ଲେଖାଏ ଏବଂ ସେକ୍‌ ଅସଲାମ ୨ଟି ଉଇକେଟ ନେଇଥିଲେ। ବାଲେଶ୍ୱର ୧୫.୫ ଓଭରରେ ୪ ଉଇକେଟ ହରାଇ ୧୩୬ ରନ ସଂଗ୍ରହ କରି ନେଇଥିଲା। ରାଜୀବ ସାହୁ (୬୩ ରନ, ୪୩ ବଲ, ୧୦ ଚୌକା, ୧ ଛକା) ଓ ସୁମନ ଓଝା ୫୭*ରନ, ୭ ଚୌକା, ୨ ଛକା) ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri