Posted inଖେଳ

ଓସିଏ ଆନ୍ତଃଜିଲା ୧୯ ବର୍ଷରୁ କମ୍‌ କ୍ରିକେଟ : ଭୁବନେଶ୍ୱର ‘ବି’ ୧୮୧ ରନରେ ବିଜୟୀ

ଭୁବନେଶ୍ୱର, ୨୬।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକରେ ଚାଲିଥିବା ୧୯ ବର୍ଷରୁ କମ୍‌ ଆନ୍ତଃଜିଲା ଏକଦିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ଅନୁଷ୍ଠିତ ମ୍ୟାଚରେ ଯାଜପୁର, ଭଦ୍ରକ, ପୁରୀ, ବରଗଡ଼, ଭୁବନେଶ୍ୱର ଓ ବାଲେଶ୍ୱର ଦଳ ବିଜୟ ହାସଲ କରିଛନ୍ତି।


ରେଭେନ୍‌ଶା ଗ୍ରାଉଣ୍ଡ-୨ରେ ଅନୁଷ୍ଠିତ ମ୍ୟାଚରେ ଯାଜପୁର ୧୭୭ ରନରେ ନବରଙ୍ଗପୁରକୁ ହରାଇ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଯାଜପୁର ୪୮ ଓଭରରେ ୨୮୦ ରନରେ ଅଲ୍‌ଆଉଟ ହୋଇଥିଲା। ଶତକ ହାସଲକାରୀ ମହମ୍ମଦ ସୋହେଲ (୧୨୪ ରନ, ୧୨୭ ବଲ, ୧୩ ଚୌକା, ୧ ଛକା) ଟପ୍‌ ସ୍କୋରର ହୋଇଥିବାବେଳେ ସୟଦ ୩୧ ରନ କରିଥିଲେ। ଅତିରିକ୍ତ ଭାବେ ପ୍ରତିପକ୍ଷ ବୋଲର ୩୯ ରନ ବ୍ୟୟ କରିଥିଲେ। ସେମାନଙ୍କ ମଧ୍ୟରୁ ଅମୃତ ମହାପାତ୍ର ୪ଟି ଏବଂ ଦୀନେଶ ଶ୍ରୀବାତ୍ସବ ୩ଟି ଉଇକେଟ ନେଇଥିଲେ। ୨୮୧ ରନ ବିଜୟ ଲକ୍ଷ୍ୟରେ ନବରଙ୍ଗପୁର ୨୩.୩ ଓଭରରେ ୧୦୩ ରନକରି ଅଲଆଉଟ ହୋଇଯାଇଥିଲା। ଦୀନେଶ ସର୍ବାଧିକ ୨୫ ରନ କରିଥିଲେ। ବିଜୟୀ ଦଳର ବୋଲରଙ୍କ ମଧ୍ୟରେ ସୁନୀଲ ବେହେରା ୩୭ ରନ ବିନିମୟରେ ୫ ଉଇକେଟ ସଫଳତା ପାଇଥିବାବେଳେ ବିଭୂତି ଚମତ୍କାର ବୋଲିଂ କରି ୫ ଓଭରରେ ୨ ମେଡେନ ନେଇ ମାତ୍ର ୧୨ ରନ ଦେଇ ୩ଟି ଉଇକେଟ ଅକ୍ତିଆର କରିଥିଲେ। ନିମପୁର ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ ଭଦ୍ରକ ୭ ଉଇକେଟରେ ଗଜପତିକୁ ହରାଇ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଗଜପତି ୪୩ ଓଭରରେ ୧୩୬ ରନକରି ଅଲଆଉଟ ହୋଇଥିଲା। ଆଲୋକ ମହାପାତ୍ର ୩୫ ରନ କରିଥିବାବେଳେ ବିପକ୍ଷ ଦଳର ବୋଲରମାନେ ସର୍ବାଧିକ ୩୬ ରନ ଅତିରିକ୍ତଭାବେ ବ୍ୟୟ କରିଥିଲେ। ମୀର କାଫିରୁଦ୍ଦିନ ୩ଟି ଓ କୁମାର କେ. ସାହୁ ୨ଟି ଉଇକେଟ ନେଇଥିଲେ। ୧୩୭ ରନ ବିଜୟ ଲକ୍ଷ୍ୟକୁ ଭଦ୍ରକ ୨୩ ଓଭରରେ ମାତ୍ର ୩ ଉଇକେଟ ହରାଇ ହାସଲ କରି ନେଇଥିଲା। ଅଧିନାୟକ ସୂର୍ଯ୍ୟ ମହାପାତ୍ର ୫୬(୪୯ ବଲ, ୭ ଚୌକା, ୧ ଛକା) ରନ କରି ଆଉଟ ହୋଇଥିବାବେଳେ ଆକାଶ ମହାପାତ୍ର ୫୩ ରନରେ ଅପରାଜିତ ରହିଥିଲେ। ରେଭେନ୍‌ଶା-୧ ଗ୍ରାଉଣ୍ଡରେ ପୁରୀ ୭୪ ରନରେ କନ୍ଧମାଳକୁ ହରାଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପୁରୀ ୪୪.୫ ଓଭରରେ ୨୦୬ ରନରେ ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ନିଶାନ୍ତ ନାୟକ ସର୍ବାଧିକ ୫୨(୫୨ ବଲ, ୯ ଚୌକା), ପ୍ରୀତିଶ ଜେନା ୩୫ ଓ ରାଜେଶ ବେହେରା ୩୧ ରନ କରିଥିଲେ। ବିପକ୍ଷ ବୋଲର ଅତିରିକ୍ତ ୩୯ ରନ ବ୍ୟୟ କରିଥିଲେ। ତେବେ ଯୋସେଫ ବେହେରା ୪ଟି ଏବଂ ଶୁଭାଶିଷ ପାଲୋ ୩ଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ। ଜବାବରେ କନ୍ଧମାଳ ୪୭.୨ ଓଭରରେ ମାତ୍ର ୧୩୨ ରନରେ ଅଲଆଉଟ ହୋଇ ଯାଇଥିଲା। ବିକାଶ ଗଣ୍ଡ ସର୍ବାଧିକ ୩୯ ରନ କରିଥିଲେ। ବିପକ୍ଷ ଦଳର ଅଭୟ ପଟ୍ଟନାୟକ ଓ ସୁମିତ ସାହୁ ୩ଟି ଲେଖାଏ ଏବଂ ନିଶାନ ଦାସ ୨ଟି ଉଇକେଟ ନେଇଥିଲେ।
ଡ୍ରିମ୍ସ ଗ୍ରାଉଣ୍ଡରେ ଆୟୋଜିତ ମ୍ୟାଚରେ ବରଗଡ଼ ୮ ଉଇକେଟରେ କଳାହାଣ୍ଡିକୁ ହରାଇଛି। କଳାହାଣ୍ଡି ଇନିଂସ ୩୩.୧ ଓଭରରେ ମାତ୍ର ୯୧ ରନରେ ସୀମିତ ରହିଥିଲା। ଦୀନେଶ କୁମାର ମାଝି ସର୍ବାଧିକ ୩୮ ରନ କରିଥିଲେ। ବିପକ୍ଷ ବୋଲରଙ୍କ ମଧ୍ୟରେ ହରଜିତ ସିଂ ୫ ଉଇକେଟ ସଫଳତା ପାଇଥିବାବେଳେ ରାକେଶ କିଶନ ଓ ଅଭିଷେକ ମହାରଣା ୨ଟି ଲେଖାଏ ଉଇକେଟ ପାଇଥିଲେ। ଜବାବରେ ବରଗଡ଼ ୧୬.୩ ଓଭରରେ ମାତ୍ର ୨ ଉଇକେଟ ହରାଇ ୯୪ ରନ ସଂଗ୍ରହ କରି ନେଇଥିଲା। ଅଧିନାୟକ ଆର୍ଯ୍ୟମନ ମିଶ୍ର ୪୯ ବଲ୍‌ରୁ ୯ ଚୌକା ସହାୟତାରେ ୫୮ ରନରେ ଅପରାଜିତ ରହି ଦଳକୁ ସହଜ ବିଜୟ ଦେଇଥିଲେ। ବିଓଏସ୍‌ଇ ପଡ଼ିଆରେ ଭୁବନେଶ୍ୱର-ବି ୧୮୧ ରନରେ କୋରାପୁଟକୁ ହରାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭୁବନେଶ୍ୱର ଦଳ ୫୦ ଓଭରରେ ୮ ଉଇକେଟ ହରାଇ ୨୫୬ ରନ କରିଥିଲା। ପଙ୍କଜ ସାହୁ ସର୍ବାଧିକ ୬୦ ଓ ଅନିଶ ରାଉତ ୪୭ ରନ କରିଥିଲେ। ପ୍ରତିପକ୍ଷ ଦଳର ନିରଞ୍ଜନ ଗୌଡ଼, ଓ୍ବାଇ.ଯୁବରାଜ ଓ ଆରାସାଦା କିରନ ୨ଟି ଲେଖାଏ ଉଇକେଟ ନେଇଥିଲେ। ୨୫୭ ରନ ବିଜୟ ଲକ୍ଷ୍ୟରେ କୋରାପୁଟ ୨୫ ଓଭରରେ ୭୫ ରନ କରି ଅଲ୍‌ଆଉଟ ହୋଇ ଯାଇଥିଲା। ବିଜୟୀ ଦଳର ବୋଲରଙ୍କ ମଧ୍ୟରେ ସୁଶୀଲ ବାରିକ ୪ଟି, ବିକାଶ ନାୟକ ୩ଟି ଓ ଦେବାଶିଷ ନାୟକ ଗୋଟିଏ ଉଇକେଟ ନେଇଥିଲେ। ବିଡ଼ାନାସୀ ଗ୍ରାଉଣ୍ଡରେ ବାଲେଶ୍ୱର ୬ ଉଇକେଟରେ ଜଗତ୍‌ସିଂହପୁରକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଜଗତ୍‌ସିଂହପୁର ୨୮.୩ ଓଭରରେ ୧୩୨ ରନକରି ଅଲଆଉଟ ହୋଇଥିଲା। ଅଧିନାୟକ ଓଁକାର ମହାନ୍ତି ୨୮ ରନ କରିଥିବାବେଳେ ପ୍ରତିପକ୍ଷ ବୋଲର ସର୍ବାଧିକ ୩୦ ରନ ଅତିରିକ୍ତ ଭାବେ ବ୍ୟୟ କରିଥିଲେ। ରାଜୀବ ସାହୁ ଓ ଶୁଭ ବାରିକ ୪ଟି ଲେଖାଏ ଏବଂ ସେକ୍‌ ଅସଲାମ ୨ଟି ଉଇକେଟ ନେଇଥିଲେ। ବାଲେଶ୍ୱର ୧୫.୫ ଓଭରରେ ୪ ଉଇକେଟ ହରାଇ ୧୩୬ ରନ ସଂଗ୍ରହ କରି ନେଇଥିଲା। ରାଜୀବ ସାହୁ (୬୩ ରନ, ୪୩ ବଲ, ୧୦ ଚୌକା, ୧ ଛକା) ଓ ସୁମନ ଓଝା ୫୭*ରନ, ୭ ଚୌକା, ୨ ଛକା) ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri