Posted inଖେଳ

ଓସିଏ ଆନ୍ତଃଜିଲା ସିନିୟର ଟି୨୦ ଲିଗ୍‌ କ୍ରିକେଟ: କଟକ-ଏ, ଭଦ୍ରକ, ସୁନ୍ଦରଗଡ଼ ୧୦ ଉଇକେଟରେ ବିଜୟୀ

*ଇକୋର୍ସା, ଖୋର୍ଦ୍ଧାର ବୃହତ୍‌ ବିଜୟ
* ଜୟନ୍ତ ବେହେରାଙ୍କୁ ୬ ଉଇକେଟ ସଫଳତା

ଭୁବନେଶ୍ୱର, ୧୭।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ରେ ବୁଧବାର ମଧ୍ୟ ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏହା ମଧ୍ୟରେ କଟକ-ଏ, ଭଦ୍ରକ, ସୁନ୍ଦରଗଡ଼ ୧୦ ଉଇକେଟରେ ବିଜୟୀ ହୋଇଛନ୍ତି। ସେହିପରି ଇକୋର୍ସା ୧୪୫ ରନରେ ରାୟଗଡ଼ାକୁ ଏବଂ ଖୋର୍ଦ୍ଧା ୧୬୦ ରନରେ କଳାହାଣ୍ଡିକୁ ହରାଇ ବୃହତ୍‌ ବିଜୟ ହାସଲ କରିଛନ୍ତି।
ନିମପୁର ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ କଟକ-ଏ ୧୦ ଉଇକେଟରେ ଜଗତସିଂହପୁରକୁ ପରାସ୍ତ କରିଛି। ଜଗତସିଂହପୁରର ଶାମସୁଲ ଖାଁ ୫୯ ଓ କଟକ-ଏର ରାଜେଶ ଧୂପର ୬୩* ରନ ସ୍କୋର କରିଥିଲେ। ଏଠାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ବାଲେଶ୍ୱର ୨୪ ରନରେ ରାଉରକେଲାକୁ ହରାଇଛି। ବିଜୟୀ ଦଳର ନିର୍ବିଶଙ୍କର ବାରିକ ସର୍ବାଧିକ ୫୪ ରନ କରିଥିଲେ। ଡ୍ରିମ୍ସ ଗ୍ରାଉଣ୍ଡ ମ୍ୟାଚରେ କେନ୍ଦୁଝର ୫୯ ରନରେ ମାଲକାନଗିରିକୁ ଏବଂ ଭଦ୍ରକ ୧୦ ଉଇକେଟରେ ଗଜପତିକୁ ହରାଇ ଦେଇଛି। ମାଲକାନଗିରିର କେ. ସନ୍ଦୀପ ୫୧ ରନ କରିଥିଲେ। ବାରବାଟୀ ଷ୍ଟାଡିୟମରେ ଆୟୋଜିତ ମ୍ୟାଚରେ ନୟାଗଡ଼ ୭ ରନରେ ସୋନପୁରକୁ ଏବଂ ଯାଜପୁର ୪୪ ରନରେ ମୟୂରଭଞ୍ଜକୁ ହରାଇ ଦେଇଛି। ଯାଜପୁରର ନିଶିକାନ୍ତ ରାଉତ ୭୯ ରନ ସ୍କୋର କରିଥିଲେ। ବିକାଶ ଗ୍ରାଉଣ୍ଡ ମ୍ୟାଚରେ ଭୁବନେଶ୍ୱର-ଏ ୩ ଉଇକେଟରେ ସମ୍ବଲପୁରକୁ ଏବଂ ଭୁବନେଶ୍ୱର-ବି ୨୬ ରନରେ ବଲାଙ୍ଗୀରକୁ ପରାସ୍ତ କରିଛି। ସେଞ୍ଚୁରିଅନ ପଡ଼ିଆରେ ଅନୁଷ୍ଠିତ ୨ ମ୍ୟାଚରେ ବୌଦ୍ଧ ୩୮ ରନରେ ପୁରୀକୁ ଏବଂ ଝାରସୁଗୁଡ଼ା ୯ ଉଇକେଟରେ କନ୍ଧମାଳକୁ ପରାସ୍ତ କରିଛି।
ରେଭେନ୍ସା ଗ୍ରାଉଣ୍ଡ ମ୍ୟାଚରେ ସୁନ୍ଦରଗଡ଼ ୧୦ ଉଇକେଟରେ କିଟ୍‌କୁ ଏବଂ ବରଗଡ଼ ୯ ଉଇକେଟରେ ନୂଆପଡ଼ାକୁ ହରାଇ ଦେଇଛି। ସୁନ୍ଦରଗଡ଼ ପକ୍ଷରୁ ଅଙ୍କିତ ସିଂ ୭୦*, ଆଶିଷ ପରିଜା ୫୪* ଏବଂ ବରଗଡ଼ର ରୂପକ ପ୍ରଧାନ ୫୭ ରନ ସ୍କୋର କରିଥିଲେ। କିଟ୍‌ ପଡ଼ିଆରେ ଅନୁଷ୍ଠିତ ମ୍ୟାଚଦ୍ୱୟରେ ଯଥାକ୍ରମେ ଇକୋର୍ସା ୧୪୫ ରନରେ ରାୟଗଡ଼ାକୁ ଏବଂ ଢେଙ୍କାନାଳ ୬୫ ରନରେ ଦେବଗଡ଼କୁ ପରାସ୍ତ କରିଛି। ଅଭିଷେକ ଯାଦବଙ୍କ ୮୮ ଓ ଅଙ୍କିତ ଯାଦବଙ୍କ ୭୦ ରନ ସହାୟତାରେ ଇକୋର୍ସା ୬ ଉଇକେଟ ହରାଇ ୨୧୨ ରନ କରିଥିବାବେଳେ ରାୟଗଡ଼ା ୬୭ ରନରେ ଅଲଆଉଟ ହୋଇ ଯାଇଥିଲା। ଇକୋର୍ସାର ଜୟନ୍ତ ବେହେରା ୧୩ ରନ ବିନିମୟରେ ୬ ଉଇକେଟ ସଫଳତା ପାଇଥିଲେ। ଦ୍ୱିତୀୟ ମ୍ୟାଚରେ ଢେଙ୍କାନାଳର ବିକାଶ ରାଉତ ୫୦ ରନରେ ଅପରାଜିତ ରହିଥିଲେ। ଟାଉନ୍‌ କ୍ଲବ ପଡ଼ିଆରେ ଖୋର୍ଦ୍ଧା ୧୬୦ ରନରେ କଳାହାଣ୍ଡିକୁ ହରାଇଛି। ରାକେଶ ପଟ୍ଟନାୟକଙ୍କ ୯୬, ସିଦ୍ଧାନ୍ତ ଜେନାଙ୍କ ୮୪ ଓ ଇନ୍ଦୁରୁ ଗିରିଙ୍କ ୫୦ ରନ ସହାୟତାରେ ଖୋର୍ଦ୍ଧା ୫ ଉଇକେଟ ହରାଇ ୨୯୧ ରନ କରିଥିଲା। ଜବାବରେ କଳାହାଣ୍ଡି ୮ ଉଇକେଟ ହରାଇ ୧୩୧ ରନ କରିବାକୁ ସମର୍ଥ ହୋଇଥିଲା। ଏଠାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ କଟକ-ବି ୧୮ ରନରେ ନବରଙ୍ଗପୁରକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଅବିନାଶ ନାୟକ ୬୫* ଏବଂ ନବରଙ୍ଗପୁରର ସୁକେଶ ହୀରା ୬୭ ରନ ସ୍କୋର କରିଥିଲେ। ବିଡାନାସୀ ପଡ଼ିଆ ମ୍ୟାଚରେ ଯଥାକ୍ରମେ ଗଞ୍ଜାମ ୭୩ ରନରେ କୋରାପୁଟକୁ ଏବଂ କେନ୍ଦ୍ରାପଡ଼ା ୮ ଉଇକେଟରେ ପାରାଦୀପକୁ ହରାଇ ଦେଇଛି। ଅଜୟ ଗୌରଙ୍କ ୮୯ ଓ ଈଶ୍ୱର ପ୍ରସାଦଙ୍କ ୬୯* ରନ ବଳରେ ଗଞ୍ଜାମ ୩ ଉଇକେଟ ହରାଇ ୨୦୧ ରନ କରିଥିଲା। ଜବାବରେ କୋରାପୁଟ ୭ ଉଇକେଟ ହରାଇ ୧୨୮ ରନରେ ସୀମିତ ରହିଥିଲା। ଦଳ ପକ୍ଷରୁ ଜି.ସି. ଶେଖର ସର୍ବାଧିକ ୫୫ ରନ କରିଥିଲେ। ଦ୍ୱିତୀୟ ମ୍ୟାଚରେ ପାରାଦୀପ ପକ୍ଷରୁ ଇଲୁ ଗୋଚ୍ଛାୟତ ୭୬ ଏବଂ କେନ୍ଦ୍ରାପଡ଼ାର ବିଶ୍ୱଭୂଷଣ ବିହାରୀ ୫୫* ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ବାମଣ୍ଡା କପ୍‌ କ୍ରିକେଟ: ଫାଇନାଲରେ ୟୁନିୟନ ସ୍ପୋର୍ଟିଂ କଟକ

ଦେବଗଡ଼, ୨୭ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଇନ୍ଦିରାଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୫ତମ ବାମଣ୍ଡା କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ ଅରୁଣୋଦୟ ରାଞ୍ଚି...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

T20 World Cup 2026 ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ସତର୍କ ଘଣ୍ଟି, ଷ୍ଟାର ଖେଳାଳି ଆହତ

ନୂଆଦିଲ୍ଲୀ,୨୭।୧୨: ୨୦୨୬ ଟି-୨୦ ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ମିଳିତ ଭାବରେ ଆୟୋଜନ କରିବାକୁ ସ୍ଥିର ହୋଇଛି ଏବଂ ଆଇସିସି ଏହାର କାର୍ଯ୍ୟସୂଚୀ ପ୍ରକାଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri