Posted inଖେଳ

ଓସିଏ ଆନ୍ତଃଜିଲା ସିନିୟର ଟି୨୦ ଲିଗ୍‌ କ୍ରିକେଟ: କଟକ-ଏ, ଭଦ୍ରକ, ସୁନ୍ଦରଗଡ଼ ୧୦ ଉଇକେଟରେ ବିଜୟୀ

*ଇକୋର୍ସା, ଖୋର୍ଦ୍ଧାର ବୃହତ୍‌ ବିଜୟ
* ଜୟନ୍ତ ବେହେରାଙ୍କୁ ୬ ଉଇକେଟ ସଫଳତା

ଭୁବନେଶ୍ୱର, ୧୭।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଭୁବନେଶ୍ୱର ଓ କଟକର ୯ଟି ଭେନ୍ୟୁରେ ଚାଲିଥିବା ଆନ୍ତଃଜିଲା ସିନିୟର ପୁରୁଷ ଟି୨୦ କ୍ରିକେଟ ଲିଗ୍‌ରେ ବୁଧବାର ମଧ୍ୟ ୧୮ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏହା ମଧ୍ୟରେ କଟକ-ଏ, ଭଦ୍ରକ, ସୁନ୍ଦରଗଡ଼ ୧୦ ଉଇକେଟରେ ବିଜୟୀ ହୋଇଛନ୍ତି। ସେହିପରି ଇକୋର୍ସା ୧୪୫ ରନରେ ରାୟଗଡ଼ାକୁ ଏବଂ ଖୋର୍ଦ୍ଧା ୧୬୦ ରନରେ କଳାହାଣ୍ଡିକୁ ହରାଇ ବୃହତ୍‌ ବିଜୟ ହାସଲ କରିଛନ୍ତି।
ନିମପୁର ପଡ଼ିଆରେ ଅନୁଷ୍ଠିତ ମ୍ୟାଚରେ କଟକ-ଏ ୧୦ ଉଇକେଟରେ ଜଗତସିଂହପୁରକୁ ପରାସ୍ତ କରିଛି। ଜଗତସିଂହପୁରର ଶାମସୁଲ ଖାଁ ୫୯ ଓ କଟକ-ଏର ରାଜେଶ ଧୂପର ୬୩* ରନ ସ୍କୋର କରିଥିଲେ। ଏଠାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ ବାଲେଶ୍ୱର ୨୪ ରନରେ ରାଉରକେଲାକୁ ହରାଇଛି। ବିଜୟୀ ଦଳର ନିର୍ବିଶଙ୍କର ବାରିକ ସର୍ବାଧିକ ୫୪ ରନ କରିଥିଲେ। ଡ୍ରିମ୍ସ ଗ୍ରାଉଣ୍ଡ ମ୍ୟାଚରେ କେନ୍ଦୁଝର ୫୯ ରନରେ ମାଲକାନଗିରିକୁ ଏବଂ ଭଦ୍ରକ ୧୦ ଉଇକେଟରେ ଗଜପତିକୁ ହରାଇ ଦେଇଛି। ମାଲକାନଗିରିର କେ. ସନ୍ଦୀପ ୫୧ ରନ କରିଥିଲେ। ବାରବାଟୀ ଷ୍ଟାଡିୟମରେ ଆୟୋଜିତ ମ୍ୟାଚରେ ନୟାଗଡ଼ ୭ ରନରେ ସୋନପୁରକୁ ଏବଂ ଯାଜପୁର ୪୪ ରନରେ ମୟୂରଭଞ୍ଜକୁ ହରାଇ ଦେଇଛି। ଯାଜପୁରର ନିଶିକାନ୍ତ ରାଉତ ୭୯ ରନ ସ୍କୋର କରିଥିଲେ। ବିକାଶ ଗ୍ରାଉଣ୍ଡ ମ୍ୟାଚରେ ଭୁବନେଶ୍ୱର-ଏ ୩ ଉଇକେଟରେ ସମ୍ବଲପୁରକୁ ଏବଂ ଭୁବନେଶ୍ୱର-ବି ୨୬ ରନରେ ବଲାଙ୍ଗୀରକୁ ପରାସ୍ତ କରିଛି। ସେଞ୍ଚୁରିଅନ ପଡ଼ିଆରେ ଅନୁଷ୍ଠିତ ୨ ମ୍ୟାଚରେ ବୌଦ୍ଧ ୩୮ ରନରେ ପୁରୀକୁ ଏବଂ ଝାରସୁଗୁଡ଼ା ୯ ଉଇକେଟରେ କନ୍ଧମାଳକୁ ପରାସ୍ତ କରିଛି।
ରେଭେନ୍ସା ଗ୍ରାଉଣ୍ଡ ମ୍ୟାଚରେ ସୁନ୍ଦରଗଡ଼ ୧୦ ଉଇକେଟରେ କିଟ୍‌କୁ ଏବଂ ବରଗଡ଼ ୯ ଉଇକେଟରେ ନୂଆପଡ଼ାକୁ ହରାଇ ଦେଇଛି। ସୁନ୍ଦରଗଡ଼ ପକ୍ଷରୁ ଅଙ୍କିତ ସିଂ ୭୦*, ଆଶିଷ ପରିଜା ୫୪* ଏବଂ ବରଗଡ଼ର ରୂପକ ପ୍ରଧାନ ୫୭ ରନ ସ୍କୋର କରିଥିଲେ। କିଟ୍‌ ପଡ଼ିଆରେ ଅନୁଷ୍ଠିତ ମ୍ୟାଚଦ୍ୱୟରେ ଯଥାକ୍ରମେ ଇକୋର୍ସା ୧୪୫ ରନରେ ରାୟଗଡ଼ାକୁ ଏବଂ ଢେଙ୍କାନାଳ ୬୫ ରନରେ ଦେବଗଡ଼କୁ ପରାସ୍ତ କରିଛି। ଅଭିଷେକ ଯାଦବଙ୍କ ୮୮ ଓ ଅଙ୍କିତ ଯାଦବଙ୍କ ୭୦ ରନ ସହାୟତାରେ ଇକୋର୍ସା ୬ ଉଇକେଟ ହରାଇ ୨୧୨ ରନ କରିଥିବାବେଳେ ରାୟଗଡ଼ା ୬୭ ରନରେ ଅଲଆଉଟ ହୋଇ ଯାଇଥିଲା। ଇକୋର୍ସାର ଜୟନ୍ତ ବେହେରା ୧୩ ରନ ବିନିମୟରେ ୬ ଉଇକେଟ ସଫଳତା ପାଇଥିଲେ। ଦ୍ୱିତୀୟ ମ୍ୟାଚରେ ଢେଙ୍କାନାଳର ବିକାଶ ରାଉତ ୫୦ ରନରେ ଅପରାଜିତ ରହିଥିଲେ। ଟାଉନ୍‌ କ୍ଲବ ପଡ଼ିଆରେ ଖୋର୍ଦ୍ଧା ୧୬୦ ରନରେ କଳାହାଣ୍ଡିକୁ ହରାଇଛି। ରାକେଶ ପଟ୍ଟନାୟକଙ୍କ ୯୬, ସିଦ୍ଧାନ୍ତ ଜେନାଙ୍କ ୮୪ ଓ ଇନ୍ଦୁରୁ ଗିରିଙ୍କ ୫୦ ରନ ସହାୟତାରେ ଖୋର୍ଦ୍ଧା ୫ ଉଇକେଟ ହରାଇ ୨୯୧ ରନ କରିଥିଲା। ଜବାବରେ କଳାହାଣ୍ଡି ୮ ଉଇକେଟ ହରାଇ ୧୩୧ ରନ କରିବାକୁ ସମର୍ଥ ହୋଇଥିଲା। ଏଠାରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚରେ କଟକ-ବି ୧୮ ରନରେ ନବରଙ୍ଗପୁରକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଅବିନାଶ ନାୟକ ୬୫* ଏବଂ ନବରଙ୍ଗପୁରର ସୁକେଶ ହୀରା ୬୭ ରନ ସ୍କୋର କରିଥିଲେ। ବିଡାନାସୀ ପଡ଼ିଆ ମ୍ୟାଚରେ ଯଥାକ୍ରମେ ଗଞ୍ଜାମ ୭୩ ରନରେ କୋରାପୁଟକୁ ଏବଂ କେନ୍ଦ୍ରାପଡ଼ା ୮ ଉଇକେଟରେ ପାରାଦୀପକୁ ହରାଇ ଦେଇଛି। ଅଜୟ ଗୌରଙ୍କ ୮୯ ଓ ଈଶ୍ୱର ପ୍ରସାଦଙ୍କ ୬୯* ରନ ବଳରେ ଗଞ୍ଜାମ ୩ ଉଇକେଟ ହରାଇ ୨୦୧ ରନ କରିଥିଲା। ଜବାବରେ କୋରାପୁଟ ୭ ଉଇକେଟ ହରାଇ ୧୨୮ ରନରେ ସୀମିତ ରହିଥିଲା। ଦଳ ପକ୍ଷରୁ ଜି.ସି. ଶେଖର ସର୍ବାଧିକ ୫୫ ରନ କରିଥିଲେ। ଦ୍ୱିତୀୟ ମ୍ୟାଚରେ ପାରାଦୀପ ପକ୍ଷରୁ ଇଲୁ ଗୋଚ୍ଛାୟତ ୭୬ ଏବଂ କେନ୍ଦ୍ରାପଡ଼ାର ବିଶ୍ୱଭୂଷଣ ବିହାରୀ ୫୫* ରନ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri