Posted inଖେଳ

ଓସିଏ ଆନ୍ତଃ ଜିଲା ସିନିୟର ଟି୨୦: ସୁପର ଲିଗ୍‌ରେ କଟକ- ବି, ସୁକେଶଙ୍କ ଶତକ

ଭୁବନେଶ୍ୱର,୨୦।୧୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି ୨୦ କ୍ରିକେଟ ଲିଗ୍‌ରେ ଶନିବାର ୬ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ନବରଙ୍ଗପୁର, ପାରାଦୀପ, ଢେଙ୍କାନାଳ, କଟକ-ବି, କେନ୍ଦ୍ରାପଡା ବିଜୟୀ ହୋଇଛନ୍ତି। କଟକ- ବି ଦୁଇଟି ମ୍ୟାଚ ଖେଳି ବିଜୟୀ ହୋଇଛି ଓ ପ୍ରଦର୍ଶନ ଭିତ୍ତିରେ ସୁପରଲିଗ୍‌ ପାଇଁ ଯୋଗ୍ୟତା ହାସଲ କରିଛି। ଏଥିସହିତ ସୁପର ଲିଗ୍‌ର ରୂପରେଖ ସ୍ପଷ୍ଟ ହୋଇଛି ଓ ଏହାର ପୁନଃ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାଶିତ ହୋଇଛି।
ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚର ନବରଙ୍ଗପୁର ୪୨ ରନରେ ଅନୁଗୋଳକୁ ପରାସ୍ତ କରିଛି। ଟସ୍‌ ଜିତି ନବରଙ୍ଗପୁର ପ୍ରଥମେ ବ୍ୟାଟିଂ କରି ୩ ଉଇକେଟ ହରାଇ ୨୨୧ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ସୁକେଶ କେ. ହୀରା ୧୩୦ ରନର ଶତକୀୟ ପାଳି ଖେଳିଥିଲେ। ସେହିପରି ପୂର୍ଣ୍ଣଚନ୍ଦ୍ର ମାଝି ୬୪ ରନ କରିଥିଲେ। ଜବାବରେ ଅନୁଗୋଳ ୬ ଉଇକେଟ ହରାଇ ୧୭୯ ରନରେ ସୀମିତ ରହି ପରାସ୍ତ ହୋଇଥିଲା।
ବାରବାଟୀରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ପାରାଦୀପ ୭ ଉଇକେଟରେ ଦେବଗଡ଼କୁ ପରାସ୍ତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରି ଦେବଗଡ଼ ୧୮.୫ ଓଭରରେ ୯୪ ରନକରି ଅଲଆଉଟ ହୋଇଥିଲା। ଜବାବରେ ପାରଦୀପ ୩ ଉଇକେଟ ହରାଇ ୯୫ ରନକରି ବିଜୟୀ ହୋଇଥିଲା। ଏହି ମ୍ୟାଚରେ ଅତିଥି ଭାବେ ଓସିଏ ସଦସ୍ୟ ଉପେନ୍ଦ୍ର କୁମାର ବାରିକ ଉପସ୍ଥିତ ଥିଲେ।
ସେହିପରି ରେଭନ୍ସା ଗ୍ରାଉଣ୍ଡରେ ଢେଙ୍କାନାଳ ୭ ଉଇକେଟରେ ପାରାଦୀପକୁ ପରାସ୍ତ କରିଥିଲା। ଟସ୍‌ଜିତି ପ୍ରଥମେ ବ୍ୟାଟିଂ କରି ପାରାଦୀପ ୯ ଉଇକେଟ ହରାଇ ୧୦୧ ରନ ସଂଗ୍ରହ କରିଥିଲା। ଜବାବରେ ୧୨.୫ ଓଭରରେ ଢେଙ୍କାନାଳ ୩ ଉଇକେଟ ହରାଇ ୧୦୨ ରନକରି ବିଜୟୀ ହୋଇଥିଲା। ଢେଙ୍କାନାଳ ତରଫରୁ ଆରିଫ ବେଗ୍‌ ୫୭ ରନ କରିଥିଲେ।
ରେଭେନ୍ସା ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ କଟକ- ବି ୨୫ ରନରେ ଢେଙ୍କାନାଳକୁ ପରାସ୍ତ କରି ସୁପରଲିଗ୍‌ ପର୍ଯ୍ୟାୟକୁ ଉଠିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି କଟକ ୩ ଉଇକେଟ ହରାଇ ୧୬୦ ରନ ସଂଗ୍ରହ କରିଥିଲା। ଦଳ ତରଫରୁ ଅବିନାଶ ନାୟକ ୪୬, ଗିରିଜା ଶଙ୍କର ବାରିକ ଅପରାଜିତ ୩୪ ରନ ସଂଗ୍ରହ କରିଥିଲେ। ଜବାବରେ ଢେଙ୍କାନାଳ ୭ ଉଇକେଟ ହରାଇ ୧୩୫ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ରେ ଓସିଏ ସଦସ୍ୟ ଉପେନ୍ଦ୍ର କୁମାର ଦାଶ ଅତିଥି ଭାବେ ଉପସ୍ଥିତ ଥିଲେ।
ସେହିପରି ବିଡ଼ାନାସୀ ଗ୍ରାଉଣ୍ଡରେ କଟକ- ବି ତା’ର ଦ୍ୱିତୀୟ ମ୍ୟାଚରେ ୯ ଉଇକେଟରେ କେନ୍ଦ୍ରାପଡ଼ାକୁ ପରାସ୍ତ କରିଛି। ଟସ୍‌ ହାରି କେନ୍ଦ୍ରାପଡ଼ା ପ୍ରଥମେ ବ୍ୟାଟିଂ କରି ୧୭ ଓଭରରେ ୮୮ ରନକରି ଅଲଆଉଟ ହୋଇଥିଲା। ଜବାବରେ କଟକ ୧୧.୩ ଓଭରରେ ୯୨ ରନକରି ବିଜୟୀ ହୋଇଥିଲା। କଟକ ତରଫରୁ ଅବିନାଶ ନାୟକ ଅପରାଜିତ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।
ବିଡାନାସୀ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ କେନ୍ଦ୍ରାପଡା ୭ ଉଇକେଟରେ ଅନୁଗୋଳକୁ ହରାଇଛି। ଟସ୍‌ଜିତି ଅନୁଗୋଳ ପ୍ରଥମେ ବ୍ୟାଟିଂ କରି ୭ ଉଇକେଟ ହରାଇ ୧୪୩ ରନ କରିଥିଲା। ଜବାବରେ କେନ୍ଦ୍ରାପଡ଼ା ୧୯.୧ ଓଭରରେ ୩ ଉଇକେଟ ହରାଇ ୧୪୫ ରନକରି ବିଜୟୀ ହୋଇଥିଲା। ଏହି ମ୍ୟାଚରେ ଦେବାଶିଷ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ମଧ୍ୟରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଏହି ଷ୍ଟାର ବ୍ୟାଟସ୍‌ମ୍ୟାନ, ୩୭ ବର୍ଷ ବୟସରେ…

ନୂଆଦିଲ୍ଲୀ,୨।୪: କ୍ରିକେଟ ଜଗତ ବର୍ତ୍ତମାନ IPL ୨୦୨୬ ଉପରେ ଧ୍ୟାନ ଦେଇଛି। ଇଣ୍ଡିଆନ ପ୍ରିମିୟର ଲିଗ ୨୮ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ପ୍ରତିଦିନ ପ୍ରମୁଖ ମ୍ୟାଚ…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri