ପୋଲ ଆଗରେ ଜବରଦଖଲ, ଜଳ ନିଷ୍କାସନରେ ବାଧା

ବୋଲଗଡ଼,୧୨।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକର ବାଙ୍କୋଇ -ସାଗରଗୁଆ ପୂର୍ତ୍ତ ରାସ୍ତା ମଝିରେ ଥିବା ଏକ ପୋଲ ନିକଟରେ ଜଣେ ବ୍ୟକ୍ତି ଜବରଦଖଲ କରିଛନ୍ତି। ଜବରଦଖଲ ଜାଗାରେ ଉକ୍ତ ବ୍ୟକ୍ତି ଗୋଟିଏ ଘର ନିର୍ମାଣ କରିବା ଯୋଗୁ ଗହୀର ଜଳ ନିଷ୍କାସନ ନ ହୋଇ ଜମା ହୋଇରହୁଛି। ଏହାଦ୍ୱାରା ରାସ୍ତା ପାର୍ଶ୍ୱରେ ଥିବା ଚାଷୀଙ୍କ ଜମିକୁ ପାଣି ଯାଇପାରୁ ନ ଥିବାରୁ ଚାଷ କାର୍ଯ୍ୟ ହୋଇ ନ ପାରି ଧାନଫସଲ ବ୍ୟାପକ କ୍ଷତି ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ ଉତ୍ତ୍ୟକ୍ତ ହୋଇ ରବିବାର ଉକ୍ତ ରାସ୍ତାକୁ ଆସି ଅବରୋଧ କରିଥିଲେ। ଖବରପାଇ ତହସିଲଦାର ଘଟଣାସ୍ଥଳକୁ ଆସି ଚାଷୀମାନଙ୍କ ସହ ଆଲୋଚନା କରି ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।
ଅନୁଯାୟୀ, ବାଙ୍କୋଇ ରାଜସ୍ବ ସର୍କଲର ରାମଚନ୍ଦ୍ରପୁର ମୌଜାର ଚାଷଜମିର ଜଳ ନିଷ୍କାସନ ପାଇଁ ବାଙ୍କୋଇ -ସାଗରଗୁଆ ରାସ୍ତାରେ ଦୀର୍ଘ ବର୍ଷ ହେବ ୪ଟି ପୋଲ ନିର୍ମାଣ ହୋଇଥିଲା। ହେଲେ ଜଣେ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି କିଛିଦିନ ହେବ ଗୋଟିଏ ପୋଲକୁ ଅବରୋଧ କରି ଜଳ ନିଷ୍କାସନ ପଥ ସମ୍ମୁଖରେ ଘର ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଏହି କାର୍ଯ୍ୟ ପାଇଁ ଅନୁମତି ଅଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଯଦି ଅନୁମତି ମିଳିଥାଏ, ତେବେ ଉକ୍ତ ନିର୍ମାଣକୁ ତହସିଲ କର୍ମଚାରୀ କିଭଳି ମଞ୍ଜୁରୀ ଦେଇଛନ୍ତି ତାହା ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। କାରଣ ଏହି ନିର୍ମାଣ ଯୋଗୁ ବର୍ଷାଜଳ ନିଷ୍କାସନରେ ପ୍ରତିବନ୍ଧକ ସୃଷ୍ଟି ହେବା ସହ ଶତାଧିକ ଚାଷୀଙ୍କ ଜମିରୁ ଜଳ ନିଷ୍କାସନ ନ ହୋଇ ପାଣି ଜମି ରହୁଛି। ଫଳରେ ଧାନ ଫସଲ ନଷ୍ଟ ହେଉଥିବା ନେଇ ବାଙ୍କୋଇ ଗ୍ରାମର ଚାଷୀ ପ୍ରଦୀପ ପଟ୍ଟନାୟକ, ଡୁନା ପଟ୍ଟନାୟକ, କେଶବ ଫତେସିଂହ, ଜଟାଧାରୀ ଲେଙ୍କା ଓ ହାଡିବନ୍ଧୁ ପରିଡା ପ୍ରମୁଖ ଚାଷୀ କହିଛନ୍ତି। ତେଣୁ ଏହାର ପ୍ରତିବାଦରେ ରବିବାର ଶତାଧିକ ଚାଷୀ ସୁନାଖଳା-ଭାପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ତହସିଲଦାର ସନ୍ତୋଷିନୀ ଦାସ ପହଞ୍ଚତ୍ ଚାଷୀଙ୍କ ସହ କଥାହୋଇ ସୋମବାର ସେହି ପୋଲ ନିକଟରେ ତିଆରି ହେଉଥିବା ଘରର ସରଜମିନ ତଦନ୍ତ କରି ଯାହା କିଛି ନିଷ୍ପତ୍ତି ନେବେ ବୋଲି କହିବା ପରେ ରାସ୍ତା ଅବରୋଧ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri