ଗଣତନ୍ତ୍ରର ବାଧକ

ଅବାଧ ଓ ନିରପେକ୍ଷ ନିର୍ବାଚନ ଗଣତନ୍ତ୍ରର ମୁଖ୍ୟ ଆଧାର। ଆମେରିକାର ବିଶିଷ୍ଟ ରାଜନୀତି ବିଜ୍ଞାନୀ ରବର୍ଟ ଆଲାନ ଡାଲ୍‌ଙ୍କ ମତରେ ସର୍ବଦଳ ସ୍ବୀକୃତ ମୁକ୍ତ ଓ ବାଧ୍ୟବାଧକତା ଶୂନ୍ୟ ମତଦାନ ସହିତ ତ୍ରୁଟିରହିତ ମତଗଣନା ପ୍ରକ୍ରିୟା ହିଁ ଅବାଧ ଓ ନିରପେକ୍ଷ ନିର୍ବାଚନ। ଇଏ ହେଲା ପୋଥି ବାଇଗଣ କଥା। ମାତ୍ର ବାଡ଼ି ବାଇଗଣ କଥା ଭିନ୍ନ। ଆମ ଦେଶରେ ଏହା ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ପଞ୍ଚାୟତଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଅଦ୍ୟାବଧି ଯେତୋଟି ନିର୍ବାଚନ ହୋଇସାରିଲାଣି ସେଗୁଡ଼ିକ ମଧ୍ୟରୁ କେଉଁଟି ‘ଅବାଧ ଓ ନିରପେକ୍ଷ’ ତାହା ନିର୍ଣ୍ଣୟ କରିବା କଷ୍ଟକର। କାରଣ ଜାତିକୁ ନେଇ, ଧର୍ମକୁ ନେଇ, ସମ୍ପ୍ରଦାୟକୁ ନେଇ ଆମ ଦେଶରେ ନିର୍ବାଚନ ପରିଚାଳିତ ହେଉଛି। ଏହା ସହିତ ଅର୍ଥବଳ ଓ ବାହୁବଳ ନିର୍ବାଚନ ପ୍ରକ୍ରିୟାକୁ ଯଥେଷ୍ଟ ପ୍ରଭାବିତ କରୁଛି। ତେଣୁ ମୁକ୍ତ ବିଚାର କରିବାକୁ ମତଦାତାଙ୍କ ନିକଟରେ ସୁଯୋଗ ନାହିଁ। ରାଜନୈତିକ ସଚେତନତା ଅଭାବରୁ ମତଦାତା ଉଚିତ ନିଷ୍ପତ୍ତି ନେବାକୁ ଅକ୍ଷମ ହେଉଛନ୍ତି। ସମ୍ପ୍ରତି ଆମ ଦେଶରେ ଧର୍ମକୁ ନେଇ ରାଜନୀତି ଘନୀଭୂତ ହୋଇଥିବା ସ୍ଥଳେ ‘ଫ୍ରିବିଜ୍‌’ର ଅନୁପ୍ରବେଶ ସମଗ୍ର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଓଲଟପାଲଟ କରିପକାଇଛି।
ନିର୍ବାଚନ ପୂର୍ବରୁ ସାଧାରଣତଃ ବିଭିନ୍ନ ରାଜନୈତିକ ଦଳ ନିଜର ଇସ୍ତାହାର ପ୍ରକାଶ କରିଥାନ୍ତି। ଦଳର ନୀତି ଆଦର୍ଶ ଅଧାରିତ କାର୍ଯ୍ୟକ୍ରମ, ଜନସାଧାରଣଙ୍କ ହିତକାରୀ ଯୋଜନା ଓ ବୈଦେଶିକ ନୀତି ଆଦି ସମ୍ପର୍କରେ ଇସ୍ତାହାରରେ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରିଥାନ୍ତି। କର୍ନାଟକରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା ଏକକ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ୍‌)ର ପ୍ରଚଳନ, ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର କାର୍ଯ୍ୟକାରିତା ଇସ୍ତାହାରରେ ପ୍ରକାଶ କରିଥିଲା। ସେହିପରି ନୂତନ ଜାତୀୟ ଶିକ୍ଷାନୀତିକୁ ପ୍ରତ୍ୟାଖ୍ୟାନ ଓ ଜାତିଭିତ୍ତିକ ଜନଗଣନା କରିବାକୁ କଂଗ୍ରେସ ତାହାର ଇସ୍ତାହାରରେ ସ୍ଥାନିତ କରିଥିଲା। ଏଗୁଡ଼ିକ ଦଳର ନୀତିଆଦର୍ଶ ସମ୍ପର୍କିତ ବିଷୟ ଥିଲା। ଏହାବାଦ ବର୍ଷରେ ୩ଟି ମାଗଣା ଗ୍ୟାସ୍‌ ସିଲିଣ୍ଡର, ପ୍ରତି ୱାର୍ଡ଼ରେ ଭୋଜନ କେନ୍ଦ୍ର, ବିପିଏଲ୍‌ ପରିବାରକୁ ଦୈନିକ ଅଧଲିଟର କ୍ଷୀର ଓ ମାସିକ ୫ କିଲୋ ଚାଉଳ ଦେବାକୁ ଭାଜପା ଘୋଷଣା କରିଥିଲା। ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ଦୁଇ ହଜାର ଟଙ୍କା, ମାଗଣା ୨୦୦ ୟୁନିଟ୍‌ ବିଜୁଳି, ବେକାରଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା, ମୁଣ୍ଡ ପିଛା ୧୦ କିଲୋ ଚାଉଳ ଓ ମହିଳାଙ୍କୁ ମାଗଣା ବସ୍‌ ଯାତ୍ରା ନେଇ କଂଗ୍ରେସ ଘୋଷଣା କରିଥିଲା। ଏଗୁଡ଼ିକ ନିର୍ବାଚନୀ ଇସ୍ତାହାରରେ ପ୍ରକାଶିତ ହୋଇଥିଲେ ମଧ୍ୟ ଦଳର ନୀତି ଆଦର୍ଶ ସମ୍ପର୍କିତ ନ ଥିଲା, ବରଂ ମତଦାତାମାନଙ୍କୁ ପ୍ରଲୋଭିତ କରିବାକୁ ପ୍ରତିଶ୍ରୁତି ଥିଲା। ଏହାକୁ ଆମେ ଏଠାରେ ‘ଫ୍ରିବିଜ୍‌’ (ମାଗଣା ବଣ୍ଟନ) କହିଲେ ସର୍ବାଦୌ ପ୍ରଯୁଜ୍ୟ ହେବ। ଦିଲ୍ଲୀ ସରକାର ମାଗଣା ବିଜୁଳି, ମାଗଣା ପାଣି, ମାଗଣା ବସ୍‌ ଯାତ୍ରା ପାଇଁ ଘୋଷଣା କରିଥିଲେ, ତାହା ବି କାର୍ଯ୍ୟକାରୀ କରୁଛନ୍ତି। ପୂର୍ବରୁ କେତେକ ଦଳ ମଧ୍ୟ ମାଗଣା ସାଇକେଲ, ସ୍ମାର୍ଟ ଫୋନ୍‌, ଟିଭି, ଲାପ୍‌ଟପ୍‌, ମଙ୍ଗଳସୂତ୍ର, ମାଗଣା ଶାଢ଼ି, ପେସର୍‌ କୁକର୍‌ ଆଦି ଦେବାକୁ ମତଦାତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ମାଗଣା ସଂସ୍କୃତି ବା ଫ୍ରିବିଜ୍‌ ସର୍ବପ୍ରଥମେ ଆରମ୍ଭ ହୋଇଥିଲା ତାମିଲନାଡୁରେ। ତା’ ପରେ ଦିଲ୍ଲୀ ଓ ପଞ୍ଜାବକୁ ବ୍ୟାପିଥିଲା। ଆଉ କେଇ ମାସ ପରେ ୫ଟି ରାଜ୍ୟର ନିର୍ବାଚନ ହେବ। ତାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସେଠାରେ ଫ୍ରିବିଜ୍‌ ବର୍ଷା ହେଲାଣି। ଏହା କେଉଁ ସ୍ତରକୁ ଯିବ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଲେ ତାହା ଜଣାପଡ଼ିବ।
ମତଦାତାମାନଙ୍କୁ ପ୍ରଲୋଭିତ କରି ସେମାନଙ୍କ ସ୍ବାଧୀନ ବିଚାରକୁ ଦିଗଭ୍ରଷ୍ଟ କରିବା ଫ୍ରିବିଜ୍‌ର ମୁଖ୍ୟ ଉଦ୍ଦେଶ୍ୟ। ଅନ୍ୟପକ୍ଷରେ ରାଜ୍ୟ ତଥା ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ନକାରାତ୍ମକ। କର୍ନାଟକରେ ଶାସନକୁ ଆସିଥିବା କଂଗ୍ରେସ ସରକାର ବର୍ତ୍ତମାନ ତାହାର ୫ଟି ମୁଖ୍ୟ ପ୍ରତିଶ୍ରୁତି ପାଳନ କରିବାକୁ ଯାଉଛି। ଏ ବାବଦରେ ହେବାକୁ ଥିବା ବ୍ୟୟ ରାଜ୍ୟର ବାର୍ଷିକ ବଜେଟର ଶତକଡ଼ା ୨୦ ଭାଗ ଏବଂ ମୋଟ ୬୫ ହଜାର କୋଟି ଟଙ୍କା ହେବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ପ୍ରକାରାନ୍ତରେ ଏହା ସାଧାରଣ ଟିକସଦାତାଙ୍କ ଉପରେ ବୋଝ ସଦୃଶ ହେବ, ଏଥିରେ ସାମାନ୍ୟତମ ଦ୍ୱନ୍ଦ୍ୱ ନାହିଁ। ଯେ ପର୍ଯ୍ୟନ୍ତ ଜନସାଧାରଣ ରାଜନୈତିକ ଭାବେ ସଚେତନ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଫ୍ରିବିଜ୍‌ ସଂସ୍କୃତିକୁ କକ୍ଷଚ୍ୟୁତ କରାଯାଇପାରିବ ନାହିଁ। ଏହା ହିଁ ଚିନ୍ତାଜନକ।
ମୋ- ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri