ଗଣତନ୍ତ୍ରର ବାଧକ

ଅବାଧ ଓ ନିରପେକ୍ଷ ନିର୍ବାଚନ ଗଣତନ୍ତ୍ରର ମୁଖ୍ୟ ଆଧାର। ଆମେରିକାର ବିଶିଷ୍ଟ ରାଜନୀତି ବିଜ୍ଞାନୀ ରବର୍ଟ ଆଲାନ ଡାଲ୍‌ଙ୍କ ମତରେ ସର୍ବଦଳ ସ୍ବୀକୃତ ମୁକ୍ତ ଓ ବାଧ୍ୟବାଧକତା ଶୂନ୍ୟ ମତଦାନ ସହିତ ତ୍ରୁଟିରହିତ ମତଗଣନା ପ୍ରକ୍ରିୟା ହିଁ ଅବାଧ ଓ ନିରପେକ୍ଷ ନିର୍ବାଚନ। ଇଏ ହେଲା ପୋଥି ବାଇଗଣ କଥା। ମାତ୍ର ବାଡ଼ି ବାଇଗଣ କଥା ଭିନ୍ନ। ଆମ ଦେଶରେ ଏହା ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି। ପଞ୍ଚାୟତଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଅଦ୍ୟାବଧି ଯେତୋଟି ନିର୍ବାଚନ ହୋଇସାରିଲାଣି ସେଗୁଡ଼ିକ ମଧ୍ୟରୁ କେଉଁଟି ‘ଅବାଧ ଓ ନିରପେକ୍ଷ’ ତାହା ନିର୍ଣ୍ଣୟ କରିବା କଷ୍ଟକର। କାରଣ ଜାତିକୁ ନେଇ, ଧର୍ମକୁ ନେଇ, ସମ୍ପ୍ରଦାୟକୁ ନେଇ ଆମ ଦେଶରେ ନିର୍ବାଚନ ପରିଚାଳିତ ହେଉଛି। ଏହା ସହିତ ଅର୍ଥବଳ ଓ ବାହୁବଳ ନିର୍ବାଚନ ପ୍ରକ୍ରିୟାକୁ ଯଥେଷ୍ଟ ପ୍ରଭାବିତ କରୁଛି। ତେଣୁ ମୁକ୍ତ ବିଚାର କରିବାକୁ ମତଦାତାଙ୍କ ନିକଟରେ ସୁଯୋଗ ନାହିଁ। ରାଜନୈତିକ ସଚେତନତା ଅଭାବରୁ ମତଦାତା ଉଚିତ ନିଷ୍ପତ୍ତି ନେବାକୁ ଅକ୍ଷମ ହେଉଛନ୍ତି। ସମ୍ପ୍ରତି ଆମ ଦେଶରେ ଧର୍ମକୁ ନେଇ ରାଜନୀତି ଘନୀଭୂତ ହୋଇଥିବା ସ୍ଥଳେ ‘ଫ୍ରିବିଜ୍‌’ର ଅନୁପ୍ରବେଶ ସମଗ୍ର ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଓଲଟପାଲଟ କରିପକାଇଛି।
ନିର୍ବାଚନ ପୂର୍ବରୁ ସାଧାରଣତଃ ବିଭିନ୍ନ ରାଜନୈତିକ ଦଳ ନିଜର ଇସ୍ତାହାର ପ୍ରକାଶ କରିଥାନ୍ତି। ଦଳର ନୀତି ଆଦର୍ଶ ଅଧାରିତ କାର୍ଯ୍ୟକ୍ରମ, ଜନସାଧାରଣଙ୍କ ହିତକାରୀ ଯୋଜନା ଓ ବୈଦେଶିକ ନୀତି ଆଦି ସମ୍ପର୍କରେ ଇସ୍ତାହାରରେ ଲିଖିତ ପ୍ରତିଶ୍ରୁତି ପ୍ରଦାନ କରିଥାନ୍ତି। କର୍ନାଟକରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଭାଜପା ଏକକ ନାଗରିକ ସଂହିତା (ୟୁନିଫର୍ମ ସିଭିଲ କୋଡ୍‌)ର ପ୍ରଚଳନ, ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ର କାର୍ଯ୍ୟକାରିତା ଇସ୍ତାହାରରେ ପ୍ରକାଶ କରିଥିଲା। ସେହିପରି ନୂତନ ଜାତୀୟ ଶିକ୍ଷାନୀତିକୁ ପ୍ରତ୍ୟାଖ୍ୟାନ ଓ ଜାତିଭିତ୍ତିକ ଜନଗଣନା କରିବାକୁ କଂଗ୍ରେସ ତାହାର ଇସ୍ତାହାରରେ ସ୍ଥାନିତ କରିଥିଲା। ଏଗୁଡ଼ିକ ଦଳର ନୀତିଆଦର୍ଶ ସମ୍ପର୍କିତ ବିଷୟ ଥିଲା। ଏହାବାଦ ବର୍ଷରେ ୩ଟି ମାଗଣା ଗ୍ୟାସ୍‌ ସିଲିଣ୍ଡର, ପ୍ରତି ୱାର୍ଡ଼ରେ ଭୋଜନ କେନ୍ଦ୍ର, ବିପିଏଲ୍‌ ପରିବାରକୁ ଦୈନିକ ଅଧଲିଟର କ୍ଷୀର ଓ ମାସିକ ୫ କିଲୋ ଚାଉଳ ଦେବାକୁ ଭାଜପା ଘୋଷଣା କରିଥିଲା। ପ୍ରତି ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ଦୁଇ ହଜାର ଟଙ୍କା, ମାଗଣା ୨୦୦ ୟୁନିଟ୍‌ ବିଜୁଳି, ବେକାରଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା, ମୁଣ୍ଡ ପିଛା ୧୦ କିଲୋ ଚାଉଳ ଓ ମହିଳାଙ୍କୁ ମାଗଣା ବସ୍‌ ଯାତ୍ରା ନେଇ କଂଗ୍ରେସ ଘୋଷଣା କରିଥିଲା। ଏଗୁଡ଼ିକ ନିର୍ବାଚନୀ ଇସ୍ତାହାରରେ ପ୍ରକାଶିତ ହୋଇଥିଲେ ମଧ୍ୟ ଦଳର ନୀତି ଆଦର୍ଶ ସମ୍ପର୍କିତ ନ ଥିଲା, ବରଂ ମତଦାତାମାନଙ୍କୁ ପ୍ରଲୋଭିତ କରିବାକୁ ପ୍ରତିଶ୍ରୁତି ଥିଲା। ଏହାକୁ ଆମେ ଏଠାରେ ‘ଫ୍ରିବିଜ୍‌’ (ମାଗଣା ବଣ୍ଟନ) କହିଲେ ସର୍ବାଦୌ ପ୍ରଯୁଜ୍ୟ ହେବ। ଦିଲ୍ଲୀ ସରକାର ମାଗଣା ବିଜୁଳି, ମାଗଣା ପାଣି, ମାଗଣା ବସ୍‌ ଯାତ୍ରା ପାଇଁ ଘୋଷଣା କରିଥିଲେ, ତାହା ବି କାର୍ଯ୍ୟକାରୀ କରୁଛନ୍ତି। ପୂର୍ବରୁ କେତେକ ଦଳ ମଧ୍ୟ ମାଗଣା ସାଇକେଲ, ସ୍ମାର୍ଟ ଫୋନ୍‌, ଟିଭି, ଲାପ୍‌ଟପ୍‌, ମଙ୍ଗଳସୂତ୍ର, ମାଗଣା ଶାଢ଼ି, ପେସର୍‌ କୁକର୍‌ ଆଦି ଦେବାକୁ ମତଦାତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏହି ମାଗଣା ସଂସ୍କୃତି ବା ଫ୍ରିବିଜ୍‌ ସର୍ବପ୍ରଥମେ ଆରମ୍ଭ ହୋଇଥିଲା ତାମିଲନାଡୁରେ। ତା’ ପରେ ଦିଲ୍ଲୀ ଓ ପଞ୍ଜାବକୁ ବ୍ୟାପିଥିଲା। ଆଉ କେଇ ମାସ ପରେ ୫ଟି ରାଜ୍ୟର ନିର୍ବାଚନ ହେବ। ତାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସେଠାରେ ଫ୍ରିବିଜ୍‌ ବର୍ଷା ହେଲାଣି। ଏହା କେଉଁ ସ୍ତରକୁ ଯିବ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଲେ ତାହା ଜଣାପଡ଼ିବ।
ମତଦାତାମାନଙ୍କୁ ପ୍ରଲୋଭିତ କରି ସେମାନଙ୍କ ସ୍ବାଧୀନ ବିଚାରକୁ ଦିଗଭ୍ରଷ୍ଟ କରିବା ଫ୍ରିବିଜ୍‌ର ମୁଖ୍ୟ ଉଦ୍ଦେଶ୍ୟ। ଅନ୍ୟପକ୍ଷରେ ରାଜ୍ୟ ତଥା ଦେଶର ଅର୍ଥନୀତି ଉପରେ ଏହାର ପ୍ରଭାବ ନକାରାତ୍ମକ। କର୍ନାଟକରେ ଶାସନକୁ ଆସିଥିବା କଂଗ୍ରେସ ସରକାର ବର୍ତ୍ତମାନ ତାହାର ୫ଟି ମୁଖ୍ୟ ପ୍ରତିଶ୍ରୁତି ପାଳନ କରିବାକୁ ଯାଉଛି। ଏ ବାବଦରେ ହେବାକୁ ଥିବା ବ୍ୟୟ ରାଜ୍ୟର ବାର୍ଷିକ ବଜେଟର ଶତକଡ଼ା ୨୦ ଭାଗ ଏବଂ ମୋଟ ୬୫ ହଜାର କୋଟି ଟଙ୍କା ହେବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ପ୍ରକାରାନ୍ତରେ ଏହା ସାଧାରଣ ଟିକସଦାତାଙ୍କ ଉପରେ ବୋଝ ସଦୃଶ ହେବ, ଏଥିରେ ସାମାନ୍ୟତମ ଦ୍ୱନ୍ଦ୍ୱ ନାହିଁ। ଯେ ପର୍ଯ୍ୟନ୍ତ ଜନସାଧାରଣ ରାଜନୈତିକ ଭାବେ ସଚେତନ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଫ୍ରିବିଜ୍‌ ସଂସ୍କୃତିକୁ କକ୍ଷଚ୍ୟୁତ କରାଯାଇପାରିବ ନାହିଁ। ଏହା ହିଁ ଚିନ୍ତାଜନକ।
ମୋ- ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri