ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ପ୍ରତିଶ୍ରୁତିରେ ବାଧା, ରୁଷିଆ ସହିତ ଆମେରିକାରେ ମଧ୍ୟ ଅସ୍ତ୍ରଶସ୍ତ୍ର ଅଭାବ…

ଓ୍ବାଶିଂଟନ,୨୯।୧୦ : ଆଠ ମାସ ଧରି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଯୋଗୁ କେବଳ ରୁଷିଆ ନୁହେଁ ଆମେରିକାର ଅସ୍ତ୍ରଶସ୍ତ୍ର ମଧ୍ୟ ଖାଲି ହୋଇଯାଉଛି। ଏହି କାରଣରୁ, ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇଦେବାକୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା କଷ୍ଟକର ହୋଇପଡୁଛି। ଏହା ୟୁକ୍ରେନର ଯୁଦ୍ଧ କ୍ଷମତା ଉପରେ ପ୍ରଭାବ ପକାଇପାରେ ବୋଲି ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ଏହାକୁ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ନିଜେ ମଧ୍ୟ ସ୍ବୀକାର କରିଛନ୍ତି।

ସେ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି ପାଇଁ ଆମେ ଆମର ଶିଳ୍ପ ଉପରେ ଚାପ ପ୍ରୟୋଗ କରିଛୁ। ଅଷ୍ଟିନଙ୍କ ବିବୃତ୍ତି, ପାଶ୍ଚାତ୍ୟ ଦେଶର ଅସ୍ତ୍ରଶସ୍ତ୍ର ସଂରକ୍ଷଣ ବିଷୟରେ ଗଣମାଧ୍ୟମରେ ଆଲୋଚନା ହୋଇଛି। ସମୀକ୍ଷକଙ୍କ ଅନୁଯାୟୀ, ଅଷ୍ଟିନଙ୍କ ବିବୃତ୍ତି ହେଉଛି ଏକ ସଙ୍କେତ ଯେ ଯଦି ଅସ୍ତ୍ରଶସ୍ତ୍ର ଉତ୍ପାଦନକାରୀମାନେ ଶୀଘ୍ର ଉତ୍ପାଦନ ବୃଦ୍ଧି ନକରନ୍ତି, ତେବେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଅସ୍ତ୍ରଶସ୍ତ୍ରର ଅଭାବ ଥାଇପାରେ।

ଆମେରିକା ୟୁକ୍ରେନକୁ ୧୭.୬ ବିଲିୟନ ଡଲାରର ସୁରକ୍ଷା ଉପକରଣ ପାଇଁ ପ୍ରତିଶ୍ରୁତି ଦେଇଛି। ଏହି ଉପକରଣଗୁଡ଼ିକ ମଧ୍ୟରୁ କିଛି ଆଗାମୀ ଦିନରେ ଯୋଗାଇ ଦିଆଯିବ। ବିଶ୍ଳେଷକମାନେ କହିଛନ୍ତି ଯେ ଏହା ଏକ ସଙ୍କେତ ଯେ ଦୀର୍ଘ ସମୟ ଧରି ୟୁକ୍ରେନର ସୁରକ୍ଷାକୁ ନିଶ୍ଚିତ କରୁଥିବା ଆମେରିକାର ଅସ୍ତ୍ରଶସ୍ତ୍ର କ୍ଷମତା ସୀମିତ ହେବାରେ ଲାଗିଛି।

ଆମେରିକୀୟ ଥିଙ୍କ ଟ୍ୟାଙ୍କ ସେଣ୍ଟର ଫର ଷ୍ଟ୍ରାଟେଜିକ ଏବଂ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ର ବରିଷ୍ଠ ପରାମର୍ଶଦାତା ମାର୍କ କାନସିଆନ କହିଛନ୍ତି ଟ୍ରେନିଂରେ ବ୍ୟବହୃତ କେତେକ ଆମେରିକୀୟ ଅସ୍ତ୍ରଶସ୍ତ୍ର ସଂଖ୍ୟା ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହା ଏଠାରେ ପ୍ରଶ୍ନ ଉଙ୍କି ମାରୁଛି, ଯଦି ଅନ୍ୟ ଯୁଦ୍ଧ ଆରମ୍ଭ ହୁଏ ତେବେ ପରିସ୍ଥିତି କ’ଣ ହେବ। ଏହା ଏପର୍ଯ୍ୟନ୍ତ ବିସ୍ତୃତ କ୍ଷେପଣାସ୍ତ୍ର ଯୋଗାଇବାରେ ସକ୍ଷମ ହୋଇଛି।

କାନସିଆନ ୱେବସାଇଟ ନିକ୍କି ଏସିଆ ଡଟ୍‌ କମ୍‌ (NikkeaAsia.com)କୁ କହିଛି ଯେ ଆମେରିକା ୟୁକ୍ରେନକୁ ପ୍ରତିଶ୍ରୁତି ଦେଇଥିବା ଆର୍ଟିଲିରି ସିଷ୍ଟମର ମାତ୍ର ଅଧା ଦେଇଛି। ଯଦି ଏହାଠାରୁ ଅଧିକ ଯୋଗାଇ ଦିଆଯାଏ, ତେବେ ଏହା ଆମେରିକାର ନିଜସ୍ବ ଯୁଦ୍ଧ କ୍ଷମତା ଉପରେ ପ୍ରଭାବ ପକାଇବ। ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଉକ୍ତ ୱେବସାଇଟକୁ କହିଛନ୍ତି ଯେ ହାଇ ମୋବିଲିଟି ଆର୍ଟିଲିରି ରକେଟ ସିଷ୍ଟମର ଅଭାବ ବର୍ତ୍ତମାନ ଆମେରିକାରେ ଦେଖାଦେଇଛି। ୟୁକ୍ରେନକୁ ଆମେରିକା ୪୦ ହାଇ ମୋବିଲିଟି ଆର୍ଟିଲିରି ରକେଟ ସିଷ୍ଟମ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଏପର୍ଯ୍ୟନ୍ତ କେବଳ ୨୦ ଟି ସିଷ୍ଟମ ୟୁକ୍ରେନ୍‌କୁ ଦିଆଯାଇଛି।

ବିଶେଷଜ୍ଞଙ୍କ କହିବାନୁସାରେ, ଆମେରିକାରେ ଅସ୍ତ୍ରଶସ୍ତ୍ରର ଅଭାବ ଦେଖାଦେଇଛି କାରଣ ଶୀତ ଯୁଦ୍ଧ ପରେ ଏହା ଅସ୍ତ୍ରଶସ୍ତ୍ର ଉତ୍ପାଦନ ପାଇଁ ବଜେଟ ହ୍ରାସ କରିଥିଲା। ୧୯୬୦ ଦଶକରେ ଆମେରିକା ଏହାର ଜିଡିପିର ୯ ପ୍ରତିଶତ ସାମରିକ କ୍ଷେତ୍ର ପାଇଁ ଖର୍ଚ୍ଚ କରିଥିଲା। ୧୯୯୦ ରେ, ଏହି ପରିମାଣ ୫ ପ୍ରତିଶତକୁ ଏବଂ ୨୦୨୦ ରେ ଏହା ତିନି ପ୍ରତିଶତକୁ ହ୍ରାସ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri