Posted inଜାତୀୟ

ଉର୍ମିଳାଙ୍କ ଏମ୍‌ଏଲସି ହେବାରେ ବାଧା,ଉଦ୍ଧବଙ୍କ ସୁପାରିଶକୁ ଶିନ୍ଦେଙ୍କ ବିରୋଧ…

ମୁମ୍ବାଇ, ୪।୯ : ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକରଙ୍କ ଏମଏଲସି ହେବାର ସ୍ବପ୍ନ ଭାଙ୍ଗିବାକୁ ଯାଉଛି। ଏନେଇ ଏବେ ବାଧା ଉପୁଜିଛି। ଏହାର କାରଣ ହେଉଛି ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ଏକ ଚିଠି ପଠାଇଛନ୍ତି ଯେ ରାଜ୍ୟପାଳଙ୍କ କୋଟାରୁ ବିଧାନ ପରିଷଦକୁ ପଠାଯାଇଥିବା ୧୨ ଟି ନାମର ସୁପାରିଶକୁ ବାତିଲ କରାଯିବା ଉଚିତ। ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ସୁପାରିଶ କରାଯାଇଥିଲା। ଏହି ତାଲିକା ବାତିଲ କରିବାକୁ ରାଜ୍ୟପାଳ ଖୁବ ଶୀଘ୍ର ନୂତନ ସରକାରଙ୍କୁ ଏକ ଚିଠି ଦେବେ ବୋଲି ଅନୁମାନ କରାଯାଉଛି। ଏହା ପରେ ଶିନ୍ଦେ-ଭାଜପା ସରକାରଙ୍କ ଦ୍ୱାରା ପୁଣି ୧୨ ଟି ନାମ ସୁପାରିଶ କରାଯିବ।

ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସୁପାରିଶ କରାଯାଇଥିବା ନାମଗୁଡ଼ିକ ରାଜ୍ୟପାଳଙ୍କ ପାଖରେ ଦୀର୍ଘ ସମୟ ଧରି ବିଚାରାଧୀନ ଥିଲା। ସେଥିମଧ୍ୟରେ ଶିବସେନାର ଉର୍ମିଲା ମାତୋଣ୍ଡକର, ବିଜୟ କରଞ୍ଜକର, ନିତିନ ବାନୁଗଡେ ପାଟିଲ ଏବଂ ଚନ୍ଦ୍ରକାନ୍ତ ରଘୁବଂଶୀଙ୍କ ନାମ ଥିଲା। ସେହିପରି ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନଏସପି)ର ଏକନାଥ ଖାଡସେ, ରାଜୁ ଶେଟ୍ଟୀ, ଯଶପାଲ ଭିଙ୍ଗେ ଏବଂ ଆନନ୍ଦ ଶିନ୍ଦେଙ୍କ ନାମ ଥିଲା। ଅପରପକ୍ଷରେ କଂଗ୍ରେସର ରଜନିତାଈ ପାଟିଲ, ସଚିନ ସାୱନ୍ତ, ଅନିରୁଦ୍ଧ ଭଙ୍କର, ମୁଜାଫର ହୁସେନଙ୍କ ନାମ ରହିଥିଲା।

ନିକଟରେ ମହାରାଷ୍ଟ୍ରରେ କ୍ଷମତାର ପରିବର୍ତ୍ତନ ପରଠାରୁ ବିଧାନ ପରିଷଦ ସଦସ୍ୟଙ୍କ ପାଇଁ ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତ ହେବାକୁଥିବା ୧୨ ସଦସ୍ୟଙ୍କ ନାମର ନୂତନ ବିଚାରକୁ ନେଇ ଆଲୋଚନା ହୋଇଥିଲା। ଉଦ୍ଧବ ଠାକରେଙ୍କ ଦ୍ୱାରା ପଠାଯାଇଥିବା ତାଲିକାକୁ ନେଇ ସ୍ବାଭିମାନୀ ଶେତକର ସଂଗଠନ ନେତା ତଥା ପୂର୍ବତନ ଏମ୍‌ ପି ରାଜୁ ଶେଟ୍ଟୀ ରାଜ୍ୟପାଳଙ୍କୁ ଭେଟିଥିଲେ। ତାଙ୍କ ନାମ ତାଲିକାରୁ ହଟାଇବାକୁ ସେ ଅନୁରୋଧ କରିଥିଲେ।

କଂଗ୍ରେସର ରଜନିତାଈ ପାଟିଲ ରାଜ୍ୟସଭାକୁ ଯାଇଛନ୍ତି। ଏକନାଥ ଖାଡସେ ଏମଏଲସି ନିର୍ବାଚନରେ ଜିତିଥିଲେ। ଏହା ବ୍ୟତୀତ ଶିବସେନା ତାଲିକାରୁ ଚନ୍ଦ୍ରକାନ୍ତ ରଘୁବଂଶୀ ବର୍ତ୍ତମାନ ଶିନ୍ଦେ ଗୋଷ୍ଠୀରେ ଅଛନ୍ତି।

ବର୍ତ୍ତମାନ ରାଜ୍ୟପାଳଙ୍କ ନିକଟକୁ ପଠାଯିବାକୁ ଥିବା ନୂତନ ତାଲିକାରେ ଭାଜପା-ଶିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବାଗବଣ୍ଟା ହେବ। ଭାଜପା ନଅଟି ସିଟ ପାଇଥିବାବେଳେ ଶିନ୍ଦେ ଗୋଷ୍ଠୀ ତିନିଟି ଆସନ ପାଇବାର ସମ୍ଭାବନା ରହିଛି। ତେବେ ଖବର ପ୍ରକାଶ ପାଇଛି ଯେ ଶିନ୍ଦେ ଦଳ ଚାରିଟି ସିଟ ଦାବି କରିଛନ୍ତି। ଭାଜପାର ପ୍ରତିଦ୍ୱନ୍ଦ୍ୱୀମାନଙ୍କର ଏକ ଲମ୍ବା ତାଲିକା ଅଛି। ଭାଜପାରୁ ଏମଏଲସି ଆଶାୟୀଙ୍କ ସଂଖ୍ୟା ଅଧିକ ମଧ୍ୟ ରହିଛି। ତେଣୁ ରାଜ୍ୟରେ ଆଗକୁ ରାଜନୈତିକ ସ୍ଥିତିରେ ଉଷ୍ଣତା ଭରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri