ତଟକ୍ଷୟ: ବିପଦରେ ନାଶୀ-୨, ହାବେଳିଖଟି, ଏକକୁଳା

କେନ୍ଦ୍ରାପଡ଼ା ଅଫିସ, ୨୭ା୧୨:କେନ୍ଦ୍ରାପଡ଼ା ଜିଲାରେ ତଟକ୍ଷୟ ଏବେ ଚିନ୍ତାଜନକ ସ୍ଥିତିରେ ଅଛି। ଜିଲାର ୪୮ କିଲୋମିଟର ତଟ ମଧ୍ୟରୁ ୨୮ କି.ମି. ଅଞ୍ଚଳରେ ସମୁଦ୍ର ମାଡି ଆସୁଛି। ପୂର୍ଣ୍ଣିମା, ଅମାବାସ୍ୟା ତିଥିରେ ସମୁଦ୍ର ଲୁଣା ବନ୍ଧ ଡେଇଁ ଚାଷକୁ କ୍ଷତି କରୁଛି। ଗତ ବର୍ଷକ ମଧ୍ୟରେ ପ୍ରାୟ ୨ ବର୍ଗ କି.ମି.ର ଅଗରନାଶୀ ଦ୍ୱୀପ ସମୁଦ୍ର ମଧ୍ୟରେ ହଜିଯାଇଛି। ସେହିପରି ଏହି ଜୁଆର ମାଡ ଯୋଗୁ ନାଶୀ- ୨, ହାବେଳିଖଟି, ଏକକୁଳା ଆଦି ତଟକ୍ଷୟ ଯୋଗୁ ବିପଦରେ ପଡିଛି। ତେବେ ସମୁଦ୍ରତଟରେ ଥିବା ଘଞ୍ଚ ହେନ୍ତାଳବଣ ପ୍ରାୟ ୨୦ କି.ମି. ଅଞ୍ଚଳର ତଟକ୍ଷୟକୁ ରୋକି ପାରିଛି। ଅପରପକ୍ଷରେ ୱାର୍ଲଡ ବ୍ୟାଙ୍କ ସହାୟତାରେ ରାଜନଗର ପେଣ୍ଠଠାରେ ନିର୍ମିତ ଜିଓ ସିନ୍ଥେଟିକ ଟ୍ୟୁବ୍‌ୱାଲ ପ୍ରକଳ୍ପ ଫେଲ ମାରିଛି। ଟିୟୁବୱାଲକୁ ସୁରକ୍ଷା ଯୋଗାଇ ଦେଉଥିବା ପଥରବନ୍ଧ ନଷ୍ଟ ହୋଇଛି। ସେହିପରି ଟ୍ୟୁବ୍‌ୱାଲ ନିକଟସ୍ଥ ଘେରିବନ୍ଧ ଉପରେ ସମୁଦ୍ର ଜୁଆର ପ୍ରଭାବ ପକାଇଛି। ସମୁଦ୍ର ତଟଠାରୁ ୧୦ କି.ମି. ପରିଧି ମଧ୍ୟରେ ହେନ୍ତାଳବଣ ସୃଷ୍ଟି କରାଗଲେ ବନ୍ୟା, ବାତ୍ୟା ଓ ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ରାପଡ଼ା ଜିଲାକୁ ସୁରକ୍ଷିତ ରଖାଯାଇପାରିବ ବୋଲି ପରିବେଶବିତମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ଭିତରକନିକା ଇକୋ ସେନ୍‌ସିଟିଭ ମନିଟରିଂ ଜୋନ୍‌ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ଜନ ଅଧିକାର ମଞ୍ଚ ସଭାପତି ଭୂବନ ମୋହନ ଜେନା, ଭିତରକନିକା ବଞ୍ଚାଅ ଅଭିଯାନର କର୍ମକର୍ତ୍ତା ସଞ୍ଜୟ ବେହୁରା, କ୍ଷୀତିଶ କୁମାର ସିଂହ ପ୍ରମୁଖ କହିଛନ୍ତି ଯେ, କେନ୍ଦ୍ରାପଡ଼ା ଜିଲାବାସୀଙ୍କ ପାଇଁ ହେନ୍ତାଳବଣ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷା ପ୍ରାଚୀର ଭାବେ ଛିଡା ହୋଇଛି। ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ର, ବିରଳ ଅଲିଭରିଡଲେ କଇଁଛଙ୍କ ମିଳନସ୍ଥଳ ଭାବେ ପରିଚିତ ଗହୀରମଥା, ଓଡ଼ିଶାର ସର୍ବାଧିକ ଡଲ୍‌ଫିନ୍‌ ରହିଥିବା ସାମୁଦ୍ରିକ ଅଞ୍ଚଳ ଆଦି କ୍ଷେତ୍ରରେ ବିଶ୍ୱରେ ଖ୍ୟାତି ଅର୍ଜନ କରିଥିବା ଜାତୀୟ ଉଦ୍ୟାନ ଏବେ ତଟକ୍ଷୟର ସମ୍ମୁଖୀନ ହୋଇଛି। ତେବେ ଏହାର ନିରାକରଣ ପାଇଁ ଅଧିକ ହେନ୍ତାଳ ବଣ ସୃଷ୍ଟି ଆବଶ୍ୟକ। ହେନ୍ତାଳର ନମନୀୟ ଗୁଣ ଗଛକୁ ଜୁଆର ମାଡରୁ ରକ୍ଷା କରୁଥିବା ବେଳେ ତଟକ୍ଷୟକୁ ରୋକିଥାଏ। ୧୯୯୯ ମହାବାତ୍ୟା ସମୟରେ ଏହାର ପ୍ରମାଣ ଦେଖିବାକୁ ମିଳିଥିଲା। ଜୁଆର ଉତ୍ତାଳ ହୋଇଥିଲେ ମଧ୍ୟ ଜିଲା ମଧ୍ୟକୁ ପ୍ରବେଶ କରୁଥିବା ସମୁଦ୍ର ପାଣିକୁ ରୋକୁଥିଲା। ଫଳରେ ଜଗତ୍‌ସିଂହପୁର ଜିଲା ପରି ଏତେସଂଖ୍ୟକ ଧନଜୀବନ ନଷ୍ଟ ହୋଇ ନ ଥିଲା। ୧୯୬୦ ମସିହାରୁ ତଟବର୍ତ୍ତୀ ଅଞ୍ଚଳରେ ବସତି ସ୍ଥାପନ ଫଳରେ ଭିତରକନିକାର ବହୁ ହେନ୍ତାଳବଣ ଜବରଦଖଲକୁ ଚାଲିଯାଇଛି। ଏଠାରେ ଥିବା ହେନ୍ତାଳ ବଣକୁ କାଟି ଚିଙ୍ଗୁଡି ଘେରି ଆଦି ନିର୍ମାଣ ଫଳରେ ତଟକ୍ଷୟ ଦ୍ରୁତ ବେଗରେ ବଢ଼ି ଚାଲିଛି। ଏହାଯୋଗୁ ସାତଭାୟା ପଞ୍ଚାୟତର ୫ଟି ଗ୍ରାମ ରାଜସ୍ବ ମାନଚିତ୍ରରୁ ହଜି ଯାଇଥିବା ବେଳେ ୬ଷ୍ଠତମ ରାଜସ୍ବ ଗ୍ରାମ ବରାହୀପୁର ନିଶ୍ଚିହ୍ନ ଅପେକ୍ଷାରେ ଅଛି। ସେହିପରି ୩୪ କୋଟି ଟଙ୍କା ବ୍ୟୟରେ ପେଣ୍ଠଠାରେ ନିର୍ମିତ ଜିଓ ଟିଉବୱାଲର ସ୍ଥାୟିତ୍ୱ ପ୍ରତି ସନ୍ଦେହ ଆସୁଛି। ମଧୁର ଜଳ ସଙ୍କଟ ଆଗାମୀ ଦିନରେ ଭିତରକନିକାର ଜୈବ ବିବିଧତାକୁ ନଷ୍ଟ କରିବ। ସମୁଦ୍ର ତଟଠାରୁ ୧୦ କି.ମି. ପରିଧି ମଧ୍ୟରେ ହେନ୍ତାଳବଣ ସୃଷ୍ଟି ହୋଇପାରିଲେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜିଲାବାସୀଙ୍କ ଧନ ଜୀବନ ରକ୍ଷା ହେବ ବୋଲି ସେମାନେ ମତ ଦେଇଛନ୍ତି। ଏ ସମ୍ପର୍କରେ ଡିଏଫ୍‌ଓ ସୁଦର୍ଶନ ଯୋଗେନ୍ଦ୍ର ଯାଦବଙ୍କୁ ପଚାରିବାରେ ତଟରକ୍ଷା ପାଇଁ ହେନ୍ତାଳବଣ ଜରୁରୀ। ଏଥିପାଇଁ ବନ ବିଭାଗ କାର୍ଯ୍ୟ କରୁଛି। ଅନଧିକାର ପ୍ରବେଶକୁ ରୋକାଯିବା ସହ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ଚିଙ୍ଗୁଡି ଘେରକୁ ପ୍ରଶାସନିକ ଅଧିକାରୀଙ୍କ ସହଯୋଗରେ ଉଚ୍ଛେଦ ଚାଲିଛି। ବନ ବିଭାଗ ପକ୍ଷରୁ ହେନ୍ତାଳ ବଣ ସୃଷ୍ଟି ପାଇଁ ପ୍ରୟାସ ଚାଲିଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗାମୀ ଦିନରେ ୪୫ ହଜାର ଶିକ୍ଷକ ନିଯୁକ୍ତି : ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଯାଜପୁର,୧୫ା୨(ହର୍ଷବର୍ଦ୍ଧନ ବେହେରା): ଭଲ ମାର୍କ ରଖିଲେ ହିଁ ସବୁ କିଛି କରିହେବ ତାହା ନୁହେଁ। ଶିକ୍ଷା ଆମର ଚିନ୍ତାଧାରାକୁ ରୂପ ଦିଏ, ଏହା ଚରିତ୍ର ଗଠନ କରେ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri