ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା: ବଦଳିଲେ ପ୍ରଧାନଶିକ୍ଷକ

ବାଲେଶ୍ୱର ଅଫିସ, ୧୨।୫: ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ନିଧିପଡ଼ା ଆଶ୍ରମ ବିଦ୍ୟାଳୟ (ଜିଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବିଦ୍ୟାଳୟ)ର ଜଣେ ସେବିକାଙ୍କ ଅଶ୍ଳୀଳ ଭିଡିିଓ ଭାଇରାଲ ହେବା ପରେ ଗ୍ରାମ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଉକ୍ତ ଆଶ୍ରମ ବିଦ୍ୟାଳୟର ବିବାଦୀୟ ପ୍ରଧାନଶିକ୍ଷକ ରାଜୀବ ଲୋଚନ ପାତ୍ରଙ୍କୁ ବଦଳି କରାଯାଇଛି। ବଦଳି ଆଦେଶକୁ ରଦ୍ଦ କରିବା ପାଇଁ ପ୍ରଧାନଶିକ୍ଷକ ପାତ୍ର ସଂଘର ଆଶ୍ରୟ ନେଇଥିବା ଜଣାପଡ଼ିଛି।
ସେବାଶ୍ରମର ଜଣେ ସେବିକାଙ୍କ ଅଶ୍ଳୀଳ ଭିଡିିଓ ପ୍ରଘଟ ହୋଇଥିଲା। ଏହାକୁ ନେଇ ମହିଳାଜଣକ ଥାନାରେ ଅଭିଯୋଗ କରିବା ପରେ ଭିଡିଓ ଭାଇରାଲ କରିଥିବା ଯୁବକଜଣକ ଜେଲ ଯାଇଛନ୍ତି। ଗ୍ରାମବାସୀ ବିଦ୍ୟାଳୟରେ ଏଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ (ଡିଡବ୍ଲ୍ୟୁଓ) ବିଶ୍ୱଦର୍ଶୀ ସାହୁଙ୍କ ସମେତ ଜିଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କୁ ଅବଗତ କରାଇଥିଲେ। ଘଟଣାର ତଦନ୍ତ କରାଯାଇ ଜିଲାପାଳଙ୍କ ନିର୍ଦ୍ଦେଶରେ ଡିଡବ୍ଲ୍ୟୁଓ ଚିଠି (ନଂ. ୬୦/୪ା୫ା୨୦୨୨)ରେ ପ୍ରଧାନଶିକ୍ଷକ ପାତ୍ରଙ୍କୁ ବାଲିଆପାଳସ୍ଥିତ ଦେଉଳା ଆଶ୍ରମ ବିଦ୍ୟାଳୟକୁ ବଦଳି କରାଯାଇଛି। କିନ୍ତୁ ପ୍ରଧାନଶିକ୍ଷକ ପାତ୍ର ଅଧିକାରୀଙ୍କ ଆଦେଶକୁ ଅବମାନନା କରି ବଦଳି ସ୍ଥାନକୁ ଯାଉ ନ ଥିବା ଜଣାପଡ଼ିଛି। ସେହିପରି ପୂର୍ବରୁ ଗତ ୨୦୧୯ ନଭେମ୍ବରରେ ସଦର ବ୍ଲକ ହସନପୁର ଆଶ୍ରମ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ପାତ୍ର କାର୍ଯ୍ୟରତ ଥିବାବେଳେ ବିବାଦୀୟ ହୋଇ ପଡ଼ିଥିଲେ। ତାଙ୍କ ନାମରେ ବିଭିନ୍ନ ପ୍ରକାର ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ତତ୍କାଳୀନ ଡିଡବ୍ଲ୍ୟୁଓ ରାଜୀବ କୁମାର ସାହୁ, ସଦର ଡିବ୍ଲ୍ୟୁଇଓ ହେମାଙ୍ଗିନି ଅଗସ୍ତିଙ୍କ ରିପୋର୍ଟ ଅନୁଯାୟୀ ତାଙ୍କୁ ବଣଭୂମି ହାଇସ୍କୁଲକୁ ବଦଳି କରାଯାଇଥିଲା। ପରେ ତାଙ୍କର ଏହି ନିର୍ଦ୍ଦେଶକୁ ପରିବର୍ତ୍ତନ କରାଯାଇ ନିଧିପଡ଼ା ଆଶ୍ରମ ବିଦ୍ୟାଳୟକୁ ଡେପୁଟେଶନରେ ପଠାଯାଇଥିଲା। ଏନେଇ ନିଧିପଡ଼ା ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ରାଜୀବ ଲୋଚନ ପାତ୍ର କହନ୍ତି, ଆଶ୍ରମର ସେବିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ଦିନ ସେ ଛୁଟିରେ ଥିଲେ। ତାଙ୍କର ଏଭଳି କାର୍ଯ୍ୟରେ କୌଣସି ସମ୍ପୃକ୍ତି ନାହଁି। କେତେକ ଖଳପ୍ରକୃତିର ଲୋକ ଆଶ୍ରମରୁ ମୋଟାଅଙ୍କର ଚାନ୍ଦା ମାଗିବା, ରାଜନୈତିକ ଲୋକଙ୍କ ନାମ ଧରି ଧମକଚମକ ଦେଇଆସୁଥିଲେ। ତାଙ୍କ ସହିତ ସାଲିଶ ନ କରିବାରୁ ଏଭଳି ମିଥ୍ୟା ଅଭିଯୋଗ ଆଣିଥିବା ପ୍ରକାଶ କରିଛନ୍ତି।
ଡିଡବ୍ଲ୍ୟୁଓ ବିଶ୍ୱଦର୍ଶୀ ସାହୁ କହନ୍ତି, ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ପଦକ୍ଷେପ ନିଆଯାଇଛି। ସେବିକାଙ୍କ ଅଶ୍ଳୀଳ ଭିଡ଼ିଓ ମାମଲାରେ ତଦନ୍ତ ଜାରି ରହିଛି। ପୋଲିସ୍‌ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍‌, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…

ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍‌ ନିକଟରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍‌…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri