ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା: ବଦଳିଲେ ପ୍ରଧାନଶିକ୍ଷକ

ବାଲେଶ୍ୱର ଅଫିସ, ୧୨।୫: ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ନିଧିପଡ଼ା ଆଶ୍ରମ ବିଦ୍ୟାଳୟ (ଜିଲା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ବିଦ୍ୟାଳୟ)ର ଜଣେ ସେବିକାଙ୍କ ଅଶ୍ଳୀଳ ଭିଡିିଓ ଭାଇରାଲ ହେବା ପରେ ଗ୍ରାମ ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ଉକ୍ତ ଆଶ୍ରମ ବିଦ୍ୟାଳୟର ବିବାଦୀୟ ପ୍ରଧାନଶିକ୍ଷକ ରାଜୀବ ଲୋଚନ ପାତ୍ରଙ୍କୁ ବଦଳି କରାଯାଇଛି। ବଦଳି ଆଦେଶକୁ ରଦ୍ଦ କରିବା ପାଇଁ ପ୍ରଧାନଶିକ୍ଷକ ପାତ୍ର ସଂଘର ଆଶ୍ରୟ ନେଇଥିବା ଜଣାପଡ଼ିଛି।
ସେବାଶ୍ରମର ଜଣେ ସେବିକାଙ୍କ ଅଶ୍ଳୀଳ ଭିଡିିଓ ପ୍ରଘଟ ହୋଇଥିଲା। ଏହାକୁ ନେଇ ମହିଳାଜଣକ ଥାନାରେ ଅଭିଯୋଗ କରିବା ପରେ ଭିଡିଓ ଭାଇରାଲ କରିଥିବା ଯୁବକଜଣକ ଜେଲ ଯାଇଛନ୍ତି। ଗ୍ରାମବାସୀ ବିଦ୍ୟାଳୟରେ ଏଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଜିଲା ମଙ୍ଗଳ ଅଧିକାରୀ (ଡିଡବ୍ଲ୍ୟୁଓ) ବିଶ୍ୱଦର୍ଶୀ ସାହୁଙ୍କ ସମେତ ଜିଲାପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନଙ୍କୁ ଅବଗତ କରାଇଥିଲେ। ଘଟଣାର ତଦନ୍ତ କରାଯାଇ ଜିଲାପାଳଙ୍କ ନିର୍ଦ୍ଦେଶରେ ଡିଡବ୍ଲ୍ୟୁଓ ଚିଠି (ନଂ. ୬୦/୪ା୫ା୨୦୨୨)ରେ ପ୍ରଧାନଶିକ୍ଷକ ପାତ୍ରଙ୍କୁ ବାଲିଆପାଳସ୍ଥିତ ଦେଉଳା ଆଶ୍ରମ ବିଦ୍ୟାଳୟକୁ ବଦଳି କରାଯାଇଛି। କିନ୍ତୁ ପ୍ରଧାନଶିକ୍ଷକ ପାତ୍ର ଅଧିକାରୀଙ୍କ ଆଦେଶକୁ ଅବମାନନା କରି ବଦଳି ସ୍ଥାନକୁ ଯାଉ ନ ଥିବା ଜଣାପଡ଼ିଛି। ସେହିପରି ପୂର୍ବରୁ ଗତ ୨୦୧୯ ନଭେମ୍ବରରେ ସଦର ବ୍ଲକ ହସନପୁର ଆଶ୍ରମ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ ପାତ୍ର କାର୍ଯ୍ୟରତ ଥିବାବେଳେ ବିବାଦୀୟ ହୋଇ ପଡ଼ିଥିଲେ। ତାଙ୍କ ନାମରେ ବିଭିନ୍ନ ପ୍ରକାର ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତି କରି ତତ୍କାଳୀନ ଡିଡବ୍ଲ୍ୟୁଓ ରାଜୀବ କୁମାର ସାହୁ, ସଦର ଡିବ୍ଲ୍ୟୁଇଓ ହେମାଙ୍ଗିନି ଅଗସ୍ତିଙ୍କ ରିପୋର୍ଟ ଅନୁଯାୟୀ ତାଙ୍କୁ ବଣଭୂମି ହାଇସ୍କୁଲକୁ ବଦଳି କରାଯାଇଥିଲା। ପରେ ତାଙ୍କର ଏହି ନିର୍ଦ୍ଦେଶକୁ ପରିବର୍ତ୍ତନ କରାଯାଇ ନିଧିପଡ଼ା ଆଶ୍ରମ ବିଦ୍ୟାଳୟକୁ ଡେପୁଟେଶନରେ ପଠାଯାଇଥିଲା। ଏନେଇ ନିଧିପଡ଼ା ଆଶ୍ରମ ବିଦ୍ୟାଳୟ ପ୍ରଧାନଶିକ୍ଷକ ରାଜୀବ ଲୋଚନ ପାତ୍ର କହନ୍ତି, ଆଶ୍ରମର ସେବିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ ଦିନ ସେ ଛୁଟିରେ ଥିଲେ। ତାଙ୍କର ଏଭଳି କାର୍ଯ୍ୟରେ କୌଣସି ସମ୍ପୃକ୍ତି ନାହଁି। କେତେକ ଖଳପ୍ରକୃତିର ଲୋକ ଆଶ୍ରମରୁ ମୋଟାଅଙ୍କର ଚାନ୍ଦା ମାଗିବା, ରାଜନୈତିକ ଲୋକଙ୍କ ନାମ ଧରି ଧମକଚମକ ଦେଇଆସୁଥିଲେ। ତାଙ୍କ ସହିତ ସାଲିଶ ନ କରିବାରୁ ଏଭଳି ମିଥ୍ୟା ଅଭିଯୋଗ ଆଣିଥିବା ପ୍ରକାଶ କରିଛନ୍ତି।
ଡିଡବ୍ଲ୍ୟୁଓ ବିଶ୍ୱଦର୍ଶୀ ସାହୁ କହନ୍ତି, ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ପଦକ୍ଷେପ ନିଆଯାଇଛି। ସେବିକାଙ୍କ ଅଶ୍ଳୀଳ ଭିଡ଼ିଓ ମାମଲାରେ ତଦନ୍ତ ଜାରି ରହିଛି। ପୋଲିସ୍‌ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri