ଜନଗଣନାରେ ଓବିସିଙ୍କୁ ଅଣଦେଖା ଅଭିଯୋଗ:ଦାବିପତ୍ର ପ୍ରଦାନ

ବରଗଡ଼,୧୪ା୫(ପ୍ରେମାନନ୍ଦ ଖମାରୀ):ଚଳିତ ଜନଗଣନାରେ ପଛୁଆବର୍ଗ (ଓବିସି)ଙ୍କୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଜନଗଣନାରେ ଉଦ୍ଦିଷ୍ଟ ୧୨ ନମ୍ବର ପ୍ରଶ୍ନରେ ଓବିସି କଲମ ଯୋଡିବା ପାଇଁ ଓଡିଶା ରାଜ୍ୟ ଓବିସି ସୁରକ୍ଷା ମଞ୍ଚ, ବରଗଡ଼ ଦାବି କରିଛି। ଏହି କ୍ରମରେ ବୁଧବାର ରାଷ୍ଟ୍ରପତି ଓ ଗୃହମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୃଥକ ଭାବେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସଠିକ ଜନଗଣନା ନ ହେବାରୁ ଓବିସି ମାନଙ୍କ ପାଇଁ ଯୋଜନା ହୋଇ ପାରୁନାହିଁ ବୋଲି ମଞ୍ଚ ପକ୍ଷରୁ ପଦ୍ମଲୋଚନ ସାହୁ କହିଛନ୍ତି। ଶିକ୍ଷା, ଚାକିରୀ ଓ ରାଜନୀତିରେ ଓବିସିମାନଙ୍କୁ ସଂରକ୍ଷଣ ମିଳୁ ନଥିବା ବେଳେ ସାଧାରଣ ବର୍ଗ ସହ ଗଣନା କରାଯାଉଛି। ସେହିପରି ଓବିସିମାନଙ୍କ ସଂଖ୍ୟା ୫୨ ପ୍ରତିଶତରୁ ଅଧିକ ଥିବା ବେଳେ ସବୁ କ୍ଷେତ୍ରରେ ଅବହେଳିତ ହୋଇ ରହୁଥିବାରୁ ଚଳିତ ବର୍ଷ ହେଉଥିବା ଜନଗଣନାରେ ୧୨ ନମ୍ବର ପ୍ରଶ୍ନରେ ଓବିସି କଲମକୁ ଯୋଡିବାକୁ ଦାବି କରାଯାଇଛି। ତାହା କରାଗଲେ ପ୍ରକୃତରେ କେତେ ସଂଖ୍ୟା ଓବିସି ଅଛନ୍ତି ଓ ସେମାନଙ୍କୁ ମୁଖ୍ୟସ୍ରୋତରେ ଅଣାଯାଇ ସାମାଜିକ ନ୍ୟାୟ କରାଯାଇ ପାରିବ ବୋଲି ସାହୁ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀପତି ଭୋଇ, ଆଇନଜୀବୀ ଶଶୀ ପ୍ରଧାନ, ବୈଷ୍ଣବ ଚରଣ ତ୍ୟାଗୀ, ଆଇନଜୀବୀ ରବି ପ୍ରଧାନ, ଅନାଥ ନାଏକ, ବୃଷଭାନୁ ସାହୁ, ସଞ୍ଜୟ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 

Share