ବିନା ଅନୁମତିରେ ଗଛ କାଟିଛି ଓ୍ବାଟ୍‌କୋ

ଭୁବନେଶ୍ୱର, ୫ା୭ (ବନ୍ଦନା ସେଠୀ): ଶିଖରଚଣ୍ଡୀ ପାହାଡ଼ରେ ଗଛକାଟି ପ୍ରକଳ୍ପ ନିର୍ମାଣ ମାମଲାରେ ମଙ୍ଗଳବାର ଯାଞ୍ଚ କମିଟି ପକ୍ଷରୁ ଏନ୍‌ଜିଟିରେ ରିପୋର୍ଟ ଦାଖଲ କରାଯାଇଛି। ପାହାଡ଼ ଉପରେ ହୋଇଥିବା ଗଛକଟା ପାଇଁ ଡିଏଫ୍‌ଓଙ୍କଠାରୁ କୌଣସି ଅନୁମତି ନିଆଯାଇ ନ ଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ଏଥିସହ ସମ୍ପୃକ୍ତ ପାଣିଟାଙ୍କି ନିର୍ମାଣ ପାଇଁ ୩ ଏକର ଜମି ଆବଶ୍ୟକ ଥିବାବେଳେ ଇଡ୍‌କୋ ପକ୍ଷରୁ ଓ୍ବାଟ୍‌କୋକୁ ୪ ଏକର ଜମି ପ୍ରଦାନ କରାଯାଇଛି। ପ୍ରକଳ୍ପ ପାଇଁ ୩ ଏକର ଓ ଆଉ ଗୋଟିଏ ଏକରକୁ ବନୀକରଣ ପାଇଁ ଦିଆଯାଇଛି। କିନ୍ତୁ ଓ୍ବାଟ୍‌କୋ ଏହି ୪ ଏକର ବାଦ୍‌ ଆଉ ସାଢେ ୩ ଏକର ଅର୍ଥାତ୍‌ ମୋଟ୍‌ ସାଢେ ୭ଏକର ଜମିରେ ଥିବା ଜଙ୍ଗଲକୁ କାଟି ପଦା କରିଦେଇଛି। ତେବେ ୩ ଏକର ଜମିରେ ପାଣି ଟାଙ୍କି ନିର୍ମାଣ ପ୍ରକଳ୍ପକୁ ଅନୁମତି ଦିଆଯିବା ସହ ବାକି ୧ ଏକର ଜମିରେ ପୁନଃ ବନୀକରଣ କରିବା ପାଇଁ କମିଟି ପକ୍ଷରୁ ରିପୋର୍ଟରେ ସୁପାରିସ କରାଯାଇଥିବା ଜଣାପଡିଛି। ବୁଧବାର ଏନ୍‌ଜିଟି ପକ୍ଷରୁ ଶୁଣାଣି ହେବାକୁ ଥିବାବେଳେ ପ୍ରଥମେ ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ଓ ଏବେ ତଦନ୍ତକାରୀ କମିଟି ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଛି। ଆଗକୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିବ କି ନାହିଁ ଏବଂ ବିନା ଅନୁମତିରେ ଗଛ କଟା ହୋଇଥିବାରୁ ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନ ହେବ କି ନାହିଁ ତାହା ଶୁଣାଣି ସମୟରେ ଜଣାପଡ଼ିବ।
ତେବେ ଘଟଣା ସମ୍ପର୍କରେ ଚନ୍ଦକା ଏସିଏଫ୍‌ ଶରତ ମିଶ୍ର କହିଛନ୍ତି, ପାଣିଟାଙ୍କି ନିର୍ମାଣ ପାଇଁ ଶିଖରଚଣ୍ଡୀ ପାହାଡ଼ରୁ ଡିଏଫ୍‌ଓଙ୍କ ବିନା ଅନୁମତିରେ ଗଛକଟା ହୋଇଛି। ଅନୁମତି ନେଇ ନ ଥିବାରୁ କେତେ ପରିମାଣର କେଉଁ କେଉଁ ଗଛ ସେଠାରୁ କଟାଯାଇଛି ତାହାର ସୂଚନା ଏବେସୁଦ୍ଧା ଆମ ପାଖରେ ନାହିଁ। ଏନ୍‌ଜିଟି ନିର୍ଦ୍ଦେଶ ଦେବା ପରେ ଯାହାକିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସିଏଫ୍‌ ମିଶ୍ର କହିଛନ୍ତି। ସେହିପରି ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତିର ସଚିନ ମହାପାତ୍ର କହିଛନ୍ତି, ଶିଖରଚଣ୍ଡୀ ପାହାଡ଼ ପାଇକମାନଙ୍କର ସ୍ମୃତିପୀଠ। ମାତ୍ର ଉନ୍ନତି ନାମରେ ଏହାକୁ ନଷ୍ଟ କରାଯାଉଛି। ଶିଖରଚଣ୍ଡୀ ମା’ଙ୍କ ନାମରେ
ଥିବା ୨୧୨ଏକର ଏବେ ଇଡ୍‌କୋ ନାମରେ ରହିଛି। ପ୍ରଥମେ ମା’ଙ୍କଠାରୁ ଜମି ଛଡ଼ାଇ ନିଆଯିବା ପରେ ଚକ୍ରାନ୍ତ କରି ଏହାକୁ ନଷ୍ଟ କରାଯାଉଛି। ତେଣୁ ୩ ଏକର ଜାଗା ବଦଳରେ ଇଡ୍‌କୋ ମନଇଚ୍ଛା ଓ୍ବାଟ୍‌କୋକୁ ୪ଏକର ଜମି ପ୍ରଦାନ କରିିଛି। କିନ୍ତୁ ଏଠାରେ ସାଢେ ୭ଏକର ଜଙ୍ଗଲ ଜମି ନଷ୍ଟ ହୋଇଥିବା ଏନ୍‌ଜିଟି କମିଟିଙ୍କ ରିପୋର୍ଟରେ ଉଲ୍ଲେଖ ରହିଥିବାବେଳେ ବାସ୍ତବରେ ଏହା ଆହୁରି ଅଧିକ ବୋଲି ସଚିନ ଅଭିଯୋଗ କରିଛନ୍ତି। ସେହିପରି ପାହାଡ଼ରୁ ପ୍ରାୟ ୨ଶହ ପ୍ରକାରର ଔଷଧୀୟ ବୃକ୍ଷ ନଷ୍ଟ କରାଯାଇଥିବା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି।
ସୂଚନାଯୋଗ୍ୟ, ଜଙ୍ଗଲ (ସଂରକ୍ଷଣ) ଆଇନ ୧୯୮୦କୁ ଉଲ୍ଲଂଘନ କରି ଶିଖରଚଣ୍ଡୀ ପାହାଡ଼ରେ ନିର୍ମାଣାଧୀନ ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରାଯାଉଥିବା ଅଭିଯୋଗ କରି ମା’ ଶିଖରଚଣ୍ଡୀ ଆଞ୍ଚଳିକ ସୁରକ୍ଷା ସମିତି ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଅନୁଭବ କରି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେଠାରେ ପ୍ରକଳ୍ପ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ତଦନ୍ତ କରି ରିପୋର୍ଟ ଦେବାକୁ ୪ଜଣିଆ କମିଟି ଗଠନ ହୋଇଥିଲା। ଉକ୍ତ କମିଟିରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ମନ୍ତ୍ରଣାଳୟ ଆଞ୍ଚଳିକ କାର୍ଯ୍ୟାଳୟର ଡିଡିଜିଏଫ୍‌ (ସି) ଏ.ଟି ମିଶ୍ର, କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ଆଞ୍ଚଳିକ ନିର୍ଦ୍ଦେଶକ ସନ୍ଦୀପ ରାୟ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)ର ଆଞ୍ଚଳିକ ଅଧିକାରୀ ଡ. ସୋହନ ଗିରି ଓ ଖୋର୍ଦ୍ଧା ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ରହିଥିଲେ। ଜୁନ୍‌ ୨୪ରେ ଉକ୍ତ କମିଟି ଘଟଣାସ୍ଥଳ ଅନୁଧ୍ୟାନ କରି ବାସ୍ତବ ସ୍ଥିତି ଦେଖିବା ସହ ସମସ୍ତଙ୍କ ସହ ଆଲୋଚନା କରିବା ପରେ ରିପୋର୍ଟ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri