ପୋଷଣ ନିରାପତ୍ତା

ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖକୁ ବିଶ୍ୱ ଖାଦ୍ୟ ଦିବସ ରୂପେ ପାଳନ କରାଯାଏ। ଏହି ଦିବସ ସମଗ୍ର ବିଶ୍ୱ ଏବଂ ସର୍ବୋପରି ଭାରତ ପାଇଁ ଏକ ଆହ୍ବାନର ଦିନ। ଖାଦ୍ୟ ଉପତ୍ାଦନ ଓ ତା’ର ନିରାପତ୍ତା ଆଜିର ସମସ୍ୟା ନୁହେଁ। କେଉଁ କାଳରୁ ଏ ସମସ୍ୟା ଉଭୟ ପରିମାଣ, ଗୁଣବତ୍ତା ରୂପରେ ରହିଆସିଛି। କିନ୍ତୁ ଏ ଦୁଇଟି ସମସ୍ୟା ବିଷୟରେ ବିଶ୍ୱବାସୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଅର୍ଥାତ୍‌ ୧୯୪୫ରେ ଅନୁଭବ କରିଥିଲେ। ସେହି ବର୍ଷ ବିଶ୍ୱ ନେତୃବୃନ୍ଦ କାନାଡ଼ାରେ ଏକତ୍ର ହୋଇଥିଲେ ଏବଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ‘ଖାଦ୍ୟ ଓ କୃଷି ସଂଗଠନ’ (ଏଫ୍‌ଏଓ) ପ୍ରତିଷ୍ଠା ହେଲା। ସମୟ କ୍ରମେ ଖାଦ୍ୟ ନିରାପତ୍ତା ବିଶ୍ୱବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ରୂପେ ସ୍ଥାନ ପାଇଲା। ୧୯୭୩ରେ ଏହି ସଂଗଠନ ଦ୍ୱାରା ଆହୂତ ସମ୍ମିଳନୀରେ ସାରା ବିଶ୍ୱରୁ କ୍ଷୁଧା ମୁକ୍ତି ପାଇଁ ବିଶ୍ୱସ୍ତରୀୟ ବୁଝାମଣା ସ୍ବାକ୍ଷର ହେଲା। ଏହି ପ୍ରତିଶ୍ରୁତିବଦ୍ଧତାକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ସଙ୍ଗଠନର ୧୯୭୯ ସମ୍ମିଳନୀରେ ଅକ୍ଟୋବର ୧୬କୁ ବିଶ୍ୱ ଖାଦ୍ୟ ଦିବସ ରୂପେ ପାଳନ କରିବାକୁ ସ୍ଥିର କରାଗଲା। ତେବେ ଚଳିତବର୍ଷ ଏହି ଦିବସ ଲାଗି ବିଷୟବସ୍ତୁ ରହିଛି ‘ଉତ୍ତମ ଖାଦ୍ୟ, ଉନ୍ନତ ଭବିଷ୍ୟତ ପାଇଁ ପରସ୍ପର ମଧ୍ୟରେ ହାତ ମିଳାଇବା’। ଏହି ପ୍ରସଙ୍ଗକୁ ବିଶ୍ଳେଷଣ କଲେ ଜଣାଯାଏ ବିଶ୍ୱସ୍ତରରେ ଅନାହାରରେ ଥିବା ୬୭.୩ କୋଟି ଜନତାଙ୍କୁ କ୍ଷୁଧାମୁକ୍ତ କରିବା ପାଇଁ ଉଭୟ ବ୍ୟକ୍ତି, ବିଭିନ୍ନ ସଂସ୍ଥା, ଗୋଷ୍ଠୀ ମଧ୍ୟରେ ସୁସମ୍ପର୍କ ଏବଂ ସହଯୋଗ ସ୍ଥାପନ କରି ଭବିଷ୍ୟତ ପାଇଁ ଏକ ଶାନ୍ତିପୂର୍ଣ୍ଣ, ଚିରନ୍ତନ, ସମୃଦ୍ଧ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ସୃଷ୍ଟି କରିବା।
ଚିରନ୍ତନ ଓ ପୋଷଣ ନିରାପତ୍ତା ପାଇଁ ଖାଦ୍ୟ ନିରାପତ୍ତାର ତିନୋଟି ଦିଗ ଯଥା ଖାଦ୍ୟ ଉପତ୍ାଦନ, ବିତରଣ ଏବଂ ଗ୍ରହଣକୁ ଠିକ୍‌ ରୂପେ ନିର୍ବାହ କରିବାକୁ ପଡ଼ିବ। କୃଷିର ବ୍ୟବସାୟୀକରଣ,ଏହାକୁ ଶିଳ୍ପର ମାନ୍ୟତା ପ୍ରଦାନ, କୃଷିରେ ଆବଶ୍ୟକ ପୁଞ୍ଜି ବିନିଯୋଗ କରି ଆୟ ଦ୍ୱିଗୁଣିତ କରିବାକୁ ଯଥାସାଧ୍ୟ ଚେଷ୍ଟା କରିବା ଆବଶ୍ୟକ। ଏଥିପାଇଁ ଜନତା-ଘରୋଇ-ଭାଗୀଦାରି ଶୈଳୀରେ କାର୍ଯ୍ୟ କରିବା, ଚୁକ୍ତିଭିତ୍ତିକ ଚାଷକୁ ପ୍ରାଧାନ୍ୟ, ସମବାୟର ସୁଦୃଢ଼ୀକରଣ, କୃଷିରେ ଅଧିକ ଅର୍ଥ ବିନିଯୋଗ, ଗ୍ରାମାଞ୍ଚଳରେ ଜଳସମ୍ପଦ, ଶକ୍ତି, ଗମନାଗମନ, ସୂଚନା ଓ ଯୋଗାଯୋଗ ଆଦି କୃଷି ଭିତ୍ତିଭୂମିର ଉନ୍ନତି, ଚିରନ୍ତନ କୃଷିକୁ ଆଦରିବା ପାଇଁ ସଚେତନତା ସୃଷ୍ଟି, କେତେକ ସ୍ବତନ୍ତ୍ର ଓ ଅଦିନିଆ ପନିପରିବାକୁ ଜୈବିକ ଉପାୟରେ ଚାଷ କରିବା ଏବଂ ଖାଦ୍ୟଶସ୍ୟର ମାନ ନିର୍ଦ୍ଧାରଣ ଉପରେ ଯଥେଷ୍ଟ ଗୁରୁତ୍ୱ ଦେବା ଜରୁରୀ। ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ନୂତନ ଫସଲ ଖସଡ଼ା ପ୍ରସ୍ତୁତି, ବିଲ, ଫଳ ଓ ପନିପରିବା ଫସଲରେ ଉପଯୁକ୍ତ କିସମର ବ୍ୟବହାର, ମୃତ୍ତିକାର ଉର୍ବରତା ରକ୍ଷା ପାଇଁ ମାଟିକୁ ସମସ୍ତ ଖାଦ୍ୟ ଉପାଦାନ ଯୋଗାଣ, ପରିବେଶ ପ୍ରଦୂଷଣକୁ ରୋକିବା ଏବଂ ଉପଯୁକ୍ତ ଅନିଷ୍ଟକ ନାଶକର ଠିକ୍‌ ପରିମାଣ, ସମୟ ଏବଂ ପ୍ରଣାଳୀରେ ପ୍ରୟୋଗ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଆମ କୃଷି ଉପତ୍ାଦରେ ବିଷାକ୍ତ ନକଲି ରଙ୍ଗ, ଫଳ ପଚାଇବା ପାଇଁ ବିଷାକ୍ତ ପଦାର୍ଥ ଓ ଅତ୍ୟଧିକ ହରମୋନ୍‌ ବ୍ୟବହାର ବର୍ଜନ କରିବା ଦରକାର। ଫଳ ଓ ପନିପରିବା ସମେତ ସମସ୍ତ କୃଷି ଉପତ୍ାଦକୁ ଉପଯୁକ୍ତ ଉପାୟରେ ସଂରକ୍ଷଣ କରିବା, ଏଥିରୁ ମୂଲ୍ୟଯୁକ୍ତ ପଦାର୍ଥ ସୃଷ୍ଟି ଓ ରପ୍ତାନିଯୁକ୍ତ କୃଷି ଉପତ୍ାଦର ପରିମାଣ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିବା ଉଚିତ୍‌। ଗୋପାଳନର ବ୍ୟବସାୟୀକରଣ, ଦେଶୀ ଗାଈ କିସମଙ୍କର ସଂରକ୍ଷଣ, ଅଣ୍ଡା ଉପତ୍ାଦନ ପାଇଁ ଅଣ୍ଡାଦେବା କୁକୁଡ଼ା ପାଳନ ଉପରେ ଗୁରୁତ୍ୱ, ଛେଳି ମେଣ୍ଡା ଓ ଘୁଷୁରି ପାଳନ, ଉପଯୁକ୍ତ ପରିବେଶ ଓ ଖାଦ୍ୟ ଯୋଗାଇବା ଉପରେ ଗୁରୁତ୍ୱାରୋପ, ପକ୍ଷୀ ପାଳନ ସମନ୍ଧୀୟ ସମସ୍ତ ସରକାରୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ଏହାର ଉପଯୋଗ କରିବା ବାଞ୍ଛନୀୟ। ମାଛ ଉପତ୍ାଦନ ବଢ଼ାଇବାକୁ ବିଭିନ୍ନ ଉପାୟ ଅବଲମ୍ବନ ସହ ଉପଯୁକ୍ତ ପୋଷଣ ପାଇଁ ମାଛ ଖାଇବାକୁ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ। ଘରେ, ବାହାଘର ଭୋଜି, ହୋଟେଲ ଓ ରେଷ୍ଟୁରାଣ୍ଟରେ କୌଣସି ପରିସ୍ଥିତିରେ ଖାଦ୍ୟ ନଷ୍ଟ କରିବା ଉଚିତ ନୁହେଁ। ଉପଯୁକ୍ତ ପରିମାଣର ଗୁଣ ଏବଂ ପୋଷଣଯୁକ୍ତ ଖାଦ୍ୟଗ୍ରହଣ ପ୍ରତ୍ୟେକ ନାଗରିକଙ୍କ ଅଧିକାର ହୋଇଥିବାରୁ ଏହାକୁ ପାଇବା ପାଇଁ ଜନସାଧାରଣ, ବ୍ୟକ୍ତିଗତ, ଗୋଷ୍ଠୀଗତ ଏବଂ ପ୍ରତ୍ୟେକ ଦେଶର ସରକାର ଶପଥନେବା ଆଜିର ଦିବସର ବଡ଼ ଆହ୍ବାନ।
ମୋ:୯୪୩୭୨୭୨୦୦୯


Enter your email to get our daily news in your inbox.

All Right Reserved By Dharitri.Com

ଏକେଶ୍ୱରବାଦ ଧର୍ମ

ଗ୍ରାୟତ୍ରୀ ସିଂହ ଗତ କଲ୍ୟାଣ ପାଇଁ ମହିମା ଧର୍ମ ହେଉଛି ଅନନ୍ୟ। ସତ୍‌ ମାର୍ଗରେ ଯିବା ପାଇଁ ମହିମା ସ୍ବାମୀ ବିଶ୍ୱର ସମସ୍ତ ଜନ ସମାଜକୁ ଆହ୍ବାନ୍‌…

ଅଗ୍ରଦୂତ ନବ ପ୍ରଭାତର

ଡ. ପ୍ରଫୁଲ୍ଲ କୁମାର ସାହୁ ଗତିଶୀଳ ଚେତନାର ଭଗୀରଥ ଭଗବତୀ ଚରଣ ପାଣିଗ୍ରାହୀ। ଚାଷୀ ମୂଲିଆ ଓ ଅସହାୟ ମଣିଷର ପ୍ରକୃତ ବନ୍ଧୁ। ବିଂଶ ଶତାବ୍ଦୀର ଚତୁର୍ଥ…

ଆଇନ ଶାସନର ଉଲ୍ଲଂଘନ

ଆକାର ପଟେଲ ଏକ ଗଣତାନ୍ତ୍ରିକ ସମାଜ ଭାବରେ ଏହା ଆଶା କରାଯାଏ ଯେ ଭାରତର କର୍ତ୍ତୃପକ୍ଷ ଆଇନର ଶାସନ ପାଳନ କରିବେ। ଏକ ଧାରଣା ବି ରହିଛି,…

ତିନି ଘଣ୍ଟାର ଗସ୍ତ

ନୂଆଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ସମୟରେ ଏକ ବିଜ୍‌ନେସ ସମ୍ପର୍କିତ ଆଲୋଚନା ପାଇଁ ତିନି ଘଣ୍ଟା ଯଥେଷ୍ଟ ସମୟ। ତେବେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣରେ…

ରାମାୟଣରେ ସତୀ ସିଦ୍ଧାନ୍ତ

ରାମାୟଣର ଏକ ଓଡ଼ିଆ ସଂସ୍କରଣରେ ବର୍ଣ୍ଣନା କରାଯାଇଛି ଯେ, ଋଷି ଗୌତମ ତାଙ୍କ କନ୍ୟା ଅଞ୍ଜନି ଓ ଦୁଇ ପୁତ୍ରଙ୍କ ସହ ସମୁଦ୍ରକୂଳରେ ଚାଲୁଥିଲେ। ବାଲି ତାତି…

ନାରୀ ପାଇଁ ଭୋଟ ଅଧିକାର

ରାଣରୁ ଜଣାଯାଏ ମଦ୍ର ଦେଶର ନରପତି ଅଶ୍ୱପତି କନ୍ୟା ସନ୍ତାନଟିଏ ଲାଭକରିବା ଉଦ୍ଦେଶ୍ୟରେ ସହସ୍ରାଧିକ ଯଜ୍ଞ କରିଥିଲେ। ସେହିଭଳି ମିଥିଳାର ରାଜା ଜନକ ଏକଦା ଆକାଶରେ ସୁନ୍ଦରୀ…

ତଦନ୍ତର ରିଆଲିଟି ଶୋ

ପ୍ରାତଃ ଭ୍ରମଣ ପାଇଁ ମୁଁ ମୋ ଘର ପାଖ ଏକ ପାର୍କକୁ ପ୍ରତିଦିନ ଯାଏ। ପାର୍କରେ ଡ୍ୟୁଟି କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ ଦିନେ ମୋ ନିକଟକୁ…

ଆଉ ଚାରା ନାହିଁ

ଓଡ଼ିଆରେ କଥା ଅଛି ‘ଆଉ ଚାରା ନାହିଁ’। ଅର୍ଥାତ୍‌ ଆଉ କିଛି ଉପାୟ ନ ଥିଲେ ବାଧ୍ୟ ହେବା ସ୍ଥିତିକୁ ଲକ୍ଷ୍ୟ କରାଯାଇ ଏଭଳି କୁହାଯାଇଥାଏ। ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri