ସ୍ବାମୀଙ୍କ ନାଁରେ ଅଭିଯୋଗ ଆଣିଲେ ନୁଶ୍‌ରତ୍‌: ବ୍ୟାଙ୍କ୍‌ରୁ ନେଇଯାଇଛନ୍ତି ମୋ ଟଙ୍କା, ପୈତୃକ ଅଳଙ୍କାର

ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗୀୟ ଅଭିନେତ୍ରୀ ନୁଶ୍‌ରତ୍‌ ଜାହାଁ ଏବେ ଚର୍ଚ୍ଚାରେ ଅଛନ୍ତି। ଏବେ ଚର୍ଚ୍ଚା ହେଉଛି ନୁଶ୍‌ରତ୍‌ କୁଆଡେ ୬ ମାସର ଗର୍ଭବତୀ ଅଛନ୍ତି। କିନ୍ତୁ ତାଙ୍କ ସ୍ବାମୀ ନିଖିଲ ଜୈନଙ୍କୁ ଏହି ଗର୍ଭଧାରଣ ବିଷୟରେ କୌଣସି ସୂଚନା ନାହିଁ। ଏପରିକି ଦାବି ହେଉଛି ଯେ, ନୁଶ୍‌ରତ୍‌ ଏବଂ ନିଖିଲଙ୍କ ବିବାହ ମଧ୍ୟ ଭାଙ୍ଗିବା ପର୍ଯ୍ୟାୟରେ ଅଛି। ଏବେ ସୋସିଆଲ ମିଡିଆରେ ଏବଂ ଗଣମାଧ୍ୟମରେ ଏନେଇ ଜୋରଦାର ଚର୍ଚ୍ଚା ହେଉଛି। ଏବେ ଏନେଇ ମୁହଁ ଖୋଲିଛନ୍ତି ନୁଶରତ୍‌। ସେ କହିଛନ୍ତି ଯେ, ସେ ଏବଂ ନିଖିଲ ତୁର୍କୀ ନିୟମ ଅନୁଯାୟୀ ବିବାହ କରିଥିଲେ ଏବଂ ଭାରତୀୟ ବିବାହ ଅନୁଯାୟୀ ଏହି ବିବାହ ବୈଧ ନୁହେଁ। ଆମର ଅଲଗା ହେବା ବହୁ ପୂର୍ବରୁ ଘଟିଥିଲା, କିନ୍ତୁ ମୁଁ ମୋର ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଥିବାରୁ ମୁଁ ଏହା ବିଷୟରେ କଥାବାର୍ତ୍ତା କରି ନ ଥିଲି। ଯେଉଁ ବିବାହ ବିଷୟରେ ଆଲୋଚନା ହେଉଛି ତାହା ବୈଧ ନୁହେଁ ଏବଂ ତେଣୁ ଏହା ଆଇନ ଦୃଷ୍ଟିରେ ଏକ ବିବାହ ନୁହେଁ। ତେଣୁ ଛାଡପତ୍ର ପ୍ରଶ୍ନ କେଉଁଠି ଉଠୁଛି।
ଏକ ବିବୃତ୍ତିରେ ନୁଶରତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସେ ନିଜେ ତାଙ୍କ ପରିବାରର ଖର୍ଚ୍ଚ କିମ୍ବା ଭଉଣୀର ଶିକ୍ଷା ଖର୍ଚ୍ଚ ପରି ସମସ୍ତ ଆବଶ୍ୟକତା ପୂରଣ କରୁଛନ୍ତି ଏବଂ ଏଥିପାଇଁ ସେ କାହାଠାରୁ ଟଙ୍କା ନେଉନାହାଁନ୍ତି। କିଛି ଖବରରେ ଦାବି କରାଯାଇଥିଲା ଯେ ନୁଶରତ ତାଙ୍କ ସ୍ବାମୀ ନିଖିଲଙ୍କଠାରୁ ତାଙ୍କ ଖର୍ଚ୍ଚ ପାଇଁ ଟଙ୍କା ନେଉଛନ୍ତି। ନୁଶରତ ଆହୁରି ଲେଖିଛନ୍ତି, ଯିଏ ନିଜକୁ ଧନୀ ବୋଲି କହୁଛି ଏବଂ ମୁଁ ତାଙ୍କୁ ବ୍ୟବହାର କରିଛି, ସେ ଆମ ଅଲଗା ହେବା ପରେ ରାତି ଅଧରେ ମୋ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେବା ସହ ମୋ ପୈତୃକ ଅଳଙ୍କାର ନେଇ ଯାଇଛନ୍ତି। ମୁଁ ଏହି ସୂଚନା ବ୍ୟାଙ୍କକୁ ଦେଇଛି ଏବଂ ଶୀଘ୍ର ପୋଲିସରେ ଅଭିଯୋଗ ଦାଖଲ କରିବି।
ଗତ ୬ ମାସ ହେବ ନୁଶ୍‌ରତ୍‌ ସ୍ବାମୀଙ୍କ ସହ ରହୁନାହାନ୍ତି। ଗତ କିଛି ଦିନ ହେବ ବଙ୍ଗଳା ଅଭିନେତା ତଥା ଭାଜପା ନେତା ୟଶ ଦାସଗୁପ୍ତାଙ୍କ ସହ ନୁଶ୍‌ରତ୍‌ଙ୍କ ସମ୍ପର୍କ ରହିଛି ବୋଲି ଆଲୋଚନା ଚାଲିଛି। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି ଏବଂ ଚଳିତ ବର୍ଷର ନୂଆବର୍ଷ ଉଭୟ ରାଜସ୍ଥାନରେ ଏକାଠି ପାଳନ କରିଥିଲେ। ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରିବା ପରେ ନୁଶ୍‌ରତ୍‌ ୧୯ ଜୁନ ୨୦୧୯ରେ ତୁର୍କୀରେ ନିଖିଲଙ୍କୁ ବିବାହ କରିଥିଲେ। ନୁଶ୍‌ରତ୍‌ ଏବଂ ନିଖିଲଙ୍କ ଏହି ବିବାହ ହିନ୍ଦୁ, ଇସଲାମ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ କରାଯାଇଥିଲା।

Nusrat Jahan, Nikhil Jain, Nusrat Jahan statement


Enter your email to get our daily news in your inbox.

All Right Reserved By Dharitri.Com

ପ୍ରୋଫାଇଲ ଫଟୋ ବଦଳାଇଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ରାଜସ୍ଥାନରେ ହୋଇସାରିବା ପରେ ଦୁହେଁ ମୁମ୍ବାଇ ଫେରି ଆସିଛନ୍ତି। ଉଭୟ ମିଡିଆ ସାମ୍ନାରେ ପ୍ରଥମ...

ଭିଡିଓ କଲରେ ମା’ବାପାଙ୍କ ସହ କଥା ହେଲେ ଆର୍ୟନ

ମୁମ୍ବାଇ: ବଲିଉଡ୍‌ ଅଭିନେତା କିଙ୍ଗଖାନଙ୍କ ପୁଅ ଆର୍ୟନ ଶୁକ୍ରବାର ମାବାପାଙ୍କ ସହ ଭିଡିଓ କଲ୍‌ରେ କଥା ହୋଇଛନ୍ତି। କୋଭିଡ୍‌ -୧୯ ଗାଇଡଲାଇନ୍‌ ଅନୁସାରେ ଜେଲରେ ଥିବା...

ରେସ୍ତୋରାଁ ‘ସୋନା’ ଲଞ୍ଚ କଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଆଉ ଏକ ଦିଗରେ ମନ ବଳାଇଛନ୍ତି । ଅଭିନୟରେ ଦର୍ଶକଙ୍କ ମନମୋହୁଥିବା ପିସି ଏବେ ହସ୍ପିଟାଲିଟି...

କାର୍ତ୍ତିକଙ୍କ ଭିଡ଼ିଓକୁ ଶେୟାର କଲେ ମୋଦି

ମୁମ୍ବାଇ: କରୋନା ଭାଇରସ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଭଳି ପରିସ୍ଥିତିରେ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଜରୁରୀ ହୋଇପଡିଛି। ବଲିଉଡ୍‌ ମୁଭି...

୪୭ବର୍ଷରେ ପାଦ ଥାପିଲେ ବଲିଉଡ୍‌ ବିୟୁଟି

ମୁମ୍ବାଇ: ବଲିଉଡ ବିୟୁଟି ରବିନା ଟଣ୍ଡନ ମଙ୍ଗଳବାର ୪୭ବର୍ଷରେ ପହଞ୍ଚିଛନ୍ତି। ତଙ୍କେ ଜନ୍ମ ଦିନରେ ଅନେକ ଅଭିନେତା ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ଏଥର ଜନ୍ମଦିନକୁ ପରିବାର...

ବଡ଼ ବଜେଟ୍‌ରେ ପ୍ରସ୍ତୁତ ହେବ ‘ପୁଷ୍ପା ପାର୍ଟ-୨’

ସାଉଥ୍‌ ସୁପରଷ୍ଟାର୍‌ ଅଲ୍ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ବ୍ଲକ୍‌ବଷ୍ଟର ଫିଲ୍ମ‘ପୁଷ୍ପା: ଦ ରାଇଜ୍‌’ ରେକର୍ଡ କରିବା ପରେ ଏବେ ଦୁହିଁଙ୍କ ଆଉ ଏକ ଅପକମିଙ୍ଗ୍‌...

୪୦ ବର୍ଷରେ ନିର୍ବନ୍ଧ କଲେ ବଲିଉଡ୍‌ର ଏହି ଅଭିନେତା

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ଫିଲ୍ମ ‘ଲଭ୍‌ ଷ୍ଟୋରୀ ୨୦୫୦’ ଏବଂ ହ୍ବାଟସ୍‌ ୟୋର ରାଶି’ ରେ କାମ କରିସାରିଥିବା ଅଭିନେତା ହରମନ ବାବେଜା...

୧୮ ବର୍ଷ ପୂର୍ବେ କରିସ୍ମାଙ୍କ ସହ ନିର୍ବନ୍ଧ କରିଥିଲେ ଅଭିଷେକ, କେବଳ ମା’ଙ୍କ ଏହି ଡିମାଣ୍ଡ ଯୋଗୁ…

ବମ୍ବେ: ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଗ୍‌ବିଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ। ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ...

Advertisement
Archives

Model This Week