ଭୁବନେଶ୍ୱର,୧୫।୭: ତ୍ରିକୋଣୀୟ ପ୍ରେମ ପାଇଁ ସାଜିଲା କାଳ। ଝୁଲି ପଡ଼ିଲେ ଯୁବତୀ। ଏଭଳି ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର। ମୃତ ଯୁବତୀ ଜଣଙ୍କ ପଟିଆର ଏକ ଘରୋଇ ହସ୍ପିଟାଲରେ ଷ୍ଟାଫ ନର୍ସ ଭାବେ କାମ କରୁଥିଲେ। ସେ ଏକା ସାଙ୍ଗରେ ୨ ଯୁବକଙ୍କୁ ପ୍ରେମ କରୁଛି। ହଠାତ୍ ଧରାପଡ଼ିବା ପରେ ସେ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ। ଡମଣା ଛକରେ ରହୁଥିବା ଭଡ଼ାଘରେ ସେ ଫ୍ୟାନ୍ରେ ଝୁଲି ପଡ଼ିଥିଲେ ଯୁବତୀ। ଅପମୃତ୍ୟୁ ମାମଲା ରୁଜୁ କରି ଚନ୍ଦ୍ରଶେଖରପୁର ଥାନା ପୋଲିସ ତଦନ୍ତ ଚଳାଇଛି। ଏହାସହ ୨ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।