ସଂଖ୍ୟା କମିଲେ ସମସ୍ୟା

ଢେଙ୍କାନାଳ,୭।୭(ରତନ ନାୟାର): ଶିମିଳିପାଳ ପରେ ହାତୀସଂଖ୍ୟାରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ଢେଙ୍କାନାଳ। ଥଣ୍ଡା ଜଳବାୟୁ, ସଂରକ୍ଷିତ ଜଙ୍ଗଲରେ ଅବାଧ ବିଚରଣ ଏହି ଐତିହ୍ୟପ୍ରାଣୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ହେଲେ ସମାନ୍ତରାଳ ଭାବେ ହାତୀ-ମଣିଷ ସଂଘର୍ଷକୁ ନେଇ କିଛି କମ୍‌ ଅପବାଦ ମୁଣ୍ଡାଇନି ଜିଲା। ଏସବୁ ଭିତରେ ବନ ବିଭାଗ ଚକିତ କରିବା ଭଳି ତଥ୍ୟ ଦେଇଛି। ଦନ୍ତା ସଂଖ୍ୟାରେ ଯଦି ଏଭଳି ହ୍ରାସ ଲାଗି ରହେ, ତେବେ ମାଈ ହାତୀଙ୍କ ସହ ମିଳନ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ଏବଂ ବର୍ଷ କେଇଟାରେ ଜିଲାରୁ ହାତୀ ବଂଶ ଲୋପ ପାଇଯିବ।
ଭାରତରେ ଐତିହ୍ୟ ପ୍ରାଣୀ ତାଲିକାଭୁକ୍ତ ହୋଇଛି ହାତୀ। ହେଲେ ଏହାର ସୁରକ୍ଷା ଲାଗି ନିଆଯାଇଥିବା ପଦକ୍ଷେପ ସମୁଦ୍ରକୁ ଶଙ୍ଖେ। ତେଣୁ ସ୍ଥଳଭାଗରେ ବାସ କରୁଥିବା ଏହି ବୃହତ୍ତମ ସ୍ତନ୍ୟପାୟୀ ପ୍ରାଣୀ ବଂଶ ପ୍ରତି ବିପଦ ଘନେଇବାରେ ଲାଗିଛି। ବିଶେଷ କରି ଓଡ଼ିଶାର ବିଭିନ୍ନ ସ୍ଥାନରେ ଦାନ୍ତ ଲୋଭରେ ଦନ୍ତା ଶିକାର ଏବଂ ଏଥିରେ ବନ ବିଭାଗର ପଦସ୍ଥ ଅଧିକାରୀଙ୍କ ସମ୍ପୃକ୍ତି ଧରାପଡ଼ିବା ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ଢେଙ୍କାନାଳରେ ଗତ ୩ ବର୍ଷରେ ବିଭିନ୍ନ କାରଣରୁ ୯ ଦନ୍ତା ହାତୀଙ୍କ ଜୀବନ ଯିବା ବନ ବିଭାଗ ପାଇଁ ସତର୍କ ଘଣ୍ଟି ବଜାଇଛି।
ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା, ସାଧାରଣତଃ ୮ରୁ ୧୨ବର୍ଷ ମଧ୍ୟରେ ଶାରୀରିକ ଦୃଷ୍ଟିରୁ ଉଭୟ ମାଈ ଏବଂ ଅଣ୍ଡିରା ହାତୀ ମିଳନ ପାଇଁ ପ୍ରସ୍ତୁତ ହୋଇଥାନ୍ତି। ଡିସେମ୍ବରରୁ ମାର୍ଚ୍ଚ ସେମାନଙ୍କ ମିଳନର ପ୍ରକୃଷ୍ଟ ସମୟ। ମିଳନ ଋତୁରେ ଗୋଟିଏ ଦନ୍ତା ୫ ମାଈ ହାତୀଙ୍କ ସହ ସମ୍ପର୍କ ସ୍ଥାପନ କରିଥାଏ। ସେମିତି କୌଣସି କାରଣ ନ ହେଲେ ସମସ୍ତ ୫ ମାଈ ହାତୀ ଗର୍ଭଧାରଣ କରିବାକୁ ସକ୍ଷମ ହୋଇଥାଆନ୍ତି। ପ୍ରାୟ ୨୨ମାସର ଗର୍ଭଧାରଣ ପରେ ଛୁଆ ଜନ୍ମ ହୋଇଥାଏ। ମିଳନ ପାଇଁ ଦନ୍ତା-ମାଈ ହାତୀଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାତ୍ମକ ସନ୍ତୁଳନ ରହିବା ନିହାତି ଆବଶ୍ୟକ। ହେଲେ ବିଭିନ୍ନ କାରଣରୁ ଢେଙ୍କାନାଳ ଜିଲାରେ ଯୁବ ଅଣ୍ଡିରା ହାତୀଙ୍କ ମୃତ୍ୟୁ ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ଏକ ତଥ୍ୟ ଅନୁଯାୟୀ, ୨୦୨୧-୨୨ ବର୍ଷରେ ୩ଟି, ୨୦୨୨-୨୩ରେ ୫ଟି ଓ ୨୦୨୩-୨୪ ବର୍ଷର ଜୁଲାଇ ୬ ସୁଦ୍ଧା ଗୋଟିଏ ଦନ୍ତା ହାତୀର ମୃତ୍ୟୁ ଘଟିଛି। ଜିଲାର ହାତୀ ଉପଦ୍ରୁତ ଅଞ୍ଚଳର ଜଙ୍ଗଲ ଓ ଚାଷଜମି ନିକଟରେ ଶିକାରୀମାନେ ବାର୍‌ହା ଶିକାର ପାଇଁ ବିଦ୍ୟୁତ୍‌ ଫାଶ ବିଛାଉଛନ୍ତି। ଅନେକ ସମୟରେ ଏଥିରେ ଛନ୍ଦି ହୋଇ ହାତୀଙ୍କ ଜୀବନ ଯାଉଛି। ବିଶେଷ କରି ଦଳରୁ ଅଲଗା ହୋଇ ଏକାକୀ ବିଚରଣ କରୁଥିବା ଦନ୍ତାଙ୍କ ପ୍ରାଣହାନି ଆଶଙ୍କା ବେଶି। ସମ୍ପୃକ୍ତ ୯ ହାତୀ ମଧ୍ୟରୁ ଅଧିକାଂଶ ବିଦ୍ୟୁତ୍‌ ଫାଶରେ ପଡ଼ିଛନ୍ତି। ଜିଲାର ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ଏବେ ୫୪ ଦନ୍ତା ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ସୁମିତ କୁମାର କର କୁହନ୍ତି, ଉଭୟ ମଣିଷ ଏବଂ ହାତୀଙ୍କ ସୁରକ୍ଷା ବନ ବିଭାଗର ଦାୟିତ୍ୱ। ଦନ୍ତା ସଂଖ୍ୟା କମିଲେ ହାତୀ ବଂଶ ପ୍ରତି ବିପଦ। ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବ। ହାତୀ ଉପଦ୍ରବରୁ ଧନଜୀବନ ସୁରକ୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି। ମୋବାଇଲ ଆପ୍‌ ମାଧ୍ୟମରେ ସୂଚନା ଦେବା ବ୍ୟବସ୍ଥା ମଧ୍ୟ ହୋଇଛି।

ଦଳପତିକୁ ବେଶି ବିପଦ

ପଲରେ ଥିବା ସବୁଠାରୁ ବୟସ୍କ ଦନ୍ତା ଦଳପତି। ସେ ହାତୀପଲକୁ ନିୟନ୍ତ୍ରଣ କରିଥାଏ। ତେବେ ଦଳରେ ପତିଆରା ପାଇଁ ଦଳପତି ସହ ଯୁବ ଦନ୍ତାଙ୍କ ମଧ୍ୟରେ ଅନେକ ସମୟରେ ସଂଘର୍ଷ ହୋଇଥାଏ। ଦଳପତି ପରାସ୍ତ ହେଲେ ଗୋଠରୁ ଅଲଗା ହୋଇଯାଏ। ସେହିପରି ପ୍ରଜନନ ଋତୁରେ ଦନ୍ତା ଅଧିକ ଉନ୍ମତ୍ତ ହୋଇ ଏକାକୀ ଘୂରି ବୁଲିଥାଏ। ହିଂସ୍ର ଆଚରଣ ପ୍ରଦର୍ଶନ କରି ଉପଦ୍ରବ କରେ। ଏହି ସମୟରେ ଶିକାରୀମାନେ ସକ୍ରିୟ ହୋଇଉଠନ୍ତି। ବିଭିନ୍ନ ଉପାୟରେ ଶିକାର କରିବାକୁ ଯୋଜନା କରିଥାଆନ୍ତି। ତେଣୁ ଦଳପତିଙ୍କ ଉପରେ ବିପଦ ବେଶି।

କନ୍ଧରା ଘଟଣାରୁ ଶିକ୍ଷା

ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳର କନ୍ଧରା ସଂରକ୍ଷିତ ଜଙ୍ଗଲ କଟକ ଜିଲାର ବଡ଼ମ୍ବା, ନରସିଂହପୁର ସୀମାକୁ ଲାଗିଛି। ତେଣୁ ଶିକାରୀଙ୍କ ଅନୁପ୍ରବେଶ ସହଜ ହୋଇଯାଉଛି। ୫ବର୍ଷ ତଳେ କନ୍ଧରା ସଂରକ୍ଷିତ ଜଙ୍ଗଲରେ ଶିକାରୀଙ୍କ ଗୁଳିରେ ଏକ ଦନ୍ତା ଟଳିପଡ଼ିଥିଲା। ଏପରି କି ବନ କର୍ମଚାରୀଙ୍କ ଉପରକୁ ଅଭିଯୁକ୍ତମାନେ ଆଖିବୁଜା ଗୁଳିମାଡ଼ କରିଥିଲେ। ଭୟଭୀତ କର୍ମଚାରୀ ଛତ୍ରଭଙ୍ଗ ଦେଇଥିବାବେଳେ ୨ଟି ଦାନ୍ତ ଅଭିଯୁକ୍ତମାନେ କାଟି ନେଇଯାଇଥିଲେ। ଶିକାରୀଙ୍କ ଏଭଳି ଆକ୍ରମଣ ବନ ବିଭାଗ ପାଇଁ ଚେତାବନୀ ସଦୃଶ ହୋଇଥିଲା। ଅଦ୍ୟାବଧି ଏହି ଘଟଣାରେ କେହି ଧରାପଡ଼ି ନ ଥିବାବେଳେ ବନ ବିଭାଗର ଆଧୁନିକୀକରଣକୁ ନେଇ ପ୍ରଶ୍ନ ଉଠିଥିଲା। ଏହାପରେ କନ୍ଧରା ସଂରକ୍ଷିତ ଜଙ୍ଗଲରେ ସିସିଟିଭି ଲଗାଯିବା ସହ ବିଭିନ୍ନ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri