ରାଜସ୍ବ ଆଦାୟରେ ଏକ ନମ୍ବର, ଲୋକଙ୍କୁ ମିଳୁନି ସେବା

ଗୋପାଳପୁର,୧୧ା୯(ନବୀନ ରାଜ ଆଚାରୀ): ସରକାର ସମସ୍ତ ବିଭାଗକୁ ୫-ଟି ଅଧୀନକୁ ନେଇ ବିଭିନ୍ନ ବିଭାଗରେ ସଂସ୍କାରମୂଳକ ପଦେକ୍ଷେପ ଗ୍ରହଣ କରୁଛନ୍ତି। ରାଜସ୍ବ ବିଭାଗର ସେବାଗୁଡ଼ିକ କିଭଳି ହାତ ପାଆନ୍ତାରେ ନିର୍ଦ୍ଧାରିତ ସମୟରେ ଲୋକେ ସେବା ପାଇପାରିବେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଉଛି। ହେଲେ କିଛି ଅଧିକାରୀଙ୍କ ଖାମଖିଆଲ ମନୋବୃତ୍ତି ଯୋଗୁଁ ସରକାରଙ୍କ ଯୋଜନା ଦିଗହରା ହେବା ସହ ଲୋକମାନେ ନାହିିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କନିଷି ତହସିଲରେ। ଏଠାରେ ଦିନକୁ ଦିନ କର୍ମଚାରୀ ଅଭାବ ହେବା ଫଳରେ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବହୁ ଦୂରଦୂରାନ୍ତରୁ ଲୋକମାନେ ଆସୁଥିଲେ ମଧ୍ୟ ସେବା ନ ପାଇଁ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ରାଜ୍ୟରେ କନିଷି ତହସିଲ କାର୍ଯ୍ୟଭାରରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି। ଏହି ତହସିଲରେ ୧୩ଟି ରାଜସ୍ବ ସର୍କଲ ରହିଛି। ଏଥିରେ ଗତ ବର୍ଷ ୨୬ ହଜାରରୁ ଉର୍ଦ୍ଧ୍ୱ ଜମିଜମା ଦାଖଲ ଓ ଖାରଜ (ମ୍ୟୁଟେସନ) ମାମଲା ହୋଇଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୨ ହାଜରରୁ ଊର୍ଦ୍ଧ୍ୱ ମ୍ୟୁଟେସନ ମାମଲା ଦାଖଲ ହୋଇଛି। ଏଠାରେ କର୍ମଚାରୀ ଦିନକୁ ଦିନ କମୁଥିବା ବେଳେ ନିର୍ଦ୍ଧାରିତ ସମୟରେ ସେବା ଯୋଗାଇବାରେ ବହୁ ପଛରେ ରହିଛି। ଏନେଇ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦେକ୍ଷେପ ଗ୍ରହଣ କରାଯାଉନାହିଁ। ଉକ୍ତ ତହସିଲରେ ବର୍ତ୍ତମାନ ଜଣେ ତହସିଲଦାର କାର୍ଯ୍ୟ କରୁୁଛନ୍ତି। ତିନିଜଣ ଅତିରିକ୍ତ ତହସିଲଦାର ପଦବୀ ରହିଛି। ତେବେ ଦୀର୍ଘ ମାସ ହେଲା ଦୁଇଟି ଅତିରିକ୍ତ ତହସିଲଦାର ପଦ ଖାଲିପଡ଼ିଛି। ଗତ କିଛି ମାସ ହେଲା ରାଜସ୍ବ ବିଭାଗର ଅଦଳ ବଦଳରେ ଜନୈକ ଅଧିକାରୀ ଶମେଶ ରଣବିଜୁଳି ଅତିରିକ୍ତ ତହସିଲଦାର ଭାବେ ଯୋଗଦେଇଛନ୍ତି। ଏଥିସହ କନିଷି ସବରେଜିଷ୍ଟ୍ରାର କାର୍ଯ୍ୟାଳୟରେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ଚିକିଟି ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କୁଲଦୀପ କୁମାର କନିଷି ଅତରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଛନ୍ତି। ଜିଲାରେ ବଡ଼ ତହସିଲ ରୂପେ ପରିଚିତ କନିଷି ତହସିଲରେ ୫ଟି କନିଷ୍ଠ କିରାଣୀ ପଦବୀ ଖାଲିଥିବା ବେଳେ ଗୋଟିଏ ବରିଷ୍ଠ କିରାଣୀ ଓ ୭ଟି ପିଅନ ପଦବୀ ଖାଲି ପଡ଼ିଛି। କର୍ମଚାରୀଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଦିନକୁ ଦିନ କାର୍ଯ୍ୟଭାର ବୃଦ୍ଧି ପାଉଛି। ବର୍ତ୍ତମାନ ତିନି ହଜାରରୁ ଊର୍ଦ୍ଧ୍ୱ ଜମି ପଟ୍ଟା ପେଣ୍ଡିଂ ରହିଥିବା ବେଳେ ହଜାରେରୁ ଊର୍ଦ୍ଧ୍ୱ ଗ୍ରାମକଣ୍ଠକ ପଟ୍ଟା ପେଣ୍ଡିଂ ରହିଛି। ଗତ ଆର୍ଥିକ ବର୍ଷରେ ଜମିଜମା ଖଜଣାରେ ୪ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଗାଡ଼ି ଓ ରୟାଲଟି ବାବଦରେ ୭ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି। ସମୁଦାୟ ୧୧ କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଛି। ଜିଲାରେ ରାଜସ୍ବ ଆଦାୟରେ କନିଷି ତହସିଲ ଏକ ନମ୍ବର ରହିଛି। ତେବେ କେଉଁ କାରଣରୁ କର୍ମଚାରୀ ପଦବୀ ପୂରଣ କରାଯାଉନାହିଁ ସେନେଇ ସନ୍ଦେହ ପ୍ରକାଶ ପାଇଛି। କର୍ମଚାରୀ ଅଭାବ ନେଇ ବାରମ୍ବାର ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ନେଇ ସାଧାରଣ ଅଭିଯୋଗ ଉଠିଛି। ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓପିଏସସି କାର୍ଯ୍ୟାଳୟ ଆଗରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ଧାରଣା

କଟକ,୬।୪(ଶିଳ୍ପା ପ୍ରିୟଦର୍ଶିନୀ): କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଡିଗ୍ରିଧାରୀ ଡାକ୍ତରୀ ଛାତ୍ରୀଛାତ୍ର ପ୍ରତିବାଦ କରିଛନ୍ତି। ନିଯୁକ୍ତି ପାଇ ନ ଥିବା ଶତାଧିକ ଏମ୍‌ବିବିଏସ୍‌ ଡାକ୍ତର ବିକ୍ଷୋଭ ପ୍ରଦର୍ଶନ…

ଆମେରିକା-ଇରାନ ବିବାଦ ଶେଷ ହେବ, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ? ପାକିସ୍ତାନ ପ୍ରସ୍ତୁତ କଲାଣି ଡ୍ରାପ୍ଟ – ସର୍ତ୍ତାବଳୀ କ’ଣ ଜାଣନ୍ତୁ

ତେହରାନ,୬।୪: ଆମେରିକା ଏବଂ ଇରାନ ମଧ୍ୟରେ ଏକ ମାସରୁ ଅଧିକ ସମୟ ଧରି ଚାଲିଥିବା ସଂଘର୍ଷ ଶେଷ ହେବାକୁ ଯାଉଛି ଏବଂ ହର୍ମୁଜ ପ୍ରଣାଳୀ ଖୁବ ଶୀଘ୍ର…

ପୁଣି ସରଣ୍ଡାରେ ବିସ୍ଫୋରଣ: କୋବ୍ରା ୨୦୫ ବାଟାଲିୟନର ଯବାନ ଆହତ

ବଣାଇଁ,୬।୪(ପ୍ରଦୀପ ତ୍ରିପାଠୀ): ଓଡ଼ିଶା-ଝାଡଖଣ୍ଡ ସୀମା ସଂଲଗ୍ନ ସରଣ୍ଡା ଜଙ୍ଗଲରେ ସୋମବାର ପୁଣି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି। ଯାହା ସୁରକ୍ଷା ବ୍ୟବସ୍ଥା ଏବଂ ନକ୍ସଲ କାର୍ଯ୍ୟକଳାପକୁ ନେଇ…

ରାଜ୍ୟ ସଭାରେ ଶପଥ ନେଲେ ଓଡ଼ିଶାର ନବ ନିର୍ବାଚିତ ଏମପି, ଓଡ଼ିଆରେ କହିଲେ ମୁଁ….

ଭୁବନେଶ୍ବର,୬ା୪: ରାଜ୍ୟ ସଭାରେ ସୋମବାର ଓଡ଼ିଶାର ନବ ନିର୍ବାଚିତ ଏମପି ଶପଥ ନେଇଛନ୍ତି । ଓଡ଼ିଶାରୁ ୩ ଏମପି ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ…

ଯୁଦ୍ଧ ମଧ୍ୟରେ ଇରାନକୁ ଶକ୍ତ ଝଟକା: ଆମେରିକା-ଇସ୍ରାଏଲ ଆକ୍ରମଣରେ IRGC ଗୁପ୍ତଚର ମୁଖ୍ୟଙ୍କ ମୃତ୍ୟୁ

ତେହରାନ,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଇରାନକୁ ଏକ ଶକ୍ତ ଧକ୍କା ଲାଗିଛି। ସୋମବାର (ଏପ୍ରିଲ ୬) ସକାଳେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ IRGCର ଗୁପ୍ତଚର ମୁଖ୍ୟ…

କଲେଜରୁ ଫେରୁଥବା ବେଳେ ଯୁବତୀଙ୍କୁ ଅପହରଣ: କାର ଭିତରକୁ ନେଇ..

ପାଟକୁରା,୬।୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।…

ଆବେଲ ପୁରସ୍କାର-୨୦୨୬

ଆବେଲ ପୁରସ୍କାର ହେଉଛି ଗଣିତ ପାଇଁ ଏକ ଉଲ୍ଲେଖନୀୟ ସମ୍ମାନ। ଏହାକୁ ନୋବେଲ ପୁରସ୍କାର ସହ ସମାନ ମନେ କରାଯାଇଥାଏ। ନରଓ୍ବେର ବିଶିଷ୍ଟ ଗଣିତଜ୍ଞ ନିଲ୍‌ସ ହେନରିକ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

କଥା ୧୯୧୯ ମସିହାର। ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ବର୍କଲେରେ ଗ୍ରାଜୁଏଶନ ସମୟ ପାଖେଇ ଆସୁଥିଲା ଏବଂ ମୋରିସ ହଗିନ୍ସ ନାମକ ଜଣେ ଛାତ୍ର ବହୁତ ଚିନ୍ତାରେ ଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri