ଲକ୍‌ଡାଉନ୍‌ରେ ଗର୍ଭବତୀ ନାବାଳିକାଙ୍କ ସଂଖ୍ୟା ବୃଦ୍ଧି, ଶାରୀରିକ ସମ୍ପର୍କ ଲାଗି ସମ୍ମତି ବୟସ ସୀମା ୧୮କୁ ବଢ଼ିଲା…

ହରାରେ, ୨୮।୫ : ଜିମ୍ବାୱେରେ ଶାରୀରିକ ସମ୍ପର୍କ ଲାଗି ସମ୍ମତି ବୟସ ସୀମା ୧୮କୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୧୬ ବର୍ଷ ବୟସ ଥିଲା। ମାତ୍ର ଏବେ ଏହାକୁ ଅସାମ୍ବିଧାନିକ ଘୋଷିତ କରାଯାଇଛି। ଜିମ୍ବାୱେର ସାମ୍ବିଧାନିକ କୋର୍ଟ କହିଛନ୍ତି ଯେ ଶାରୀରିକ ସମ୍ପର୍କ ଲାଗି ସମ୍ମତି ନିମନ୍ତେ ଆଇନଗତ ବୟସ ୧୬ ରୁ ୧୮ ବର୍ଷକୁ ବୃଦ୍ଧି କରାଯାଇଛି

ଦୁଇଜଣ ମହିଳା ପୂର୍ବ ପ୍ରଚଳିତ ଆଇନ ବିରୋଧରେ ପିଟିଶନ ଦାଖଲ କରିଥିଲେ। ସେମାନେ କରୋନା ମହାମାରୀ ଲକ୍‌ଡାଉନ ପରେ ଅଳ୍ପ ବୟସରେ ସେମାନଙ୍କର ବିବାହ କରାଯାଇଥିବା ସେମାନେ ପିଟିଶନ୍‌ରେ ଉଲ୍ଲେଖ କରିଥିଲେ। କୋର୍ଟଙ୍କ ଏହି ନିଷ୍ପତ୍ତିକୁ ଦେଶର ଲୋକେ ସ୍ବାଗତ କରିଛନ୍ତି।

ସରକାରୀ ଅଧିକାରୀ ତଥା ମାନବିକ ଅଧିକାରର ଆଇନଜୀବୀ କହିଛନ୍ତି ଯେ କରୋନା ମହାମାରୀ ସଂକ୍ରମଣରେ ଲକ୍‌ଡାଉନ୍‌ ଯୋଗୁ ସ୍କୁଲ-କଲେଜଗୁଡ଼ିକ ବନ୍ଦ ହୋଇଯାଇଥିଲା। ଯେତେବେଳେ କାମ ବନ୍ଦ ହେଲା। ଦାରିଦ୍ର୍ୟତା ମଧ୍ୟ ବୃଦ୍ଧି ପାଇଲା। ଏଭଳି ପରିସ୍ଥିତିରେ ମାତାପିତା ଅଳ୍ପ ବୟସରେ ଝିଅମାନଙ୍କ ବିବାହ କରିବା ଆରମ୍ଭ କରିଥିଲେ। ଏହି କାରଣରୁ ଗର୍ଭବତୀ ନାବାଳିକାମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା।

କୋର୍ଟଙ୍କ ଏହି ନିଷ୍ପତ୍ତି ପରେ, ଲୋକମାନେ ଆଶା କରୁଛନ୍ତି ଯେ ନାବାଳିକାଙ୍କ ଗର୍ଭବତୀ ହେବା ଏବଂ ବିବାହ ସଂଖ୍ୟା ହ୍ରାସ ଘଟିପାରେ। ଅଦାଲତଙ୍କ ଏହି ନିଷ୍ପତ୍ତି ପରେ ସଂସଦ ଏବଂ ଆଇନ ମନ୍ତ୍ରୀଙ୍କ ପାଖରେ ଏକ ବର୍ଷ ଅଛି ଯାହା ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ସମସ୍ତ ଶିଶୁଙ୍କୁ ଯୌନ ଶୋଷଣରୁ ରକ୍ଷା କରିବ। କୋର୍ଟର ନିଷ୍ପତ୍ତି ଉପରେ ଆସୋସିଏଟେଡ ପ୍ରେସ୍‌କୁ ସୂଚନା ଦେଇ ମହିଳା ଆଇନଜୀବୀ ତେନ୍ଦାଇ ବିଟି କହିଛନ୍ତି ଯେ ଆମେ ଶିଶୁମାନଙ୍କୁ, ବିଶେଷ କରି ନାବାଳିକାମାନଙ୍କୁ ସୁରକ୍ଷା ଦେବା ଜରୁରୀ ଅଟେ। କୋର୍ଟର ଏହି ନିଷ୍ପତ୍ତି ପିଲାମାନଙ୍କ ଶୋଷଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବ ନାହିଁ, କିନ୍ତୁ ଏହା ନିଶ୍ଚିତ ଭାବରେ ଏହାକୁ ହ୍ରାସ କରିବ। ବାଳିକାମାନଙ୍କ ଅଧିକାର ପାଇଁ ଅଭିଯାନ କରୁଥିବା ପ୍ରତିଭା ଜୁମୋ କହିଛନ୍ତି ଯେ ଏହି ନିଷ୍ପତ୍ତି ୧୮ ବର୍ଷରୁ କମ ବାଳିକାମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ! ପ୍ରଥମେ ଇରାନ ବିନାଶର ପ୍ରତିଶ୍ରୁତି, ଏବେ ହର୍ମୁଜକୁ ନେଇ କହିଲେ ବଡ଼ କଥା, ଯୁଦ୍ଧର ହେବ ‘THE END’?

ଓ୍ବାଶିଂଟନ,୩୧।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚାଲିଥିବା ସଂଘର୍ଷକୁ ଦୀର୍ଘ କରିବା ମନୋଭାବରେ ଥିବା ପରି ମନେ ହେଉନାହିଁ। ଟ୍ରମ୍ପ ତାଙ୍କ ସହଯୋଗୀମାନଙ୍କୁ ଜଣାଇ…

ରୋହିତ 2.0: ପ୍ରାୟ ୧୦ ମାସ ପରେ ଟି-୨୦ କ୍ରିକେଟକୁ ଫେରିଲେ ‘ହିଟମ୍ୟାନ’

ନୂଆଦିଲ୍ଲୀ,୩୧।୩: ଯଦିଓ ରୋହିତ ଶର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, ରବିବାର ରାତିରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ…

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ପ୍ରଭାବଶାଳୀଙ୍କ ମାଲିକାନାରେ ଗୋବରୀ ନଦୀ : ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପ୍ରହସନ

ପଟ୍ଟାମୁଣ୍ଡାଇ,୩୧ା୩(କଳ୍ପତରୁ ନାୟକ):ରାଜ୍ୟ ସରକାରୀ ଜମି ଜବରଦଖଲ ଉଚ୍ଛେଦ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗତବର୍ଷ ଡିସେମ୍ବରରେ କଡ଼ା ଚେତାବନୀ ଦେଇଥିଲେ। ଜବରଦଖଲକାରୀମାନେ ସରକାରୀ ଜମି ଫେରାନ୍ତୁ…

ଶୌଚ ହେବାକୁ ଯାଇଥିଲେ ମଥୁରୀ: ୪ ଦିନ ପରେ ଘଟିଲା…

ମହାକାଳପଡ଼ା, ୩୧ ା ୩ (ପ୍ରତାପ ଚନ୍ଦ୍ର ସ୍ବାଇଁ ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବାହାରସୋବଳା ମୌଜାର ଅକ୍ଷୟ ରାଉତଙ୍କ ସ୍ତ୍ରୀ ମଥୁରୀ ରାଉତ ଶୁକ୍ରବାର…

US Israel Iran War: ଯୁଦ୍ଧ ବନ୍ଦ ହେବା ନେଇ କାହା ସହ କଥା ହେଉଛନ୍ତି ଟ୍ରମ୍ପ, ନିଜେ ଉଠାଇଲେ ରହସ୍ୟ ଉପରୁ ପରଦା, ସଭିଏଁ ଚକିତ!

ଓ୍ବାଶିଂଟନ,୩୧।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ୱାଶିଂଟନ ତେହରାନ ସହିତ ଆଲୋଚନା କରିବା ବିଷୟରେ ସପ୍ତାହେ ଧରି କଥାବାର୍ତ୍ତା କରିଆସୁଛି; କିନ୍ତୁ, ଏହି ଆଲୋଚନା ହେଉଥିବା…

ତୀବ୍ର ହେଉଛି ସଂଘର୍ଷ, କୁଏତ୍‌ର ଏକ ତେଲ ଟ୍ୟାଙ୍କରକୁ ଟାର୍ଗେଟ କଲା ଇରାନ!

ଆବୁଧାବି,୩୧।୩: ପଶ୍ଚିମ ଏସିଆରେ ସଂଘର୍ଷ ନିରନ୍ତର ଜାରି ରହିଛି, ଉଭୟ ପକ୍ଷରୁ ଆକ୍ରମଣ କରାଯାଉଛି । ଇରାନ ମଧ୍ୟ ପ୍ରତିଶୋଧମୂଳକ କାର୍ଯ୍ୟରେ ନିୟୋଜିତ ଅଛି, ଆକ୍ରମଣର ଏକ…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri