Posted inଜାତୀୟ

ଏଲ୍‌ଏସିରେ ଭାରତୀୟ ଯବାନଙ୍କ ସଂଖ୍ୟା ବଢ଼ିଲା…

ଲଦାଖ,୧୪।୧୧: ଲଦାଖରେ ଚାଇନା ଏବଂ ପାକିସ୍ଥାନକୁ କଡ଼ା ଜବାବ ଦେବା ପାଇଁ ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ପ୍ରବଳ ଶୀତରେ, ଶତ୍ରୁ ପକ୍ଷର ଯେ କୌଣସି କାର୍ଯ୍ୟର କଡ଼ା ମୁକାବିଲା ଲାଗି ଭାରତୀୟ ସେନା ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଜାଗ ରହିଛି। ଏହି ମର୍ମରେ ଲଦାଖର ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ର ଲେହ ନିକଟରେ ଥିବା ୧୪ କୋର୍‌ ଡିଭିଜନରେ ଯବାନଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି।

ଶୀତଦିନେ ଚାଇନାର ଯେ କୌଣସି ଆକ୍ରମଣର ମୁକାବିଲା ପାଇଁ ସେନା ଅତିରିକ୍ତ ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି। ଚ୍ୟାଲେଞ୍ଜିଂ ପରିସ୍ଥିତିରେ କାର୍ଯ୍ୟ କରି ପୂର୍ବ ଲଦାଖରେ ଚାଇନାର ଆହ୍ବାନର ସମ୍ମୁଖୀନ ହେବାକୁ ଥିବା ପ୍ରତିରକ୍ଷା ଏବଂ ସୁରକ୍ଷା ପ୍ରତିଷ୍ଠାନ ସୂତ୍ରରୁ ପ୍ରକାଶ ଯେ ପଶ୍ଚିମ ସୀମା ନିକଟରେ ପିଏଲଏର ଉପସ୍ଥିତି ଯୋଗଏଲ୍‌ଏସିରେ ଯବାନଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି।

ପୂର୍ବ ଲଦାଖରେ ୩୦,୦୦୦ ଯବାନଙ୍କୁ ମୁତୟନ କରାଯାଇଛି। ଗତ ବର୍ଷ ଲଦାଖରେ ଜମ୍ମୁ-କଶ୍ମୀରର କେତେକ ୟୁନିଟକୁ ମୁତୟନ କରାଯାଇଥିଲା। ଗତ ବର୍ଷ ଗଲୱାନ ଘାଟି ଘଟଣା ପରେ ଏକ ରାଷ୍ଟ୍ରୀୟ ରାଇଫଲ୍ସ (ଆରଆର) ସେକ୍ଟରକୁ ଗଲୱାନ ଉପତ୍ୟକାକୁ ସ୍ଥାନାନ୍ତର କରାଯାଇଥିବାବେଳେ ୟୁନିଫର୍ମ ଫୋର୍ସର ଏକ ୟୁନିଟକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥିଲା। ବର୍ତ୍ତମାନ ପୂର୍ବ ଲଦାଖରେ ଉଭୟ ପାର୍ଶ୍ୱରେ ପ୍ରାୟ ୩୦,୦୦୦ ସୈନିକ ଅଛନ୍ତି। ସୂତ୍ରରୁ ପ୍ରକାଶ ଯେ ଉଭୟ ଭାରତ ଏବଂ ଚାଇନା ପକ୍ଷରୁ ଏଲ୍‌ଏସି ଅଞ୍ଚଳରେ ପ୍ରାୟ ୫୦,୦୦୦ ରୁ୬୦,୦୦୦ ସୈନ୍ୟଙ୍କୁ ମୁତୟନ କରାଯାଇଛି। ଆବଶ୍ୟକତା ଏବଂ ପରିସ୍ଥିତିି ଅନୁଯାୟୀ ସୈନ୍ୟଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ।

ସୂତ୍ରରୁ ପ୍ରକାଶ ଯେ ଏଲ୍‌ଏସି ସହିତ ଟେକ୍ନୋଲୋଜି ନିୟୋଜନ ଏବଂ ସିଙ୍କ୍ରୋନାଇଜଡ ମନିଟରିଂ ଉପରେ ମଧ୍ୟ ଧ୍ୟାନ ଦିଆଯାଉଛି। ଭାରତୀୟ ସେନା ଭୂମିରେ ସେନା ବୃଦ୍ଧି କରିବା ପରିବର୍ତ୍ତେ ପ୍ରଯୁକ୍ତିବିଦ୍ୟା ଉପରେ ଅଧିକ ଧ୍ୟାନ ଦେଉଛି। ଶତ୍ରୁ ଗତିବିଧି ବିଷୟରେ ଅଗ୍ରୀମ ସୂଚନା ରଖିବା ପାଇଁ ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଲ୍‌ଏସି ଉପରେ ନଜର ରଖିୁଥିବା ଇଣ୍ଟିଗ୍ରେଟେଡ ଆଭିଏସନ ବ୍ରିଗେଡ ସ୍ଥାପନ କରାଯାଇଛି। ଏଥିରେ ଏମ୍‌-୭୭୭ ହାଲୁକା ହୋୱିଜର୍‌, ବୋଫର୍ସ ଏବଂ କେ-୯ ବଜ୍ର ବନ୍ଧୁକ ସହିତ ବହୁ ପ୍ରଣାଳୀକୁ ସାମିଲ କରାଯାଇଛି। ସେହିପରି ଶତ୍ରୁର ମୁକାବିଲା ପାଇଁ ପ୍ରମୁଖ କ୍ଷେପଣାସ୍ତ୍ର ପ୍ରଣାଳୀକୁ ମଧ୍ୟ ଏଲ୍‌ଏସିରେ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri