ବଢ଼ୁଛି HMPV ସଂକ୍ରମଣ ସଂଖ୍ୟା: ଏପଟେ ପ୍ରବାସୀ  ଭାରତୀୟ  ସମ୍ମିଳନୀକୁ ନେଇ ଚିନ୍ତା…

ଭୁବନେଶ୍ୱର,୭।୧: ଲୋକସେବା ଭବନରେ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ  ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛ । ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ  ବିଭାଗୀୟ  ଅଧିକାରୀ ସାମିଲ ହୋଇଛନ୍ତି। HMPVକୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଭୟଭୀତ ନ ହେବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ  ମହାଲିଙ୍ଗ  କହିଛନ୍ତି।  ତେବେ ବର୍ତ୍ତମାନ HMPV   ଓ ପ୍ରବାସୀ  ଭାରତୀୟ  ସମ୍ମିଳନୀକୁ  ନେଇ ଚିନ୍ତା ବଢ଼ିଛି। ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ  ବସିଛି। ତେବେ ଏହି ବୈଠକରେ କଣ ନିଷ୍ପତ୍ତି ନିଆଯିବ ତାହାକୁ ନେଇ ଅପେକ୍ଷା।
ଭାରତରେ HMPV ଭାଇରସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ମହାରାଷ୍ଟ୍ର ନାଗପୁରରୁ ଆଉ ୨ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଚିହ୍ନଟ ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ। ପ୍ରଥମେ ଜ୍ବର, ଥଣ୍ଡାରେ ଆକ୍ରାନ୍ତ ହେବା ପରେ ପଜିଟିଭ ଆସିଛି। କାଲି ଗୋଟିଏ ଦିନରେ ୫ ଶିଶୁ ପଜିଟିଭ ଚିହ୍ନଟ ହୋଇଥିଲେ ।

ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୭ ଜଣ ଏହି ଭୂତାଣୁର ଶିକାର ହୋଇଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର କହିଛନ୍ତି ଯେ ମାମଲା ବୃଦ୍ଧି କୋଭିଡ ପରି ପରିସ୍ଥିତି ସୃଷ୍ଟି କରିବ ନାହିଁ।ବେଙ୍ଗାଲୁରୁ, ନାଗପୁର ଏବଂ ତାମିଲନାଡୁରେ ଦୁଇଟି ଲେଖାଏଁ ଏବଂ ଅହମ୍ମଦାବାଦରେ ଏକ ମାମଲା ସାମ୍ନାକୁ ଆସିଛି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସୋମବାର ଏକ ଭିଡିଓ ଜାରି କରି କହିଛନ୍ତି ଯେ, HMPV ଜୀବାଣୁ ନୂଆ ନୁହେଁ ଏବଂ ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି ଯେ ଏହି ଜୀବାଣୁ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା ଏବଂ ଏହା ପରଠାରୁ ଏହା ସମଗ୍ର ବିଶ୍ୱରେ ବ୍ୟାପିଛି। ସେ କହିଛନ୍ତି ଯେ HMPV ଜୀବାଣୁ ଶ୍ୱାସକ୍ରିୟା ମାଧ୍ୟମରେ ବ୍ୟାପିଥାଏ ଏବଂ ଏହା ସମସ୍ତ ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ଏହାର ପ୍ରାଦୁର୍ଭାବ ବିଶେଷତଃ ଶୀତ ଏବଂ ବସନ୍ତରେ ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଡ଼ିସୂତାରେ କଟି ୨ ଜଣ ଆହତ

କଟକ,୧୪ା୧(କାର୍ତ୍ତିକ ସାହୁ) ମକରରେ ଗୁଡ଼ିଉଡ଼ାକୁ ନେଇ ପୁଣି ଘଟିଛି ଅଘଟଣ। ଗୁଡ଼ିସୂତା ଲାଗି ଦୁଇଜଣଙ୍କ ବେକ ଓ ନାକ କଟିଛି। କଟକ ନୂଆ ବଜାର ରେଲୱେ...

ସହିପାରିଲେନି ପ୍ରେମିକଙ୍କ ଆତ୍ମହତ୍ୟା ଖବର, ଶୁଣୁଶଣୁ  ହାରିଦେଲେ ଜୀବନ  

ବାଙ୍କୀ,୧୪ା୧ (ଶୁଭେନ୍ଦୁ ମହାପାତ୍ର): ସହିପାରିଲେନି ପ୍ରେମିକଙ୍କ ଆତ୍ମହତ୍ୟା ଖବର, ଶୁଣୁଶଣୁ ହାରିଦେଲେ ଜୀବନ।  ପ୍ରେମିକଙ୍କ ଆତ୍ମହତ୍ୟା ଖବର ଶୁଣି ପ୍ରେମିକା ରଶିରେ ଝୁଲିପଡ଼ିଥିବା ଚର୍ଚ୍ଚା ହେଉଛି।...

ରାଜକୋଟ୍‌ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡ଼ିଲା ପରିବାର

କର୍ଲାମୁଣ୍ଡା,୧୪ା୧(ପ୍ରଦୀପ କୁମାର ସାହୁ): ରାଜକୋଟ୍‌ ସହରରେ ରହି ଦାଦନ ଶ୍ରମିକ (ଦିନମଜୁରିଆ) ଭାବେ କାମ କରୁଥିବା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରେଗଡ଼ା ପଞ୍ଚାୟତ ଯୋଗିପଲା...

Featured Video Play Icon

ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

ବାହାରୁନି ସମାଧାନର ବାଟ, ଖାଡ଼ା ଉପାସରେ ପ୍ରଭୁ ଲିଙ୍ଗରାଜ । ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ରହିଛି।

ଖଣ୍ଡଗିରି ଯାତ୍ରାକୁ ନେଇ ବଡ଼ ଖବର, ନିଶା-ସାହୁ ଭାଉଜ…

ଭୁବନେଶ୍ୱର,୧୪।୧:ଏଣିକି ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ମନା। ଆଉ ଭୁବନେଶ୍ବର ଖଣ୍ଡଗିରିରେ ନାଚି ପାରିବେନି ଆଇଟମ ଡ୍ୟାନ୍ସର। ଚଳିତବର୍ଷ ଭୁବନେଶ୍ୱର ଖଣ୍ଡଗିରି ଯାତ୍ରାରେ ହେବନି ଅଶ୍ଲୀଳ...

କିଏ ହେବ ରାଜ୍ୟ ଭାଜପା ସଭାପତି? ଦିଲ୍ଲୀରେ ଚାଲିଲା ଲମ୍ବା ବୈଠକ

ଭୁବନେଶ୍ୱର, ୧୪।୧: ମଙ୍ଗଳବାର ଓଡିଶାରେ ଦଳର ଭବିଷ୍ୟତ ନେତୃତ୍ୱ ସମ୍ପର୍କରେ ଆଲୋଚନା ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ନେତାମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ...

ବେଆଇନ ବାଲି ପରିବହନ କରୁଥିବା ଟ୍ରକକୁ ଅଟକାଇଲେ ମନ୍ତ୍ରୀ, କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ଚେତାବନୀ

ନୟାଗଡ଼, ୧୪।୧: ସୋମବାର ବିଳମ୍ବିତ ରାତିରେ ନୟାଗଡ଼ ଜିଲାର କଣ୍ଟିଲୋ ନିକଟସ୍ଥ ବାରାକୋଲି ଗାଁରେ ବେଆଇନ ବାଲି ପରିବହନରେ ଜଡିତ ଅନେକ ଟ୍ରକକୁ ଖଣି ମନ୍ତ୍ରୀ ବିଭୂତି...

ମହାପ୍ରଭୁଙ୍କୁ କ୍ଷମା ମାଗିଲେ କଂସ, ମହୋଦଧିରେ ବୁଡ ପକାଇ…

ପୁରୀ,୧୪।୧: ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାର ଉଦଯାପିତ ହୋଇଛି। ଦୀର୍ଘ ୧୧ଦିନ ବ୍ୟାପି ହୋଇଥିବା ଏହି ମହୋତ୍ସବରେ ଗତକାଲି କଂସବଧ ହୋଇଛି। କଂସବଧ ପରେ ଉଗ୍ରସେନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri