ବଢ଼ୁଛି HMPV ସଂକ୍ରମଣ ସଂଖ୍ୟା: ଏପଟେ ପ୍ରବାସୀ  ଭାରତୀୟ  ସମ୍ମିଳନୀକୁ ନେଇ ଚିନ୍ତା…

ଭୁବନେଶ୍ୱର,୭।୧: ଲୋକସେବା ଭବନରେ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ  ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛ । ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ  ବିଭାଗୀୟ  ଅଧିକାରୀ ସାମିଲ ହୋଇଛନ୍ତି। HMPVକୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଭୟଭୀତ ନ ହେବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ  ମହାଲିଙ୍ଗ  କହିଛନ୍ତି।  ତେବେ ବର୍ତ୍ତମାନ HMPV   ଓ ପ୍ରବାସୀ  ଭାରତୀୟ  ସମ୍ମିଳନୀକୁ  ନେଇ ଚିନ୍ତା ବଢ଼ିଛି। ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ  ବସିଛି। ତେବେ ଏହି ବୈଠକରେ କଣ ନିଷ୍ପତ୍ତି ନିଆଯିବ ତାହାକୁ ନେଇ ଅପେକ୍ଷା।
ଭାରତରେ HMPV ଭାଇରସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ମହାରାଷ୍ଟ୍ର ନାଗପୁରରୁ ଆଉ ୨ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଚିହ୍ନଟ ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ। ପ୍ରଥମେ ଜ୍ବର, ଥଣ୍ଡାରେ ଆକ୍ରାନ୍ତ ହେବା ପରେ ପଜିଟିଭ ଆସିଛି। କାଲି ଗୋଟିଏ ଦିନରେ ୫ ଶିଶୁ ପଜିଟିଭ ଚିହ୍ନଟ ହୋଇଥିଲେ ।

ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୭ ଜଣ ଏହି ଭୂତାଣୁର ଶିକାର ହୋଇଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର କହିଛନ୍ତି ଯେ ମାମଲା ବୃଦ୍ଧି କୋଭିଡ ପରି ପରିସ୍ଥିତି ସୃଷ୍ଟି କରିବ ନାହିଁ।ବେଙ୍ଗାଲୁରୁ, ନାଗପୁର ଏବଂ ତାମିଲନାଡୁରେ ଦୁଇଟି ଲେଖାଏଁ ଏବଂ ଅହମ୍ମଦାବାଦରେ ଏକ ମାମଲା ସାମ୍ନାକୁ ଆସିଛି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସୋମବାର ଏକ ଭିଡିଓ ଜାରି କରି କହିଛନ୍ତି ଯେ, HMPV ଜୀବାଣୁ ନୂଆ ନୁହେଁ ଏବଂ ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି ଯେ ଏହି ଜୀବାଣୁ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା ଏବଂ ଏହା ପରଠାରୁ ଏହା ସମଗ୍ର ବିଶ୍ୱରେ ବ୍ୟାପିଛି। ସେ କହିଛନ୍ତି ଯେ HMPV ଜୀବାଣୁ ଶ୍ୱାସକ୍ରିୟା ମାଧ୍ୟମରେ ବ୍ୟାପିଥାଏ ଏବଂ ଏହା ସମସ୍ତ ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ଏହାର ପ୍ରାଦୁର୍ଭାବ ବିଶେଷତଃ ଶୀତ ଏବଂ ବସନ୍ତରେ ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଆସାମରେ ଶପଥ ନେବେ ନୂଆ ସରକାର, ଯୋଗଦେବେ ପ୍ରଧାନମନ୍ତ୍ରୀ

ଗୁଆହାଟୀ,୭।୫: ଆସାମରେ ନୂତନ ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ ୧୨ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମ ଗୁଆହାଟୀର ଖାନାପାରାସ୍ଥିତ ଭେଟେନାରୀ ଫିଲ୍ଡରେ ଅନୁଷ୍ଠିତ ହେବ…

ବଙ୍ଗରେ ଭାଜପା ସରକାର ଗଠନରେ ବାଧା ସୃଷ୍ଟି କରିବା ପାଇଁ ଏହି ଯୋଜନା କଲେ ମମତା, ଚିନ୍ତାରେ ପଡିଲା ଭାଜପା

କୋଲକାତା,୭।୫: ପଶ୍ଚିମବଙ୍ଗରେ ୨୦୭ ଆସନରେ ବିପୁଳ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ଭାଜପା) ନୂତନ ସରକାର ଗଠନ ପାଇଁ ମେ ୯ ତାରିଖକୁ ତାରିଖ ଭାବରେ…

ବାଇକ୍‌ ଆରୋହୀଙ୍କୁ ଧକ୍କାଦେଇ ଓଲଟି ପଡ଼ିଲା ଟ୍ୟାଙ୍କର, ଚାଲିଗଲା ଜଣଙ୍କ ଜୀବନ

ସଇଁତଳା,୭ା୫(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଦେଇ ଯାଇଥବା ବଲାଙ୍ଗୀର-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ କେରମେଲି ଛକ ନିକଟରେ ଗୁରୁବାର ପୂର୍ବାହ୍ନରେ ଏକ ଟ୍ୟାଙ୍କର…

ଯାଜପୁର ନେତାଙ୍କୁ ଗୁରୁମନ୍ତ୍ର ଦେଲେ ନବୀନ, ଭାଜପା ସରକାର ବଡ଼ ବୋଝ….

ଭୁବନେଶ୍ବର,୭।୫: ଯାଜପୁର ଜିଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ତାଗିଦ କଲେ ନବୀନ ପଟ୍ଟନାୟକ । ଭିଡିଓବାର୍ତ୍ତା ଜାରି କରି କହିଲେ, ମୁଁ ସବୁବେଳେ ଡିସିପ୍ଲିନ୍‌ ଉପରେ ଗୁରୁତ୍ବ…

ବାୟୁସେନା ଯବାନରୁ ଚନ୍ଦ୍ରନାଥ କେମିତି ହେଲେ ଶୁଭେନ୍ଦୁଙ୍କ ଡାହାଣ ହାତ? BJP  ପୂର୍ବରୁ TMC ସହ ଥିଲା ସମ୍ପର୍କ

କୋଲକାତା,୭।୫: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଏକ ବଡ଼ ଧରଣର ରକ୍ତପାତ ଦେଖିବାକୁ ମିଳିଛି। ବୁଧବାର ରାତିରେ ଭାଜପା ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ…

ବଙ୍ଗରେ ପରାଜୟ ପରେ TMCରେ ଫାଟ! ବୈଠକ ଡାକିଲେ ଦିଦି, ଆସିଲେନି ୯ ବିଧାୟକ

କୋଲକାତା,୭।୫: ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଭାଜପା ଠାରୁ ହାରିବା ପରେ ଦଳୀୟ ଲୋକ ଅନ୍ତର୍ଘାତୀ କାମ କରିଥିବା ନେଇ…

‘ଏମାନେ ମୋ ପୁଅକୁ ହତ୍ୟା କରିଛନ୍ତି! ’, ପିଏ ମା’ଙ୍କ ଚାଞ୍ଚଲ୍ୟକାର ଖୁଲାସା

କୋଲକାତା,୭।୫: ଶୁଭେନ୍ଦୁ ଅଧିକାରୀଙ୍କ ଡାହାଣ ହାତ ବୋଲି ବିବେଚିତ ଚନ୍ଦ୍ରନାଥ ରଥଙ୍କ ହତ୍ୟା ବଙ୍ଗଳାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଚନ୍ଦ୍ରନାଥଙ୍କ ମା’…

LPG ବୁକ୍‌ କରିବା ହେଲା ଆହୁରି ସହଜ, ଏହି ଆପ୍‌ ଜରିଆରେ କେଇ ସେକେଣ୍ଡରେ ହୋଇଯିବ ବୁକିଂଠାରୁ ନେଇ ପେମେଣ୍ଟ…

ନୂଆଦିଲ୍ଲୀ,୭।୫: ଆଜିର ଅତ୍ୟାଧୁନିକ ଯୁଗରେ ଟେକ୍ନୋଲୋଜି ଆମ ଜୀବନଶୈଳୀକୁ ଅନେକ ସହଜ କରିଦେଇଛି। ପୂର୍ବରୁ ଗ୍ୟାସ ସିଲିଣ୍ଡର ବୁକିଂ ପାଇଁ ଗ୍ରାହକଙ୍କୁ ଗ୍ୟାସ ଏଜେନ୍ସିକୁ ଦୌଡ଼ିବାକୁ ପଡ଼ୁଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri