କରୋନା ଯୋଗୁ ବିଦେଶୀ ଯାତ୍ରୀଙ୍କ ସଂଖ୍ୟା କମିଛି, ଆମେରିକାରୁ ଆସିଛନ୍ତି ଅଧିକ…

ନୂଆଦିଲ୍ଲୀ, ୨୭।୪ : କରୋନା ମହାମାରୀ ସଙ୍କଟ ଯୋଗୁ ଭାରତକୁ ଆସୁଥିବା ବିଦେଶୀ ଯାତ୍ରୀଙ୍କ ସଂଖ୍ୟା କମିଛି। ଏନେଇ କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ୨୦୨୦-୨୧ରେ ସୂଚନା ପ୍ରଦାନ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ,୨୦୨୦ରେ ୩୨.୭୯ ଲକ୍ଷରୁ ଅଧିକ ବିଦେଶୀ ଯାତ୍ରୀ ଭାରତ ଯାତ୍ରା କରିଛନ୍ତି।

କୋଭିଡ ମହାମାରୀ ହେତୁ ସେହି ବର୍ଷ ଦେଶରେ ଲକଡାଉନ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ୧ ଏପ୍ରିଲ ୨୦୨୦ ରୁ ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ଭାରତ ଗସ୍ତରେ ଆସିଥିବା ବିଦେଶୀମାନଙ୍କ ମଧ୍ୟରେ ସର୍ବାଧିକ ୬୧,୦୦୦ରୁ ଅଧିକ ଆମେରିକୀୟ ଏବଂ ୪,୭୫୧ ପାକିସ୍ତାନୀ ନାଗରିକ ଥିଲେ।

ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ ବାଂଲାଦେଶରୁ ୩୭,୭୭୪ ଜଣ, ବ୍ରିଟେନରୁ ୩୩,୩୨୩ ଜଣ ଏବଂ କାନାଡାରୁ ୧୩,୭୦୭ ଜଣ ଯାତ୍ରୀ ଆସିଛନ୍ତି।

Share