ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ,୨୪।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢୁଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଛି। ୨ ଦିନ ଧରି ଏହା ଲଗାତାର ୯ ହଜାର ତଳେ ରହିବା ପରେ ପୁଣି ବଢ଼ିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୯ ହଜାର ୨୮୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୪୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସେହିପରି ୧୦ ହଜାର ୯୪୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୩ ପ୍ରତିଶତ ରହିଛି। ଅପରପକ୍ଷରେ ସକ୍ରିୟ ମାମଲା ୧ ଲକ୍ଷ ୧୧ ହଜାର ୪୮୧ ରହିଛି। ୫୩୭ ଦିନ ପରେ ଏହା ସର୍ବନିମ୍ନ ରହିଛି। ସାପ୍ତାହିକ ପଜିଟିଭ୍‌ ହାର ୦.୯୪ ପ୍ରତିଶତରୁ କମ୍‌ ରହିଛି। ଦୈନିକ ପଜିଟିଭିଟି ହାର ୦.୯୮ ପ୍ରତିଶତ ରହିଛି। ସକ୍ରିୟ ମାମଲା ୦.୩୩ ପ୍ରତିଶତରେ ପହଞ୍ଚିଛି।

ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୬୬ ହଜାର ୫୮୪ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୫ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୧୧୮ କୋଟିରୁ ଅଧିକ ଜଣଙ୍କୁ ଟିକାଦାନ ସରିଛି ବୋଲି ଆଇସିଏମ୍‌ଆର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୯ ଲକ୍ଷ ୫୭ ହଜାର ୬୯୮ ଲୋକ ସୁସ୍ଥ ହୋଇସାରିଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୫ ଲକ୍ଷ ୩୫ ହଜାର ୭୩୬ ରହିଛି। କେରଳରେ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଟି-୨୦ ବିଶ୍ୱକପ୍ ୨୦୨୬: ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍ ପାଇଁ ପୁଣି…

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ଗ୍ରୁପ୍-ଏ ମ୍ୟାଚରେ ପାକିସ୍ତାନ ଅଧିନାୟକ ସଲମାନ ଆଘା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଭାରତୀୟ…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ସବୁଠାରୁ କମ୍ ବୟସରେ ଅଙ୍ଗଦାନ: ୫ ଜଣଙ୍କୁ ନୂଆ ଜୀବନ ଦେଲା ୧୦ ମାସର ଶିଶୁ

ଥିରୁଅନନ୍ତପୁରମ୍,୧୫।୨: ଜଣେ ୧୦ ମାସର ଶିଶୁ କନ୍ୟାର ନିଷ୍ପାପ ଅଙ୍ଗ ବଞ୍ଚାଇବ ପାଞ୍ଚ ଜଣଙ୍କ ଜୀବନ। କେରଳର ପଠାନମତିଟ୍ଟା ଜିଲା ମାଲାପ୍ପଲ୍ଲୀର ୧୦ ମାସର ଶିଶୁ ଆଲିନ୍…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri