ଲଗାତାର ୨ ଦିନ ଦୈନିକ ମୃତ୍ୟୁ ସଂଖ୍ୟା ୫ ଶହ ତଳେ…

ନୂଆଦିଲ୍ଲୀ,୨୭।୭: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୪ ଦିନ ଧରି ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି। ସେହିପରି ମୃତ୍ୟୁ ସଂଖ୍ୟା ଲଗାତାର ୨ ଦିନ ଧରି ୫ ଶହ ତଳେ ରହିଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୨୯ ହଜାର ୬୮୯ ରେ ପହଞ୍ଚିଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ୪୧୫ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ସମୟ ମଧ୍ୟରେ ୪୨ ହଜାର ୩୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ବଢ଼ିବାରେ ଲାଗିଛି। ଏହା ୯୭.୩୬ ପ୍ରତିଶତ ଛୁଇଁଛି। ଅପରପକ୍ଷରେ ୩ ଲକ୍ଷ ୯୮ ହଜାର ୧୦୦ ଜଣ ଚିକିତ୍ସିତ ହେଉଛନ୍ତି। ଦୈନିକ ପଜିଟିଭ୍‌ ହାର ୧.୩୦ ପ୍ରତିଶତ ରହିଛି। ସକ୍ରିୟ ମାମଲା ୧. ୩୦ ପ୍ରତିଶତରେ ପହଞ୍ଚିଛି। ସେହିପରି ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ ଲକ୍ଷ ୨୧ ହଜାର ୩୮୨ ଛୁଇଁଥିବାବେଳେ ମୃତ୍ୟୁ ହାର ୧.୩୪ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ୪୪ କୋଟି ୧୯ ଲକ୍ଷ ୧୨ ହଜାର ୩୯୫ ଜଣ ଲୋକଙ୍କୁ ଟିକାଦାନ ସରିଛି। ଅପରପକ୍ଷରେ ଇତିମଧ୍ୟରେ ୪୫ କୋଟି ୯୧ ଲକ୍ଷ ୬୪ ହଜାର ୧୨୧ ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବା ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସଂକ୍ରମଣ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୩ କୋଟି ୬ ଲକ୍ଷ ୨୧ ହଜାର ୪୬୯ ଜଣ ଲୋକ ସୁସ୍ଥ ହୋଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ୟୁପି-ହରିୟାଣାରେ ଆସିବ ଚତୁର୍ଥ ଲହର, ୪ ମାସ ଧରି ରଚିବ ତାଣ୍ଡବ…

ନୂଆଦିଲ୍ଲୀ, ୨୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ନାଗରିକତ୍ୱ ବିଲ୍‌ ଲୋକ ସଭାରେ ଗୃହୀତ: ସମ୍ବିଧାନ ହେଉଛି ଏକମାତ୍ର ଧର୍ମ

ନୂଆଦିଲ୍ଲୀ,୧୦।୧୨(ପି.ଟି.):ନାଗରିକତ୍ୱ (ସଂଶୋଧନ) ବିଲ୍‌ ଲୋକ ସଭାରେ ସୋମବାର ବିଳମ୍ବିତ ରାତିରେ ଗୃହୀତ ହୋଇଯାଇଛି। ବିଲ୍‌କୁ ନେଇ ୧୨ ଘଣ୍ଟା ଧରି ଜୋର୍‌ଦାର ବିତର୍କ ପରେ ଏହା...

ପାର୍ଲାମେଣ୍ଟରେ ଜଣେ ଏମ୍‌ପିଙ୍କୁ ଏମିତି ପ୍ରଶ୍ନ ପଚାରିଲେ ଅଧ୍ୟକ୍ଷ: ସମସ୍ତେ ହସିଲେ

ନୂଆଦିଲ୍ଲୀ,୨୮।୩: ପାର୍ଲାମେଣ୍ଟରେ ବେଳେବେଳେ ଗମ୍ଭୀର ଆଲୋଚନା ମଧ୍ୟରେ ହସ ଏବଂ ଥଟ୍ଟାର ମୁହୂର୍ତ୍ତ ମଧ୍ୟ ଦେଖାଯାଏ। ନିକଟରେ ରାଜ୍ୟ ସଭାରେ ସମାନ ଘଟଣା ଦେଖିବାକୁ ମିଳିଥିଲା।...

ବନ୍ୟା ପାଇଁ କଂଗ୍ରେସ ଦାୟୀ: ବୋମ୍ମାଇ…

ବେଙ୍ଗାଲୁରୁ, ୬।୯ : ଦକ୍ଷିଣ ଭାରତର କେତେକ ରାଜ୍ୟରେ ମୌସୁମୀ ବର୍ଷା ସଙ୍କଟ ସୃଷ୍ଟି କରିଛି। କର୍ନାଟକର ବେଙ୍ଗାଲୁରୁ, କେରଳ ଏବଂ ତାମିଲନାଡୁର ବହୁ ଅଞ୍ଚଳରେ...

ବାହୁବଳୀ ନେତା ମୁଖତାର୍‌ ଅନସାରୀଙ୍କ ଘରେ ଇଡି ଚଢାଉ

ଲକ୍ଷ୍ନୌ,୧୮।୮: ଉତ୍ତରପ୍ରଦେଶର ବାହୁବଳୀ ନେତା ମୁଖତାର୍‌ ଅନସାରୀଙ୍କ ଘରେ ଇଡି ଚଢାଉ କରିଛି। ମୁଖତାରଙ୍କ ଗାଜିପୁରର ମହମ୍ମଦାବାଦସ୍ଥିତ ବାସଭବନ ଏବଂ ତାଙ୍କୁ ସହଯୋଗୀ, ପରିବାର ସଦସ୍ୟଙ୍କ...

ଯାଜପୁରରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ: ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୪୯

ଭୁବନେଶ୍ୱର,୧ା୫(ବୁ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଶୁକ୍ରବାର ପୂର୍ବାହ୍ନରେ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅପରାହ୍ନରେ ଯାଜପୁର ଜିଲାରେ ପୁଣି ଜଣେ କରୋନା...

ଜାଣନ୍ତୁ କେଉଁମାନେ ନେଇପାରିବେ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ,୨ା୧୨: ଦେଶରେ କରୋନାର ନୂଆ ଭାଇରସ୍‌ ଓମିକ୍ରନ୍‌କୁ ନେଇ ଚିନ୍ତା ବଢ଼ିଛି। ଏହାକୁ ଦୃଷ୍ଟିରେ ରଖି ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ଭାରତ ଡ୍ରଗ୍ସ କଣ୍ଟ୍ରୋଲରକୁ...

ଏଏପି ଖବର ପ୍ରକାଶ ନ କରିବାକୁ ଗଣମାଧ୍ୟମ ଉପରେ ଚାପ ପକାଉଛନ୍ତି ମୋଦି

ନୂଆଦିଲ୍ଲୀ,୧୯।୯: ଗୁଜରାଟ ବିଧାନସଭା ନିର୍ବାଚନରେ ହାରିଯିବା ଭୟ ଏବେ ଭାଜପା ନେତାମାନଙ୍କୁ ବିଚଳିତ କରିଛି। ସେମାନେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ନେତାମାନଙ୍କ ବିରୋଧରେ ମିଛ...

Advertisement
Archives

Model This Week