ସକ୍ରିୟ ମାମଲା ଲକ୍ଷେ ୩୬ ହଜାର ଟପିଲା…

ନୂଆଦିଲ୍ଲୀ, ୧୪।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨୦ ହଜାର ୧୩୯ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୮ରେ ପହଞ୍ଚିଛି।

ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୩୬ ହଜାର ଟପିଛି। ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୩୬ ହଜାର ୭୬ରେ ପହଞ୍ଚିଛି। ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ଲକ୍ଷେ ୫୦ ହଜାର ଛୁଇଁବାର ଆଶଙ୍କା ରହିଛି। ସେହିପରି ୨୪ ଘଣ୍ଟାରେ ୧୬ ହଜାର ୪୮୨ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୫୫୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୬ ଲକ୍ଷ ୮୯ ହଜାର ୯୮୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୦ ଲକ୍ଷ ୨୮ ହଜାର ୩୫୬ ଜଣ ସୁସ୍ଥ ହୋଇ ସାରିଛନ୍ତି।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୫୭୫ ଜଣ, କେରଳରେ ୩,୫୪୫ ଜଣ, ଦିଲ୍ଲୀରେ ୪୯୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୨,୨୬୯ ଜଣ, ହରିୟାଣାରେ ୩୬୫ ଜଣ, କର୍ନାଟକରେ ୧,୨୩୧ ଜଣ, ପଶ୍ଚିମବଙ୍ଗରେ ୨,୯୭୯, ଉତ୍ତରପ୍ରଦେଶରେ ୪୨୧ ଜଣ, ତେଲେଙ୍ଗାନାରେ ୫୨୭, ଗୁଜରାଟରେ ୭୪୨, ରାଜସ୍ଥାନରେ ୧୮୭ ଜଣ, ବିହାରରେ ୫୬୫ ଜଣ, ପଞ୍ଜାବରେ ୨୫୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଆନ୍ଧ୍ରପ୍ରଦେଶରେ ୪୦୭ ଜଣ, ଓଡ଼ିଶାରେ ୭୪୩ ଜଣ, ମଧ୍ୟପ୍ରଦେଶରେ ୧୭୧ ଜଣ, ଗୋଆରେ ୧୩୦ ଜଣ, ପୁଡୁଚେରୀରେ ୧୭୪ ଜଣ, ଛତିଶଗଡ଼ରେ ୩୮୬ ଜଣ, ପଞ୍ଜାବରେ ୨୩୬ ଜଣ, ଆସାମରେ ୫୯୦ ଜଣ, ହିମାଚଳପ୍ରଦେଶରେ ୩୫୮ ଜଣ, ଝାଡ଼ଖଣ୍ଡରେ ୧୮୯ ଜଣ, ଉତ୍ତରାଖଣ୍ଡରେ ୧୦୨ ଜଣ, ମିଜୋରାମରେ ୧୦୫ ଜଣ, ତ୍ରିପୁରାରେ ୨୧୪ ଜଣ, ଜମ୍ମୁ-କଶ୍ମୀରରେ ୧୪୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୯ କୋଟି ୨୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୮୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୪ କୋଟି ୯୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।

Share