ଆଣବିକ ଚାଇନା

ରୁଷିଆର ୟୁକ୍ରେନ୍‌ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ପୁଟିନ୍‌ଙ୍କ ଆଣବିକ ଧମକ ଯେତିକି ଭୟ ସୃଷ୍ଟି ନ କରିଛି, ତା’ଠାରୁ ଅଧିକ ଭୟଙ୍କର ପରିସ୍ଥିତି ସୂଚିତ କରିଛି ଚାଇନାର ସାମ୍ପ୍ରତିକ ଆଣବିକ ଅଗ୍ରଗତି। ଚାଇନା ୨୦୨୨ରେ ନିଜର ଆଣବିକ ଅସ୍ତ୍ର ସଂଖ୍ୟା ୩୫୦ରୁ ୪୧୦କୁ ବୃଦ୍ଧି କରି ସୁପର୍‌ପାଓ୍ବାର ଭାବେ ଉଭା ହୋଇଛି ବୋଲି ଷ୍ଟକ୍‌ହୋମ ଇଣ୍ଟର୍‌ନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ(ଏସ୍‌ଆଇପିଆର୍‌ଆଇ) ପକ୍ଷରୁ କୁହାଯାଇଛି। କେବଳ ଚାଇନା ନୁହେଁ ଭାରତ, ପାକିସ୍ତାନ ଏବଂ ଉତ୍ତର କୋରିଆ ଏ କ୍ଷେତ୍ରରେ ସେମାନଙ୍କ ଆଣବିକ କ୍ଷମତା ଆଂଶିକ ବୃଦ୍ଧି କରିଛନ୍ତି। ରୁଷିଆ ବି ନିଜର ଅଣୁଅସ୍ତ୍ର କ୍ଷମତା ବୃଦ୍ଧି କରିଛି । ଅନ୍ୟ ଆଣବିକ ସମ୍ପନ୍ନ ଦେଶଗୁଡ଼ିକ ମଧ୍ୟ ସେମାନଙ୍କ ଅଣୁଅସ୍ତ୍ରର ଆଧୁନିକୀକରଣ ଜାରି ରଖିଥିବା ଏସ୍‌ଆଇପିଆର୍‌ଆଇ ଦର୍ଶାଇଛି। ୨୦୨୨ରେ ବିଶ୍ୱରେ ମୋଟ ୮୬ଟି ଆଣବିକ ଅସ୍ତ୍ର ନିର୍ମାଣ କରାଯାଇଥିବାବେଳେ ସେଥିରୁ ୬୦ଟି ହେଉଛି ଚାଇନାର। ଏଭଳି ପଦକ୍ଷେପ ପଛରେ ଅନେକ କାରଣ ଥିବା କୁହାଯାଉଛି। କିଛି ଦଶନ୍ଧି ହେଲା ଚାଇନା ପାଶ୍ଚାତ୍ୟ ଓ ଆମେରିକାର ଆର୍ଥିକ ଏବଂ ସାମରିକ ଆହ୍ବାନର ସାମ୍ନା କରୁଛି। ତାଇଓ୍ବାନ୍‌କୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏଭଳି ଏକ ଉତ୍ତେଜନାପୂର୍ଣ୍ଣ ପରିବେଶରେ ଚାଇନାର ଦ୍ରୁତ ଆଣବିକ ଅଭିବୃଦ୍ଧି ବିଶ୍ୱ ସମୁଦାୟକୁ ଚିନ୍ତାରେ ପକାଇଛି। କିନ୍ତୁ ଅଧିକ ଚିନ୍ତାରେ ପଡ଼ିବା କଥା ଭାରତ। ଆଜିପର୍ଯ୍ୟନ୍ତ ସବୁବେଳେ ପାକିସ୍ତାନକୁ ବିରୋଧୀ ରାଷ୍ଟ୍ର ଭାବେ ଦେଖି ଆସୁଥିବା ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଏବେ ଚାଇନାକୁ ସାମ୍ନା କରିବା ପାଇଁ ସମ୍ପୂର୍ଣ୍ଣ ଅପ୍ରସ୍ତୁତ। ସେଥିପାଇଁ ଆଜିର ସରକାର ଆମେରିକା ଉପରେ ଅଧିକ ଢଳି ପଡ଼ିବା ଭଳି ମନେହେଉଛି। ଏଥିସହିତ ‘କ୍ୱାଡ୍‌’ରେ ସାମିଲ ହେବା ପରେ ଭାରତକୁ ଏକ ମିଥ୍ୟା ଆଶ୍ୱସ୍ତି ମଳିଲା ଭଳି ହୃଦ୍‌ବୋଧହେଉଛି। ବାସ୍ତବ ଯୁଦ୍ଧ ଆରମ୍ଭ ହେଲେ କ୍ୱାଡ୍‌ର ଅନ୍ୟ ଦେଶଗୁଡ଼ିକର ସହଯୋଗ ପାଇବା ଭାରତ ପାଇଁ ସହଜ ହେବ ନାହିଁ। କାରଣ ଉଭୟ ଜାପାନ ଓ ଅଷ୍ଟ୍ରେଲିଆ ସିଧାସଳଖ ଯୁଦ୍ଧରେ ଭାରତ ସହ ମିଶିବାକୁ କୁଣ୍ଠାବୋଧ କରିପାରନ୍ତି। ଏହା ପଛରେ ରହୁଛି ପ୍ରବଳ ରାଜନୈତିକ କାରଣ। ପ୍ରାୟ ସମସ୍ତ ବଡ଼ ଜାପାନୀ କମ୍ପାନୀର କାରଖାନା ଏବେ ଚାଇନାରେ ଅବସ୍ଥାପିତ। ସେହିଭଳି ଅଷ୍ଟ୍ରେଲିଆ ମଧ୍ୟ ଚାଇନା ଉପରେ ନିର୍ଭରଶୀଳ। ବାକି ରହିଲା ଆମେରିକା, ଯାହାର ବିଶ୍ୱସନୀୟତା ଉପରେ ଘୋର ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ୟୁକ୍ରେନ୍‌କୁ ପ୍ରବଳ ମାତ୍ରାରେ ଆମେରିକାର ସାହାଯ୍ୟ ପଛରେ ବ୍ୟବସାୟିକ ଉଦ୍ଦେଶ୍ୟ ରହିଛି। କାରଣ ୟୁକ୍ରେନ୍‌ କେବଳ ୟୁକ୍ରେନ୍‌ ନୁହେଁ, ୟୁକ୍ରେନ୍‌ ସହିତ ସମଗ୍ର ପଶ୍ଚିମ ଏବଂ ମଧ୍ୟ ୟୁରୋପର ସମ୍ପୃକ୍ତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri