ଆଣବିକ ଚାଇନା

ରୁଷିଆର ୟୁକ୍ରେନ୍‌ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ପୁଟିନ୍‌ଙ୍କ ଆଣବିକ ଧମକ ଯେତିକି ଭୟ ସୃଷ୍ଟି ନ କରିଛି, ତା’ଠାରୁ ଅଧିକ ଭୟଙ୍କର ପରିସ୍ଥିତି ସୂଚିତ କରିଛି ଚାଇନାର ସାମ୍ପ୍ରତିକ ଆଣବିକ ଅଗ୍ରଗତି। ଚାଇନା ୨୦୨୨ରେ ନିଜର ଆଣବିକ ଅସ୍ତ୍ର ସଂଖ୍ୟା ୩୫୦ରୁ ୪୧୦କୁ ବୃଦ୍ଧି କରି ସୁପର୍‌ପାଓ୍ବାର ଭାବେ ଉଭା ହୋଇଛି ବୋଲି ଷ୍ଟକ୍‌ହୋମ ଇଣ୍ଟର୍‌ନ୍ୟାଶନାଲ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ(ଏସ୍‌ଆଇପିଆର୍‌ଆଇ) ପକ୍ଷରୁ କୁହାଯାଇଛି। କେବଳ ଚାଇନା ନୁହେଁ ଭାରତ, ପାକିସ୍ତାନ ଏବଂ ଉତ୍ତର କୋରିଆ ଏ କ୍ଷେତ୍ରରେ ସେମାନଙ୍କ ଆଣବିକ କ୍ଷମତା ଆଂଶିକ ବୃଦ୍ଧି କରିଛନ୍ତି। ରୁଷିଆ ବି ନିଜର ଅଣୁଅସ୍ତ୍ର କ୍ଷମତା ବୃଦ୍ଧି କରିଛି । ଅନ୍ୟ ଆଣବିକ ସମ୍ପନ୍ନ ଦେଶଗୁଡ଼ିକ ମଧ୍ୟ ସେମାନଙ୍କ ଅଣୁଅସ୍ତ୍ରର ଆଧୁନିକୀକରଣ ଜାରି ରଖିଥିବା ଏସ୍‌ଆଇପିଆର୍‌ଆଇ ଦର୍ଶାଇଛି। ୨୦୨୨ରେ ବିଶ୍ୱରେ ମୋଟ ୮୬ଟି ଆଣବିକ ଅସ୍ତ୍ର ନିର୍ମାଣ କରାଯାଇଥିବାବେଳେ ସେଥିରୁ ୬୦ଟି ହେଉଛି ଚାଇନାର। ଏଭଳି ପଦକ୍ଷେପ ପଛରେ ଅନେକ କାରଣ ଥିବା କୁହାଯାଉଛି। କିଛି ଦଶନ୍ଧି ହେଲା ଚାଇନା ପାଶ୍ଚାତ୍ୟ ଓ ଆମେରିକାର ଆର୍ଥିକ ଏବଂ ସାମରିକ ଆହ୍ବାନର ସାମ୍ନା କରୁଛି। ତାଇଓ୍ବାନ୍‌କୁ ନେଇ ଆମେରିକା ଓ ଚାଇନା ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏଭଳି ଏକ ଉତ୍ତେଜନାପୂର୍ଣ୍ଣ ପରିବେଶରେ ଚାଇନାର ଦ୍ରୁତ ଆଣବିକ ଅଭିବୃଦ୍ଧି ବିଶ୍ୱ ସମୁଦାୟକୁ ଚିନ୍ତାରେ ପକାଇଛି। କିନ୍ତୁ ଅଧିକ ଚିନ୍ତାରେ ପଡ଼ିବା କଥା ଭାରତ। ଆଜିପର୍ଯ୍ୟନ୍ତ ସବୁବେଳେ ପାକିସ୍ତାନକୁ ବିରୋଧୀ ରାଷ୍ଟ୍ର ଭାବେ ଦେଖି ଆସୁଥିବା ଭାରତର ପ୍ରତିରକ୍ଷା ବ୍ୟବସ୍ଥା ଏବେ ଚାଇନାକୁ ସାମ୍ନା କରିବା ପାଇଁ ସମ୍ପୂର୍ଣ୍ଣ ଅପ୍ରସ୍ତୁତ। ସେଥିପାଇଁ ଆଜିର ସରକାର ଆମେରିକା ଉପରେ ଅଧିକ ଢଳି ପଡ଼ିବା ଭଳି ମନେହେଉଛି। ଏଥିସହିତ ‘କ୍ୱାଡ୍‌’ରେ ସାମିଲ ହେବା ପରେ ଭାରତକୁ ଏକ ମିଥ୍ୟା ଆଶ୍ୱସ୍ତି ମଳିଲା ଭଳି ହୃଦ୍‌ବୋଧହେଉଛି। ବାସ୍ତବ ଯୁଦ୍ଧ ଆରମ୍ଭ ହେଲେ କ୍ୱାଡ୍‌ର ଅନ୍ୟ ଦେଶଗୁଡ଼ିକର ସହଯୋଗ ପାଇବା ଭାରତ ପାଇଁ ସହଜ ହେବ ନାହିଁ। କାରଣ ଉଭୟ ଜାପାନ ଓ ଅଷ୍ଟ୍ରେଲିଆ ସିଧାସଳଖ ଯୁଦ୍ଧରେ ଭାରତ ସହ ମିଶିବାକୁ କୁଣ୍ଠାବୋଧ କରିପାରନ୍ତି। ଏହା ପଛରେ ରହୁଛି ପ୍ରବଳ ରାଜନୈତିକ କାରଣ। ପ୍ରାୟ ସମସ୍ତ ବଡ଼ ଜାପାନୀ କମ୍ପାନୀର କାରଖାନା ଏବେ ଚାଇନାରେ ଅବସ୍ଥାପିତ। ସେହିଭଳି ଅଷ୍ଟ୍ରେଲିଆ ମଧ୍ୟ ଚାଇନା ଉପରେ ନିର୍ଭରଶୀଳ। ବାକି ରହିଲା ଆମେରିକା, ଯାହାର ବିଶ୍ୱସନୀୟତା ଉପରେ ଘୋର ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ୟୁକ୍ରେନ୍‌କୁ ପ୍ରବଳ ମାତ୍ରାରେ ଆମେରିକାର ସାହାଯ୍ୟ ପଛରେ ବ୍ୟବସାୟିକ ଉଦ୍ଦେଶ୍ୟ ରହିଛି। କାରଣ ୟୁକ୍ରେନ୍‌ କେବଳ ୟୁକ୍ରେନ୍‌ ନୁହେଁ, ୟୁକ୍ରେନ୍‌ ସହିତ ସମଗ୍ର ପଶ୍ଚିମ ଏବଂ ମଧ୍ୟ ୟୁରୋପର ସମ୍ପୃକ୍ତି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri