ନୂଆପଡ଼ା ନିର୍ବାଚନ: ଛତିଶଗଡ଼ି ଭାଷାରେ ଜମୁଛି ପ୍ରଚାର

ନୂଆପଡ଼ା,୨।୧୧ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନରେ ଛତିଶଗଡ଼ି ଢାଚାରେ ପ୍ରଚାର ବେଶ ଜମୁଛି। ଓଡ଼ିଶାର ନିର୍ବାଚନ ହେଉଥିଲେ ମଧ୍ୟ ଛତିଶଗଡ଼ି ଭାଷାଭାଷି ଅଞ୍ଚଳମାନଙ୍କରେ ହିନ୍ଦୀ ଭାଷାରେ ଲେଖାଥିବା ପୋଷ୍ଟର, ବ୍ୟାନର ଲଗାଯାଇ ପ୍ରଚାର କରାଯାଉଛି। ହେଲେ ଉପକୂଳିଆ ନେତା ମନ୍ତ୍ରୀଙ୍କୁ ଛତିଶଗଡି ଭାଷା ଏକ ପ୍ରକାର ଅଡୁଆରେ ପକାଉଥିବା ଚର୍ଚ୍ଚା ହେଉଛି।

ନୂଆପଡ଼ା ନିର୍ବାଚନ ମଣ୍ଡଳୀ ଛତିଶଗଡ଼ ରାଜ୍ୟ ସୀମାନ୍ତରେ ରହିଥିବାରୁ ଅଧିକାଂଶ ଗାଁର ଲୋକେ ହିନ୍ଦୀ ଓ ଛତିଶଗଡ଼ି ଭାଷାରେ କଥାବାର୍ତ୍ତା କରନ୍ତି। ଓଡ଼ିଆ ଭାଷା କହିଲେ କମ ଜାଣନ୍ତି। ଓଡ଼ିଆ କଥା ବୁଝିପାରନ୍ତି, ଠିକ୍‌ ଭାବେ କହିପାରନ୍ତି ନାହିଁ। ସେମାନେ ଓଡ଼ିଶାରେ ରହିଥିଲେ ମଧ୍ୟ ଭାଷା,ସଂସ୍କୃତି ଓ ପରମ୍ପରା ଭିନ୍ନ। ଏକ ପ୍ରକାର ଛତିଶଗଡି ଭଳି ଲାଗେ। ଓଡ଼ିଆ ଭାଷାର ପ୍ରଚାରପ୍ରସାର କମ ଥିବାରୁ ଛତିଶଗଡ ସୀମାନ୍ତ ପଞ୍ଚାୟତ ବା ଗାଁଗୁଡ଼ିକୁ ପ୍ରାର୍ଥୀ କିମ୍ବା ନେତାମନ୍ତ୍ରୀମାନେ ଯାଇ ହିନ୍ଦି ଓ ଛତିଶଗଡ଼ି ଭାଷାରେ ପ୍ରଚାର କରି ନିଜ ପ୍ରାର୍ଥୀ ପାଇଁ ଭୋଟ ଭିକ୍ଷା କରୁଛନ୍ତି।

ସେହିସବୁ ଗାଁରେ ହିନ୍ଦି ଭାଷାରେ ଲେଖାଥିବା ପୋଷ୍ଟର ବ୍ୟାନର ମଧ୍ୟ ଲଗାଯାଉଛି। ଛତିଶଗଡ଼ ରାଜ୍ୟ ନାୱା ବିନ୍ଦ୍ରାଗଡ଼ ବିଧାୟକ ଜନକ ରାମ ଧୃଉ ନୂଆପଡ଼ା ଆସି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବା ସହ ଗାଁଗାଁରେ ସଭା ସମିତି କରୁଛନ୍ତି। ସେ ଛତିଶଗଡି ଭାଷାଭାଷି ଅଞ୍ଚଳରେ ଛତିଶଗଡି ଭାଷାରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି।

ସେହିପରି ସ୍ବାଧୀନ ପ୍ରାର୍ଥୀ ଆଶ୍ରୟ ମହାନନ୍ଦ ସୀମାନ୍ତ ଚୂଳାଭାଟ ପଞ୍ଚାୟତ ପଣ୍ଡରିପାଣି ଗାଁରେ ହିନ୍ଦି ଭାଷାରେ ଲେଖାଥିବା ପୋଷ୍ଟର ଭୋଟରମାନଙ୍କୁ ଦେଇ ପ୍ରଚାର କରୁଛନ୍ତି। ଓଡ଼ିଶାର ନିର୍ବାଚନକୁ ଛତିଶଗଡି ଢାଚାରେ ପ୍ରଚାର କାର୍ଯ୍ୟ ବେଶ ଚର୍ଚ୍ଚାର ବିଷୟ ହୋଇଛି। ଉପକୂଳିଆ ଓ ପଶ୍ଚିମ ଓଡିଶା ନିର୍ବାଚନ ପ୍ରଚାର କାର୍ଯ୍ୟ ସମ୍ପୂର୍ଣ୍ଣ ଭିନ୍ନ ବୋଲି ନେତାମାନେ ଚା’ଖଟିରେ ଚର୍ଚ୍ଚା କରୁଥିବାର ମଧ୍ୟ ଶୁଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ବର୍ଷ ଦେଶସେବା କରି ଘରକୁ ଫେରିଲେ ଯବାନ: ବାଜବାଣ, ନାଚଗୀତରେ ଦୁଲୁକିଲା ଦାଣ୍ଡ

କେନ୍ଦୁଝର,୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୪ ବର୍ଷ ଧରି ଦେଶସେବା କରି ଅବସର ପରେ ଗାଁକୁ ଫେରିଲେ ଯବାନ। ଏଥିପାଇଁ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।…

ଦାରିଙ୍ଗବାଡ଼ିରେ କାୟାକଳ୍ପର ୩ ଜଣିଆ ଟିମ୍‌, ଅବ୍ୟବସ୍ଥା ଦେଖି…

ଦାରିଙ୍ଗବାଡ଼ି,୪ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ୩ ଜଣିଆ କାୟାକଳ୍ପ ଦଳ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଡାକ୍ତର ଶୁଭ୍ରାଂଶୁ ପ୍ରଧାନ, ମାନସ କୁମାର…

ଛାତ୍ରଙ୍କୁ ଲୁହା ଛଡ଼ରେ ମୁଣ୍ଡରେ ପିଟିଲେ ଅନ୍ୟ ଜଣେ ଛାତ୍ର, ରକ୍ତାକ୍ତ…

ରାୟଗଡ଼ା,୪ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ସରକାରୀ ଆଇଟିଆଇର ଜଣେ ଛାତ୍ରକୁ ଆଉ ଜଣେ ଛାତ୍ର ଲୁହା ରଡ଼୍‌ରେ ପିଟି ରକ୍ତାକ୍ତ କରିଥିବା ନେଇ ରାୟଗଡ଼ା…

ସିପିଆଇ ଶାଖା ସମ୍ମିଳନୀ, ସମସ୍ୟା ସମାଧାନ ପାଇଁ ଆନ୍ଦୋଳନ ନିଷ୍ପତ୍ତି  

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ପୋଡ଼ାବାଡ଼ି ଗ୍ରାମରେ ବୁଧବାର ସିପିଆଇର ଶାଖା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କମ୍ରେଡ. ବିଶିକେଶନ…

ସିକେ ନାଇଡୁ ଟ୍ରଫି: ଓଡ଼ିଶା-ବେଙ୍ଗଲ ମୁକାବିଲା

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ଆସନ୍ତା ୬ତାରିଖରୁ ବରଗଡ଼ କ୍ରିଷ୍ଣା ବିକାଶ କ୍ରିକେଟ୍‌ ଗ୍ରାଉଣ୍ଡରେ  ଓଡ଼ିଶା-ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ବୟସ ସି.କେ. ନାଇଡୁ ଟ୍ରଫିର ଇଲାଇଟ୍‌ ଗ୍ରୁପ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ, ମୃତଦେହ ଜବତ

ଦିଗପହଣ୍ଡି,୪ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଜକରାପଲ୍ଲୀ ଗ୍ରାମରେ ଯୌତୁକ ପାଇଁ ସନ୍ଧ୍ୟା ବିଷୋୟୀଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି…

‘ମନବଳ ଦୃଢ଼ ହେଲେ ହାରିବ କ୍ୟାନସର’

ବରଗଡ଼,୪ା୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ କର୍କଟ ଦିବସ ଅବସରରେ ବୁଧବାର ବରଗଡ଼ ଫାଇଟର୍ସ ଗ୍ରୁପ୍‌ ପକ୍ଷରୁ ଏକ କର୍କଟ ସଚେତନତା ପଦଯାତ୍ରା ଓ ସଭା ଆୟୋଜିତ ହୋଇଯାଇଛି। ଏହି…

ବାପାଙ୍କୁ ଥଣ୍ଡା ପାନୀୟରେ ପାଇଖାନା ସଫା ଏସିଡ୍‌ ମିଶାଇ ପିଇବାକୁ ଦେଲେ ପୁଅ, ପରେ ପନିକିରେ ଗଳାକାଟି…

ବିଷମକଟକ,୪ା୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ସହରର ବ୍ରାହ୍ମଣ ସାହି ଅଞ୍ଚଳରେ ଘଟିଥିବା ଏକ ନିର୍ମମ ହତ୍ୟାକାଣ୍ଡ ସାରା ଅଞ୍ଚଳକୁ ଚକିତ କରିଦେଇଛି। ନିଜ ବାପାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri