ବିଜୟ ପାଇଁ ପ୍ରମୁଖ ଦଳର କସରତ

ନୂଆପଡ଼ା,୯ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପ୍ରଚାର ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ଆଲୋଚନା ସେତେ ଜୋର ଧରୁଛି। କିଏ ବିଜୟୀ ହେବ, କାହାକୁ କେତେ ଭୋଟ ମିଳିବ ଏସବୁ କଥା ଚା’ ଖଟିଠୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି। ଏହି ଆସନ ପାଇଁ ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୪ ଜଣ ନିର୍ବାଚନ ଲଢ଼ୁଛନ୍ତି।
ନୂଆପଡ଼ାକୁ ବିଜେଡିର ଗଡ଼ କୁହାଯାଇଥାଏ। ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜୟ ଢୋଲକିଆ ଭାଜପାର ପ୍ରାର୍ଥୀ ହୋଇଛନ୍ତି। ଏହାପରେ ଏଠାରେ ରାଜନୀତି ଦୃଶ୍ୟପଟ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ବିଜେଡି ଏଠାକାର ନେତାଙ୍କ ଉପରେ ଭରସା ନ କରି ପୂର୍ବତନ ମନ୍ତ୍ରୀ ତଥା ଦଳର ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଛି। ଗତ ନିର୍ବାଚନରେ କଂଗ୍ରେସର ବିଦ୍ରୋହୀ ପ୍ରାର୍ଥୀ ହୋଇ ସ୍ବାଧୀନ ଭାବେ ଲଢି ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଘାସିରାମ ମାଝୀ ଏବେ କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି। ତିନି ଦଳ ଏବେ ବିଜୟୀ ହେବା ପାଇଁ କସରତ କରୁଛନ୍ତି।
୨୦୨୪ ସାଧାରଣ ନିର୍ବାଚନକୁ ଦେଖିଲେ ଏଠାରେ ବିଜେଡିରୁ ରାଜେନ୍ଦ୍ର ଢୋଲକିଆ, ଭାଜପାରୁ ଅଭିନନ୍ଦନ ପଣ୍ଡା, କଂଗ୍ରେସରୁ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ସ୍ବାଧୀନ ଭାବେ ନିର୍ବାଚନ ଲଢିଥିଲେ। ଏହି ନିର୍ବାଚନମଣ୍ଡଳୀରେ ସମୁଦାୟ ୨,୫୪,୪୯୭ ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରୁ ୧,୨୪,୫୪୪ ଜଣ ପୁରୁଷ, ୧,୨୯,୯୩୨ ଜଣ ମହିଳା ଓ ୨୧ ଜଣ ତୃତୀୟ ଲିଙ୍ଗୀ ମତଦାତା ଅଟନ୍ତି। ଗତ ନିର୍ବାଚନରେ ବିଜେଡିର ରାଜେନ୍ଦ୍ର ଢୋଲକିଆ ୬୧,୮୨୨ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ ୫୦,୯୪୧ ଭୋଟ ପାଇ ଦ୍ବିତୀୟ ସ୍ଥାନ ହାସଲ କରିଥିଲେ। ଭାଜପାର ଅଭିନନ୍ଦନ ପଣ୍ଡା ୪୪,୮୧୪ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। କଂଗ୍ରେସର ଶରତ ପଟ୍ଟନାୟକ ୧୫,୫୦୧ଖଣ୍ଡ ଭୋଟ ପାଇଥିଲେ। ରାଜେନ୍ଦ୍ର ଢୋଲକିଆ ପ୍ରାୟ ୧୦,୮୮୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।
ନୂଆପଡ଼ା ନିର୍ବାଚନମଣ୍ଡଳୀ ୨ ବ୍ଲକ ନୂଆପଡ଼ା ଓ କୋମନା ଏବଂ ଦୁଇଟି ଏନ୍‌ଏସି ନୂଆପଡ଼ା ଓ ଖରିଆର ରୋଡ୍‌କୁ ନେଇ ଗଠିତ। ନୂଆପଡ଼ା ବ୍ଲକରେ ୩୧ ପଞ୍ଚାୟତ ଓ କୋମନା ବ୍ଲକରେ ୩୨ ପଞ୍ଚାୟତ ରହିଛି। ସେହିପରି ନୂଆପଡ଼ା ଏନ୍‌ଏସିରେ ୧୪ ୱାର୍ଡ ଓ ଖରିଆର ରୋଡ୍‌ ଏନ୍‌ଏସିରେ ୧୯ ୱାର୍ଡ ରହିଛି।
ଏହି ଉପନିର୍ବାଚନରେ ସ୍ଥିତି ଏକପ୍ରକାର ଅଲଗା ରହିଛି। ଗତ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଥିବାବେଳେ ଏବେ କିନ୍ତୁ ଭାଜପା ସରକାର ରହିଛି। ଅପରପକ୍ଷେ ଜୟ ଢୋଲକିଆ ଭାଜପାକୁ ଗଲା ପରେ ରାଜେନ୍ଦ୍ର ଢୋଲକିଆଙ୍କ ଅନେକ ସମର୍ଥକ ମଧ୍ୟ ଭାଜପାକୁ ଯାଇଛନ୍ତି। ପ୍ରାୟ ଅଧିକାଂଶ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ମଧ୍ୟ ବିଜେଡିରୁ ଭାଜପାକୁ ଯାଇଛନ୍ତି। ସେତେବେଳେ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବା ଅନେକେ ଏବେ ଭାଜପାକୁ ସମର୍ଥନ କରି ପ୍ରଚାର କରୁଛନ୍ତି। ସହାନୁଭୂତି ପାଇବା ପାଇଁ ପ୍ରଚାର ବେଳେ ଉଭୟ ଭାଜପା ଓ ବିଜେଡି ରାଜେନ୍ଦ୍ର ଢୋଲକିଆଙ୍କ ଫଟୋକୁ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଏଥିପାଇଁ ଉଭୟ ଦଳ ମଧ୍ୟରେ ତୁ ତୁ ମେ ମେ ଭଳି ପରିସ୍ଥିତି ଦେଖାଦେଇଥିଲା। ତିନି ଦଳର ହେଭିୱେଟ ନେତା ପ୍ରଚାର କରି ମତଦାତାଙ୍କୁ ନିଜ ସପକ୍ଷରେ ନେବାକୁ ପ୍ରୟାସ କରୁଛନ୍ତି।
ସାଧାରଣ ଲୋକଙ୍କୁ କିନ୍ତୁ ଭିନ୍ନ ମେସେଜ ଯାଇଛି। କେହି କେହି ଜୟଙ୍କ ଦଳବଦଳକୁ ଗ୍ରହଣ କରିପାରୁ ନାହାନ୍ତି। ସେହିପରି ବରଗଡ଼ ଜିଲା ଅତାବିରାରୁ ଆସି ଏଠାରେ ବିଜେଡିର ପ୍ରାର୍ଥୀ ହୋଇଥିବା ସ୍ନେହାଙ୍ଗିନୀ ଛୁରିଆଙ୍କୁ ମଧ୍ୟ ବାହାରିଆ ବୋଲି କହୁଛନ୍ତି। ଏହାସହିତ ଗତ ନିର୍ବାଚନରେ ଘାସିରାମଙ୍କୁ ଆଦିବାସୀ ସଂଘ ସମର୍ଥନ ଦେଇଥିବା ବେଳେ ଏବେ କିନ୍ତୁ ଉକ୍ତ ସଂଘ ଭାଗ ଭାଗ ହୋଇଥିବା କୁହାଯାଉଛି। ମାତ୍ର କଂଗ୍ରେସ ପ୍ରାର୍ଥୀ ଘାସିରାମ ଆଦିବାସୀମାନେ ତାଙ୍କୁ ସମର୍ଥନ ଦେବେ ବୋଲି କହିଛନ୍ତି। ଏସବୁ ଭିତରେ ନୂଆପଡ଼ାରେ ଏବେ ସାରା ରାଜ୍ୟର ନେତା ଆସି ଭୋଟରଙ୍କୁ ଭିନ୍ନ ଢଙ୍ଗରେ ପ୍ରଭାବିତ କରୁଥିବା ଦେଖିବାକୁ ମିଳୁଛି। ବିପୁଳ ଟଙ୍କା ଖର୍ଚ୍ଚ କରି ସବୁ ଦଳ ସଭାସମିତି ଓ ରୋଡ୍‌ ଶୋ’ କରି ଲୋକଙ୍କୁ ଏକାଠି କରାଉଛନ୍ତି। ସବୁଠି ଭୋଜି ଭାତ ଆୟୋଜନ ହେଉଛି। ଏହାସହିତ ସଭାସମିତି ଓ ରାଲିକୁ ଆସିବା ପାଇଁ ଜଣପିଛା ୨ ଶହରୁ ୫ ଶହ ଟଙ୍କା ପର୍ଯ୍ୟନ୍ତ ଦେଉଛନ୍ତି। ଏସବୁ ଭିତରେ ଭୋଟର କିନ୍ତୁ ଚାଲାକ ହୋଇଯାଇଛନ୍ତି। କୁଆଡେ ଜଣପିଛା ଏକ ହଜାରରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦିଆଯିବ ବୋଲି ଚର୍ଚ୍ଚା ହେଉଥିବାରୁ ଭୋଟରମାନେ ନିଜକୁ କୌଣସି ଗୋଟିଏ ଦଳର ବୋଲି କହୁନାହାନ୍ତି। ସାଧାରଣରେ ଏବେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ୱିତା ହୋଇପାରେ ବୋଲି ଆଲୋଚନା ହେଉଛି। କେହି ଭାଜପା ସପକ୍ଷରେ ମତଦାନ ହୋଇପାରେ ବୋଲି ଆକଳନ କରୁଥିବା ବେଳେ ଆଉ କେହି ନବୀନଙ୍କ ଲୋକପ୍ରିୟତା ଯୋଗୁ ବିଜେଡି ବାଜିମାତ କରିପାରେ ବୋଲି କହୁଛନ୍ତି। ଷଷ୍ଠ ଥର ପାଇଁ ନିର୍ବାଚନ ଲଢ଼ୁଥିବା କଂଗ୍ରେସର ଘାସିରାମ ବି କୌଣସି ପରିସ୍ଥିତିରେ ବିଜୟ ହାସଲ କରିପାରନ୍ତି ବୋଲି କେତେଜଣ ଚର୍ଚ୍ଚା କରୁଛନ୍ତି। ଆଗାମୀ ୧୧ତାରିଖରେ ମତଦାନ ହେବ। ଏଥିପାଇଁ ସମୁଦାୟ ୩୫୮ ବୁଥ୍‌ କରାଯାଇଛି। ନୂଆପଡ଼ା ଏନ୍‌ଏସିରେ ୧୭, ଖରିଆର ରୋଡ୍‌ ଏନ୍‌ଏସିରେ ୧୯, ନୂଆପଡ଼ା ବ୍ଲକରେ ୧୫୭ ଓ କୋମନା ବ୍ଲକ ପାଇଁ ୧୬୫ ବୁଥ୍‌ କରାଯାଇଛି। ନିର୍ବାଚନ ଫଳାଫଳ ଆସନ୍ତା ୧୪ରେ ପ୍ରକାଶ ପାଇବ। ସେତେବେଳେ ଜଣାପଡ଼ିବ ନୂଆପଡାବାସୀ କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri