ନୂଆଁଖାଇର ନିଆରା ପରମ୍ପରା: ନଈ ଓ ଡଙ୍ଗାପୂଜା…

ସାରା ପୃଥିବୀର ଜୀବନ ଜୀବିକାରେ ନଈର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ଏଇ ନଈକୂଳରେ ହିଁ ଯାତାୟତ ଓ ନୌବାଣିଜ୍ୟ ପାଇଁ ଗଢି ଉଠିଥିଲା ବସତି। ସେଇ କ୍ରମରେ ଓଡିଶାର ନୌବାଣିଜ୍ୟ ପରମ୍ପରା ବି ବହୁତ ପୁରୁଣା। ଆଉ ଅତୀତରେ ଓଡିଶାର ପୂର୍ବାଞ୍ଚଳ ସହ ପଶ୍ଚିମାଞ୍ଚଳର ଯୋଗାଯୋଗର ମାଧ୍ୟମ ହିଁ ଥିଲା ଏଇ ଡଙ୍ଗା । ବଡ ବଡ ପଟୁଆ (ଡଙ୍ଗାକୁ ଡଙ୍ଗା ପଟାରେ ଯୋଡି ଗଢା ବଡ ଡଙ୍ଗା)ରେ ପରିବହନ ହେଉଥିଲା ଅତ୍ୟାବଶ୍ୟକ ସାମଗ୍ରୀ। ନଈକୁ ଆଧାରକରି ଅତୀତରୁ ଏଯାଏ ଗୁଜୁରାଣ ମେଣ୍ଟାଉଛନ୍ତି ଅନେକ ପରିବାର। ପଶ୍ଚିମ ଓଡିଶାରେ ନୂଆଁଖାଇ ବେଳେ ନଈ ଓ ଡଙ୍ଗାପୂଜାର ପରମ୍ପରା ନିଆରା ।
ନିର୍ଭର କରି ଚଳୁଥିବା ପରିବାର ଭିତରେ ନଈ ଓ ଡଙ୍ଗା ସହ ଅନେକ ପରିବାରଙ୍କ ସମ୍ପର୍କ ସ୍ବତନ୍ତ୍ର। ସେଇମାନଙ୍କ ଭିତରେ କେଉଟ, ଗିଙ୍ଗରା ଓ ଝରାମାନଙ୍କ ଜାତିରେ ନୂଆଁଖାଇ ସମୟରେ ନଈ ଓ ଡଙ୍ଗାକୁ ପୂଜା କରିବାର ବିଧି ରହିଛି ।

ପୂର୍ବ ପ୍ରସ୍ତୁତି : ନୂଆଁଖାଇର ପୂର୍ବ ଦିନ ଆରମ୍ଭ ହୁଏ ଡଙ୍ଗାପୂଜାର ପ୍ରସ୍ତୁତି । ସଞ୍ଜ ଆଗରୁ ଡଙ୍ଗାକୁ ଭଲଭାବେ ଧୁଆଧୋଇ କରି ମଙ୍ଗକୁ ଚିତ୍ରେଇବା ପାଇଁ ସଜ କରାହୁଏ କଟକୀ ସନ୍ଦୂର ଓ ନଡିଆ କାଞ୍ଚତ୍ ପୋଡା କଳା ଦେଇ। ସକାଳେ ଡଙ୍ଗା ଦୁଇ ମଙ୍ଗର କାଠଖୋଦେଇ ଚିତ୍ରରେ ମଖାଇ ଦିଆହୁଏ ନାଲି ସିନ୍ଦୂର ଓ କଳା । ସେଇ ଚିତ୍ର ଡଙ୍ଗା ତିଆରି ବେଳେ ହିଁ ଖୋଦେଇ ହୋଇଥାଏ। ଚିତ୍ର କହିଲେ ତିନିରୁ ଚାରି କେତକୀ ଫୁଲ ଢାଞ୍ଚାର କାଙ୍ଗଲା । ଆଉ କେତେକ ଡଙ୍ଗାରେ ସେଇ କାଙ୍ଗଲା ପାର୍ଶ୍ୱରେ ହାତୀମୁଣ୍ଡ ା କେତେକ ଡଙ୍ଗାର ଚଉପାଶରେ ସଉକିନ ମଙ୍ଗୁଆଳ ସଜାଇଥାନ୍ତିି ବିଭିନ୍ନ ଫୁଲର ଧଡିଚିତ୍ର। ନୂଆଁଖାଇ ସକାଳେ ଦୁଇ ମଙ୍ଗରେ କଟକୀ ସିନ୍ଦୂର ଓ କଳା ମଖାଇ ଦେବା ପରେ ଡଙ୍ଗାପୂଜା ପାଇଁ ତୟାର ହୋ ରହିଥାଏ ଡଙ୍ଗା। ଏ ସମ୍ପର୍କରେ ସାମାଜିକ କର୍ମୀ ଘାସିରାମ ପଣ୍ଡା କହନ୍ତି, ନଈ ଚାଷଜମି ପରି ଓ ଡଙ୍ଗା ବଳଦ । ଚାଷୀ ଯେମିତି ଲଙ୍ଗଳରେ ଚଷେ ସେମିତି ଡଙ୍ଗାକୁ ଧରି ତ ନଈରେ ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ଚାଷ । ସେଥିପାଇଁ ନୂଆଁଖାଇରେ ନଈ ଓ ଡଙ୍ଗା ପୂଜାର ପରମ୍ପରା ସ୍ବତନ୍ତ୍ର ହୋଇ ରହିଛି ।

ନୂଆଁଖାଇର ନଈ ଓ ଡଙ୍ଗାପୂଜା :ନଈ ଓ ଡଙ୍ଗାକୁ ଆଧାରକରି ବଞ୍ଚୁଥିବା ପରିବାରରେ ଯେଉଁଠି ଯାହା ନୂଆଁଖାଇର ପରମ୍ପରା ରହିଛି ସେଇ ଅନୁଯାୟୀ ଘରର ବୟୋଜ୍ୟେଷ୍ଠ ଇଷ୍ଟ ଦେବତାଙ୍କ ପୂଜାବିଧି କରି ତାଙ୍କ ପାଖରେ ଚୂରାକଣ୍ଡା ଲଗେଇବା ପରେ ବାହାରି ଯାନ୍ତି ନଈକୂଳରେ ବନ୍ଧା ଡଙ୍ଗା ପାଖକୁ । ନଈକୂଳରେ ତୟାର ଡଙ୍ଗାରେ ସଦ୍ୟ କଟକୀ ସିନ୍ଦୂର ଓ କଳା ବୋଳାହୋଇ ଜକଜକ କରୁଥାନ୍ତି ଆଗ ମଙ୍ଗରେ ଚୌରାଶୀ ଦେବୀ । ସବୁ ଡଙ୍ଗାର ଆଗମଙ୍ଗରେ ହିଁ ଚୌରାଶୀ ଦେବୀକୁ ପରିବାରର ବୟୋଜ୍ୟେଷ୍ଠ ପୂଜା କରିଥାନ୍ତି, ପରେ ପଛ ମଙ୍ଗରେ । ପଛ ମଙ୍ଗରେ କିନ୍ତୁ ସମଲାଇ ଓ ସ୍ଥଳ ବିଶେଷରେ ଅନ୍ୟ ଦେବୀ ପୂଜା ଘେନିଥାନ୍ତି। ଘରେ ଯେପରି ଖୀରି, ପିଠା ଓ ଚୁରାକୁଣ୍ଡାର ଭୋଗ ଲଗା ହୋଇଥାଏ ସେମିତି ଡଙ୍ଗାର ଦୁଇ ମଙ୍ଗରେ କୁରହେଇ ପତ୍ରର ଠୋଲାରେ ବଳିତା ଦେଇ ଦୀପ ଜଳା ହୁଏ ଓ ପୂଜାର୍ଚ୍ଚନା କରି ଭୋଗ ଲଗାଯାଏ ।
-ଆଦିତେଶ୍ୱର ମିଶ୍ର, କଣ୍ଟାମାଳ


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼

ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୩୬ ଦିନ ଜେଲରୁ ରହିବା ପରେ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କଲେ ଏହି ଖେଳାଳି, ପ୍ରଥମ ମ୍ୟାଚରେ ଶତକ ମାରି କାନ୍ଦି ପକାଇଲେ…

ନୂଆଦିଲ୍ଲୀ,୧୨।୧୦: ରଣଜୀ ଟ୍ରଫିର ନୂଆ ସିଜନ ଅକ୍ଟୋବର ୧୧ରୁ ଆରମ୍ଭ ହୋଇଛି। ବଙ୍ଗଳା ଓ ଦିଲ୍ଲୀ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ବଙ୍ଗଳା ଦଳ ଦିଲ୍ଲୀ ଉପରେ ଚାପ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?