ଧାର୍ଯ୍ୟ ହେଲା ଗଣପର୍ବ ନୂଆଁଖାଇ ଲଗ୍ନ,ଜାଣନ୍ତୁ ସବିଶେଷ…

ସମ୍ବଲପୁର,୧୬ା୮(ବି.ଶଙ୍କର): ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଛି। ପଣ୍ଡିତ ଓ ଜ୍ୟୋତିର୍ବିଦମାନଙ୍କ ଗଣନାନୁସାରେ ଚଳିତ ମାସ ୨୮ ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ଗୁରୁବାର ପୂର୍ବାହ୍ନ ୧୦ଟା ୩୩ ମିନିଟ ଗତେ ୧୦ଟା ୫୫ ମିନିଟ ମଧ୍ୟେ ତୁଳା ଲଗ୍ନରେ ଇଷ୍ଟଦେବୀ ମା’ ସମଲେଇ ପ୍ରଥମେ ନବାହ୍ନ ଲାଗି ହେବେ। ପରମ୍ପରା ଓ ରୀତିନୀତି ଅନୁସାରେ ଇଷ୍ଟଦେବୀଙ୍କୁ ନବାନ୍ନ ଭୋଗ ଲାଗିବା ପରେ ଜନସାଧାରଣ ନୂଆଁଖାଇ ଭୋଗ ଖାଇବେ ବୋଲି ସ୍ଥିର ହୋଇଛି।
ଶନିବାର ଅପରାହ୍ନ ୪ଟା୩୦ରେ ସମ୍ବଲପୁର ସହର ଝାଡୁଆପଡା ବ୍ରହ୍ମପୁରା ମନ୍ଦିରରେ ନୂଆଁଖାଇ ଲଗ୍ନଧାର୍ଯ୍ୟ କାର୍ଯ୍ୟକ୍ରମ ହୋଇଥିଲା। ଝାଡୁଆପଡା ବ୍ରହ୍ମପୁରା ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆୟୋଜିତ ପଣ୍ଡିତ ମହାସଭାରେ ସମ୍ବଲପୁର ଜିଲାର ବିଭିନ୍ନ ଅଞ୍ଚଳରୁ ପଣ୍ଡିତ ଓ ଜ୍ୟୋତିଷମାନେ ଯୋଗ ଦେଇଥିଲେ। ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ପଣ୍ଡିତମାନେ ନକ୍ଷତ୍ର ଗଣନା କରି ଲଗ୍ନ ଧାର୍ଯ୍ୟ କରିଥିଲେ।
ଏହି ଅବସରରେ ସମଲେଇ ମନ୍ଦିର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ, ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁଙ୍କ ସମେତ ପୂଜକମାନେ ଲଗ୍ନ ପରମ୍ପରାନୁସାରେ ଗ୍ରହଣ କରିଥିଲେ। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି ସଭ୍ୟ ସରୋଜ କୁମାର ଦଳପତ, ଶ୍ରୀମନ୍ତ୍ର ମିଶ୍ର, ସୁଶାନ୍ତ କୁମାର ପୁରୋହିତ, ମିଳୁ ପାଣିଗ୍ରାହୀ, ପ୍ରାଣରଞ୍ଜନ ପଣ୍ଡା, ପାର୍ଥ ସାରଥି ମିଶ୍ର, ଶୁଭେନ୍ଦ୍ର କୁମାର ପଣ୍ଡା, ଅଭିଷେକ ମିଶ୍ର, ପ୍ରବୀଣ କୁମାର ଦୀକ୍ଷିତଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀଶ୍ରୀ ବ୍ରହ୍ମ ପଣ୍ଡିତ ମହାସଭା ସଭାପତି ରବିନାରାୟଣ ପଣ୍ଡା, ପଣ୍ଡିତ ସଚ୍ଚିିଦାନନ୍ଦ ମିଶ୍ର କରଶର୍ମା, ପଣ୍ଡିତ ଜିତେନ୍ଦ୍ର କୁମାର ନନ୍ଦ, ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ପଣ୍ଡିତ ଚନ୍ଦ୍ରକାନ୍ତ ପାଣିଗ୍ରାହୀ, ପଣ୍ଡିତ ମହେଶ୍ୱର ନାୟକ, ପଣ୍ଡିତ ସରିତ କୁମାର ପାଢ଼ୀ, ପଣ୍ଡିତ ଗୋପୀନାଥ ପଣ୍ଡା, ପଣ୍ଡିତ ଶଶାଙ୍କ ଶେଖର ମିଶ୍ରଙ୍କ ସମେତ ଜିଲାର ବିଭିନ୍ନ ଅଞ୍ଚଳର ପଣ୍ଡିତମାନେ ସାମିଲ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri