ମୌଳିକ ସୁବିଧାରୁ ବଞ୍ଚିତ ନୂଆଗାଁ

ବାଲିମେଳା,୩ା୮(ଶିବଦତ୍ତ ସାହୁ): ବିକାଶର ଶବ୍ଦ ବୁଝାଇବା ପାଇଁ ସେମାନଙ୍କର ପଖରେ କେହି ନାହାନ୍ତି। ହେଲେ ସେଠାକାର ଲୋକେ ବୁଝନ୍ତି କେବଳ ସମସ୍ୟାର ଭାଷା। ଅଞ୍ଚଳର ବିକାଶ ନେଇ ଗ୍ରାମବାସୀ ପ୍ରଶାସନ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କ ଆଗରେ ବହୁବାର ନେହୁରା ହୋଇଛନ୍ତି । ଗ୍ରାମରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କରି ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଉଦ୍ୟମ ମଧ୍ୟ କରୁଛନ୍ତି। ହେଲେ ପ୍ରଶାସନ କିମ୍ବା  ଜନ ପ୍ରତିନିଧିମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ସେମାନଙ୍କ ଉପରେ ଓଠରେ ଦରଫୁଟା ହସ ନେଇ ଭାଗ୍ୟକୁ ନିନ୍ଦୁଛନ୍ତି। ମୌଳିକ ସୁବିଧା ସୁଯୋଗର ଅଭାବ ଏବେ ଅସନ୍ତୋଷର ରୂପ ନେଲାଣି ।
ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଚିତାପାରୀ-୩ ପଞ୍ଚାୟତ  ବାଲିମେଳା ଜଳବିଦ୍ୟୁତ୍‌ କେନ୍ଦ୍ରଠାରୁ ପ୍ରାୟ ୧ କି.ମି .ଦୂରରେ ରହିଛି ନୂଆଗୁଡା-ବି  ତଥା ନୂଆଗାଁ। ଏହି  ଗ୍ରାମରେ ପ୍ରୟା ୬୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଥିବା  ବେଳେ ଜନସଂଖ୍ୟା ପ୍ରାୟ ୨୫୦ରୁ ଊର୍ଦ୍ଧ୍ୱ । ହେଲେ ଏବେ ବି  ଏହି ଗ୍ରାମବାସୀ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ପ୍ରଶାସନକୁ ସମସ୍ୟା ଜଣାଇଲେ ମଧ୍ୟ  ସମାଧାନ ହେଉ ନ ଥିବା ଗ୍ରାମବାସୀ କହିଛନ୍ତି। ଏହି ଗ୍ରାମକୁ ଯାତାୟାତ କରିବା ପାଇଁ ଥିବା ମୁଖ୍ୟ ରାସ୍ତା ପକ୍କା ହୋଇ ନ ଥିବାରୁ ବର୍ଷା ହେବାରୁ  ଖାଲ ଖମା ହେବା ସହିତ କାଦୁଅରେ ଭର୍ତ୍ତି ହୋଇଛି।
ଫଳରେ ଉକ୍ତ ରାସ୍ତାଦେଇ ଗ୍ରାମବାସୀ ଯାତାୟାତ କରିବା ସମୟରେ ଆସିବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀ ରାସ୍ତା ନିର୍ମାଣ କରିବା ପାଇଁ ବହୁବାର ଦାବି କରିବା ପରେ ବ୍ଲକ ପକ୍ଷରୁ ଚଳିତ ବର୍ଷ ପ୍ରାୟ ୨ଲକ୍ଷ ଟଙ୍କା ବ୍ୟୟରେ କେବଳ ଉକ୍ତ ରାସ୍ତାରେ କିଛି ବାଲି ଓ ମୋରମ୍‌ ବିଛା ଯାଇଥିଲା। ବର୍ତ୍ତମାନ ଉକ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ମୋରମ ବଦଳରେ ନାଲି ମାଟି ପକାଯାଇଥିବାରୁ ଏଭଳି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଖାଲି ଏତିକିରେ ସରିନି ସମସ୍ୟା ପିଲାମାନଙ୍କୁ ପାଠ ପଢିବା ପାଇଁ ଗ୍ରାମରେ ଅଙ୍ଗନଓ୍ବାଡି କେନ୍ଦ୍ର କିମ୍ବା ସ୍କୁଲଟିଏ ବି  ନାହିଁ। ଫଳରେ ଗ୍ରାମର ୧୨ଜଣ କୋମଳ ମତି ଶିଶୁ  ପଢିବା ପାଇଁ ପ୍ରାୟ ୨କି.ମି. ଦୂରରେ ତଥା ୱାର୍ଡ ନମ୍ବର ୧୨ରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ  ଏଭଳି ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି । ବାଲିମେଳା ସହରରେ ବିଭିନ୍ନ ସ୍କୁଲରେ ପାଠ ପଢ଼ୁଥିବା ଗଁା ପିଲାମାନଙ୍କର ସମାନ ଦଶା। ଏହି ଗଁାରେ ରହୁଥିବା ୬୦ପରିବାର ଲୋକଙ୍କ ପାଇଁ ରହିଛି ମାତ୍ର ଗୋଟିଏ ନଳକୂପ। ତଳ ସାହିରେ ନଳକୂପ ନ ଥିବାରୁ ଲୋକଙ୍କୁ ପିଇବା ପାଣି  ପାଇଁ ପ୍ରାୟ  ୧ କି.ମି.ଦୂରରୁ ଆଣି ଚଳୁଛନ୍ତି।
ଜଙ୍ଗଲ ପାହାଡ଼ ଘେରରେ ରହିଛି ଏହି ଗ୍ରାମ। ମୁଖ୍ୟ ରାସ୍ତା ପାର୍ଶ୍ୱରେ ଷ୍ଟ୍ରିଟ୍‌ ଲାଇଟ ଲଗାଯାଇ ନାହିଁ। ଗ୍ରାମରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ବହୁବାର ପ୍ରଶାସନିକ ଅଧିକାରୀ, ଜନ ପ୍ରତିନିଧିଙ୍କୁ ଜଣାଇବା ପରେ ବି କୌଣସି ସୁଫଳ ମିଳିପାରି ନ ଥିବା ଗ୍ରାମର ଶ୍ୟାମ ସେଠୀ, ଗୁରୁ ମାଝି, ବୈଜନ୍ତ ମାଝି, ସୁରେଶ ଭତ୍ରା, ଗୁରୁ ତାଲିଆ, ଧନୁ ଖରା , ମନୁ ସେଠୀ ଓ ଜୁତିକା ତାଲିଆଙ୍କ ପ୍ରମୁଖ ଅଭିଯୋଗ କରିଛନ୍ତି।
ନିରୁପାୟ ହୋଇ ଗ୍ରାମବାସୀ ଉକ୍ତ ରାସ୍ତା ଉପରେ ଥିବା କାଦୁଅରେ ଧାନ ତଳି ରୋଇ ଅଭିନବ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ରାସ୍ତା ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ମାହାନ୍ତିଙ୍କୁ ପଚାରିବାରୁ ଖରାଦିନେ ଉକ୍ତ ରାସ୍ତାରେ ବାଲି ଓ ମୋରମ ବିଛାଯାଇ ରାସ୍ତା ନିର୍ମାଣ କରାଯାଇଥିଲା।  ଯଦି ଏବେ ବର୍ଷା ପାଇଁ ରାସ୍ତା କାଦୁଅ ହୋଇଛି ତେବେ ତୁରନ୍ତ ସେଠାରେ କ୍ରଶର ଡଷ୍ଟ ପକାଇ ମରାମତି କରାଯିବ ବୋଲି କହିଛନ୍ତି। ତେବେ ଏ ଦିଗରେ ତୁରନ୍ତ ପ୍ରଶାସନ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ା

Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

ଯାଜପୁରର ଆକର୍ଷଣ ପାଲଟିବ ୧୨୩ ଫୁଟ ଉଚ୍ଚର ଧ୍ୟାନମଗ୍ନ ଶିବ ମୂର୍ତ୍ତି

ଧର୍ମଶାଳା,୨୯ା୩(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲାର ପବିତ୍ର ବୈତରଣୀ ନଦୀକୂଳରେ ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ କାର୍ଯ୍ୟ କେବେ ଶେଷ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri