Posted inରାଜ୍ୟ

ସମୁଦ୍ର ତଟାଞ୍ଚଳରେ ୭ ନଦୀକୁ ସଂଯୋଗ କରାଯାଉ

କେନ୍ଦ୍ରାପଡ଼ା ଅଫିସ, ୧୭।୩: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅଞ୍ଚଳର ଗୋବିନ୍ଦପୁର, ଡିମିରିପାଳ, ପେତପଡ଼ା, ସଂସିଧା, ଏରଡ଼ଙ୍ଗ, ଦେସାହି, ପାଳମୀ, କେତୁଆପାଳ ଆଦି ୧୦ ପଞ୍ଚାୟତକୁ କାଣୀ, ଖରସ୍ରୋତା, ବ୍ରାହ୍ମଣୀ ନଦୀ ଘେରି ରହିଛି। ବାଳକାଟୀ, କୋଳଢ଼ିହ ଓ ମହୁ ଗ୍ରାମକୁ ଖରସ୍ରୋତା ଗିଳିଚାଲିଛି। ଚୂନବନ୍ଧଠାରୁ ସାନଆଙ୍କୋ, ପତ୍ରପୁରଠାରୁ ଗୋପାଳପୁର, ଟୁଙ୍ଗାଠାରୁ ବଉଳଯୋଡ଼ି ନଦୀବନ୍ଧରେ ପଥର ପ୍ୟାକିଂ ହୋଇଥିଲେ ମଧ୍ୟ ତାହା ଶୋଚନୀୟ ଅବସ୍ଥାରେ ଅଛି। କେବଳ ଆଳି ବ୍ଲକ ଅଞ୍ଚଳରେ ଏହି ନଦୀବନ୍ଧ ସମସ୍ୟା ଦେଖାଯାଇନାହିଁ। ବରଂ ଜିଲାର ୭ ନଦୀ ଓ ୨୭ ଶାଖା କେନାଲ ବନ୍ଧର ଦୁରବସ୍ଥା ସ୍ଥାନୀୟ ଗ୍ରାମବାସୀଙ୍କୁ ଆତଙ୍କିତ କରିଥିବା ବେଳେ ଚାଷ ନଷ୍ଟ କରୁଛି। ନଦୀଗୁଡ଼ିକରେ ପ୍ରତିବର୍ଷ ବନ୍ୟାଜଳ ଆସି ଜିଲାର ଉପାନ୍ତ ଅଞ୍ଚଳରେ ଥିବା ୫୫ଟି ପଞ୍ଚାୟତବାସୀଙ୍କ ଜୀବନଯାତ୍ରାରେ ବାଧା ସୃଷ୍ଟି କରୁଛି। ପ୍ରଶାସନ ପକ୍ଷରୁ ଏହି ନଦୀବନ୍ଧକୁ ବର୍ଷାଦିନେ ମରାମତି କରାଯାଉଥିବାରୁ ସ୍ଥାନୀୟ ଜନସାଧାରଣ ଏହାକୁ ବିରୋଧ କରୁଛନ୍ତି। ଲୁଣା ତଟବନ୍ଧରୁ ପଥର ପ୍ୟାକିଂ ଖସିଯାଉଥିବାରୁ ସମୁଦ୍ର ମାଡ଼ି ଆସିବା ଭୟ ସେମାନଙ୍କୁ ଆତଙ୍କିତ କରୁଛି। ମେ’ ମାସ ସୁଦ୍ଧା ସମସ୍ତ ନଦୀ ଓ କେନାଲ ବନ୍ଧ ମରାମତି କାର୍ଯ୍ୟ ସାରିବା, ସମୁଦ୍ରରେ ପଡ଼ିଥିବା ୭ ନଦୀକୁ ଏକ ବୃହତ୍‌ କେନାଲ ମାଧ୍ୟମରେ ସଂଯୋଗୀକରଣ କରି ବନୀକରଣକୁ ଗୁରୁତ୍ୱ ଦେବାକୁ ବୁଦ୍ଧିଜୀବୀ ଓ ପରିବେଶବିତ୍‌ମାନେ ଦାବି କରିଛନ୍ତି।

ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କୁହନ୍ତି, କେନ୍ଦ୍ରାପଡ଼ା ଜିଲାରେ ଜଳସମ୍ପଦ ବିଭାଗର ଦୁଇ ଡିଭିଜନ ସହ ଆଳି ତଟବନ୍ଧ କାର୍ଯ୍ୟାଳୟ ରହିଛି। ଏହି କାର୍ଯ୍ୟାଳୟ ମାଧ୍ୟମରେ ଜିଲାରେ ଥିବା ନଦୀ ଓ କେନାଲର ପରିଚାଳନା ହେଉଛି। ସେହିପରି ଜିଲାର ଶେଷମୁଣ୍ଡରେ ଥିବା ୪୮ କି.ମି. ଲମ୍ବର ସମୁଦ୍ରତଟର ସୁରକ୍ଷା ଦାୟିତ୍ୱ ନେଇଛନ୍ତି। ଏହା ସତ୍ତ୍ୱେ କ୍ଷେତ ପାଇଁ ଜଳ ପରିଚାଳନା ଏଠାରେ ଏକ ବଡ଼ ସମସ୍ୟା ହୋଇଛି। ସେହିପରି ପ୍ରତିବର୍ଷ ବନ୍ୟା ଭୟରେ ୫୫ ପଞ୍ଚାୟତବାସୀ ଆତଙ୍କିତ ହେଉଛନ୍ତି। ନଦୀବନ୍ଧର ସୁଦୃଢ଼ୀକରଣ ବର୍ଷାଦିନକୁ ଛାଡି ଅନ୍ୟ ଋତୁରେ ହୋଇପାରନ୍ତା। ତେବେ ବିଭାଗୀୟ ଅଧିକାରୀ ବର୍ଷାଦିନ ଆରମ୍ଭରେ ଦୁର୍ବଳ ଚିହ୍ନିତ ନଦୀବନ୍ଧରେ ମାଟି ଓ ବାଲି ପକାଇ ଅର୍ଥ ଲୁଟୁଛନ୍ତି। ଯୋଜନାର ଅର୍ଥ ଖର୍ଚ୍ଚ ସତ୍ତ୍ୱେ ସମସ୍ୟାର ସମାଧାନ ହେଉନାହିଁ। ଏବେଠାରୁ ବନ୍ୟା ପ୍ରପୀଡ଼ିତ ଅଞ୍ଚଳକୁ ଚିହ୍ନଟ କରିବା ସହ ଆସନ୍ତା ମେ’ ସୁଦ୍ଧା ବନ୍ଧ ସୁଦୃଢ଼ ପାଇଁ ସେ ଦାବି କରିଛନ୍ତି। ଏ ବିଷୟରେ ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି ଓ ପରିବେଶବିତ୍‌ ହେମନ୍ତ କୁମାର ରାଉତ କୁହନ୍ତି, ନଦୀଜଳ ପରିଚାଳନା ଜିଲାର ବଡ଼ ସମସ୍ୟା ହୋଇଛି। ସମୁଦ୍ର ମୁହାଣ ପୋତି ହେଉଛି। ଏହାକୁ ଡ୍ରେଜିଂ କରା ନ ଯିବାରୁ ବନ୍ୟା ସମୟରେ ଉଦ୍‌ବୃତ ଜଳ ନିଷ୍କାସନ ହୋଇପାରୁନାହିଁ। ଏହା ବ୍ୟତୀତ ଜାନୁୟାରୀଠାରୁ ନଦୀଗୁଡିକ ଶୁଖିବା ଆରମ୍ଭ ହେଉଛି। ଫଳରେ ସ୍ଥାନୀୟ ଚାଷ ସହ ହେନ୍ତାଳ ବଣ ନଷ୍ଟ ହେଉଛି। ହେନ୍ତାଳ ବଣ ନଷ୍ଟ ଫଳରେ ତଟ କ୍ଷୟ ଅନ୍ୟ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ନିକଟରେ ସାତଭାୟାବାସୀ ୧୫ କି.ମି. ଦୂର ବଗପାଟିଆକୁ ସ୍ଥାନାନ୍ତର ହୋଇଛନ୍ତି। ଜିଓ ସିନ୍ଥେଟିକ୍‌ ଟ୍ୟୁବ୍‌ୱାଲ ଜୁଆର ମାଡ଼କୁ ସହିପାରୁନାହିଁ। ଏଥିପାଇଁ ସମୁଦ୍ରର ୧୫ କି.ମି. ଦୂର ନଦୀରେ ଶେଷମୁଣ୍ଡକୁ ଯୋଡ଼ି ତଟାଞ୍ଚଳରେ ଏକ ବୃହତ୍‌ କେନାଲ ଖୋଳାଯିବା ଆବଶ୍ୟକ। ଏହାଦ୍ୱାରା ଖରାଦିନେ ଆବଶ୍ୟକ ପରିମାଣର କ୍ଷେତ ଓ ଜାତୀୟ ଉଦ୍ୟାନ ଭିତରକନିକାକୁ ମଧୁର ଜଳ ଛଡ଼ାଯାଇପାରିବ। ସେହିପରି ନଦୀ ଓ ନାଳରେ ବ୍ୟାରେଜ୍‌ ଓ କ୍ରିକ୍‌ ବନ୍ଧ ପାଇଁ ସେମାନେ ମତ ରଖିଛନ୍ତି। ଏ ସମ୍ପର୍କରେ ଜିଲା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ କୁହନ୍ତି, ଚଳିତ ବର୍ଷ ପାଇଁ ଦୁର୍ବଳ ନଦୀବନ୍ଧର ସ୍ଥାନ ଚିହ୍ନଟ ହୋଇଛି। ଖରାଦିନ ମଧ୍ୟରେ ଏହାର ମରାମତି ହୋଇଯିବ। ୭ ନଦୀ ସଂଯୋଗୀକରଣ ସମ୍ପର୍କରେ ଅଦ୍ୟାବଧି କୌଣସି ପ୍ରସ୍ତାବ ନାହିଁ। ସ୍ଥାନ ଚିହ୍ନଟ, ଲୋକଙ୍କ ବିସ୍ଥାପନ, ପରିବେଶ ଓ ପରିସ୍ଥିତି ଅନୁଧ୍ୟାନ ପରେ ଏପରି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri