ବ୍ଲିଙ୍କିଟ୍‌ ସହ ଏନ୍‌ଏସ୍‌ଡିସିର ବୁଝାମଣା

ଭୁବନେଶ୍ୱର,୩।୧୨: ଦେଶର ପ୍ରମୁଖ ଘରୋଇ ସଂସ୍ଥା ବ୍ଲିଙ୍କିଟ୍‌ ଏବଂ ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଯାଇଛି। ବିଶେଷକରି ରୋଜଗାର ସୃଷ୍ଟି ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଉକ୍ତ ବୁଝାମଣା ହୋଇଛି। ସେହିଭଳି ଆପନା ଏବଂ କ୍ୱେସ୍‌ କର୍ପୋ ସହିତ ଏନ୍‌ଏସ୍‌ଡିସିର ଚୁକ୍ତି ସ୍ବାକ୍ଷର କରାଯାଇଛି। ଉଲ୍ଲେଖଯୋଗ୍ୟ, ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ (ଏମ୍‌ଏସ୍‌ଡିଇ)ର ତତ୍ତ୍ୱାବଧାନରେ କାର୍ଯ୍ୟ କରୁଥିବା ଏନ୍‌ଏସ୍‌ଡିସି ନିକଟରେ ବ୍ଲିଙ୍କିଟ୍‌, ଆପନା ଏବଂ କ୍ୱେସ୍‌ କର୍ପୋ ସହିତ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିଛି । ଫଳରେ ଚାକିରି ସୃଷ୍ଟିକୁ ତ୍ୱରାନ୍ବିତ କରିବା ସହ ଭାରତୀୟ ଶ୍ରମିକଙ୍କୁ ସଶକ୍ତ କରାଯାଇପାରିବ। ଏପରିକି ପ୍ରତ୍ୟେକ ଅର୍ଥନୀତିର ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ବିଭିନ୍ନ ଶିଳ୍ପ ପାଇଁ ସହଜରେ ଉପଲବ୍ଧ କର୍ମଜୀବୀ ସୃଷ୍ଟି କରିବାକୁ ଉକ୍ତ ସହଭାଗିତା ଲକ୍ଷ୍ୟ ରଖିଛି।
ଏ ସମ୍ପର୍କରେ ଏନ୍‌ଏସ୍‌ଡିସିର ସିଇଓ ଏବଂ ଏନ୍‌ଏସ୍‌ଡିସି ଅନ୍ତର୍ଜାତୀୟ ଏମ୍‌ଡି ବେଦ ମଣି ତିୱାରୀ କହିଛନ୍ତି, ବେସରକାରୀ ବ୍ୟବସାୟ ସହିତ ସହଯୋଗ କରି ଏନ୍‌ଏସ୍‌ଡିସି ତାଲିମ ପ୍ରୋଗ୍ରାମଗୁଡିକ ଡିଜାଇନ ଏବଂ ପ୍ରୟୋଗ କରିଥାଏ, ଯାହା ବିକାଶଶୀଳ ଚାକିରି ବଜାର ଦ୍ୱାରା ଆବଶ୍ୟକ କୌଶଳ ସହିତ ବ୍ୟକ୍ତି ବିଶେଷଙ୍କୁ ସଜ୍ଜିତ କରିଥାଏ। ଏପରିକି ଦକ୍ଷତା ବିକାଶକୁ କାର୍ଯ୍ୟକାରୀ କରିବା ପାଇଁ ସଂଗଠନର ପ୍ରତିବଦ୍ଧତା ଏକ କ୍ୟାଶ କେଡିଂ ପ୍ରଭାବ ପକାଇଥାଏ। ବିଶେଷକରି ଅର୍ଥନୈତିକ ଅଭିବୃଦ୍ଧିକୁ ସକାରାତ୍ମକ ଭାବେ ପ୍ରଭାବିତ କରିଥାଏ ଏବଂ ଭାରତର ବିଭିନ୍ନ କ୍ଷେତ୍ରରେ ଲକ୍ଷ ଲକ୍ଷ ଲୋକଙ୍କ ନିଯୁକ୍ତିକୁ ବହୁମାତ୍ରାରେ ବଢ଼ାଇଥାଏ। ଅପରପକ୍ଷରେ ଯେହେତୁ ଭାରତ ସର୍ବଦା ବଦଳୁଥିବା ବିଶ୍ୱର ଗତିଶୀଳତା ସହିତ ମୁକାବିଲା କରୁଛି ଏବଂ ଏହାର ଜନସଂଖ୍ୟା ଗତି ସୁଯୋଗକୁ ବ୍ୟବହାର କରିବାକୁ ଚେଷ୍ଟା କରୁଛି। ତେଣୁ ଏନ୍‌ଏସ୍‌ଡିସି ଦକ୍ଷତା ବିକାଶ ପଦକ୍ଷେପ ଉପରେ ଧ୍ୟାନଦେଇ ସମଗ୍ର ଭାରତରେ ନିଯୁକ୍ତି ସୁଯୋଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?