Posted inଖେଳ

ଏବେ ଅସ୍ଥିତ୍ୱର ଲଢ଼େଇ: ପଞ୍ଜାବ- ହାଇଦ୍ରାବାଦ ମୁକାବିଲା

ଦୁବାଇ,୨୪।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୩ତମ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ। ସ୍ଥାନୀୟ ଦୁତ୍ବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶନିବାର ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ ଏହି ଦୁଇ ଦଳ ପାଇଁ ସମାନ ଭାବେ ଗୁରୁତ୍ୱ ବହନ କରୁଛି। କାରଣ ଉଭୟ ଦଳ ସମାନ ୮ ପଏଣ୍ଟ ହାସଲ କରିଛନ୍ତି। ଦୁଇ ଦଳ ପ୍ଲେ- ଅଫ୍‌ ଦୌଡ଼ରେ ସ୍ଥିତି ବଜାୟ ରଖିବାକୁ ଅସ୍ଥିତ୍ୱର ଲଢେଇରେ ମୁହଁାମୁହିଁ ହେବେ। ଦୁଇ ଦଳ ଏବେ ନିଶ୍ଚିତ ବିଜୟ ହାସଲ ପରସ୍ଥିତିର ସମ୍ମୁଖୀନ ହେବେ।
ହାଇଦ୍ରାବାଦ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୬ ପରାଜୟ ସହ ୮ ପଏଣ୍ଟ ହାସଲ କରି ତାଲିକାର ଷଷ୍ଠ ସ୍ଥାନରେ ରହିଛି। ସେହିପରି ରାଜସ୍ଥାନ ୧୧ଟି ମ୍ୟାଚ୍‌ ଖେଳି ୪ ବିଜୟ ଓ ୭ ପରାଜୟ ସହ ୮ ପଏଣ୍ଟ ହାସଲ କରି ରନ୍‌ ରେଟ୍‌ରେ ପଛକୁ ରହି ସପ୍ତମ ସ୍ଥାନରେ ରହିଛି। ପ୍ଲେ- ଅଫ୍‌ରେ ସ୍ଥାନ ହାସଲ ପାଇଁ ଦୁଇ ଦଳକୁ ଏବେ ସେମାନଙ୍କ ବାକି ମ୍ୟାଚ୍‌ଗୁଡିକରେ ବିଜୟୀ ହେବା ଜରୁରୀ ହୋଇପଡିଛି। ଫଳରେ ଉଭୟ ଦଳ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି।
ମନ୍ଥର ଆରମ୍ଭ କରିଥିଲେ ମଧ୍ୟ ପଞ୍ଜାବ ପରେ ଭଲ ପ୍ରଦର୍ଶନ କରିଛି। ହ୍ୟାଟ୍ରିକ୍‌ ବିଜୟ ସହ ପଞ୍ଜାବ ଟ୍ରାକ୍‌କୁ ପ୍ରତ୍ୟାବର୍ତ୍ତନ କରିଛି। ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଭଳି ଶକ୍ତିଶାଳୀ ଦଳକୁ ହରାଇବାରେ ସକ୍ଷମ ହୋଇଛି ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ। ଏହି ମୁମେଣ୍ଟମ ବଜାୟ ରଖିବାକୁ ପ୍ରୟାସ କରିବ ପଞ୍ଜାବ। ରାହୁଲ, ମୟଙ୍କ ଅଗ୍ରଓ୍ବାଲ, କ୍ରିସ୍‌ ଗେଲ୍‌, ନିକୋଲାସ ପୁରନଙ୍କୁ ନେଇ ପଞ୍ଜାବ ବ୍ୟାଟିଂ ଲାଇନ୍‌ ବେଶ୍‌ ଶକ୍ତିଶାଳୀ ମନେ ହେଉଛି। ରାହୁଲ (୫୪୦) ଓ ଅଗ୍ରଓ୍ବାଲ (୩୯୮) ରନ ସଂଗ୍ରହ କରି ସର୍ବାଧିକ ରନ୍‌ ସ୍କୋରର ସାବ୍ୟସ୍ତ ହୋଇଛନ୍ତି। ଗେଲ୍‌ଙ୍କ ସଫଳ ପ୍ରତ୍ୟାବର୍ତ୍ତନ ଦଳର ପ୍ରଦର୍ଶନ ଭଲ ହୋଇପାରିଛି। ଜିମ୍ମି ନିଶାମ ସାମିଲ ହେବା ପରେ ପଞ୍ଜାବର ବ୍ୟାଟିଂ ଓ ବୋଲିଂର ଗଭୀରତା ବଢିଛି। ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ନିଜ ଦାୟିତ୍ୱ ତୁଲାଇବାରେ ସମର୍ଥ ହୋଇଛନ୍ତି।
ଅନ୍ୟପଟେ ପ୍ଲେ- ଅଫ୍‌ରେ ସ୍ଥାନ ହାସଲ ପାଇଁ ହାଇଦ୍ରାବାଦକୁ ତା’ର ବାକି ୪ଟି ମ୍ୟାଚ୍‌ ଜିତିବାକୁ ହେବ। କ୍ରମାଗତ ୩ଟି ମ୍ୟାଚ୍‌ର ପରାଜୟ ପରେ ହାଇଦ୍ରାବାଦ ୮ ଉଇକେଟରେ ରାଜସ୍ଥାନକୁ ପରାସ୍ତ କରି ଆତ୍ମବିଶ୍ୱାସ ଫେରିପାଇଛି। ଗତ ମ୍ୟାଚ୍‌ରେ ମନୀଷ ପାଣ୍ଡେ (୮୩) ଓ ବିଜୟ ଶଙ୍କର (୫୨) ଅର୍ଦ୍ଧଶତକ ହାସଲ କରି ଫର୍ମକୁ ଫେରିବା ଦଳ ପାଇଁ ଏକ ବଡ଼ ଶୁଭ ଖବର। ଅଧିନାୟକ ଡେଭିଡ ଓ୍ବାର୍ନର ଓ ଜନ୍ନି ବେୟାରଷ୍ଟୋଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ। ଜାସନ ହୋଲ୍ଡର ଦଳରେ ସାମିଲ ହେବା ପରେ ହାଇଦ୍ରାବଦ୍‌ ବୋଲିଂରେ ସୁଧାର ଆସିଛି। ପ୍ରିୟମ ଗର୍ଗ, ଅବୁଦୁଲ ସମାଦ ଓ ଟି. ନଟରାଜନଙ୍କ ଭଳି ଯୁବ ଖେଳାଳି ଶ୍ରେଷ୍ଠ ପଦର୍ଶନ କରିବାର ସମୟ ଆସି ଉପନୀତ ହୋଇଛି। ଶନିବାର ଦୁଇଟି ମ୍ୟାଚ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri