Posted inଜାତୀୟ

ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏଣିକି ବଳାତ୍କାର ପୀଡ଼ିତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ପ୍ରେଗ୍‌ନାନ୍ସି ଟେଷ୍ଟ ବାଧ୍ୟତାମୂଳକ

ଭୋପାଳ,୨୯ା୬: ବଳାତ୍କାର ପୀଡ଼ିତାଙ୍କ ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ହାଇକୋର୍ଟ। ବଳାତ୍କାରର ଅଭିଯୋଗ ପାଇବା ପରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ସମୟରେ ପ୍ରେଗ୍‌ନାନ୍ସି ଟେଷ୍ଟ୍‌ ମଧ୍ୟ ବାଧ୍ୟତାମୂଳକ ଭାବରେ କରାଯିବା ଉଚିତ। ଏପରି ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ।

କୋର୍ଟ କହିଛନ୍ତି ଯେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଗର୍ଭଧାରଣ ବିଷୟରେ ସୂଚନା ପାଇ ଗର୍ଭପାତ ଭଳି ନିଷ୍ପତ୍ତି ସମୟ ମଧ୍ୟରେ ନିଆଯାଇପାରିବ, ଯାହା ପୀଡ଼ିତାଙ୍କ ଜୀବନ ରକ୍ଷା କରିପାରିବ।
ଜଷ୍ଟିସ୍‌ ବିଶାଲ ମିଶ୍ରଙ୍କ ଏକକ ଖଣ୍ଡପୀଠ କୋର୍ଟର ଡିଜିପି ଅର୍ଥାତ୍‌ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ
କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯଦି ଗର୍ଭବତୀ ପୀଡ଼ିତା ଏବଂ ତାଙ୍କ ପିତାମାତା ଗର୍ଭପାତ କରିବାକୁ ଚାହୁଁଛନ୍ତି, ତେବେ ଏଥିରେ ବିଳମ୍ବ କରିବା ସେମାନଙ୍କ ଜୀବନ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ଯେଉଁଥିରେ କୋର୍ଟ ବିଶେଷକରି ନାବାଳିକା ପୀଡ଼ିତାଙ୍କ ସୁରକ୍ଷା ଏବଂ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ମଧ୍ୟପ୍ରଦେଶରେ ରାଜ୍ୟ ସାରା ନାବାଳିକା ବଳାତ୍କାର ପୀଡ଼ିତାଙ୍କ ଗର୍ଭପାତ ସହିତ ଜଡ଼ିତ ଅନେକ ମାମଲା କୋର୍ଟ ସମ୍ମୁଖରେ ବିଚାରାଧୀନ ଅଛି। ଏହି ମାମଲାରେ, ବିଳମ୍ବ ଯୋଗୁ ଗର୍ଭଧାରଣ ପ୍ରାୟତଃ ୨୪ ସପ୍ତାହରୁ ଅଧିକ ହୋଇଥାଏ, ଯେଉଁ କ୍ଷେତ୍ରରେ ଭାରତୀୟ ଆଇନ ଅନୁଯାୟୀ, ଗର୍ଭପାତ ପାଇଁ ହାଇକୋର୍ଟର ଅନୁମତି ଆବଶ୍ୟକ। ଫେବୃଆରୀ ୨୦୨୫ରେ, ହାଇକୋର୍ଟ ପୂର୍ବରୁ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ ଯେ, ଯଦି ଜଣେ ନାବାଳିକା ପୀଡ଼ିତା ୨୪ ସପ୍ତାହ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଗର୍ଭବତୀ ଥାଆନ୍ତି, ତେବେ ଗର୍ଭପାତ ପାଇଁ ହାଇକୋର୍ଟର ପୂର୍ବ ଅନୁମତି ବାଧ୍ୟତାମୂଳକ ହେବ।

ଏହି ନିଷ୍ପତ୍ତି ସିଧାସଳଖ ସେହୋର ଜିଲ୍ଲାର ଏକ ମାମଲା ସହିତ ଜଡ଼ିତ। ଯେଉଁଠାରେ ଜଣେ ନାବାଳିକା ପୀଡ଼ିତାଙ୍କ ମାମଲା POCSO କୋର୍ଟ ମାଧ୍ୟମରେ ହାଇକୋର୍ଟରେ ପହଞ୍ଚିଥିଲା। ତଦନ୍ତରୁ ଜଣାପଡିଛି ଯେ, ପୀଡ଼ିତାଙ୍କ ଗର୍ଭଧାରଣ ୨୪ ସପ୍ତାହରୁ ଅଧିକ ଏବଂ ତାଙ୍କ ଡାକ୍ତରୀ ରିପୋର୍ଟରେ ସ୍ପଷ୍ଟ କରାଯାଇଛି ଯେ, ଗର୍ଭପାତ ମଧ୍ୟ ବିପଦପୂର୍ଣ୍ଣ ଏବଂ ଗର୍ଭଧାରଣ ଜାରି ରଖିବା ମଧ୍ୟ ନାବାଳିକାଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କରିପାରେ। ଏହି ମାମଲାରେ ଜୀବନକୁ ସୁରକ୍ଷିତ ରଖିବାର ସଠିକ ଉପାୟ କ’ଣ ହୋଇପାରେ ସେ ବିଷୟରେ କୋର୍ଟଙ୍କ ଏକ ଗମ୍ଭୀର ପ୍ରଶ୍ନ ଥିଲା।

ହାଇକୋର୍ଟ ମଧ୍ୟପ୍ରଦେଶର DGPଙ୍କୁ ଏହି ନିଷ୍ପତ୍ତି ପାଳନ ସୁନିଶ୍ଚିତ କରିବା ପାଇଁ ରାଜ୍ୟର ସମସ୍ତ ଜିଲାର ପୋଲିସ ଅଧୀକ୍ଷକଙ୍କୁ ତୁରନ୍ତ ନିର୍ଦ୍ଦେଶ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସ୍ପଷ୍ଟ କରାଯାଇଥିଲା ଯେ, ବଳାତ୍କାର ପୀଡ଼ିତାଙ୍କ ତଦନ୍ତ ପ୍ରକ୍ରିୟାରେ ଗର୍ଭଧାରଣ ପରୀକ୍ଷାକୁ ଏବେ ବାଧ୍ୟତାମୂଳକ ଭାବରେ ଅନ୍ତର୍ଭୁକ୍ତ କରାଯିବା ଉଚିତ। ଏହା ସହିତ ଜଡ଼ତ ବିଭାଗଗୁଡ଼ିକୁ ମଧ୍ୟ ସହଯୋଗ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏହି ନିଷ୍ପତ୍ତି କେବଳ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନୁହେଁ ବରଂ ଏହା ପ୍ରଶାସନିକ ବ୍ୟବସ୍ଥାକୁ ମଧ୍ୟ ମଜବୁତ କରେ।

ପ୍ରାୟତଃ ଦେଖାଯାଏ ଯେ ପିତାମାତାମାନେ ଗର୍ଭଧାରଣ ବିଷୟରେ ବିଳମ୍ବରେ ଜାଣିପାରନ୍ତି ଏବଂ ଯେତେବେଳେ ସେମାନେ ଗର୍ଭପାତ ପାଇଁ ଅନୁମତି ପାଇଁ ଆବେଦନ କରନ୍ତି, ସେତେବେଳେ ଗର୍ଭଧାରଣ ବହୁତ ଆଗକୁ ବଢ଼ିଥାଏ। ଏହା ଆଇନଗତ ଏବଂ ଚିକିତ୍ସା ଦୃଷ୍ଟିକୋଣରୁ ଗର୍ଭପାତକୁ କଷ୍ଟକର କରିଥାଏ।

ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଏକ ସାହସିକ ଏବଂ ମାନବିକ ନିଷ୍ପତ୍ତି, ଯାହା ବଳାତ୍କାର ପୀଡ଼ିତାଙ୍କ ଜୀବନ ସୁରକ୍ଷା ଏବଂ ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ଏକ ନୂତନ ପଥ ଖୋଲିଥାଏ। ଏହା ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ସହିତ, ପୀଡ଼ିତାଙ୍କ ପାଇଁ ମାନସିକ ଏବଂ ଶାରୀରିକ ଆଶ୍ୱସ୍ତି ମଧ୍ୟ ସୁନିଶ୍ଚିତ କରିବ। ବର୍ତ୍ତମାନ ରାଜ୍ୟ ପୋଲିସ ଏବଂ ସ୍ବାସ୍ଥ୍ୟ ବିଭାଗର ଦାୟିତ୍ୱ ହେଉଛି ଏହି ନିର୍ଦ୍ଦେଶକୁ ସମୟୋଚିତ ଏବଂ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ଏବଂ ବଳାତ୍କାର ପୀଡ଼ିତାଙ୍କୁ ଶୀଘ୍ର ନ୍ୟାୟ ଏବଂ ସୁରକ୍ଷା ପ୍ରଦାନ କରିବା।


Enter your email to get our daily news in your inbox.

All Right Reserved By Dharitri.Com

‘କର ବା ମର’ପରିସ୍ଥିତିରେ ଭାରତକୁ ଶକ୍ତି ଦେଲେ ସେହୱାଗଙ୍କ ପୁଅ, ଅଣ୍ଡର-୧୯ ଏସିଆ କପରେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୧୦।୧୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଦିଗ୍ଗଜ ବ୍ୟାଟର୍‌ ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗ ଏବେ ଚାଲିଥିବା ୨୦୨୬ ଅଣ୍ଡର-୧୯ ଏସିଆ କପରେ ଟିମ ଇଣ୍ଡିଆ…

ବିରାଟ କୋହଲିଙ୍କ କାରଣରୁ କେନ ୱିଲିୟମସନ ଅବସର ନେଇଥିଲେ କି? ଏହି ଜଣାଶୁଣା ବ୍ୟାଟର କହିଲେ ଆଶ୍ଚର୍ଯ୍ୟଜନକ କଥା

ନୂଆଦିଲ୍ଲୀ,୧୦।୧୧: ନ୍ୟୁଜିଲାଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ କେନ ୱିଲିୟମ୍ସନ ଚଳିତ ଜୁନ ମାସରେ ଅନ୍ତର୍ଜାତୀୟ କ୍ରିକେଟ ଛାଡିବା ପାଇଁ ହଠାତ ନିଷ୍ପତ୍ତି ନେଇଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।…

ଏହି ମାମଲାରେ ପାକିସ୍ତାନ ଆଗରେ, ଭାରତ ପଛରେ: ଗୋଟିଏ ଟେଷ୍ଟରେ ସବୁଠୁ ବଡ଼…

ଶାରଜା,୧୦।୧୧: ଆଫଗାନିସ୍ତାନ ଓ ଜିମ୍ବାୱେ ମଧ୍ୟରେ ଶାରଜା କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ ଡ୍ର’ ରହିଛି। ଏହି ହାଇସ୍କୋରିଂ ମ୍ୟାଚ୍‌ର ତିନୋଟି ପାଳିରେ…

ଟିମ ଇଣ୍ଡିଆର ମୁଖ୍ୟ କୋଚ ନୁହେଁ ଏମିତି ଜୀବନ ପସନ୍ଦ କରନ୍ତି ରବି ଶାସ୍ତ୍ରୀ, ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧୦।୧୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ ତଥା ଅଧିନାୟକ ରବି ଶାସ୍ତ୍ରୀ ତାଙ୍କର ସ୍ପଷ୍ଟବାଦୀ ସ୍ବଭାବ ପାଇଁ ଜଣାଶୁଣା। ସେ ବିନା କୌଣସି ସଙ୍କୋଚରେ ନିଜ…

ବଙ୍ଗୋପସାଗରରେ ପୁଣି ଲଘୁଚାପ! ୧୩ ତାରିଖରୁ ଏହି ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ବର,୧୦।୧୧: ପୁଣି ବଦଳିବ ପାଗ। କିଛିଦିନର ଶୁଖିଲା ଓ ଆରାମଦାୟକ ପାଗ ପରେ ରାଜ୍ୟରେ ପୁନର୍ବାର ବର୍ଷା ହୋଇପାରେ । ୧୩ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ…

ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଗ୍ରାମବାସୀ

ବରୀ, ୧୦।୧୧ (ମହେନ୍ଦ୍ର ସ୍ୱାଇଁ): ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ କଳାମାଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର କୈଳାସ ଚନ୍ଦ୍ର ପତିଙ୍କ ବଦଳିକୁ ବିରୋଧ କରି…

ବକ୍ସ ଅଫିସ୍‌ରେ ‘ରାମାୟଣ’ ଧମାକା: ‘ଧୁରନ୍ଧର ୨’କୁ ପକାଇଲା ପଛରେ

ମୁମ୍ବାଇ:ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ରାମାୟଣ: ପାର୍ଟ ୧’ ବକ୍ସ ଅଫିସ୍‌ରେ ଆଉ ଏକ ବଡ଼ ରେକର୍ଡ କରିଛି। ରିଲିଜ୍‌ର ମାତ୍ର ୫ ଦିନ ମଧ୍ୟରେ ଫିଲ୍ମର…

ଅର୍ଶଦୀପ ସିଂହଙ୍କ ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେବା ଖବରକୁ ନେଇ ତାଙ୍କ ପିତା କହିଲେ ଏମିତି…

ନୂଆଦିଲ୍ଲୀ,୧୦।୧୧: ଏହା ନିଶ୍ଚିତ ଯେ ଆଇପିଏଲ (IPL) ୨୦୨୭ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅର୍ଶଦୀପ ସିଂହ ନୂତନ ଦଳ ସହ ରହିବେ। କିଛି ଦିନ ପୂର୍ବରୁ ଆସିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?