Posted inଫୁରସତ

ଏଣିକି ଫୋନ୍‌ ଚୋରି କଲେ ଧରାପଡ଼ିବେ ଚୋର, ଜାଣନ୍ତୁ କେମିତି…

ଗୁଗ୍‌ଲ ଏବେ ଚୋରଙ୍କ ଜୀବନ କଷ୍ଟକର କରିବାକୁ ପ୍ରସ୍ତୁତ ହେଉଛି, କମ୍ପାନୀ ନୂଆ ଆଣ୍ଡ୍ରଏଡ ୧୬ ଅପରେଟିଂ ସିଷ୍ଟମରେ ଏପରି ଏକ ଚମତ୍କାର ଫିଚର ଯୋଡ଼ିଛି ଯାହା ଦ୍ୱାରା ଚୋର ଆପଣଙ୍କ ଆଣ୍ଡ୍ରଏଡ ଫୋନ୍‌ ଚୋରି କରିବା ପରେ ପଶ୍ଚାତାପ କରିବେ। ଏହି ନୂଆ ଫିଚରଟି କ’ଣ ଏବଂ ଏହା ଚୋରମାନଙ୍କ ପାଇଁ କିପରି ଅସୁବିଧା ବଢ଼ାଇବ ଜାଣନ୍ତୁ ସେ ସମ୍ପର୍କରେ…

କମ୍ପାନୀ Android-୧୬ ରେ ଉପଲବ୍ଧ କିଛି ସ୍ବତନ୍ତ୍ର ଫିଚରଗୁଡ଼ିକର ଏକ ଝଲକ ଦେଇଛି। Android Show ସମୟରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଫିଚରଟି ମୋବାଇଲ ସୁରକ୍ଷା ଏବଂ ଚୋରି ସୁରକ୍ଷା ସହିତ ଜଡ଼ିତ। Android-୧୬ ସହିତ କମ୍ପାନୀ ଫ୍ୟାକ୍ଟ୍ରି ରିସେଟ ସୁରକ୍ଷା ଫିଚରକୁ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ କରିବାକୁ ପ୍ରସ୍ତୁତି କରୁଛି। ନୂତନ ଅପରେଟିଂ ସିଷ୍ଟମ ସହିତ, ଆପଣଙ୍କ ଫୋନ୍‌ରେ ଏପରି ଏକ ଚମତ୍କାର ଫିଚର ଯୋଡ଼ା ହେବାକୁ ଯାଉଛି ଯାହା ଚୋରମାନଙ୍କ ପାଇଁ ସମସ୍ୟା ବଢ଼ାଇପାରେ।

ଫୋନ ଚୋରି ହେବା ପରେ ଯେତେବେଳେ ଚୋରି ହୋଇଥିବା ଫୋନକୁ Find My Device ବ୍ୟବହାର କରି ରିସେଟ୍‌ କରାଯାଏ, ସେତେବେଳେ ଫୋନକୁ ପୁଣି ଥରେ ବ୍ୟବହାର କରିବା ପାଇଁ, ପୂର୍ବରୁ ଫୋନରେ ଚାଲୁଥିବା Google ଆକାଉଣ୍ଟ ଏଣ୍ଟ୍ରି କରିବା ଆବଶ୍ୟକ। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ, ଚୋରମାନେ ଏହି ବ୍ୟବସ୍ଥାକୁ ବାଇପାସ କରିବାର ଏକ ନୂଆ ଉପାୟ ବାଛିଛନ୍ତି।

ଚୋରମାନେ ସେଟ୍‌ଅପ୍‌ ଓ୍ବଜାର୍ଡକୁ ଛାଡି ଫୋନକୁ ଆକ୍ଟିଭ୍‌ କରିବାର ଏକ ଉପାୟ ପାଇଛନ୍ତି। ଫୋନ୍‌ ଆକ୍ଟିଭ୍‌ ହେବା ପରେ, ଚୋରି ହୋଇଥିବା ଫୋନ୍‌ ଅନ୍ୟ ଗ୍ରାହକଙ୍କୁ ବିକ୍ରୟ କରିବା ସହଜ ହୋଇଯାଏ, କିନ୍ତୁ ଏବେ ଗୁଗ୍‌ଲ ଏହାର ସମାଧାନ ଖୋଜି ବାହାର କରିଛି।

ଗୁଗ୍‌ଲ FRP ଅର୍ଥାତ୍‌ ଫ୍ୟାକ୍ଟ୍ରି ରିସେଟ ସୁରକ୍ଷାକୁ ପୂର୍ବ ଅପେକ୍ଷା ବହୁତ କଠୋର କରିଛି, ଯଦି ଫୋନ୍‌ ଚୋରି ହେବା ପରେ, କୌଣସି ଚୋର ସେଟଅପ୍‌ ଓ୍ବିଜାର୍ଡକୁ ବାଇପାସ୍‌ କରିବାକୁ ଚେଷ୍ଟା କରେ, ତେବେ ସିଷ୍ଟମଟି ପୁଣି ଫ୍ୟାକ୍ଟ୍ରି ରିସେଟ୍‌ ହେବ ଏବଂ ପୁଣି ଥରେ ଫୋନ୍‌ ମାଲିକଙ୍କୁ ଗୁଗ୍‌ଲ ଆକାଉଣ୍ଟ କିମ୍ବା ସ୍କ୍ରିନ ଲକ୍‌ ପାସକୋଡ୍‌ ପ୍ରବେଶ କରିବାକୁ କହିବ, ଯାହା ଚୋରଙ୍କ କଷ୍ଟ ବଢ଼ାଇବ କାରଣ ସେମାନେ ଫୋନ୍‌ ସେଟଅପ୍‌ କରିପାରିବେ ନାହିଁ।

ଯଦି ଫୋନ୍‌ ସେଟ ଅପ୍‌ ହୋଇନାହିଁ ତେବେ ଏହାକୁ ବ୍ୟବହାର କରାଯାଇପାରିବ ନାହିଁ, ଯାହାର ଅର୍ଥ ହେଉଛି ଅନ୍ୟ କୌଣସି ଗ୍ରାହକ ଫୋନ କିଣିବେ ନାହିଁ। ଏପରି ପରିସ୍ଥିତିରେ ଏହା କହିବା ଭୁଲ ହେବ ନାହିଁ ଯେ ଆଣ୍ଡ୍ରଏଡ୍‌ ଫୋନ ଚୋରି କରିବା ପରେ ଏହା ଚୋରମାନଙ୍କ ପାଇଁ ବିପଦ ସୃଷ୍ଟି କରିବ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri