Categories: Rasifala

ରାଶିଫଳ: ଗୁରୁବାର, ନଭେମ୍ବର ୧୨ ତାରିଖ – Daily Horoscope

ମେଷ
ଆଜି ଜ୍ୟେଷ୍ଠା ନକ୍ଷତ୍ରସ୍ଥ ଚନ୍ଦ୍ରଜନିତ ବନ୍ଧୁଙ୍କ ସହିତ ସୁସମ୍ପର୍କ କ୍ଷୁଣ୍ଣ ହେବ। ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଅର୍ଥସମ୍ପର୍କକୁ କେନ୍ଦ୍ରକରି ପରିବାରରେ କଳହ ଲାଗିପାରେ। ଲେଖାପଢ଼ା, କାରିଗରି, ବାଣିଜ୍ୟ, ବ୍ୟବସାୟ ପ୍ରଭୃତି ପୂର୍ବବତ୍‌ ଚାଲୁରହିବାରେ କୌଣସି ଅସୁବିଧା ରହିବନାହିଁ।
ବୃଷ
ସରକାରୀ ସ୍ତରରୁ ଆର୍ଥିକ ସହାୟତାର ମାର୍ଗ ଉନ୍ମୁକ୍ତ ହେବ। ସାମାଜିକ ସ୍ତରରେ ନିମନ୍ତ୍ରିତ ହୋଇ ଆଲୋଚନାରେ ନିଜକୁ ସାମିଲ କରିବାକୁ ପଡିପାରେ। ନୂତନ ଗୃହ, ଅନୁଷ୍ଠାନ, ବାଣିଜ୍ୟାରମ୍ଭ କରିପାରନ୍ତି। ମୃଗଶିରା ନକ୍ଷତ୍ର ସକାଶେ ଜଣେ ଅନ୍ତରଙ୍ଗ ବନ୍ଧୁଙ୍କ କଥା ବାରମ୍ବାର ମନରେ ଆଲୋଡ଼ନ ସୃଷ୍ଟି କରିପାରେ।
ମିଥୁନ
ବିବାଦୀୟ ଘଟଣାରେ ମଧ୍ୟସ୍ଥତା ମହଙ୍ଗା ପଡିପାରେ। ପାରିବାରିକ ଅସ୍ଥିରତା ଓ ଅଶାନ୍ତି ସକାଶରୁ ମନ ଭଲ ରହିବ ନାହିଁ। ପରିସ୍ଥିତିବଶତଃ ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି ହେବାର ସମ୍ଭାବନା ରହିଛି।
କର୍କଟ
ଭାଗ୍ୟସ୍ଥାନରେ ଶନିଶ୍ଚର ଅବସ୍ଥାନ କରିଥିବାରୁ ବିଳମ୍ବରେ କାମକୁ ସମ୍ପନ୍ନ କରିବେ। ଯେଉଁ ଆଶା ନେଇ କାହା ପାଇଁ କିଛି କରିବେ, ପ୍ରତିବଦଳରେ କିଛି ପାଇବେ ନାହିଁ। ଆଜିର ଯାତ୍ରା ସମୟରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି। ବାଣିଜ୍ୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇବେ।
ସି˚ହ
ତୃତୀୟାଧିପ ଦ୍ୱିତୀୟସ୍ଥ ହେତୁ ବନ୍ଧୁଙ୍କ ମାଧ୍ୟମରେ ଅଭିଳଷିତ ଜିନିଷ ପାଇପାରିବେ। କର୍ମକ୍ଷେତ୍ରର ବିଭିନ୍ନ ସମସ୍ୟା ବିଷୟରେ ସମାଧାନର ଚିନ୍ତା ମନକୁ ସାମୟିକ ବିବ୍ରତ କରିପାରେ। ତରବରିଆ ଯାତ୍ରାରୁ ଦୂରେଇ ରହିଲେ ଭଲ। ଅନ୍ୟମନସ୍କତା ପରିହାର ନ କଲେ ଆଘାତ ଲାଗିବାର ଆଶଙ୍କା ରହିଛି।
କନ୍ୟା
ମୁଖଭାବରେ ରବି ଓ ବୁଧଙ୍କ ଯୋଗୁ ଆଜି ଆପଣ ଅନ୍ୟମାନଙ୍କ କଥାକୁ ସହଜରେ ଗ୍ରହଣ କରିବେ ନାହିଁ। ସମୟ ସୁବିଧାକୁ ନେଇ ବନ୍ଧୁଙ୍କ ପାଖରେ ଅଭାବ ଅସୁବିଧା ଜଣାଇଲେ ଉପକୃତ ହେବେ। ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡିକର ସମୀକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି।
ତୁଳା
ଦୁର୍ବଳ କର୍ମାଧିପତି ପ୍ରଭାବରେ ପ୍ରତ୍ୟେକ କାର୍ଯ୍ୟରେ ଅବ୍ୟବସ୍ଥା ପାରିବାରିକ ଜୀବନକୁ ପ୍ରଭାବିତ କରିବ। ମିତ୍ରତା ବନ୍ଧନରେ ଆବଦ୍ଧ ହେବା ସହ ସନ୍ତାନଙ୍କ ବିବାହ ସମ୍ପର୍କରେ ଆଲୋଚନା କରିପାରନ୍ତି। ସାମ୍ବାଦିକତା, କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ।
ବିଛା
ବନ୍ଧୁମିଳନ ସାଙ୍ଗକୁ ଆନୁଷ୍ଠାନିକ କାମ ଓ ସାମୂହିକ ଆଲୋଚନା ମଧ୍ୟ ଫଳପ୍ରଦ ହୋଇପାରିବ। ବ୍ୟବସାୟ, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ନୀଚସ୍ଥ ଗ୍ରହଙ୍କ ସମ୍ପର୍କରୁ ସ୍ବାସ୍ଥ୍ୟହାନି ସାଙ୍ଗକୁ ବକେୟା ପ୍ରାପ୍ତିରେ ବାଧା ଉପୁଜିପାରେ।
ଧନୁ
ଗୁରୁ କ୍ଷେତ୍ରସ୍ଥ ଶନିଙ୍କ ପ୍ରଭାବରୁ ଆଧ୍ୟାତ୍ମିକତା ପ୍ରତି ଆଗ୍ରହୀ ହୋଇ ସତ୍‌ସଙ୍ଗ କରିପାରନ୍ତି। ବନ୍ଧୁଗହଣରେ ଶାନ୍ତ ଓ ସୁଶୀଳତାର ଝଲକରେ ଆତ୍ମୀୟଙ୍କ ଆଦରଣୀୟ ହେବେ। ପାରିବାରିକ ଭୁଲ୍‌ ବୁଝାମଣା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ଅସ୍ଥିରତା ଲାଗି ରହିବ। ଯାନବାହନ କିମ୍ବା ଯାନ୍ତ୍ରିକ ଜିନିଷ କିଣିବାକୁ ମନ ବଳାଇ ପାରନ୍ତି।
ମକର
କର୍ମସ୍ଥାନରେ ଅଷ୍ଟମାଧିପତି ଅବସ୍ଥାନ କରିଥିବାରୁ ମନ ଚାହୁଁଥିବା କାମ କରିବାରେ ପ୍ରତିବନ୍ଧକ ସୃଷ୍ଟିହେବ। ଅବଶ୍ୟ ନିକଟ ସମ୍ପର୍କୀୟ ପ୍ରିୟଜନଙ୍କ ଆଶ୍ୱାସନା ମନକୁ ସାମୟିକ ଲାଘବ କରିଦେଇପାରେ। ବ୍ୟବସାୟ,ବାଣିଜ୍ୟ ଓ ପରିବହନରେ ଉନ୍ନତି ଘଟିବାରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
କୁମ୍ଭ
ଷଷ୍ଠାଧିପତି କର୍ମଭାବସ୍ଥ ଏବଂ ରାହୁ ଦୃଷ୍ଟ ଯୋଗୁ ବିଭିନ୍ନ ସମସ୍ୟା ଓ ପରୋକ୍ଷ ଶତ୍ରୁତାର ସମ୍ମୁଖୀନ ହୋଇପାରନ୍ତି। କିନ୍ତୁ ବାରମ୍ବାର ସ୍ଥାନ ଓ କାମର ପରିବର୍ତ୍ତନ ଚିନ୍ତା ମନରେ ଆଲୋଡ଼ନ ସୃଷ୍ଟି କରିବ। କିନ୍ତୁ ମନ ବୁଝିଲା ଭଳି କଥା କିମ୍ବା ଲୋଭନୀୟ ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କୁ ଆପଣେଇ ନେଇପାରନ୍ତି।
ମୀନ
ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ଥିବାରୁ ଆଧ୍ୟାତ୍ମିକ ବାତାବରଣରେ ସମୟ କଟାଇବା ସହିତ କାର୍ଯ୍ୟସିଦ୍ଧି ଘଟିବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ । ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ନିଜ ଲୋକଙ୍କ ଈର୍ଷାପରାୟଣତା ହେତୁ ବିବ୍ରତ ହେବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.