Categories: Rasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୧୩ ତାରିଖ – Daily Horoscope

ମେଷ
ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିବା ସାଙ୍ଗକୁ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେବେ। ଅଶ୍ୱିନୀ ନକ୍ଷତ୍ର ଅବୁଝା ବନ୍ଧୁଙ୍କୁ ମନ ବୁଝତ୍ଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ପାରିପାଶ୍ୱିକ ପରିସ୍ଥିତି ପ୍ରାୟତଃ ଭଲ ଦିଗକୁ ଗତିକରୁଥିବାରୁ ମାନସିକ ବ୍ୟସ୍ତତା ଦୂରେଇ ଯାଇପାରେ। ରୋହିଣୀ ନକ୍ଷତ୍ର ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ପ୍ରଶାସନିକ ସ୍ତରରେ, ସଭାସମିତି, ରାଜନୀତି,ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।
ମିଥୁନ
ଆର୍ଦ୍ରା ନକ୍ଷତ୍ର ପ୍ରତିବନ୍ଧକ କାରଣରୁ ଚେଷ୍ଟା କରୁଥିବା କାମରେ ସଫଳତା ବିଳମ୍ବରେ ପାଇବେ। ଯାନବାହାନ ଚାଳାନାରେ ସତର୍କତା ଅବଲମ୍ବନ ନକଲେ ଅସୁବିଧା ଭୋଗିବେ। ସହକର୍ମୀମାନେ କୌଶଳରେ କାର୍ଯ୍ୟ ହାସଲ କରିନେବେ। ଜମିଜମା କାରବାର,ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ତଥା ବିବାଦୀୟ ଘଟଣା ସମସ୍ୟା ବହୁଳ ହୋଇପାରେ।
କର୍କଟ
ଭାବପ୍ରବଣତା ଓ ନିଷ୍କପଟ ଭାବନା ସମ୍ବଳିତ କର୍ମ ପରିପ୍ରେକ୍ଷୀରେ ଉଚ୍ଚବର୍ଗଙ୍କ ସାହାଯ୍ୟ ପାଇପାରିବେ। ବ୍ୟକ୍ତିଗତ ଅସୁବିଧାକୁ କୈାଣସି ବନ୍ଧୁ ଗୁରତର ଭାବରେ ଗ୍ରହଣ କରି ସାହାଯ୍ୟ କରିପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ଶିକ୍ଷା, ସନ୍ତାନ ଓ ଅର୍ଥ ସମ୍ପର୍କ ମାନସିକ ଶାନ୍ତିର ପାଥେୟ ହେବ। ବ୍ୟବସାୟିକ ପରିସ୍ଥିତି ପ୍ରାୟତଃ ଭଲ ରହିବ।
ସି˚ହ
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିପାରନ୍ତି। ପୂର୍ବାଫାଲଗୁନୀ ନକ୍ଷତ୍ର ବହୁତ ଦିନରୁ ଖୋଜୁଥିବା ଜିନିଷ ବନ୍ଧୁଙ୍କ ମାଧ୍ୟରେ ପାଇବେ। ମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନସ୍ତାପ ବଢି ଯାଇପାରେ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ।
କନ୍ୟା
ପରିବାରର ଆର୍ଥିକ ସମସ୍ୟା ବଢ଼ିବାରୁ କୈାଣସି କାମରେ ମନ ଲାଗିବ ନାହିଁ। ପରିସ୍ଥିତିବଶତଃ ସାମାଜିକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି। ଚିତ୍ରା ନକ୍ଷତ୍ର ପରକଥାରେ ପଡି ଭୂଲ ମାର୍ଗର ଅନୁସରଣ କରି ଅନତାପ କରିବାକୁ ପଡିପାରେ। ସତର୍କତା ଓ ଅନ୍ୟମନସ୍କତା କାରଣରୁ ଦରକାରୀ କାଗଜପତ୍ର ହଜିଯିବାର ସୂଚନା ରହିଛି।
ତୁଳା
ମାନସିକ ଦ୍ୱନ୍ଦ ମଧ୍ୟରେ ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ବ୍ୟକ୍ତିଗତ ସ୍ବାର୍ଥକୁ କେନ୍ଦ୍ରକରି ପାରିବାରିକ ଅଶାନ୍ତି ହେତୁକ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। ଶିଳ୍ପ, ବାଣିଜ୍ୟ ଓ ପରିବହନର ସମସ୍ୟା ସମାଧାନ କରିପାରିବେ। ସ୍ବାତୀ ନକ୍ଷତ୍ର ପୂର୍ବ ପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସମର୍ଥ ହେବେ।
ବିଛା
କର୍ମକ୍ଷେତ୍ରରେ ଆଶା ଓ ଅଭିଳାଷ ପୂରଣ ହେବାରୁ ଆଶ୍ୱସ୍ତି ମିଳିବ। ତଥାପି ବିବାଦୀୟ ପରିସରରୁ ଦୂରେଇ ରହିବା ଭଲ,ଅନ୍ୟଥା କଳହର ସମ୍ଭାବନାକୁ ଏଡି ହେବ ନାହିଁ । ଅନୁରାଧା ନକ୍ଷତ୍ର ଆବଶ୍ୟକତା ପୂରଣ କରିବା ସକାଶେ ବନ୍ଧୁଙ୍କ ଅନୁଗ୍ରହ ଆଶା କରିପାରନ୍ତି। ସାହିତ୍ୟ, ସଙ୍ଗୀତ, କ୍ରୀଡା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବ।
ଧନୁ
ପୂର୍ବାଷାଢା ନକ୍ଷତ୍ରର ପାରିବାରିକ ସ୍ଥିତି ପୂର୍ଣ୍ଣତଃ ଭଲ ନହେଲେ ମଧ୍ୟ ଚଳନୀୟ ରହିବ। ପ୍ରକାଶନ, ଯାନବାହନ, ନିର୍ମାଣ ଓ ଯାତ୍ରା ସମସ୍ୟା ବହୁଳ ହେବ। କଠୋର କଥା କହିବା କାରଣରୁ ପରିବାରରେ ନିଜ ନିଜ ମଧ୍ୟରେ କଳହର ସୂଚନା ରହିଛି। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ବିଷୟର ଆଲୋଚନା ସମୟରେ ତର୍କ ବିତର୍କର ସମ୍ଭାବନା ରହିଛି।
ମକର
ବନ୍ଧୁଙ୍କ ସହାୟତାରେ ଶ୍ରବଣା ନକ୍ଷତ୍ରର ଆଶା ଓ ଅଭିଳାଷ ପୂରଣ ହେବ। ଆଜିର ଯାତ୍ରା ଫଳପ୍ରଦ ହେବ ଏବଂ ବନ୍ଧୁମିଳନଜନିତ ଆନନ୍ଦ ଅନୁଭବ କରିବେ। ଅନ୍ୟମାନଙ୍କ ତାଗିଦ୍‌ ଓ ସନ୍ଦେହଜନକ ବାକ୍ୟାଳାପ ମନକୁ ଭାରାକ୍ରାନ୍ତ କରିବ। ପରିବାରର ପରାମର୍ଶ ଗ୍ରହଣ ନକରି ସ୍ଥ୍ୟାସ୍ଥ୍ୟ ପ୍ରତି ଅବହେଳା କରିବା ଯୋଗୁ ଅନୁତାପ କରି ପାରନ୍ତି।
କୁମ୍ଭ
ହାତକୁ ନେଇଥିବା କାମ ଗୁଡିକ ସମ୍ପନ୍ନ ହେବାରେ ବହୁତ ବାଧା, ବିଘ୍ନର ସମ୍ମୁଖୀନ ହେବାକୁ ପଡିପାରେ। ଧନିଷ୍ଠା ନକ୍ଷତ୍ର ସକାଶେ ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଦୀର୍ଘ ଦିନରୁ ଲାଗି ରହିଥିବା ରୋଗ ଓ ଋଣ ଦୁଃଶ୍ଚିନ୍ତାର କାରଣ ହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ବ୍ୟବହାରରେ ଅପମାନିତ ବୋଧ କରି ପାରନ୍ତି।
ମୀନ
ନୀଚ୍ଚସ୍ଥ ମଙ୍ଗଳଙ୍କ କୁପ୍ରଭାବରୁ ଅର୍ଥ ସମ୍ପର୍କକୁ ନେଇ ବିବାଦଗ୍ରସ୍ଥ ହୋଇପାରନ୍ତି। ନିଜର ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହେବାର ଆଶଙ୍କା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବେ। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ନମିଶିବା କାରଣରୁ ମନର ସରସତା ମଉଳି ଯାଇପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.