Posted inଖେଳ

ୟୁଏସ୍‌ ଓପନ୍‌ ଖେଳିବା ଲାଗି ୨୯ ଲକ୍ଷ ଟଙ୍କା ଦେଇ ଭଡ଼ା ଘରେ ରହିଲେ ଏହି ଟେନିସ ଖେଳାଳି

ନ୍ୟୁୟର୍କ, ୩।୯: ବିଶ୍ୱର ଶ୍ରେଷ୍ଠ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ତାଙ୍କ ଜ୍ୱାଜଲ୍ୟମୟ କ୍ୟାରିୟରରେ ପୁରସ୍କାର ବାବଦକୁ ୧୪ କୋଟି ଆମେରିକୀୟ ଡଲାର ଅର୍ଜନ କରିସାରିଛନ୍ତି। ଏହାବାଦ୍‌ ସେ ବିଜ୍ଞାପନ ଆଦିରେ ମଧ୍ୟ କୋଟି କୋଟି ଡଲାର ରୋଜଗାର କରିଛନ୍ତି। ଏତେ ପରିମାଣ ସମ୍ପତ୍ତିର ମାଲିକ ଜୋକୋଭିଚ୍‌ ଚଳିତ ସପ୍ତାହରୁ ଆରମ୍ଭ ହୋଇଥିବା ସମ୍ମାନଜନକ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଅବସରରେ ହୋଟେଲ ରୁମ୍‌ରେ ନ ରହି ଏକ ବଡ଼ ଫ୍ଲାଟ୍‌ ଭଡ଼ାରେ ନେଇ ରହିବା କିଛି ଆଶ୍ଚର୍ଯ୍ୟଜନକ କଥା ନୁହେଁ। ଦୁଇ ସପ୍ତାହ ବ୍ୟାପୀ ଚାଲିବାକୁ ଥିବା ୟୁଏସ୍‌ ଓପନ୍‌ ଟୁର୍ନାମେଣ୍ଟ ପାଇଁ ସେ ଯେଉଁ ଘର ଭଡ଼ାରେ ନେଇ ରହିଛନ୍ତି ସେଥିଲାଗି ତାଙ୍କୁ ୪୦ ହଜାର ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୨୯ ଲକ୍ଷ ୩୬ ହଜାର ଟଙ୍କା) ଦେବାକୁ ପଡ଼ିଛି। ଦ୍ୱିତୀୟ ରାଉଣ୍ଡରେ ବିଜୟ ଲାଭ କରିବା ପରେ ଜୋକୋଭିଚ୍‌ କହିଛନ୍ତି, ‘ଯେତେବେଳେ ଆମକୁ ହୋଟେଲ ରୁମ୍‌ ବାଦ୍‌ ବାହାରେ ଘର ଭଡ଼ା ନେଇ ରହିବା ଲାଗି ବିକଳ୍ପ ଦିଆଗଲା, ତୁରନ୍ତ ଏହାକୁ ଅନୁସରଣ କଲି। ଯେକୌଣସି ଖେଳାଳିଙ୍କ ପାଖରେ ଏଭଳି ସୁଯୋଗ ଥିଲା। କେବଳ ଶୀର୍ଷ ଖେଳାଳିଙ୍କ ପାଇଁ ଏହି ସୁବିଧା ନୁହେଁ। କିନ୍ତୁ ବହୁତ କମ୍‌ ଖେଳାଳି ଭଡ଼ା ନେଇ ରହିଛନ୍ତି। ଏହା ସେମାନଙ୍କ ପସନ୍ଦ।’ ଏଠାରେ ଉଲ୍ଲେଖଯୋଗ୍ୟ, ୟୁଏସ୍‌ ଓପନ୍‌ ଆୟୋଜକଙ୍କ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କ ଲାଗି ହୋଟେଲରେ ରୁମ୍‌ ବ୍ୟବସ୍ଥା କରାଇଥିଲା। କିନ୍ତୁ ଖେଳାଳିଙ୍କୁ ବାହାରେ ଭଡ଼ା ନେଇ ରହିବାର ମଧ୍ୟ ସୁଯୋଗ ଦିଆଯାଇଥିଲା। ଜୋକୋଭିଚ୍‌ଙ୍କ ସମେତ ୮ ଜଣ ଖେଳାଳି ଲଙ୍ଗ୍‌ ଆଇଲ୍ୟାଣ୍ଡରେ ଭଡ଼ାରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ସେରେନା ଓ୍ବିଲିୟମ୍ସ ଓ ମିଲୋସ ରାଓନିକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri