Posted inଖେଳ

ୟୁଏସ୍‌ ଓପନ୍‌ ଖେଳିବା ଲାଗି ୨୯ ଲକ୍ଷ ଟଙ୍କା ଦେଇ ଭଡ଼ା ଘରେ ରହିଲେ ଏହି ଟେନିସ ଖେଳାଳି

ନ୍ୟୁୟର୍କ, ୩।୯: ବିଶ୍ୱର ଶ୍ରେଷ୍ଠ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ତାଙ୍କ ଜ୍ୱାଜଲ୍ୟମୟ କ୍ୟାରିୟରରେ ପୁରସ୍କାର ବାବଦକୁ ୧୪ କୋଟି ଆମେରିକୀୟ ଡଲାର ଅର୍ଜନ କରିସାରିଛନ୍ତି। ଏହାବାଦ୍‌ ସେ ବିଜ୍ଞାପନ ଆଦିରେ ମଧ୍ୟ କୋଟି କୋଟି ଡଲାର ରୋଜଗାର କରିଛନ୍ତି। ଏତେ ପରିମାଣ ସମ୍ପତ୍ତିର ମାଲିକ ଜୋକୋଭିଚ୍‌ ଚଳିତ ସପ୍ତାହରୁ ଆରମ୍ଭ ହୋଇଥିବା ସମ୍ମାନଜନକ ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଅବସରରେ ହୋଟେଲ ରୁମ୍‌ରେ ନ ରହି ଏକ ବଡ଼ ଫ୍ଲାଟ୍‌ ଭଡ଼ାରେ ନେଇ ରହିବା କିଛି ଆଶ୍ଚର୍ଯ୍ୟଜନକ କଥା ନୁହେଁ। ଦୁଇ ସପ୍ତାହ ବ୍ୟାପୀ ଚାଲିବାକୁ ଥିବା ୟୁଏସ୍‌ ଓପନ୍‌ ଟୁର୍ନାମେଣ୍ଟ ପାଇଁ ସେ ଯେଉଁ ଘର ଭଡ଼ାରେ ନେଇ ରହିଛନ୍ତି ସେଥିଲାଗି ତାଙ୍କୁ ୪୦ ହଜାର ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୨୯ ଲକ୍ଷ ୩୬ ହଜାର ଟଙ୍କା) ଦେବାକୁ ପଡ଼ିଛି। ଦ୍ୱିତୀୟ ରାଉଣ୍ଡରେ ବିଜୟ ଲାଭ କରିବା ପରେ ଜୋକୋଭିଚ୍‌ କହିଛନ୍ତି, ‘ଯେତେବେଳେ ଆମକୁ ହୋଟେଲ ରୁମ୍‌ ବାଦ୍‌ ବାହାରେ ଘର ଭଡ଼ା ନେଇ ରହିବା ଲାଗି ବିକଳ୍ପ ଦିଆଗଲା, ତୁରନ୍ତ ଏହାକୁ ଅନୁସରଣ କଲି। ଯେକୌଣସି ଖେଳାଳିଙ୍କ ପାଖରେ ଏଭଳି ସୁଯୋଗ ଥିଲା। କେବଳ ଶୀର୍ଷ ଖେଳାଳିଙ୍କ ପାଇଁ ଏହି ସୁବିଧା ନୁହେଁ। କିନ୍ତୁ ବହୁତ କମ୍‌ ଖେଳାଳି ଭଡ଼ା ନେଇ ରହିଛନ୍ତି। ଏହା ସେମାନଙ୍କ ପସନ୍ଦ।’ ଏଠାରେ ଉଲ୍ଲେଖଯୋଗ୍ୟ, ୟୁଏସ୍‌ ଓପନ୍‌ ଆୟୋଜକଙ୍କ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କ ଲାଗି ହୋଟେଲରେ ରୁମ୍‌ ବ୍ୟବସ୍ଥା କରାଇଥିଲା। କିନ୍ତୁ ଖେଳାଳିଙ୍କୁ ବାହାରେ ଭଡ଼ା ନେଇ ରହିବାର ମଧ୍ୟ ସୁଯୋଗ ଦିଆଯାଇଥିଲା। ଜୋକୋଭିଚ୍‌ଙ୍କ ସମେତ ୮ ଜଣ ଖେଳାଳି ଲଙ୍ଗ୍‌ ଆଇଲ୍ୟାଣ୍ଡରେ ଭଡ଼ାରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ସେରେନା ଓ୍ବିଲିୟମ୍ସ ଓ ମିଲୋସ ରାଓନିକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri