ବଦନାମ ହେଉଛି ବର୍ଦ୍ଦି

ଢେଙ୍କାନାଳ ଅଫିସ, ୧୭।୧:  ଜନତାଙ୍କ ବିଶ୍ୱାସଭାଜନ ହେବାକୁ ଆରମ୍ଭ ହୋଇଛି ‘ଆମ ପୋଲିସ’। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ, ଧୈର୍ଯ୍ୟର ସହ ଅଭିଯୋଗ ଶୁଣିବା, ନ୍ୟାୟ ପ୍ରଦାନ ଦିଗରେ ଯତ୍ନବାନ ହେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାବଳୀ। କିନ୍ତୁ ଶିଳ୍ପ ଜିଲା ଢେଙ୍କାନାଳରେ ପୋଲିସ ବାବୁଙ୍କ ହୁକୁମାତି, ନାଲିଆଖି ଆଗରେ ଏସବୁ ଯେମିତି ଫିକା ପଡ଼ିଯାଇଛି। ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ଅଭିଯୋଗକାରୀଙ୍କୁ ଦୂର୍‌ଦୂର୍‌ ମାର୍‌ମାର୍‌ କରାଯାଉଛି। ମାନସିକ ନିର୍ଯାତନା ମିଳୁଛି। ଗତ ୪ମାସ ହେଲା ଜିଲା ପୋଲିସ ମୁରବୀବିହୀନ ହୋଇପଡ଼ିଥିବାବେଳେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ସାଧାରଣଙ୍କୁ ନ୍ୟାୟ ନ ଦେଇ ବର୍ଦ୍ଦି ବଦନାମ ହେଉଥିବାବେଳେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି।
ଜିଲାର ଅଧିକାଂଶ ଥାନାରେ ଅଧିକାରୀ, କର୍ମଚାରୀଙ୍କ ମନମାନି ଚାଲିଛି। ଅଭିଯୋଗକାରୀଙ୍କୁ ଖରାପ ଆଚରଣ ପ୍ରଦର୍ଶନ, ମାଡ଼ ମରାଯିବା, ଏତଲା ନ ରଖିବା ଭଳି ଘଟଣାରେ ବର୍ଷକ ଭିତରେ ୬ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତନ୍ମଧ୍ୟରୁ ୫ଜଣ ନିଲମ୍ବିତ ହୋଇଥିବାବେଳେ ଜଣଙ୍କୁ ବଦଳି କରାଯାଇଛି, ଯାହା ପୋଲିସ ବିଭାଗର ଗୁମର ଖୋଲିଦେଇଛି। ଲୋକଙ୍କୁ ନ୍ୟାୟ ଦେବାକୁ ଆରମ୍ଭ ହୋଇଛି ମୋ ସରକାର। ଅଧିକାରୀମାନେ ଟେଲିଫୋନ ସହାୟତାରେ ସିଧାସଳଖ ଲୋକଙ୍କ ସହିତ ଯୋଡ଼ି ହୋଇ ସମସ୍ୟା ବୁଝିବା ଏହାର ଲକ୍ଷ୍ୟ। ହେଲେ ଢେଙ୍କାନାଳ ଜିଲାରେ ଏହି ମହତ୍‌ ଉଦ୍ଦେଶ୍ୟ ବାଟବଣା ହୋଇଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ଢେଙ୍କାନାଳ ଜିଲା ଦାୟିତ୍ୱରେ ଥିବା ଅନୁଗୋଳ ଏସ୍‌ପି ଜଗମୋହନ ମୀନା କୁହନ୍ତି, ପୋଲିସ ଲୋକଙ୍କ ବିଶ୍ୱାସଭାଜନ ହେବା ପାଇଁ ‘ଆମ ପୋଲିସ’ ଏବଂ ‘ମୋ ସରକାର’ କାର୍ଯ୍ୟକ୍ରମ ଚାଲିଛି। ଲୋକଙ୍କୁ ସିଧାସଳଖ ଫୋନ୍‌ କରି ସମସ୍ୟା ବୁଝାଯାଉଛି। ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ଲାଗି ନିର୍ଦ୍ଦେଶନାମା ରହିଛି। ଯଦି ଏଥିରେ କିଛି ବ୍ୟତିକ୍ରମ ହୋଇଛି, ତେବେ ତଦନ୍ତ କରାଯିବ।

ଦୁର୍ବ୍ୟବହାର କରାଯାଉଛି
ବିଭାଗର ପଦସ୍ଥ ଅଧିକାରୀଙ୍କ ବ୍ୟବହାର ପାଇଁ ପୋଲିସ ଉପରୁ ବିଶ୍ୱାସ ତୁଟିଯାଇଛି। ଏଫଆଇଆର୍‌ ନକଲ ମାଗିଲେ ଦିଆଯାଉନି। ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଛି। ଥାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଭଏସ୍‌ ରେକର୍ଡିଂ ସୁବିଧା ରହିଲେ ପୋଲିସ ଅଧିକାରୀଙ୍କ ଅସଲ ମୁଖା ପଦାକୁ ଆସିବ।
ପ୍ରିୟବ୍ରତ ଗଡ଼ନାୟକ, ସୂଚନା ଅଧିକାର ଅଭିଯାନ ଆବାହକ, ଢେଙ୍କାନାଳ

ମୁହଁ ଖୋଲୁନାହାନ୍ତି ଜନପ୍ରତିନିଧି
ଢେଙ୍କାନାଳ ଜିଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅଭିଯୋଗକାରୀଙ୍କୁ କଠୋର ଏବଂ ଅଭିଯୁକ୍ତଙ୍କୁ କୋହଳ ମନୋଭାବ ପୋଷଣ କରାଯାଉଛି। ୪ମାସ ହେଲା ଏସ୍‌ପି ପଦବୀ ଖାଲି ପଡ଼ିଥିବାରୁ ଅଭିଯୋଗ କରିବା ବି ସମ୍ଭବ ହେଉନାହିଁ। ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ଏ ଦିଗରେ ମୁହଁ ଖୋଲୁନାହାନ୍ତି।
-ଟଙ୍କଧର ବେହେରା, ଆଇନଜୀବୀ

ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ଢେଙ୍କାନାଳ ଜିଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୋଲିସର ଅବହେଳା, ପ୍ରଭାବଶାଳୀ ଅଭିଯୁକ୍ତଙ୍କୁ କୋହଳ ମନୋଭାବ ଏବଂ ଲାଞ୍ଚଖୋର ମନୋବୃତ୍ତି ଲାଗି ଏପରି ସମସ୍ୟା ଉପୁଜୁଥିବା ବାରମ୍ବାର ଅଭିଯୋଗ ହେଉଛି। ହେଲେ ଏଥିପ୍ରତି ଉଚ୍ଚପଦସ୍ଥ ଅଧିକାରୀ ଗୁରୁତ୍ୱ ଦେଉନାହାନ୍ତି। କେତେକ ପ୍ରମୁଖ ମାମଲା ଉପରେ ଦୃଷ୍ଟି ପକାଇଲେ ଏହା ବାରି ହୋଇପଡୁଛି। କିଛିଦିନ ତଳେ ସନ୍ତାନଙ୍କ ଦ୍ୱାରା ନିର୍ଯାତିତ ଜଣେ ବିଧବା ନ୍ୟାୟ ପାଇଁ ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ପୋଲିସ ଅଭିଯୋଗ ରଖିବା ବଦଳରେ ଗାଳିଗୁଲଜ କରି ତାଙ୍କୁ ଥାନାରୁ ବାହାର କରିଦେଇଥିଲା। ନ୍ୟାୟ ପାଇଁ ପୀଡ଼ିତାଙ୍କୁ ହାଇକୋର୍ଟ ଯିବାକୁ ପଡ଼ିଥିଲା। ଅଦାଲତଙ୍କ ନିର୍ଦ୍ଦେଶନାମାକୁ ମଧ୍ୟ ପୋଲିସ ଅଣଦେଖା କରି ହରଡ଼ଘଣାରେ ପଡ଼ିଥିଲା। ଗତ ମଙ୍ଗଳବାର ବାଇକ୍‌ ଚୋରି ଅଭିଯୋଗ ନେଇ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିବା ଜଣେ ଅଭିଯୋଗକାରୀ ମଧ୍ୟ ପୋଲିସ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ଏଭଳି ଘଟଣା ଯୋଗୁ ସାଧାରଣ ଲୋକ ଥାନା ବାରଣ୍ଡା ମାଡ଼ିବାକୁ ଭୟ କଲେଣି। କଙ୍କଡ଼ାହାଡ଼ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ, ଭାପୁର ଫାଣ୍ଡି ଇଲାକାରେ ମାନସିକ ନିର୍ଯାତନାର ଶିକାର ହୋଇଥିବା ଜଣେ ନାବାଳିକା ଆତ୍ମହତ୍ୟା କରିବା ମାମଲାରେ ପୋଲିସର ଅସହଯୋଗ, ଚୋରା ପଥର ଗାଡ଼ି ଜବତ ଘଟଣାରେ ଗଁଦିଆ ତହସିଲଦାରଙ୍କୁ ଯୋରନ୍ଦା ଫାଣ୍ଡିରେ ଦୁର୍ବ୍ୟବହାର ପ୍ରଦର୍ଶନ, ନିହଲପ୍ରସାଦ ଥାନା ଅଞ୍ଚଳରେ ଚୋରା ପଥର ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ଏସବୁ ପ୍ରମୁଖ ମାମଲାରେ ପୋଲିସର ଅପାରଗତା ପଦାରେ ପଡ଼ିଛି। ଢେଙ୍କାନାଳ ସହରରୁ ଘନଘନ ଚୋରି, ହୁଣ୍ଡି ଭାଙ୍ଗି ଲୁଟ୍‌ ଘଟଣାରେ ଅଦ୍ୟାବଧି ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ଭୁଶୁଡ଼ି ପଡ଼ିଥିବା ଆଇନଶୃଙ୍ଖଳା ସଜାଡ଼ିବାକୁ ପୋଲିସ ଆଗଭର ଦେଖାଉ ନ ଥିବାବେଳେ ଅଭିଯୋଗକାରୀଙ୍କ ପ୍ରତି କଠୋର ଆଚରଣ ଖାକିକୁ କଳଙ୍କିତ କରୁଛି। ଏଥିପ୍ରତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ବଢୁଛି ତାପମାତ୍ରା: ଆସନ୍ତା ୨ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୧୬ା୨(ବନ୍ଦନା ସେଠୀ):ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଛି। ରାତିରେ ଶୀତ, ଭୋର୍‌ ସମୟରେ କୁହୁଡି ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଉତ୍ତର ଉପକୂଳ ଓଡ଼ିଶାର କିଛି…

ତରଳୁଛି ହିମବାହ, ବିଶ୍ୱକୁ ବିପଦ

ଲଣ୍ଡନ୍‌/ ନୂଆଦିଲ୍ଲୀ,୧୬ା୨(ଏଜେନ୍ସି): ସାରା ବିଶ୍ୱରେ ପ୍ରାୟ ୩,୧୦୦ ହିମବାହ ଦ୍ରୁତଗତିରେ ତରଳୁଛି, ଯାହାକି ଅତ୍ୟନ୍ତ ବିରଳ ଘଟଣା। ବିଶ୍ୱରେ ଥିବା ମୋଟ ହିମବାହର ଏହା ମାତ୍ର ୧%…

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri