ବଦନାମ ହେଉଛି ବର୍ଦ୍ଦି

ଢେଙ୍କାନାଳ ଅଫିସ, ୧୭।୧:  ଜନତାଙ୍କ ବିଶ୍ୱାସଭାଜନ ହେବାକୁ ଆରମ୍ଭ ହୋଇଛି ‘ଆମ ପୋଲିସ’। ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ, ଧୈର୍ଯ୍ୟର ସହ ଅଭିଯୋଗ ଶୁଣିବା, ନ୍ୟାୟ ପ୍ରଦାନ ଦିଗରେ ଯତ୍ନବାନ ହେବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାବଳୀ। କିନ୍ତୁ ଶିଳ୍ପ ଜିଲା ଢେଙ୍କାନାଳରେ ପୋଲିସ ବାବୁଙ୍କ ହୁକୁମାତି, ନାଲିଆଖି ଆଗରେ ଏସବୁ ଯେମିତି ଫିକା ପଡ଼ିଯାଇଛି। ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିବା ଅଭିଯୋଗକାରୀଙ୍କୁ ଦୂର୍‌ଦୂର୍‌ ମାର୍‌ମାର୍‌ କରାଯାଉଛି। ମାନସିକ ନିର୍ଯାତନା ମିଳୁଛି। ଗତ ୪ମାସ ହେଲା ଜିଲା ପୋଲିସ ମୁରବୀବିହୀନ ହୋଇପଡ଼ିଥିବାବେଳେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ସାଧାରଣଙ୍କୁ ନ୍ୟାୟ ନ ଦେଇ ବର୍ଦ୍ଦି ବଦନାମ ହେଉଥିବାବେଳେ ଜନଅସନ୍ତୋଷ ବଢ଼ିବାରେ ଲାଗିଛି।
ଜିଲାର ଅଧିକାଂଶ ଥାନାରେ ଅଧିକାରୀ, କର୍ମଚାରୀଙ୍କ ମନମାନି ଚାଲିଛି। ଅଭିଯୋଗକାରୀଙ୍କୁ ଖରାପ ଆଚରଣ ପ୍ରଦର୍ଶନ, ମାଡ଼ ମରାଯିବା, ଏତଲା ନ ରଖିବା ଭଳି ଘଟଣାରେ ବର୍ଷକ ଭିତରେ ୬ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତନ୍ମଧ୍ୟରୁ ୫ଜଣ ନିଲମ୍ବିତ ହୋଇଥିବାବେଳେ ଜଣଙ୍କୁ ବଦଳି କରାଯାଇଛି, ଯାହା ପୋଲିସ ବିଭାଗର ଗୁମର ଖୋଲିଦେଇଛି। ଲୋକଙ୍କୁ ନ୍ୟାୟ ଦେବାକୁ ଆରମ୍ଭ ହୋଇଛି ମୋ ସରକାର। ଅଧିକାରୀମାନେ ଟେଲିଫୋନ ସହାୟତାରେ ସିଧାସଳଖ ଲୋକଙ୍କ ସହିତ ଯୋଡ଼ି ହୋଇ ସମସ୍ୟା ବୁଝିବା ଏହାର ଲକ୍ଷ୍ୟ। ହେଲେ ଢେଙ୍କାନାଳ ଜିଲାରେ ଏହି ମହତ୍‌ ଉଦ୍ଦେଶ୍ୟ ବାଟବଣା ହୋଇଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।
ଏ ସଂକ୍ରାନ୍ତରେ ଢେଙ୍କାନାଳ ଜିଲା ଦାୟିତ୍ୱରେ ଥିବା ଅନୁଗୋଳ ଏସ୍‌ପି ଜଗମୋହନ ମୀନା କୁହନ୍ତି, ପୋଲିସ ଲୋକଙ୍କ ବିଶ୍ୱାସଭାଜନ ହେବା ପାଇଁ ‘ଆମ ପୋଲିସ’ ଏବଂ ‘ମୋ ସରକାର’ କାର୍ଯ୍ୟକ୍ରମ ଚାଲିଛି। ଲୋକଙ୍କୁ ସିଧାସଳଖ ଫୋନ୍‌ କରି ସମସ୍ୟା ବୁଝାଯାଉଛି। ଥାନାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ଲାଗି ନିର୍ଦ୍ଦେଶନାମା ରହିଛି। ଯଦି ଏଥିରେ କିଛି ବ୍ୟତିକ୍ରମ ହୋଇଛି, ତେବେ ତଦନ୍ତ କରାଯିବ।

ଦୁର୍ବ୍ୟବହାର କରାଯାଉଛି
ବିଭାଗର ପଦସ୍ଥ ଅଧିକାରୀଙ୍କ ବ୍ୟବହାର ପାଇଁ ପୋଲିସ ଉପରୁ ବିଶ୍ୱାସ ତୁଟିଯାଇଛି। ଏଫଆଇଆର୍‌ ନକଲ ମାଗିଲେ ଦିଆଯାଉନି। ଅଭିଯୋଗକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଛି। ଥାନାରେ ଲାଗିଥିବା ସିସିଟିଭି କ୍ୟାମେରାରେ ଭଏସ୍‌ ରେକର୍ଡିଂ ସୁବିଧା ରହିଲେ ପୋଲିସ ଅଧିକାରୀଙ୍କ ଅସଲ ମୁଖା ପଦାକୁ ଆସିବ।
ପ୍ରିୟବ୍ରତ ଗଡ଼ନାୟକ, ସୂଚନା ଅଧିକାର ଅଭିଯାନ ଆବାହକ, ଢେଙ୍କାନାଳ

ମୁହଁ ଖୋଲୁନାହାନ୍ତି ଜନପ୍ରତିନିଧି
ଢେଙ୍କାନାଳ ଜିଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅଭିଯୋଗକାରୀଙ୍କୁ କଠୋର ଏବଂ ଅଭିଯୁକ୍ତଙ୍କୁ କୋହଳ ମନୋଭାବ ପୋଷଣ କରାଯାଉଛି। ୪ମାସ ହେଲା ଏସ୍‌ପି ପଦବୀ ଖାଲି ପଡ଼ିଥିବାରୁ ଅଭିଯୋଗ କରିବା ବି ସମ୍ଭବ ହେଉନାହିଁ। ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ଏ ଦିଗରେ ମୁହଁ ଖୋଲୁନାହାନ୍ତି।
-ଟଙ୍କଧର ବେହେରା, ଆଇନଜୀବୀ

ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ଢେଙ୍କାନାଳ ଜିଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୋଲିସର ଅବହେଳା, ପ୍ରଭାବଶାଳୀ ଅଭିଯୁକ୍ତଙ୍କୁ କୋହଳ ମନୋଭାବ ଏବଂ ଲାଞ୍ଚଖୋର ମନୋବୃତ୍ତି ଲାଗି ଏପରି ସମସ୍ୟା ଉପୁଜୁଥିବା ବାରମ୍ବାର ଅଭିଯୋଗ ହେଉଛି। ହେଲେ ଏଥିପ୍ରତି ଉଚ୍ଚପଦସ୍ଥ ଅଧିକାରୀ ଗୁରୁତ୍ୱ ଦେଉନାହାନ୍ତି। କେତେକ ପ୍ରମୁଖ ମାମଲା ଉପରେ ଦୃଷ୍ଟି ପକାଇଲେ ଏହା ବାରି ହୋଇପଡୁଛି। କିଛିଦିନ ତଳେ ସନ୍ତାନଙ୍କ ଦ୍ୱାରା ନିର୍ଯାତିତ ଜଣେ ବିଧବା ନ୍ୟାୟ ପାଇଁ ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ। ତେବେ ପୋଲିସ ଅଭିଯୋଗ ରଖିବା ବଦଳରେ ଗାଳିଗୁଲଜ କରି ତାଙ୍କୁ ଥାନାରୁ ବାହାର କରିଦେଇଥିଲା। ନ୍ୟାୟ ପାଇଁ ପୀଡ଼ିତାଙ୍କୁ ହାଇକୋର୍ଟ ଯିବାକୁ ପଡ଼ିଥିଲା। ଅଦାଲତଙ୍କ ନିର୍ଦ୍ଦେଶନାମାକୁ ମଧ୍ୟ ପୋଲିସ ଅଣଦେଖା କରି ହରଡ଼ଘଣାରେ ପଡ଼ିଥିଲା। ଗତ ମଙ୍ଗଳବାର ବାଇକ୍‌ ଚୋରି ଅଭିଯୋଗ ନେଇ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିବା ଜଣେ ଅଭିଯୋଗକାରୀ ମଧ୍ୟ ପୋଲିସ ଦୁର୍ବ୍ୟବହାରର ଶିକାର ହୋଇଥିଲେ। ଏଭଳି ଘଟଣା ଯୋଗୁ ସାଧାରଣ ଲୋକ ଥାନା ବାରଣ୍ଡା ମାଡ଼ିବାକୁ ଭୟ କଲେଣି। କଙ୍କଡ଼ାହାଡ଼ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ, ଭାପୁର ଫାଣ୍ଡି ଇଲାକାରେ ମାନସିକ ନିର୍ଯାତନାର ଶିକାର ହୋଇଥିବା ଜଣେ ନାବାଳିକା ଆତ୍ମହତ୍ୟା କରିବା ମାମଲାରେ ପୋଲିସର ଅସହଯୋଗ, ଚୋରା ପଥର ଗାଡ଼ି ଜବତ ଘଟଣାରେ ଗଁଦିଆ ତହସିଲଦାରଙ୍କୁ ଯୋରନ୍ଦା ଫାଣ୍ଡିରେ ଦୁର୍ବ୍ୟବହାର ପ୍ରଦର୍ଶନ, ନିହଲପ୍ରସାଦ ଥାନା ଅଞ୍ଚଳରେ ଚୋରା ପଥର ବ୍ୟବସାୟୀଙ୍କୁ ଅହେତୁକ ଅନୁକମ୍ପା ଏସବୁ ପ୍ରମୁଖ ମାମଲାରେ ପୋଲିସର ଅପାରଗତା ପଦାରେ ପଡ଼ିଛି। ଢେଙ୍କାନାଳ ସହରରୁ ଘନଘନ ଚୋରି, ହୁଣ୍ଡି ଭାଙ୍ଗି ଲୁଟ୍‌ ଘଟଣାରେ ଅଦ୍ୟାବଧି ଅଭିଯୁକ୍ତ ଗିରଫ ହୋଇନାହାନ୍ତି। ଭୁଶୁଡ଼ି ପଡ଼ିଥିବା ଆଇନଶୃଙ୍ଖଳା ସଜାଡ଼ିବାକୁ ପୋଲିସ ଆଗଭର ଦେଖାଉ ନ ଥିବାବେଳେ ଅଭିଯୋଗକାରୀଙ୍କ ପ୍ରତି କଠୋର ଆଚରଣ ଖାକିକୁ କଳଙ୍କିତ କରୁଛି। ଏଥିପ୍ରତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri