ଜେଲ ଗଲେ କୁଖ୍ୟାତ ଅପରାଧୀ

ଦିଗପହଣ୍ଡି,୨୨।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଜଣାଶୁଣା କୁଖ୍ୟାତ ଜଣେ ପେସାଦାର ଅପରାଧୀଙ୍କୁ ଦିଗପହଣ୍ଡି ପୋଲିସ ପୁଣି ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ସେ ହେଲେ ଦିଗପହଣ୍ଡି-ଆସିକା ରାସ୍ତା କେନାଲ ସାହିରେ ରହୁଥିବା ପଦ୍ମନାଭପୁର ଗ୍ରାମର ଅଜିତ ସେଠୀ ଓରଫ ବଳିଆ। ଏନେଇ ଥାନାରେ ଏକ ମାମଲା (ନଂ.୧୮୩/୨୫) ରୁଜୁ ହୋଇଛି। ଜାମିନ ଖାରଜ ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି।

ଥାନା ଏସ୍‌ଆଇ ଜ୍ୟୋତି ରଞ୍ଜନ ବେହେରା ସଦଳବଳେ ବୁଧବାର ସାରେ ସ୍ଥାନୀୟ ପୁଞ୍ଜିକଂୟା ଛକରେ ଗାଡ଼ି ଚେକିଂ ବେଳେ ଜଣେ ଯୁବକ ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ଛକ ନିକଟରେ ଏକ ବନ୍ଧୁକ ଧରି ଛିନତାଇ ଉଦ୍ଦେଶ୍ୟରେ ଲୁଚିଥିବା ଖବର ପାଇଥିଲେ। ପୋଲିସ ଟିମ୍‌ ପହଞ୍ଚିବାରୁ ଅଜିତ ସେଠାରୁ ଘୋଡ଼ାହାଡ଼ ଡ୍ୟାମ ରାସ୍ତାରେ ବାଇକ ଯୋଗେ ଚମ୍ପଟ ମାରିଥିଲେ। ପୋଲିସ ଟିମ୍‌ ତାଙ୍କୁ ଗୋଡ଼ାଇ ନିମପଲ୍ଲୀ ଗାଁ ନିକଟରେ ମାଡ଼ି ବସିଥିଲେ। ତଲାସ କରିବାରୁ ତାଙ୍କ ନିକଟରୁ ଏକ ଗୁଳିଭରା ଦେଶୀ ବନ୍ଧୁକ ମିଳିଥିଲା। ସାକ୍ଷ୍ୟମାନଙ୍କ ଉପସ୍ଥିତିରେ ତାଙ୍କ ନିକଟରୁ ବନ୍ଧୁକ, ଗୁଳି ଏବଂ ଛିନତାଇ ଉଦ୍ଦେଶ୍ୟରେ ବ୍ୟବହୃତ ବାଇକ୍‌(ନଂ.ଓଡ଼ି୦୭ ଏ ୱାଇ -୭୯୦୬) ଏବଂ ମୋବାଇଲ ଫୋନ ଜବତ କରାଯାଇଥିଲା। ଏନେଇ ଏସ୍‌ଆଇ ଦିଗପହଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ ।

ଥାନାଭାର ପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ତଦନ୍ତ ପରେ ଉକ୍ତ ବନ୍ଧୁକକୁ ସେ ବ୍ରହ୍ମପୁର ସଦର ଥାନା ଦକ୍ଷିଣପୁର ଗ୍ରାମର ସନ୍ତୋଷ ଗୌଡ଼ଙ୍କ ଠାରୁ ଆଣିଥିବା କହିଥିଲେ। ଅଭିଯୁକ୍ତ ଅଜିତଙ୍କ ନାଁରେ ଦିଗପହଣ୍ଡି ଓ କେ.ନୂଆଗାଁ ଥାନାରେ ୮ ଟି ହତ୍ୟା ଉଦ୍ୟମ, ଛିନତାଇ, ଡକାୟତି, ବୋମା ମାଡ଼, ବେଆଇନ ମାରଣାସ୍ତ୍ର ରଖିବା ଓ ଦଙ୍ଗା ସୃଷ୍ଟି କରିବା ଭଳି ସଙ୍ଗୀନ ମାମଲା ରହିଥିବା ପୋଲିସ କହିଛି। ସେ କିଛିଦିନ ତଳେ ଜେଲରୁ ଜାମିନରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri