କଟକ ସଦର, ୭।୧୦(ଡି.ଏନ.ଏ.): ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ ତଥ୍ୟ ପାଇବା ପାଇଁ ଜଣେ ଆବେଦନକାରୀ ୩୦୦୦ ଟଙ୍କା ଦାଖଲ କରିଥିଲେ। ହେଲେ କଟକ ପୂର୍ତ୍ତ ଡିଭିଜନ ନଂ.୨ର ଲୋକ ସୂଚନା ଅଧିକାରୀ ତଥ୍ୟ ଦେଇ ନ ପାରି ଉକ୍ତ ଜମା ଅର୍ଥ ଫେରାଇ ନେବା ଲାଗି ସମ୍ପୃକ୍ତ ସୂଚନା ଅଧିକାର କର୍ମୀଙ୍କୁ ନୋଟିସ ଦେଇଛନ୍ତି। ଏଭଳି ନୋଟିସ ସୂଚନା ଅଧିକାର ଆଇନ୍ର ଖୋଲାଖୋଲି ଉଲ୍ଲଂଘନ କରୁଛି ବୋଲି ୪୨ମୌଜା ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ସୂଚନା ଅଧିକାର କର୍ମୀ ମନୋଜ କୁମାର ଦେବତା କହିଛନ୍ତି। ୪୨ମୌଜା ମୁଖ୍ୟରାସ୍ତାର ସମ୍ପ୍ରସାରଣ ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ଦେବତା ସୂଚନା ଅଧିକାର ଆଇନ ବଳରେ କଟକ ପୂର୍ତ୍ତ ଡିଭିଜନ ନଂ.୨ର ଲୋକ ସୂଚନା ଅଧିକାରୀଙ୍କ ନିକଟରେ ଆବେଦନ କରିଥିଲେ। ରାସ୍ତାର ଡିଜାଇନ ଓ ଜେରକ୍ସ ଖର୍ଚ୍ଚ ବାବଦକୁ ୩ହଜାର ଟଙ୍କା ଦାଖଲ କରିବାକୁ ସମ୍ପୃକ୍ତ କାର୍ଯ୍ୟାଳୟର ଲୋକ ସୂଚନା ଅଧିକାରୀ ତଥା ସହକାରୀ ନିର୍ବାହୀଯନ୍ତ୍ରୀ ପତ୍ରସଂଖ୍ୟା ୪୪୬୮/୧୮ା୯ା୨୦୨୧ରେ ଆବେଦନକାରୀଙ୍କୁ ଜଣାଇଥିଲେ। ପରେ ଅର୍ଥ ଜମା କରି ଦେବତା ରସିଦ ପାଇଛନ୍ତି। ହେଲେ ସମ୍ପୃକ୍ତ ଲୋକ ସୂଚନା ଅଧିକାରୀ ପତ୍ରସଂଖ୍ୟା ୪୭୧୮/୪ା୧୦ା୨୦୨୧ରେ ଜମା ଅର୍ଥ ଫେରାଇ ନେବାକୁ ଆବେଦନକାରୀଙ୍କୁ ଜଣାଇଛନ୍ତି। କାରଣ ଆବଶ୍ୟକ ତଥ୍ୟ ଅଫିସ୍ରେ ଉପଲବ୍ଧ ନାହିଁ ବୋଲି ଉକ୍ତ ଚିଠିରେ ଉଲ୍ଲେଖ ରହିଛି। ତା’ହେଲେ ବ୍ୟୟ ଆକଳନ କିପରି କରାଯାଇଥିଲା ସେ ସଂକ୍ରାନ୍ତୀୟ ସୂଚନା ପାଇବା ପାଇଁ ପ୍ରଥମ ଅପିଲ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ ବୋଲି ଦେବତା ଜଣାଇଛନ୍ତି। ଝିଙ୍କିରିଆ-ଚାନ୍ଦୁଲି ମଧ୍ୟରେ ୬୦ ଫୁଟ ରାସ୍ତା ଚଉଡ଼ା କରାଗଲେ ବହୁସଂଖ୍ୟକ ଜନସାଧାରଣ ବାସହରା ହେବା ସହ ବ୍ୟବସାୟ ବନ୍ଦ ହେବା ଦର୍ଶାଇ ୪୨ ମୌଜାରେ ଅସନ୍ତୋଷ ପ୍ରକାଶ ପାଇଛି।
କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ
ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ...
ଶୀତରେ ଥରୁଛି କଳାହାଣ୍ଡି
ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...
ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ
ଆଡିଲେଡ୍,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...
୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…
ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...
ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…
ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...
ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍ ପରୀକ୍ଷା
ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...
ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI
ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...
ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ…
ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...
Archives


