ଲକ୍‌ଡାଉନ ବେଳେ ଗାଁ ଛାଡ଼ିବାକୁ ନୋଟିସ

ବଲାଙ୍ଗୀର ଅଫିସ, ୨୦।୫: କୋଭିଡ୍‌ ମହାମାରୀ ସମୟରେ ଲୋକଙ୍କୁ ଅଯଥାରେ ଘରୁ ନ ବାହାରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହାଦ୍ୱାରା କୋଭିଡ୍‌ ସଂକ୍ରମଣ ଚେନ୍‌ ବ୍ୟାହତ ହେବ ବୋଲି କୁହାଯାଉଛି। ତେବେ ବଲାଙ୍ଗୀର ଜିଲା ପ୍ରଶାସନ କୋଭିଡ୍‌ ଗାଇଡ୍‌ଲାଇନ ଉଲ୍ଲଂଘନ କରି ଜିଲାର ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ ପରଧିଆପାଲି ଗ୍ରାମବାସୀଙ୍କୁ ୭ଦିନ ମଧ୍ୟରେ ଗାଁ ଓ ଘର ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି। ଜିଲା ପ୍ରଶାସନର ଏଭଳି ବିଚିତ୍ର ଓ ଅମାନବୀୟ ନିର୍ଦ୍ଦେଶକୁ ପରଧିଆପାଲି ଗ୍ରାମବାସୀ ନିନ୍ଦା କରିଛନ୍ତି। ଏଦିଗରେ ବିହିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ, ମାନବିକ ଅଧିକାର କମିଶନ ଓ ଜନପ୍ରତିନିଧିଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ପୁନର୍ବସତି ଓ ଥଇଥାନ କାର୍ଯ୍ୟାଳୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ ସଂଖ୍ୟା ୨୦/ତା୧୩ା୪ା୨୦୨୧ରିଖ ଅନୁଯାୟୀ ପରଧିଆପାଲି ଗ୍ରାମବାସୀଙ୍କୁ ସର୍ବସାଧାରଣ ନୋଟିସ ଜାରି କରିଥିଲେ। ଏହି ନୋଟିସ ଦିଆଯିବାର ୨୮ ଦିନ ପରେ ଅର୍ଥାତ୍‌ ମେ ୧୧ ତାରିଖରେ ଉକ୍ତ କାର୍ଯ୍ୟାଳୟ ପକ୍ଷରୁ ପରଧିଆପାଲି ଗ୍ରାମବାସୀଙ୍କୁ ଆଉ ଏକ ନୋଟିସ ଜାରି କରାଯାଇଥିଲା। ଉକ୍ତ ନୋଟିସରେ ଗତ ୨୬ ଏପ୍ରିଲରୁ ୩୦ଏପ୍ରିଲ ମଧ୍ୟରେ ଗାଁରେ କ୍ୟାମ୍ପ କରାଯାଇଥିଲା। ଉକ୍ତ କ୍ୟାମ୍ପରେ ପ୍ରାପ୍ୟ ଗ୍ରହଣ ନିମନ୍ତେ ବିସ୍ଥାପିତମାନେ ଆବଶ୍ୟକ କାଗଜପତ୍ର ଦାଖଲ କଲେନାହଁ। ଏଣୁ ମଞ୍ଜୁର ରାଶି ପରବର୍ତ୍ତୀ ଦିନମାନଙ୍କରେ ଅଫିସରୁ ଆସି ଗ୍ରହଣ କରିପାରିବେ ବୋଲି କୁହାଯାଇଥିଲା। ଦ୍ୱିତୀୟ ନୋଟିସ ଜାରି କରାଯିବାର ୭ଦିନ ମଧ୍ୟରେ ନିଜ ଗ୍ରାମସ୍ଥିତ ବାସଗୃହ ତ୍ୟାଗ କରି ଅନ୍ୟତ୍ର ବିସ୍ଥାପନ ନ ହେଲେ ଆଇନ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।
ବର୍ତ୍ତମାନ ବଲାଙ୍ଗୀର ଜିଲା ସମେତ ରାଜ୍ୟରେ ସପ୍ତାହାନ୍ତ ଦୁଇଦିନିଆ ଶଟ୍‌ଡାଉନ୍‌ ଓ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏତିକିବେଳେ ଜିଲା ପ୍ରଶାସନ ଗାଁ ଓ ଘର ଛାଡିବାକୁ ନିର୍ଦ୍ଦେଶ ଦେବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପରଧିଆପାଲି ଗ୍ରାମବାସୀ। ପ୍ରକଳ୍ପ ସପକ୍ଷବାଦୀ ହେବା ସତ୍ତ୍ୱେ ପ୍ରଶାସନ ସେମାନଙ୍କୁ ଏଭଳି ନୋଟିସ ଜାରି କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଦୁଇବର୍ଷରୁ ଊର୍ଦ୍ଧ୍ୱ ହେଲା ବିସ୍ଥାପିତଙ୍କ ୧୧ ଦଫା ଦାବି ପୂରଣ ହୋଇନାହିଁ। ଏହାସତ୍ତ୍ୱେ ପ୍ରଶାସନ ସେମାନଙ୍କୁ ନୋଟିସ ଜାରି କରୁଛି ବୋଲି କହିଛନ୍ତି। ଏ ଦିଗରେ ଲୋଇସିଂହା, ବଲାଙ୍ଗୀର ଓ କଣ୍ଟାବାଞ୍ଜି ବିଧାୟକ, ମୁଖ୍ୟମନ୍ତ୍ରୀ, ଜାତୀୟ ଓ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିବା ଗ୍ରାମବାସୀ ଜଣାଇଛନ୍ତି। ୨୦୨୧ ଜାନୁୟାରୀ ୧ ସୁଦ୍ଧା ୧୮ବର୍ଷ ବୟସ୍କଙ୍କୁ ଥଇଥାନ ତାଲିକାରେ ଅନ୍ତର୍ଭୁକ୍ତ କରିବା, ସମସ୍ତଙ୍କୁ ସମାନ ଥଇଥାନ ରାଶି ଦିଆଯିବା ସମେତ ୧୧ ଦଫା ଦାବି ପୂରଣ ପରେ ଯାଇ ସେମାନଙ୍କୁ ବିସ୍ଥାପିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଉପରୋକ୍ତ ଦୁଇ ନୋଟିସ ସମ୍ପର୍କରେ ପଚାରିବାକୁ ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ରଙ୍କୁ ତାଙ୍କ ମୋବାଇଲ ନଂ ୯୪୩୭୩୩୧୫୬୧ରେ ଯୋଗାଯୋଗ କରାଯାଇଥିଲା। ରିଙ୍ଗ ହେଉଥିଲେ ବି ରିସିଭ୍‌ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri