ଚୌକିଦାରଙ୍କ ଘର ଭାଙ୍ଗିବାକୁ ନୋଟିସ୍‌

ଭଞ୍ଜନଗର,୨୬।୯(ଡି.ଏନ.ଏ): ଭଞ୍ଜନଗର ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟର ଏକ ଚୌକିଦାର ଘରକୁ ନେଇ ଜନସ୍ବାସ୍ଥ୍ୟ ବିଭାଗ ଏବଂ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ମଧ୍ୟରେ ବହୁଦିନ ହେବ ବିବାଦ ଲାଗିରହିଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଉକ୍ତ କୋଠାକୁ ଭାଙ୍ଗିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜସ୍ବ ବିଭାଗ ପକ୍ଷରୁ ଗତ ଅଗଷ୍ଟ ୧ ତାରିଖରେ ଉକ୍ତ ଘର ସମ୍ମୁଖରେ ଗଙ୍ଗାଧର ପ୍ରଧାନଙ୍କ ନାମରେ ଜବରଦଖଲ ନେଇ ନୋଟିସ ଝୁଲାଇ ଦିଆଯାଇଛି।
ଭଞ୍ଜନଗର ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟ ନିର୍ମାଣ ସମୟରେ କାର୍ଯ୍ୟାଳୟର କେତେଜଣ କର୍ମଚାରୀ ରହିବା ପାଇଁ ଛୋଟ ଘର କେତୋଟି ନିର୍ମାଣ ହୋଇଥିଲା। ଏହାପରେ ଜନସ୍ବାସ୍ଥ୍ୟ ବିଭାଗରୁ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଲଗା ହୋଇଥିଲା। ଏହି ସମୟରେ ଉକ୍ତ ଘର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ରେକର୍ଡ଼କୁ ଚାଲିଯାଇଥିଲା। କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗର ଏକ କର୍ମଚାରୀ ଗ୍ରାମ୍ୟ ପାଇପ ଜଳ ଯୋଗାଣ ଅଞ୍ଚଳରେ ଥିବା କ୍ୱାର୍ଟର୍ସରେ ରହି ଆସୁଥିଲେ। ବର୍ତ୍ତମାନ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ପକ୍ଷରୁ ଉକ୍ତ କୋଠା ନିକଟରେ ନୂତନ କୋଠା ନିର୍ମାଣ ହେଉଛି । ତେଣୁ ସମ୍ପୃକ୍ତ କ୍ୱାର୍ଟର୍ସଟିକୁ ଭାଙ୍ଗିବା ଆବଶ୍ୟକ ଥିଲା । କିନ୍ତୁ କର୍ମଚାରୀ ଜଣଙ୍କ କ୍ୱାର୍ଟର୍ସ ନଛାଡ଼ିବାରୁ ବର୍ତ୍ତମାନ ରାଜସ୍ବ ବିଭାଗ ପକ୍ଷରୁ ତାହାକୁ ଭାଙ୍ଗିବା ପାଇଁ ନୋଟିସ ମରାଯାଇଛି । ଜନସ୍ବାସ୍ଥ୍ୟ ବିଭାଗର ଯନ୍ତ୍ରୀ ନିତ୍ୟାନନ୍ଦ ବେହେରା କହିଛନ୍ତି, ଘରଟି ଚୌକିଦାରଙ୍କ ପାଇଁ ନିର୍ମାଣ ହୋଇଥିଲା। ଉକ୍ତ ଘରେ କାର୍ଯ୍ୟାଳୟର ଜଣେ କର୍ମଚାରୀ ରହୁଥିଲେ। ତେଣୁ ତାଙ୍କୁ ଘର ଭଡ଼ା ପ୍ରଦାନ କରାଯାଉ ନ ଥିଲା । ଉକ୍ତ କର୍ମଚାରୀଙ୍କୁ ୨ବର୍ଷ ହେବ ବେଲଗୁଣ୍ଠାକୁ ଡ଼େପୁଟେଶନରେ ପଠାଯାଇଛି । ବର୍ତ୍ତମାନ ଉକ୍ତ ଘରେ କିଏ ରହୁନାହାନ୍ତି।ସେହିଭଳି ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ନିହାର ରଞ୍ଜନ ସ୍ବାଇଁ କହିଛନ୍ତି, ଏହା ଆମ ବିଭାଗର ଅଞ୍ଚଳ। ବେନିୟମ ଭାବେ ଏଠାରେ ଜନସ୍ବାସ୍ଥ୍ୟ ବିଭାଗର ଜଣେ କର୍ମଚାରୀ ରହୁଛନ୍ତି । ଏହାଦ୍ୱାରା ବିଶୃଙ୍ଖଳା ସୃଷ୍ଟି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri