୨୩ ପ୍ରତିପକ୍ଷଙ୍କୁ ନୋଟିସ

କଟକ/ପୁରୀ ଅଫିସ୍‌,୧୭।୧୧: ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ସମସ୍ତ ୨୩ ପ୍ରତିପକ୍ଷଙ୍କୁ ହାଇକୋର୍ଟ ସୋମବାର ନୋଟିସ ଜାରି କରିଛନ୍ତି। ବିବାଦୀୟ ଜମି କିଣିଥିବା ୬ଜଣ ବ୍ୟକ୍ତି, ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ବ ପର୍ଷଦ, ପୁରୀ-କୋଣାର୍କ ଉନ୍ନୟନ ଅଧିକାରୀ, ଓଡ଼ିଶା ସେତୁ ନିର୍ମାଣ ନିଗମ, ପୁରୀ ପୌର ପ୍ରଶାସନ ଏବଂ ଅନ୍ୟମାନଙ୍କୁ ଏହି ନୋଟିସ ଜାରି କରାଯାଇଛି। ଏହାସହ ପୁରୀ ଜିଲାପାଳ, ତହସିଲଦାର ଦାଖଲ କରିଥିବା ଜବାବର ପ୍ରତିଜବାବ ଦାଖଲ କରିବାକୁ ଆବେଦନକାରୀଙ୍କୁ କୁହାଯାଇଛି। ଉଭୟ ପକ୍ଷଙ୍କ ଜବାବ ଓ ପ୍ରତିଜବାବ ଦାଖଲ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ପୁରୀ ବାସିନ୍ଦା ତଥା ସାମାଜିକ କର୍ମୀ ଜଗନ୍ନାଥ ବସ୍ତିଆ ଏବଂ ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ଡକ୍ଟର ସମ୍ବିତ ପାତ୍ର କରିଥିବା ୨ଟି ପୃଥକ ମାମଲାର ଏକତ୍ର ଶୁଣାଣି କରି ଅଦାଲତ ସମସ୍ତ ପ୍ରତିପକ୍ଷଙ୍କୁ ଏହି ନୋଟିସ ଜାରି କରିଛନ୍ତି। ସମ୍ବିତ ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ, ବଗଲା ଧର୍ମଶାଳା ଜମି ଶ୍ରୀଜଗନ୍ନାଥଙ୍କ ଅମୃତ ମଣୋହୀ ସମ୍ପତ୍ତି ଅନ୍ତର୍ଭୁକ୍ତ ଅଟେ। ଏହାକୁ ସାଧାରଣ ଲୋକଙ୍କୁ ବିକ୍ରି କରାଯାଇପାରିବ ନାହିଁ। ହେଲେ ପୁରୀ ଜିଲାପାଳ ୨.୫୭୪ ଏକର ଜମିକୁ ୬ଜଣଙ୍କୁ ବିକ୍ରି କରିଦେଇଛନ୍ତି। ଏହି ବିକ୍ରି ସମ୍ପୂର୍ଣ୍ଣ ବେଆଇନ ଏବଂ ଏହା ଟେମ୍ପଲ ଆକ୍ଟ-୧୯୫୫କୁ ଉଲ୍ଲଂଘନ କରୁଛି। ତେଣୁ ଜମି ଫେରାଇ ଆଣିବା ସହ ଏ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମ୍ବିତ କୋର୍ଟଙ୍କୁ ଆବେଦନ କରିଥିଲେ। ସେହିପରି ଏହି ଜମି ଜାଲିଆତିର ସିବିଆଇ ତଦନ୍ତ ଦାବିରେ ସାମାଜିକ କର୍ମୀ ବସ୍ତିଆ ଅନ୍ୟ ଏକ ମାମଲା ଦାୟର କରିଥିଲେ। ସୂଚନାଯୋଗ୍ୟ, କିଛିମାସ ତଳେ ଏହି ପ୍ରସଙ୍ଗକୁ ନେଇ ଭାଜପା, କଂଗ୍ରେସ ଏବଂ ବାମଦଳ ଆନ୍ଦୋଳନକୁ ଓହ୍ଲାଇଥିଲେ। ସରକାର ଏହାର ପୁନର୍ବିଚାର କରନ୍ତୁ। ଯେଉଁ ୬ଟି ବିକ୍ରି କବଲା ହୋଇଛି ତାହା ରଦ୍ଦ କରାଯାଉ। ପୂର୍ବପରି ବଗଲା ଧର୍ମଶାଳା ପରିସରରେ ଗରିବ ଭକ୍ତଙ୍କ ରହିବା ପାଇଁ ଶ୍ରୀଜଗନ୍ନାଥ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉ ବୋଲି ଦଳଗୁଡ଼ିକ ଦାବି କରିଥିଲେ। ଭାଜପା ପକ୍ଷରୁ ଧର୍ମଶାଳା ସମ୍ମୁଖରେ ୨୭ଦିନ ଧରି ଧାରଣା ଦିଆଯାଇଥିଲା। ପରେ ଏହି ଆନ୍ଦୋଳନ ସମର୍ଥନରେ ପୁରୀ ସହରର ବିଭିନ୍ନ ୱାର୍ଡରୁ ଦସ୍ତଖତ ସଂଗ୍ରହ କରାଯାଇଥିଲା। ଗତ ଅକ୍ଟୋବର ୧୪ ତାରିଖରେ ସିଂହଦ୍ୱାର ଠାରୁ ନବୀନ ନିବାସ ଅଭିମୁଖେ ବଗଲା ବଞ୍ଚାଅ ପଦଯାତ୍ରା ବାହାରିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବଗଲା ସୁରକ୍ଷା ନେଇ ସଂଗୃହୀତ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିବା ଲାଗି ଲକ୍ଷ୍ୟ ରଖାଯାଇଥିଲା। ହେଲେ ପଦଯାତ୍ରୀଙ୍କୁ ଉତ୍ତରା ଛକରେ ପୋଲିସ ଅଟକାଇଥିଲା। ସେଠାରେ ପଦଯାତ୍ରୀ ଓ ପୋଲିସ ମଧ୍ୟରେ ଠେଲାପେଲା ହୋଇଥିଲା। ଶେଷରେ ପୋଲିସ ଆନ୍ଦୋଳନକାରୀଙ୍କଠାରୁ ଦାବିପତ୍ର ଗ୍ରହଣ କରିଥିଲା। ତେବେ ବଗଲା ଜମିକୁ ନେଇ ବିବାଦ ସେମିତି ଲାଗିରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri