ଠିକା ସଂସ୍ଥାକୁ ଡିମାଣ୍ଡ ନୋଟିସ

ନବରଙ୍ଗପୁର,୧୭ା୬(ସଦାଶିବ ପ୍ରହରାଜ) ଭାରତମାଳା ସଡ଼କ ପାଇଁ ସିୟୁନି କ୍ବାରିରୁ ଠିକା ସଂସ୍ଥା ପଥର ଖନନ କରୁଛି । ସରକାରୀ ଖଣି ନିୟମ ଉଲ୍ଲଂଘନକରି ସଂସ୍ଥା ଅନୁମତିଠାରୁ ୩ ଲକ୍ଷରୁ ଅଧିକ ସିଏମ୍‌ ପଥର ଫଟାଇ ଉଠାଇ ଚାଲିଛନ୍ତି। ୩ ମିଟର ଖନନ କରିବା ପରିବର୍ତ୍ତେ ୫୦ ଫୁଟ ଗଭୀରରୁ ଊର୍ଦ୍ଧ୍ୱ ନିମ୍ନ ଭାଗକୁ ଖନନ କରାଯାଇ ପଥର ଉଠାଇ ନିଆଯାଉଛି। ୨୩ ହଜାର ସିଏମ୍‌ ପଥର ଉଠାଇବା ପାଇଁ ଅନୁମତି ନେଇ ଏବେ ୩ ଲକ୍ଷ ସିଏମ୍‌ରୁ ଅଧିକ ପଥର ନେଇସାରିଲାଣି ଠିକାସଂସ୍ଥା। ଏହାଦ୍ୱାରା ବ୍ୟାପକ ରାଜସ୍ବ ହାନି ହେଲାଣି। ନିୟମିତ ବ୍ୟବଧାନରେ ଅଭିଯୋଗ ପରେ ନବରଙ୍ଗପୁର ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଠିକା ସଂସ୍ଥା ଅର୍କନ୍ସକୁ ଡିମାଣ୍ଡ ନୋଟିସ ଜାରିକରିଛନ୍ତି। ଠିକାସଂସ୍ଥା ୩ ଲକ୍ଷରୁ ଅଧିକ ସିଏମ୍‌ ପଥର ଖନନ କରିଛି। ବୁଧବାର ଡିମାଣ୍ଡ ନୋଟିସ କରାଯିବା ସହ ପ୍ରତି ସିଏମ୍‌ ପିଛା ୧୪୦ ଟଙ୍କା ଓ ୨ ପ୍ରତିଶତ ଜରିମାନା ଦେବାକୁ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା ତହସିଲଦାର କହିଛନ୍ତି।
୩ ମିଟର ପରିବର୍ତ୍ତେ ୫୦ ଫୁଟ ଖୋଳିଲାଣି ଠିକା ସଂସ୍ଥା ଖବର ପ୍ରକାଶ ପରେ ରାଜସ୍ବ ବିଭାଗ ତତ୍ପର ହୋଇଉଠିଛି। ନବରଙ୍ଗପୁର ତହସିଲଦାର ଆଚାର୍ଯ୍ୟଙ୍କ ନିର୍ଦ୍ଦେଶ ପରେ କ୍ବାରି ତଥା ଖନନ ସ୍ଥାନରେ ବିକ୍ରମପୁର ରାଜସ୍ବ ନିରୀକ୍ଷକ ଭି. ଭି. ରାଜୁ ଓ ସୁପରଭାଇଜର ସୀମାଞ୍ଚଳ ଦାଶ ୧ ତାରିଖରେ ମାପଚୁପ କରି ନବରଙ୍ଗପୁର ତହସିଲଦାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ପ୍ରାୟ ୧ ଲକ୍ଷ ସିଏମ୍‌ରୁ ଊର୍ଦ୍ଧ୍ୱ ପଥର ଠିକାସଂସ୍ଥା ଖନନକରି ନେଇଥିବା କହୁଥିବା ବେଳେ ୩ ଲକ୍ଷ ସିଏମ୍‌ରୁ ଅଧିକ ପଥର ଖନନ କରାଯାଇଥିବା ତହସିଲଦାର କହିଛନ୍ତି।
ନବରଙ୍ଗପୁର ତହସିଲ ଅଧୀନ ବିକ୍ରମପୁର ରାଜସ୍ବ ସର୍କଲର ଖାତା ନମ୍ବର ୫୯୪, ପ୍ଲଟ୍‌ ନମ୍ବର ୧୯୪୪, ପଥର ବଣ କିସମ ଥିବା ସିୟୁନି କ୍ବାରିରୁ ପଥର ନେବାକୁ ଅର୍କନ୍ସ ସଂସ୍ଥା ୩୦ ହଜାର ୧୮୪ ସିଏମ୍‌ ପଥର ଉଠାଇବ ବୋଲି ଆବେଦନ କରିଥିଲା। ଖଣି ନିୟମ ପ୍ରକାରେ ହିଁ ପ୍ରତି ୩ ମାସରେ ଥରେ କ୍ବାରି ପାଇଁ ଅନୁମତି ମିଳିଲା। ସଂସ୍ଥା ୨୦୨୨ ଜୁଲାଇ ୧୨ରେ ୧ ହଜାର, ଡିସେମ୍ବର ୧୬ରେ ୧ ହଜାର ଓ ଡିସେମ୍ବର ୨୯ରେ ଆଉ ୧ ହଜାର ସିଏମ୍‌ ପଥର ଉଠାଇବାକୁ ଆବେଦନ କଲେ। ତତ୍କାଳୀନ ତହସିଲଦାରଙ୍କ ନିର୍ଦ୍ଦେଶରେ ୨୦୨୨ରେ ରାଜସ୍ବ ନିରୀକ୍ଷକ ଓ ରେଭିନ୍ୟୁ ସୁପରଭାଇଜର ତଦନ୍ତ କରି ଠିକାସଂସ୍ଥା ବିରୋଧରେ ରିପୋର୍ଟ ଦେଇଥିଲେ। ଅନୁମତିରୁ ଅଧିକ ୩୨ ହଜାର ୪ ଶହ ସିଏମ୍‌ ପଥର ଉଠି ସାରିଲାଣି ବୋଲି ରିପୋର୍ଟ ଦେଇଥିଲେ। ଅର୍କନ୍ସ ସଂସ୍ଥାକୁ ତହସିଲ ପକ୍ଷରୁ କାରଣ ଦର୍ଶାଅ ନୋଟିସ ପରେ ୧ ଲକ୍ଷ ପେନାଲଟି ସହ ୨୦୨୩ ମାର୍ଚ୍ଚ ୬ରେ ୪୬ଲକ୍ଷ ଟଙ୍କା ଠିକା ସଂସ୍ଥା ଜମାକରିଥିଲେ। ଏହାପରେ ମଧ୍ୟ ଠିକା ସଂସ୍ଥା ଖଣି ନିୟମ ମାନୁ ନ ଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri