Posted inଜାତୀୟ

ରାଜନୀତିରେ କେବେ କ‘ଣ ହେବ କିଛି ବି କହି ହେବ ନାହିଁ, କହିଲେ ଗୁଲାମ ନବୀ…

ନୂଆଦିଲ୍ଲୀ,୫।୧୨: ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ଗୋଷ୍ଠୀ ଜି-୨୩ର ସଦସ୍ୟ ଗୁଲାମ ନବୀ ଆଜାଦ ଏକ ନୂତନ ଦଳ ଗଠନ ନେଇ କଳ୍ପନା ଜଳ୍ପନା ନେଇ ନୀରବତା ଭାଙ୍ଗିଛନ୍ତି। କଂଗ୍ରେସ ନେତୃତ୍ୱ ବିରୋଧରେ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରିଥିବା ଦଳର ଭେଟେରାନ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଜମ୍ମୁ କଶ୍ମୀରରେ ଏକ ନୂତନ ଦଳ ଗଠନ କରିବାର ତାଙ୍କର ଉଦ୍ଦେଶ୍ୟ ନାହିଁ। ତେବେ ରାଜନୀତିରେ କେବେ ଓ କ’ଣ ହେବ ତାହା କେହି କହିପାରିବେ ନାହିଁ ବୋଲି ସେ କହିଛନ୍ତି।

ଏନଡି ଟିଭି ସହ କଥାବାର୍ତ୍ତା କରି ଗୁଲାମ ନବୀ ଆଜାଦ କହିଛନ୍ତି ଯେ ମୋର ବର୍ତ୍ତମାନ ଏକ ଦଳ ଗଠନ କରିବାର ଉଦ୍ଦେଶ୍ୟ ନାହିଁ, କିନ୍ତୁ ରାଜନୀତିରେ କିଛି କୁହାଯାଇପାରିବ ନାହିଁ। ଏକ ନୂତନ ଦଳ ଗଠନ ପ୍ରଶ୍ନ ଉପରେ ଆଜାଦ କହିଛନ୍ତି ଯେ ନା, ସେପରି କିଛି ନାହିଁ। ଗତ ଦୁଇ ବର୍ଷ ମଧ୍ୟରେ କଶ୍ମୀରର ନେତୃତ୍ୱ ଏବଂ ଲୋକଙ୍କ ମଧ୍ୟରେ ସମ୍ପର୍କ ନଷ୍ଟ ହୋଇଯାଇଛି। ଧାରା ୩୭୦ ରଦ୍ଦ ସହିତ ୫ ଅଗଷ୍ଟ ୨୦୧୯ରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ମଧ୍ୟ ଉଚ୍ଛେଦ ହୋଇଥିଲା। ଫଳରେ ଜମ୍ମୁ-କଶ୍ମୀରରେ ରାଜନୈତିକ କାର୍ଯ୍ୟକଳାପ ଅଟକି ଯାଇଥିଲା। ହଜାର ହଜାର ଲୋକଙ୍କୁ ଜେଲକୁ ପଠାଯାଇଥିଲା ଏବଂ ଜେଲ ବାହାରେ ଥିବା ଲୋକଙ୍କୁ ମଧ୍ୟ ରାଜନୈତିକ କାର୍ଯ୍ୟକଳାପ କରିବାକୁ ଦିଆଯାଇ ନ ଥିଲା। ସେଥିପାଇଁ ମୁଁ ସମସ୍ତଙ୍କୁ ଜାଗ୍ରତ କରିବାର କାର୍ଯ୍ୟ କରିଥିଲି।

ଆଜାଦ ଆହୁରି କହିଛନ୍ତି ଯେ ମୋ ପାଇଁ ସମସ୍ତେ କଂଗ୍ରେସ କର୍ମୀ, କିନ୍ତୁ ଯେତେବେଳେ ମୁଁ ଜମ୍ମୁ କଶ୍ମୀରକୁ ଆସେ, ମୁଁ କେବଳ କଂଗ୍ରେସ କିମ୍ବା କୌଣସି ନିଦ୍ଦିଷ୍ଟ ବର୍ଗଙ୍କ ଭଳି କଥାବାର୍ତ୍ତା କରେ ନାହିଁ। ମୁଁ ଅଧିକ କାମ କରିବାକୁ ଅଭ୍ୟସ୍ତ। ମୁଁ କଇଁଛ ପରି ଚାଲିପାରିବି ନାହିଁ। ମୁଁ ଦ୍ରୁତ ଗତିରେ ଚାଲିବି। ଗୋଟିଏ ଦିନରେ ୧୬ଟି ବୈଠକ କରିବାର ରେକର୍ଡ ମଧ୍ୟ ଅଛିି ବୋଲି ସେ କହିଛନ୍ତିି।

କଂଗ୍ରେସର ବର୍ତ୍ତମାନର ନେତୃତ୍ୱ ଉପରେ ଗୁଲାମ ନବୀ ଆଜାଦ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ସମୟରେ ଆମର କ’ଣ ଭୁଲ ଅଛି ବୋଲି ପ୍ରଶ୍ନ କରିବାର ସ୍ବାଧୀନତା ଥିଲା। ସେମାନେ କଦାପି ସମାଲୋଚନାକୁ ଭୁଲ ଭାବି ନ ଥିଲେ । କିନ୍ତ ଏବେ କଂଗ୍ରେସ ନେତୃତ୍ୱ ଏହାକୁ ଖରାପ ମନେ କରୁଛନ୍ତି। ଯେଉଁମାନେ କଂଗ୍ରେସ ଛାଡିଛନ୍ତି ସେମାନେ ମୋର ନେତୃତ୍ୱରେ କାମ କରିବାକୁ ଚାହୁଁଛନ୍ତି। କିନ୍ତୁ ମୁଁ ଏହି ବୟସରେ କଶ୍ମୀର କଂଗ୍ରେସର ମୁଖ୍ୟ ହେବାକୁ ଚାହୁଁ ନାହିଁ। ମୁଁ ଭାବିଲି ଯେ ମୁଁ ରାଜନୀତି ଛାଡିବା ଉଚିତ୍‌, କିନ୍ତୁ ମୁଁ ମୋର ଲୋକମାନଙ୍କ ପାଇଁ ରାଜନୀତିରେ ରହିଛି। ବରିଷ୍ଠ କଂଗ୍ରେସ ନେତା ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ଦଳର ବିଜୟର ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri