Posted inଜାତୀୟ

କଂଗ୍ରେସ ଏମ୍‌ପି ବସିବା ସିଟ୍‌ରୁ ମିଳିଲା ନୋଟ ବିଡା: ରାଜ୍ୟ ସଭାରେ ହଙ୍ଗାମା

ନୂଆଦିଲ୍ଲୀ,୬।୧୨: କଂଗ୍ରେସ ବେଞ୍ଚରେ ନୋଟ ବିଡା ମିଳିବା ନେଇ ରାଜ୍ୟ ସଭାରେ ହଙ୍ଗାମା ଆରମ୍ଭ ହୋଇଛି। ଅଧ୍ୟକ୍ଷ ଜଗଦୀପ ଧନଖର ଏହି ସୂଚନା ଦେଇଛନ୍ତି। ପରେ ରାଜନୀତି ମଧ୍ୟ ଏହି ପ୍ରସଙ୍ଗରେ ଆରମ୍ଭ ହୋଇଛି। ରାଜ୍ୟ ସଭା ଆସନ ନମ୍ବର ୨୨୨ରୁ ୫୦୦ ଟଙ୍କିଆ ନୋଟ ବିଡ଼ା ମିଳିଥିଲା। ଏହି ଆସନରେ ତେଲଙ୍ଗାନାରୁ କଂଗ୍ରେସ ଏମ୍‌ପି ଅଭିଷେକ ମନୁ ସିଂଘଭି ବସନ୍ତି। ତେଣୁ ଏହା ତାଙ୍କୁ ହସ୍ତାନ୍ତର କରାଯାଇଛି।

ଗୃହରେ ଅଧ୍ୟକ୍ଷ ଧନଖରଙ୍କ ଏହି ଦାବିକୁ କଂଗ୍ରେସ ଏମ୍‌ପିମାନେ ବିରୋଧ କରିଥିଲେ। ତଦନ୍ତ ପୂର୍ବରୁ ନାମ ନିଆଯିବା ଉଚିତ ନୁହେଁ ବୋଲି କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ତେବେ ଅଭିଷେକ ମନୁ ସିଂଘଭି ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ଯେତେବେଳେ ମୁଁ ରାଜ୍ୟ ସଭାକୁ ଯାଏ, ସେତେବେଳେ ମୁଁ ୫୦୦ ଟଙ୍କିଆ ନୋଟ ନେଇଥାଏ। ମୁଁ ଦିନ ୧୨.୫୭ରେ ଗୃହରେ ପହଞ୍ଚିଥିଲି ଏବଂ ଦିନ ୧ଟାରେ ଉଠିଲି। ତା’ପରେ ମୁଁ ଅଯୋଧ୍ୟା ଏମ୍‌ପି ଆୱଧେଶ ପ୍ରସାଦଙ୍କ ସହ ୧.୩୦ ପର୍ଯ୍ୟନ୍ତ କ୍ୟାଣ୍ଟିନରେ ବସିଥିଲି। ଏହା ପରେ ସେଠାରୁ ପଳାଇଥିଲି।

ରାଜ୍ୟ ସଭା ଅଧ୍ୟକ୍ଷ କହିଛନ୍ତି, ଗତକାଲି (ଡିସେମ୍ବର ୫, ୨୦୨୪) ଗୃହ ସ୍ଥଗିତ ହେବା ପରେ ନିତ୍ୟ ବ୍ୟବହାର୍ଯ୍ୟ ଯାଞ୍ଚ ସମୟରେ ସୁରକ୍ଷା ଅଧିକାରୀମାନେ ୨୨୨ ସିଟ ନମ୍ବରରୁ ଏକ ବଣ୍ଡଲ ନୋଟ ଉଦ୍ଧାର କରିଥିଲେ। ଏହି ସିଟ ବର୍ତ୍ତମାନ ଅଭିଷେକ ମନୁ ସିଂଭିଙ୍କୁ ପ୍ରଦାନ କରାଯାଇଛି। ଆଇନ ଅନୁଯାୟୀ ପରିଚାଳିତ ହେବ। ଭାଜପା ରାଷ୍ଟ୍ରୀୟ ସଭାପତି ତଥା ଏମ୍‌ପି ଜେପି ନଡା ଏ ବିଷୟରେ କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ଗମ୍ଭୀର। ଏହା ଗୃହର ସମ୍ମାନ ଉପରେ ଆକ୍ରମଣ। କୌଣସି ପ୍ରସଙ୍ଗରେ କ୍ରୋଧ ପ୍ରଦର୍ଶନ ଠିକ ନୁହେଁ। ମୁଁ ନିଶ୍ଚିତ ଏହାର ସଠିକ ସମାଧାନ କରାଯିବ ଏବଂ ଉଭୟ ଦଳର ନେତା ଏହାକୁ ବିରୋଧ କରିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?